bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Timothy 2
2 Timothy 2
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
1
ମୋର ପ୍ରିୟ ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ତାଙ୍କ ଅନୁଗ୍ରହରୁ ଯେଉଁ ଶକ୍ତି ମିଳେ, ସେଥିରେ ତୁମେ ବଳୀୟାନ ହୁଅ।
2
ବହୁ ସାକ୍ଷୀଙ୍କ ଉପସ୍ଥିତିରେ ମୁଁ ପ୍ରଚାର କରିଥିବା ବିଷୟଗୁଡ଼ିକ ତୁମେ ଶୁଣିଛ। ଅନ୍ୟମାନଙ୍କୁ ଶିକ୍ଷା ଦେବା ପାଇଁ ଦକ୍ଷ ଓ ବିଶ୍ୱାସଯୋଗ୍ୟ ବ୍ୟକ୍ତିମାନଙ୍କୁ ଏ ସବୁ ବିଷୟ ଅବଗତ କରାଅ।
3
ଖ୍ରୀଷ୍ଟ ଯୀଶୁଙ୍କର ଜଣେ ବିଶ୍ୱସ୍ତ ସୈନିକ ରୂପେ ତୁମେ ତାଙ୍କ ପାଇଁ ଦୁଃଖଭୋଗ ବରଣ କର।
4
ଯୁଦ୍ଧ ଅଭିଯାନରେ ନିବିଷ୍ଟ ଥିବାବେଳେ ସୈନିକ କେବଳ ତା’ର ସେନାପତିଙ୍କୁ ସନ୍ତୁଷ୍ଟ କରିବା ପାଇଁ ତତ୍ପର ଥାଏ। ସେତେବେଳେ ସେ କୌଣସି ବେସାମରିକ କାର୍ଯ୍ୟରେ ମନ ଦିଏ ନାହିଁ।
5
ଦୌଡ଼ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଖେଳୁଆଡ଼ ପ୍ରତିଯୋଗିତାର ନିୟମାବଳୀ ପାଳନ ନ କଲେ, ସେଥିରେ ସେ କୃତକାର୍ଯ୍ୟ ହୋଇ ପୁରସ୍କାର ଲାଭ କରିପାରିବ ନାହିଁ।
6
କଠିନ ପରିଶ୍ରମ କରିଥିବା କୃଷକ ଅମଳ ହୋଇଥିବା ଫସଲର ପ୍ରଥମାଂଶ ପାଇବା ଉଚିତ୍।
7
ମୁଁ ଯାହା କହୁଛି, ମନ ଦେଇ ଚିନ୍ତା କର; ତା’ହେଲେ ଏ ସବୁ ବିଷୟର ତାତ୍ପର୍ଯ୍ୟ ବୁଝିବାକୁ ପ୍ରଭୁ ତୁମକୁ ଶକ୍ତି ଦେବେ।
8
ମୁଁ ପ୍ରଚାର କରୁଥିବା ସୁସମାଚାର ଅନୁଯାୟୀ ଯେଉଁ ମୃତ୍ୟୁଞ୍ଜୟୀ ଯୀଶୁ ଖ୍ରୀଷ୍ଟ ଦାଉଦ ରାଜାଙ୍କ ବଂଶଧର, ତାଙ୍କୁ ସ୍ମରଣ କର।
9
ଏହି ସୁସମାଚାର ପ୍ରଚାର କରିବାରୁ ମୁଁ ଅପରାଧୀ ପରି ଶୃଙ୍ଖଳବଦ୍ଧ ହୋଇ କଷ୍ଟ ଭୋଗ କରୁଛି। କିନ୍ତୁ ଈଶ୍ୱରଙ୍କ ବାଣୀକୁ କେହି ଶୃଙ୍ଖଳବଦ୍ଧ କରିପାରିବେ ନାହିଁ।
10
ଈଶ୍ୱରଙ୍କ ମନୋନୀତ ଲୋକମାନେ ଖ୍ରୀଷ୍ଟ ଯୀଶୁଙ୍କଠାରୁ ପ୍ରାପ୍ତ ପରିତ୍ରାଣ ଓ ଶାଶ୍ୱତ ଗୌରବ ଲାଭ କରନ୍ତୁ, ଏହି ଉଦ୍ଦେଶ୍ୟରେ ମୁଁ ସମସ୍ତ ନିର୍ଯ୍ୟାତନା ସହ୍ୟ କରୁଛି।
11
