bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Timothy 1
2 Timothy 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
1
ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଈଶ୍ୱରଙ୍କ ପ୍ରତିଜ୍ଞା ଅନୁସାରେ ଆମ୍ଭେମାନେ ଯେଉଁ ଜୀବନ ଲାଭ କରିଛୁ, ତାହା ଘୋଷଣା କରିବାକୁ ଈଶ୍ୱରଙ୍କ ଅଭିମତ ଅନୁଯାୟୀ ମୁଁ ଜଣେ ଶିଷ୍ୟ ରୂପେ ପ୍ରେରିତ ହୋଇଛି।
2
ମୋର ପ୍ରିୟ ପୁତ୍ର ତୀମଥିଙ୍କୁ ମୁଁ ଏହି ପତ୍ର ଲେଖୁଛି। ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମକୁ ଅନୁଗ୍ରହ, କୃପା ଓ ଶାନ୍ତି ପ୍ରଦାନ କରନ୍ତୁ। ଧନ୍ୟବାଦ ଓ ଉତ୍ସାହବାଣୀ
3
ମୋର ପୂର୍ବପୁରୁଷମାନଙ୍କ ପରି ମୁଁ ଯେଉଁ ଈଶ୍ୱରଙ୍କୁ ନିର୍ମଳ ବିବେକରେ ଆରାଧନା କରି ଆସିଛି, ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ମୋର ପ୍ରାର୍ଥନା ନିବେଦନରେ ଦିବାନିଶି ତୁମକୁ ସ୍ମରଣ କଲାବେଳେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ।
4
ତୁମର ଅଶ୍ରୁଧାରା ମୋର ମନେ ଅଛି ଏବଂ ତୁମକୁ ଦେଖି ସୁଖୀ ହେବା ପାଇଁ ମୁଁ ଉକ୍ରଣ୍ଠିତ।
5
ତୁମର ମାତାମହୀ ଲୋୟୀ ଓ ମାତା ଇଉନିସୀ ଯେଉଁପରି ବିଶ୍ୱାସ କରୁଥିଲେ, ତୁମର ମଧ୍ୟ ସେହି ଆନ୍ତରିକ ବିଶ୍ୱାସ ଅଛି। ଏ କଥା ମୁଁ ସ୍ମରଣ କରୁଛି। ତୁମର ସେହି ବିଶ୍ୱାସ ଅଛି ବୋଲି ନିଶ୍ଚିତଭାବେ ମୁଁ ଜାଣେ।
6
ମୁଁ ତୁମ ଉପରେ ହସ୍ତାର୍ପଣ କଲାବେଳେ ତୁମେ ଈଶ୍ୱରଙ୍କଠାରୁ ଯେଉଁ ଶକ୍ତି ପାଇଥିଲ, ତାକୁ ସଜୀବ ରଖିବାକୁ ମୁଁ ତୁମକୁ ସ୍ମରଣ କରାଇ ଦେଇଛି।
7
ଈଶ୍ୱର ଆମ୍ଭମାନଙ୍କୁ ଯେଉଁ ଆତ୍ମା ଦାନ କରିଛନ୍ତି, ତାହା ଆମ୍ଭମାନଙ୍କୁ କାପୁରୁଷ କରି ଦିଏ ନାହିଁ, ବରଂ ତଦ୍ଦ୍ୱାରା ଆମେ ଶକ୍ତି, ପ୍ରେମ ଓ ଆତ୍ମସଂଯମରେ ପରିପୂର୍ଣ୍ଣ ହେଉ।
8
ତେଣୁ ପ୍ରଭୁ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେବାକୁ ଲଜ୍ଜାବୋଧ କର ନାହିଁ; ତାଙ୍କ ନିମନ୍ତେ ମୁଁ ବନ୍ଦୀ - ମୋ’ ପାଇଁ ମଧ୍ୟ ଲଜ୍ଜିତ ହୁଅ ନାହିଁ। ବରଞ୍ଚ ଈଶ୍ୱର ତୁମକୁ ଦେଇଥିବା ଶକ୍ତି ଅନୁଯାୟୀ ତୁମେ ଖ୍ରୀଷ୍ଟ ଯୀଶୁଙ୍କ ସୁସମାଚାର ନିମନ୍ତେ ଦୁଃଖଭୋଗ କରିବାକୁ ପ୍ରସ୍ତୁତ ହୁଅ।
9
