bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
2 Timothy 4
2 Timothy 4
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
1
ଈଶ୍ୱରଙ୍କ ସମ୍ମୁଖରେ ଓ ସମସ୍ତ ଜୀବିତ ଓ ମୃତ ଲୋକମାନଙ୍କ ବିଚାର କରିବାକୁ ଓ ରାଜତ୍ୱ କରିବାକୁ ଆସୁଥିବା ଖ୍ରୀଷ୍ଟ ଯୀଶୁଙ୍କ ଉପସ୍ଥିତିରେ, ତାଙ୍କ ରାଜ୍ୟର ଶୁଭ ବାର୍ତ୍ତା ପ୍ରଚାର କରିବା ପାଇଁ ମୁଁ ତୁମକୁ ଏହି ଦୃଢ଼ ଆହ୍ୱାନ ଦେଉଛି:
2
ସମୟ ଅସମୟ ବିଚାର ନ କରି, ତୁମେ ସବୁବେଳେ ସେହି ବିଷୟ ଉପରେ ଜୋର ଦେଇ ବୁଝାଇବ; ଧୈର୍ଯ୍ୟ ସହକାରେ ଶିକ୍ଷା ଦେଇ, କେତେବେଳେ ଭର୍ତ୍ସନା କରି, କେତେବେଳେ ବା ଉତ୍ସାହିତ କରି ଅନ୍ୟମାନଙ୍କ ମନରେ ସେଥିପ୍ରତି ପ୍ରତ୍ୟୟ ଜନ୍ମାଇବ।
3
ଦିନ ଆସିବ, ଯେତେବେଳେ ଲୋକେ ସତ୍ଶିକ୍ଷାକୁ କର୍ଣ୍ଣପାତ କରିବେ ନାହିଁ - ସେମାନେ କେବଳ ନିଜ ନିଜର ଅଭିଳାଷ ଚରିତାର୍ଥ କରିବା ପାଇଁ ଲାଳାୟିତ ହେବେ ଏବଂ ଏ ଦିଗରେ ସେମାନଙ୍କୁ ସମର୍ଥନ କରୁଥିବା ଭଣ୍ଡ ଶିକ୍ଷକମାନଙ୍କୁ ସେମାନେ ସ୍ୱାଗତ କରିବେ।
4
ସତ୍ୟ ପ୍ରତି ବିମୁଖ ହୋଇ ସେମାନେ ମନଗଢ଼ା ଗଳ୍ପ କିମ୍ବଦନ୍ତୀ ଶୁଣିବାକୁ ବ୍ୟଗ୍ର ହେବେ।
5
କିନ୍ତୁ ତୁମେ ସବୁ ପରିସ୍ଥିତିରେ ନିଜକୁ ସଂଯତ କରି ରଖ; ଶୁଭ ବାର୍ତ୍ତାର ପ୍ରଚାରକ ଓ ଈଶ୍ୱରଙ୍କ ବିଶ୍ୱସ୍ତ ସେବକ ରୂପେ ତୁମେ ଦୁଃଖଭୋଗ କରିବାକୁ ପ୍ରସ୍ତୁତ ରୁହ।
6
ମୋର ଜୀବନକୁ ବଳି ଦେଇ ଏଇ ମରଧାମ ତ୍ୟାଗ କରିବାର ବେଳ ଆସିଲାଣି।
7
ଜୀବନ ସଂଗ୍ରାମରେ ମୁଁ ପ୍ରାଣପଣେ ଯୁଦ୍ଧ କରିଛି। ଜୀବନ ଦୌଡ଼ରେ ମୁଁ ନିରୂପିତ ପଥ ଅତିକ୍ରମ କରିଛି; ମୋର ବିଶ୍ୱାସରେ ମୁଁ ଦୃଢ଼ ରହିଛି।
8
ଏବେ ମୋର ଧର୍ମପରାୟଣତା ପାଇଁ ବିଜୟର ପୁରସ୍କାର ଗଚ୍ଛିତ ଅଛି। ନିର୍ଦ୍ଦିଷ୍ଟ ଦିବସରେ ନ୍ୟାୟବାନ ବିଚାରପତି ପ୍ରଭୁ ନିଜେ ମୋତେ ସେହି ପୁରସ୍କାର ପ୍ରଦାନ କରିବେ - କେବଳ ମୋତେ ନୁହେଁ; ପ୍ରେମ ଭକ୍ତି ସହ ଯେଉଁମାନେ ତାଙ୍କ ଆଗମନର ଅପେକ୍ଷା କରନ୍ତି, ସମସ୍ତେ ଏହି ପୁରସ୍କାର ଲାଭ କରିବେ।
9
ମୋ’ ନିକଟକୁ ଶୀଘ୍ର ଆସିବାକୁ ଯଥାସାଧ୍ୟ ଚେଷ୍ଟା କର।
10
