bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Timothy 3
2 Timothy 3
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 4 →
1
ମନେରଖ, ଅନ୍ତିମ କାଳରେ ବହୁ ବିପତ୍ତି ଆସି ପହଞ୍ଚିବ।
2
ଲୋକେ ସ୍ୱାର୍ଥପର, ଲୋଭୀ, ଆତ୍ମଶ୍ଲାଘାକାରୀ ଓ ଆତ୍ମାଭିମାନୀ ହେବେ; ସେମାନେ ପିତାମାତାଙ୍କର ଅବାଧ୍ୟ ହୋଇ ସେମାନଙ୍କୁ ଅପମାନ ଦେବେ; ସେମାନଙ୍କ ମନରୁ କୃତଜ୍ଞତା ଓ ଧର୍ମଭାବ ଲୋପ ପାଇବ,
3
ସେମାନେ ହେବେ ନିର୍ଦ୍ଦୟ, ହିଂସ୍ରକ ଓ ଭୟଙ୍କର; ସମସ୍ତ ଉତ୍ତମ ବିଷୟକୁ ଘୃଣା କରିବେ।
4
ସେମାନେ ଗର୍ବରେ ସ୍ଫୀତ ହୋଇ ବିଶ୍ୱାସଘାତକ ଓ ବିଚାରଶୂନ୍ୟ ହେବେ; ସେମାନେ ଈଶ୍ୱର ଭକ୍ତିଠାରୁ ଆମୋଦ ପ୍ରମୋଦକୁ ଅଧିକ ସୁଖକର ମଣିବେ।
5
ଧର୍ମର ପ୍ରକୃତ ଶକ୍ତିକୁ ଅସ୍ୱୀକାର କରି ସେମାନେ ବାହ୍ୟିକ ଧର୍ମକର୍ମକୁ ସର୍ବସ୍ୱ ମନେ କରିବେ। ଏମାନଙ୍କଠାରୁ ତୁମେ ନିଜକୁ ଦୂରେଇ ରଖ।
6
ଏଭଳି ଲୋକମାନେ କେତେକଙ୍କ ଘରକୁ ଯାଇ ଦୁର୍ବଳମନା ସ୍ତ୍ରୀ ଲୋକମାନଙ୍କ ଉପରେ ପ୍ରଭାବ ବିସ୍ତାର କରନ୍ତି - ଯେଉଁ ସ୍ତ୍ରୀ ଲୋକମାନେ ନାନାବିଧ ଲାଳସାର ବଶବର୍ତ୍ତୀ ହୋଇ ନିଜ ପାପ ବୋଝରେ ଅବସନ୍ନ ହୋଇ ପଡ଼ିଥାନ୍ତି।
7
ଯେଉଁମାନେ ସବୁବେଳେ ସତ୍ୟ ଜାଣିବାକୁ ଚେଷ୍ଟା କରୁଥାଆନ୍ତି, କିନ୍ତୁ ତା’ର ସନ୍ଧାନ ପାଆନ୍ତି ନାହିଁ, ଏଭଳି ସ୍ତ୍ରୀ ଲୋକମାନଙ୍କୁ ସେମାନେ ବଶୀଭୂତ କରନ୍ତି।
8
ଯନ୍ନୀସ ଓ ସମ୍ବ୍ରୀସ୍ ଯେପରି ମୋଶାଙ୍କ ବିରୁଦ୍ଧାଚରଣ କରିଥିଲେ, ସେହିପରି ଅନ୍ତିମ କାଳରେ ଏହି ଦୁରାଚାରୀମାନେ ସତ୍ୟର ବିରୋଧ କରିବେ - ସେମାନଙ୍କ ମସ୍ତିଷ୍କ-ବିକୃତି ଘଟିଛି ଏବଂ ସେମାନଙ୍କର ଧର୍ମବିଶ୍ୱାସ ବିଫଳ ହୋଇଛି।
9
କିନ୍ତୁ ସେମାନେ ବେଶୀ ଆଗେଇ ପାରିବେ ନାହିଁ। ଦିନେ ସମସ୍ତେ ଜାଣିବେ, ସେମାନେ କେଡ଼େ ନିର୍ବୋଧ। ଯନ୍ନୀସ ଓ ଯମ୍ବ୍ରୀସ୍ଙ୍କ ଜୀବନରେ ଯାହା ଘଟିଥିଲା, ସେମାନଙ୍କ ଜୀବନରେ ତାହା ହିଁ ହେବ।