ଏ କଥା ଏକ ନିରାଟ ସତ୍ୟ: ତାଙ୍କ ସହିତ ଆମ୍ଭେମାନେ ଯଦି ମୃତ୍ୟୁଭୋଗ କରିଛୁ, ତାଙ୍କ ସହିତ ସଜୀବ ହୋଇ ମଧ୍ୟ ରହିବୁ।
12
କଷ୍ଟଭୋଗରେ ଯଦି ଅବିଚଳିତ ରହିଥିବୁ, ତାଙ୍କ ସହିତ ଆମ୍ଭେମାନେ ରାଜତ୍ୱ କରିବୁ। ତାଙ୍କୁ ଅସ୍ୱୀକାର କଲେ, ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱୀକାର କରିବେ।
13
କିନ୍ତୁ ତାଙ୍କ ପ୍ରତି ଆମ୍ଭେମାନେ ଅବିଶ୍ୱସ୍ତ ହେଲେ ମଧ୍ୟ, ସେ ସଦା ବିଶ୍ୱସ୍ତ ରହିବେ, କାରଣ ସେ ନିଜ ବିରୁଦ୍ଧରେ ମିଥ୍ୟାଚରଣ କରି ପାରିବେ ନାହିଁ।
14
ତୁମ ମଣ୍ଡଳୀର ଲୋକମାନଙ୍କୁ ଏହି ସବୁ ବିଷୟ ସ୍ମରଣ କରାଇ ଦିଅ ଏବଂ ଶାସ୍ତ୍ରର ଶବ୍ଦାର୍ଥ ବିଷୟରେ ବୃଥା ବାଗ୍ୟୁଦ୍ଧ ନ କରିବାକୁ ସେମାନଙ୍କୁ ସତର୍କ କରିଦିଅ। ଏଭଳି ବାଗ୍ୟୁଦ୍ଧ କାହାରି କିଛି ମଙ୍ଗଳ କରେ ନାହିଁ - ବରଂ ଯେଉଁମାନେ ସେଥିରେ କର୍ଣ୍ଣପାତ କରନ୍ତି, ସେମାନଙ୍କର ସର୍ବନାଶ ହୁଏ।
15
ତୁମେ ଲଜ୍ଜାବୋଧ ନ କରି ଯଥାଶକ୍ତି ନିର୍ଭୁଲ ଭାବରେ ଈଶ୍ୱରଙ୍କ ସତ୍ୟବାର୍ତ୍ତା ପରିବେଷଣ କର; ତାହାହେଲେ, ଜଣେ ବିଶ୍ୱସ୍ତ କର୍ମୀ ରୂପେ ତୁମେ ଈଶ୍ୱରଙ୍କ ପୂର୍ଣ୍ଣ ସମର୍ଥନ ଲାଭ କରିବ।
16
ଯେଉଁ ଧର୍ମଭାବଶୂନ୍ୟ ନିର୍ବୋଧ ବାକ୍ୟାଳାପ ମନୁଷ୍ୟକୁ ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ କରେ, ସେ ସବୁଠାରୁ ତୁମେ ଦୂରରେ ରୁହ।
17
ଯେଉଁମାନେ ଏହିଭଳି ବାକ୍ୟାଳାପ କରନ୍ତି, ସେମାନଙ୍କ ଶିକ୍ଷା ଗଚ୍ଚିତ କ୍ଷତ ପରି କ୍ଷୟକାରୀ - ସେମାନଙ୍କ ମଧ୍ୟରେ ଅଛନ୍ତି ହୁମନାୟ ଓ ଫିଲିତ।
18
ସେମାନେ ସତ୍ୟପଥରୁ ବିଚ୍ୟୁତ ହୋଇଛନ୍ତି ଏବଂ ଏ ଜୀବନରେ ପୁନରୁତ୍ଥାନ ଘଟିଯାଉଛି ବୋଲି ଶିକ୍ଷା ଦେଇ କେତେକ ଧର୍ମବିଶ୍ୱାସକୁ ବିପର୍ଯ୍ୟସ୍ତ କରୁଛନ୍ତି।
19
କିନ୍ତୁ ଈଶ୍ୱର ଯେଉଁ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛନ୍ତି, ତାକୁ କେହି ଦୋହଲାଇ ପାରିବେ ନାହିଁ। ସେହି ଭିତ୍ତିପ୍ରସ୍ତର ଉପରେ ଖୋଦିତ ହୋଇଛି: “ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ଜାଣନ୍ତି - ଯେ ନିଜକୁ ଈଶ୍ୱରଙ୍କ ଲୋକ ବୋଲି ପରିଚୟ ଦିଏ, ସେ ସବୁ ଦୁଷ୍କର୍ମରୁ ବିମୁଖ ହେଉ।”