ଆମ ନିଜ ସତ୍କର୍ମର ପୁରସ୍କାର ସ୍ୱରୂପ ସେ ଆମ୍ଭମାନଙ୍କୁ ଆହ୍ୱାନ କରି ନାହାନ୍ତି - କେବଳ ତାଙ୍କ ଅନୁଗ୍ରହରେ ତାଙ୍କର ଉଦ୍ଦେଶ୍ୟ ସାଧନ ନିମିତ୍ତ ଆମ୍ଭମାନଙ୍କୁ ତାଙ୍କ ପ୍ରିୟଜନ ହେବା ପାଇଁ ମନୋନୀତ କରିଛନ୍ତି। ଖ୍ରୀଷ୍ଟ ଯୀଶୁଙ୍କ କର୍ତ୍ତୃକ ଅନାଦି କାଳରୁ ଈଶ୍ୱର ଆମ୍ଭମାନଙ୍କୁ ଏହି ଅନୁଗ୍ରହର ପାତ୍ର କରି ରଖିଥିଲେ;
10
ଏବେ ଏହି ଧରାଧାମରେ ଆବିର୍ଭୂତ ହୋଇ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁ ଏ ସମସ୍ତ ବିଷୟ ପ୍ରକାଶ କରିଛନ୍ତି। ସେ ମୃତ୍ୟୁର ଶକ୍ତିକୁ ଲୋପ କରିଛନ୍ତି ଏବଂ ତାଙ୍କର ସୁସମାଚାର ଦ୍ୱାରା ଅନନ୍ତ ଜୀବନର ପଥ ପ୍ରକାଶ କରିଛନ୍ତି।
11
ଏହି ଶୁଭ ବାର୍ତ୍ତା ଘୋଷଣା କରି ବୁଝାଇବାକୁ ଈଶ୍ୱର ମୋତେ ଜଣେ ପ୍ରେରିତ ଶିଷ୍ୟ ଓ ଶିକ୍ଷକ ରୂପେ ନିଯୁକ୍ତ କରିଛନ୍ତି।
12
ସେଥିଯୋଗୁଁ ମୁଁ ଏ ସବୁ ଦୁଃଖଭୋଗ କରୁଛି। ଯାହାଙ୍କୁ ମୁଁ ବିଶ୍ୱାସ କରୁଛି, ମୁଁ ତାଙ୍କର ସ୍ପଷ୍ଟ ପରିଚୟ ପାଇଛି ଏବଂ ସେ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହା ତୁଲାଇବାକୁ ମହାବିଚାର ଦିନ ପର୍ଯ୍ୟନ୍ତ ସେ ମୋତେ ନିରାପଦରେ ରଖିବେ, ଏହା ନିଶ୍ଚିତଭାବେ ଜାଣି ମୁଁ ଏ ପର୍ଯ୍ୟନ୍ତ ପୂରାପୂରି ଆଶାବାଦୀ ହୋଇ ରହିଛି।
13
ମୁଁ ତୁମକୁ ଶିକ୍ଷା ଦେଇଥିବା ସତ୍ୟଗୁଡ଼ିକୁ ଦୃଢ଼ତା ସହିତ ଧରି ରଖ ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ପ୍ରକୃତ ପ୍ରେମ ଓ ଧର୍ମ ବିଶ୍ୱାସରେ ଅବିଚଳିତ ରୁହ।
14
ଯେଉଁ ମହତ୍ ବିଷୟର ଦାୟିତ୍ୱ ତୁମ ଉପରେ ନ୍ୟସ୍ତ ହୋଇଛି, ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବା ପବିତ୍ର ଆତ୍ମାଙ୍କ ଶକ୍ତିରେ ସେ ସବୁକୁ ଅକ୍ଷୁର୍ଣ୍ଣ ରଖ।
15
ତୁମେ ଜାଣ ଫୁଗେଲ ଓ ହର୍ମଗେନା ସମେତ ଏସିଆ ପ୍ରଦେଶର ସମସ୍ତେ ମୋତେ ପରିତ୍ୟାଗ କରିଛନ୍ତି।
16
କେବଳ ଅନୀସିଫର ବହୁବାର ଆସି ମୋତେ ସାନ୍ତ୍ୱନା ଓ ଉତ୍ସାହ ଦେଇଛନ୍ତି; ମୁଁ ବନ୍ଦୀ ବୋଲି ସେ ଲଜ୍ଜିତ ହୋଇ ନାହାନ୍ତି। ତାଙ୍କ ପରିବାର ପ୍ରତି ଈଶ୍ୱରଙ୍କ କୃପାଶୀଷ ନିବେଦନ କରୁଛି।
17
ରୋମ୍ ନଗରୀରେ ପହଞ୍ôଚବାକ୍ଷଣି ସେ ମୋତେ ଅନ୍ୱେଷଣ କରି ମୋ’ ନିକଟକୁ ଆସିଥିଲେ।
18
ମହାବିଚାର ଦିବସରେ ପ୍ରଭୁ ତାଙ୍କ ପ୍ରତି ସଦୟ ହୁଅନ୍ତୁ। ଏଫିସୀରେ ସେ ମୋର କେତେ ଉପକାର କରିଥିଲେ, ତୁମେ ସେ ସବୁ କଥା ଜାଣ।
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
All chapters:
1
2
3
4