10
ତୁମେ ମୋର ଶିକ୍ଷା, ମୋର ଆଚରଣ ଓ ମୋ’ ଜୀବନର ଲକ୍ଷ୍ୟ ଅନୁସରଣ କରିଛ। ମୋର ବିଶ୍ୱାସ, ଧୈର୍ଯ୍ୟ, ପ୍ରେମ, ସହନଶୀଳତା, ମୋର ନିର୍ଯ୍ୟାତନା ଓ ଦୁଃଖଭୋଗ ତୁମେ ନିରୀକ୍ଷଣ କରିଛ। ତୁମେ ଜାଣିଛ, କିପରି ଆଣ୍ଟିୟୋଖ, ଇକନିୟ ଓ ଲୁସ୍ତ୍ରାରେ ମୁଁ ଭୀଷଣ ନିର୍ଯ୍ୟାତନା ସହ୍ୟ କରିଥିଲି। କିନ୍ତୁ କିପରି ସେ ସବୁରୁ ପ୍ରଭୁ ମୋତେ ଉଦ୍ଧାର କରିଛନ୍ତି।
12
ଯେଉଁ ସମସ୍ତେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଈଶ୍ୱରପରାୟଣ ଜୀବନ ଯାପନ କରିବାକୁ ଇଚ୍ଛା କରିବେ, ସେମାନଙ୍କୁ ନିର୍ଯ୍ୟାତନାର ସମ୍ମୁଖୀନ ହେବାକୁ ପଡ଼ିବ।
13
କିନ୍ତୁ ଦୁରାଚାରୀ ଓ ପ୍ରବଞ୍ଚକମାନଙ୍କ ଗତି ସର୍ବନାଶ ଆଡ଼କୁ - ସେମାନେ ଅନ୍ୟମାନଙ୍କୁ ଠକାଇ ଶେଷରେ ନିଜେ ଠକି ହୋଇଯିବେ।
14
କିନ୍ତୁ ଯେଉଁ ସବୁ ସତ୍ୟ ଶିକ୍ଷା କରି ଦୃଢ଼ ଭାବରେ ବିଶ୍ୱାସ କରୁଛ, ସେ ସବୁରେ ତୁମେ ଅଟଳ ରୁହ। ତୁମର ଶିକ୍ଷକମାନେ କିଏ, ତୁମେ ଜାଣିଛ।
15
ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରି ପରିତ୍ରାଣ ଲାଭ କରିବା ଜ୍ଞାନ ଯେଉଁ ପବିତ୍ର ଧର୍ମଶାସ୍ତ୍ରରେ ସନ୍ନିବେଶିତ, ତୁମେ ବାଲ୍ୟକାଳରୁ ସେ ସବୁ ଶାସ୍ତ୍ର ପଢ଼ି ବୁଝିଛ।
16
ଧର୍ମଶାସ୍ତ୍ର ଈଶ୍ୱରଙ୍କ ଦିବ୍ୟ ପ୍ରେରଣାରେ ପ୍ରଣୀତ- ସତ୍ୟର ଅବତାରଣା ଓ ମିଥ୍ୟାର ପ୍ରତିରୋଧ କରି ଓ ଭ୍ରମ ସଂଶୋଧନ କରିବା ପାଇଁ ପରାମର୍ଶ ଦେଇ, ସତ୍ଜୀବନ ଯାପନ କରିବାକୁ ଧର୍ମଶାସ୍ତ୍ର ସାହାଯ୍ୟ କରେ।
17
ଏହି ଧର୍ମଶାସ୍ତ୍ର ସାହାଯ୍ୟରେ ଈଶ୍ୱରଙ୍କ ସେବକ ସବୁ ପ୍ରକାର ସତ୍କାର୍ଯ୍ୟ କରିବା ପାଇଁ ଆବଶ୍ୟକୀୟ ଶକ୍ତି ଓ ଯୋଗ୍ୟତା ଲାଭ କରିପାରିବ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 4 →
All chapters:
1
2
3
4