20
ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ଗୃହରେ ବିଭିନ୍ନ ପ୍ରକାର ପାତ୍ର ମହଜୁଦ୍ ଥାଏ। ସେଥିରୁ କେତୋଟି ମୂଲ୍ୟବାନ- ସୁନା ରୂପାରେ ତିଆରି; ପୁଣି କେତୋଟି ଶସ୍ତା ଦରର - ମାଟି ବା କାଠରେ ତିଆରି। କେତୋଟି ପାତ୍ର ପର୍ବପର୍ବାଣୀ ପ୍ରଭୃତି ଉତ୍ସବ ବେଳେ ବ୍ୟବହୃତ ହୁଏ; ଅନ୍ୟଗୁଡ଼ିକ ଦୈନନ୍ଦିନ କାର୍ଯ୍ୟରେ ଲାଗେ।
21
ଯେ କେହି ସବୁ ପାପ ମନ୍ଦରୁ ନିଜକୁ ଶୁଚି ରଖେ, ସେ ପ୍ରଭୁଙ୍କ ବିଶେଷ କାର୍ଯ୍ୟରେ ବ୍ୟବହୃତ ହେବ, କାରଣ ସେ ପ୍ରଭୁଙ୍କଠାରେ ଅନୁରକ୍ତ, ତାଙ୍କ ପାଇଁ ସେ ଆବଶ୍ୟକ। ଯେ କୌଣସି ମହତ୍ କାର୍ଯ୍ୟରେ ବିନିଯୁକ୍ତ ହେବା ପାଇଁ ସେ ପ୍ରସ୍ତୁତ।
22
ଯେଉଁମାନେ ନିର୍ମଳ ହୃଦୟରେ ଈଶ୍ୱରଙ୍କ ସାହାଯ୍ୟ ପ୍ରାର୍ଥନା କରୁଥାନ୍ତି, ସେମାନଙ୍କ ସଂସ୍ପର୍ଶରେ ରହି ତୁମେ ଯୌବନର ଉତ୍ତେଜନାଗୁଡ଼ିକୁ ଆୟତ୍ତ କର - ପୁଣି ଧାର୍ମିକତା, ବିଶ୍ୱସ୍ତତା, ପ୍ରେମ ଓ ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କର।
23
ଆଉ ଥରେ କହି ରଖୁଛି, ଅବାନ୍ତର ଓ ନିର୍ବୋଧ ଯୁକ୍ତିତର୍କରୁ ଦୂରରେ ରୁହ। ତୁମେ ଜାଣ, ଏ ସବୁର ପରିଣତି କେବଳ କଳହ।
24
ଈଶ୍ୱରଙ୍କ କର୍ମୀ କଳହ କରିବା ଅନୁଚିତ। ସେ ସମସ୍ତଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ଜଣେ ନିପୁଣ ଧୈର୍ଯ୍ୟଶୀଳ ଶିକ୍ଷକ ହେବା ଆବଶ୍ୟକ।
25
ତାଙ୍କୁ ବିରୋଧ କରୁଥିବା ଲୋକମାନଙ୍କର ଦୋଷତ୍ରୁଟି ସେ ମୃଦୁ ଭାବରେ ଦର୍ଶାଇ ଦେଉଥିବେ, କାରଣ ଅନୁତାପ କରି ସତ୍ୟ ଉପଲବ୍ଧି କରିବାକୁ ହୁଏତ ଦିନେ ଈଶ୍ୱର ସେମାନଙ୍କୁ ଅବକାଶ ଦେବେ।
26
ସେତେବେଳେ ପ୍ରକୃତିସ୍ଥ ହୋଇ ସେମାନଙ୍କୁ ବଶୀଭୂତ କରି ରଖିଥିବା ଶୟତାନ ଫାନ୍ଦରୁ ସେମାନେ ନିଷ୍କୃତି ପାଇବେ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
All chapters:
1
2
3
4