ଦୀମା ସାଂସାରିକ ମୋହମାୟାରେ ପଡ଼ି ମୋତେ ପରିତ୍ୟାଗ କରିଛି। ସେ ବର୍ତ୍ତମାନ ଥେସଲନିକାରେ। କ୍ରେସ୍କେନ୍ସ ଗାଲାତିଆକୁ ଓ ତୀତସ ଡଲମାତିଆକୁ ଚାଲିଯାଇଛନ୍ତି।
11
କେବଳ ଲୂକ ମୋ’ ନିକଟରେ ଅଛନ୍ତି। ତୁମେ ସାଙ୍ଗରେ ମାର୍କକୁ ନେଇ ଆସିବ; ସେ ମୋତେ ମୋ’ କାର୍ଯ୍ୟରେ ସାହାଯ୍ୟ କରିପାରିବେ।
12
ତିଖିକସଙ୍କୁ ମୁଁ ଏଫିସସ୍ ପଠାଇଛି।
13
ଟ୍ରୋୟସ୍ ସହରରେ କାର୍ପସ୍ଙ୍କ ପାଖରେ ମୁଁ ଯେଉଁ ଅଙ୍ଗରଖା ଛାଡ଼ି ଆସିଛି, ତୁମେ ଆସିବା ବେଳେ ତାକୁ ସାଙ୍ଗରେ ନେଇ ଆସିବ। ମୋର ପୁସ୍ତକ ଓ ନଥିପତ୍ରଗୁଡ଼ିକୁ ମଧ୍ୟ ନେଇ ଆସିବ।
14
କଂସାରି ଅଲେକ୍ଜାଣ୍ଡେର ମୋର ବହୁତ ଅନିଷ୍ଟ କରିଛି - ପ୍ରଭୁଙ୍କଠାରୁ ସେ ନିଜ କର୍ମ ଅନୁସାରେ ଫଳ ପାଇବ।
15
ଶୁଭ ବାର୍ତ୍ତା ପ୍ରଚାରକୁ ସେ ଘୋର ବିରୋଧ କରୁଥିଲା, ତେଣୁ ତା’ ନିକଟରେ ତୁମେ ସତର୍କତାର ସହିତ ଚଳିବ।
16
ପ୍ରଥମ ଥର ଯେତେବେଳେ ମୋତେ ନିଜ ପକ୍ଷ ସମର୍ଥନ କରିବାକୁ ପଡ଼ିଥିଲା, କେହି ମୋ’ ନିକଟରେ ରହିଲେ ନାହିଁ, ସମସ୍ତେ ମୋତେ ଛାଡ଼ି ଚାଲିଗଲେ। ଈଶ୍ୱର ସେମାନଙ୍କର ଏହି ଦୋଷ ନ ଧରନ୍ତିୁ।
17
କିନ୍ତୁ ଈଶ୍ୱରଙ୍କ ସାନ୍ନିଧ୍ୟ ଅନୁଭବ କରି ଅଣଇହୁଦୀମାନଙ୍କ ମଧ୍ୟରେ ଶୁଭ ବାର୍ତ୍ତା ସମ୍ୟକ୍ ପ୍ରଚାର କରିବା ପାଇଁ ମୁଁ ଯଥେଷ୍ଟ ଶକ୍ତି ପାଇଲି ଏବଂ ମୁଁ ପ୍ରାଣଦଣ୍ଡରୁ ମଧ୍ୟ ରକ୍ଷା ପାଇଲି।
18
ମୋର ବିଶ୍ୱାସ, ପ୍ରଭୁ ମୋତେ ସମସ୍ତ ବିପଦରୁ ରକ୍ଷା କରି ଶେଷରେ ତାଙ୍କ ସ୍ୱର୍ଗରାଜ୍ୟକୁ ନିରାପଦରେ ନେଇଯିବେ। ସେ ଯୁଗେ ଯୁଗେ ଗୌରବାନ୍ୱିତ ହୁଅନ୍ତୁ। ଆମେନ୍।
19
ପ୍ରିସ୍କା, ଆକ୍ୱିଲା ଓ ଅନୀସିଫରଙ୍କ ପରିବାରଙ୍କୁ ମୋର ନମସ୍କାର ଜଣାଅ।
20
ଇଗଷ୍ଟସ୍ କରିନ୍ଥରେ ରହି ଯାଇଛନ୍ତି। ଟ୍ରୋଫିମସ୍ଙ୍କୁ ତାଙ୍କ ଅସୁସ୍ଥତା ଲାଗି ମୁଁ ମିଲିଟସ୍ରେ ଛାଡ଼ି ଆସିଛି।
21
ଶୀତ ଋତୁ ପୂର୍ବରୁ ଏଠାକୁ ଆସିବା ପାଇଁ ଚେଷ୍ଟା କର। ଇଉବୁଲସ୍, ପୁଦେନସ୍, ଲିନସ୍, କ୍ଲାଦିଆ ଏବଂ ଏଠିକାର ଅନ୍ୟାନ୍ୟ ଖ୍ରୀଷ୍ଟବିଶ୍ୱାସୀ ଭାଇମାନେ ତୁମକୁ ଶୁଭେଚ୍ଛା ଜଣାଉଛନ୍ତି।
22
ପ୍ରଭୁ ତୁମ ଅନ୍ତରରେ ବାସ କରନ୍ତୁ। ଈଶ୍ୱରଙ୍କ ଅନୁଗ୍ରହ ତୁମ ସମସ୍ତଙ୍କ ସହିତ ରହୁ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
All chapters:
1
2
3
4