bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Colossians 2
Colossians 2
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
1
ତୁମ୍ଭମାନଙ୍କ ପାଇଁ, ଲାଉଦିକିଆବାସୀ ଓ ମୋତେ ଚିହ୍ନି ନ ଥିବା ସମସ୍ତ ଲୋକଙ୍କ ପାଇଁ ମୁଁ ଯେ କେତେ କଠିନ ପରିଶ୍ରମ କରୁଛି, ତାହା ତୁମ୍ଭେମାନେ ଜାଣ ବୋଲି ମୁଁ ଚାହେଁ।
2
ତୁମେ ସମସ୍ତେ ଯେପରି ଉତ୍ସାହିତ ହେବ, ପରସ୍ପର ସହିତ ପ୍ରେମରେ ଆବଦ୍ଧ ହେବ ଓ ପ୍ରକୃତ ଜ୍ଞାନ ଲାଭ କରି ନିଶ୍ଚିତ ଭରସାରୂପ ସମ୍ପଦର ପୂର୍ଣ୍ଣ ଅଧିକାରୀ ହେବ, ଏହା ମୋର ଉଦ୍ଦେଶ୍ୟ। ଏହା ଦ୍ୱାରା ତୁମେ ସମସ୍ତେ ଜାଣିବ ଯେ, ଯୀଶୁ ଖ୍ରୀଷ୍ଟ ହିଁ ଈଶ୍ୱରଙ୍କ ସେହି ନିଗୂଢ଼ ତତ୍ତ୍ୱ।
3
ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ସେହି ଚାବି କାଠି, ଯାହା ଈଶ୍ୱରଙ୍କର ବୁଦ୍ଧି ଓ ଜ୍ଞାନରୂପ ସମସ୍ତ ଗୁପ୍ତ ସମ୍ପଦର ଭଣ୍ଡାର ଖୋଲିଦିଏ।
4
କେହି ତୁମ୍ଭମାନଙ୍କୁ ଯେପରି ବାକ୍ ଚାତୁରୀରେ ପ୍ରତାରିତ ନ କରେ, ସେଥିପାଇଁ ମୁଁ ଏହା କହି ରଖୁଛି।
5
କାରଣ ଶାରୀରିକଭାବେ ଅନୁପସ୍ଥିତ ଥିଲେ ସୁଦ୍ଧା, ଆତ୍ମିକ ଭାବରେ ମୁଁ ତୁମ୍ଭମାନଙ୍କ ସହିତ ଅଛି। ଖ୍ରୀଷ୍ଟଙ୍କ ଉପରେ ଦୃଢ଼ ବିଶ୍ୱାସ ରଖି ତୁମ୍ଭେମାନେ ଯେପରି ସୁଶୃଙ୍ଖଳିତ ହୋଇଛ, ତାହା ଦେଖି ମୁଁ ଆନନ୍ଦିତ। ଖ୍ରୀଷ୍ଟ ଓ ଜୀବନର ପୂର୍ଣ୍ଣତା
6
ଯେହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କୁ ପ୍ରଭୁ ରୂପେ ଗ୍ରହଣ କରିଛ, ତାଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କର।
7
ତୁମ୍ଭମାନଙ୍କର ଭିତ୍ତିମୂଳ ତାଙ୍କ ଉପରେ ଦୃଢ଼ ରୂପେ ସ୍ଥାପନ କରି ଜୀବନ ଗଠନ କର ଓ ତୁମେ ପ୍ରାପ୍ତ ହୋଇଥିବା ଶିକ୍ଷାନୁଯାୟୀ ବିଶ୍ୱାସରେ ଅଧିକ ବଳିଷ୍ଠ ହୁଅ। ତୁମ୍ଭମାନଙ୍କର ହୃଦୟ କୃତଜ୍ଞତାରେ ପରିପୂର୍ଣ୍ଣ ହେଉ।
8
ସାବଧାନ, କେହି ଯେପରି ତୁମକୁ ମନୁଷ୍ୟର ବିଭ୍ରାନ୍ତିକର ଅସାର ଜ୍ଞାନ ଦ୍ୱାରା ବଶୀଭୂତ ନ କରେ। ସେହି ସବୁ ଜ୍ଞାନ ଖ୍ରୀଷ୍ଟଙ୍କ ଶିକ୍ଷାରୁ ଆସି ନ ଥାଏ। ତାହା ମନୁଷ୍ୟ ସମାଜର ପାରମ୍ପରିକ ଶିକ୍ଷା ଓ ବିଶ୍ୱସ ଉପରେ କର୍ତ୍ତୃତ୍ୱ କରୁଥିବା ଅଶରୀରୀ ଶକ୍ତିମାନଙ୍କ ଶିକ୍ଷାର ଫଳ।
9
କେବଳ ମାନବରୂପୀ ଖ୍ରୀଷ୍ଟଙ୍କଠାରେ ଐଶ୍ୱରିକ ସ୍ୱଭାବ ପୂର୍ଣ୍ଣମାତ୍ରାରେ ନିହିତ ଅଛି।
10
ତାଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ତୁମେ ଜୀବନର ପୂର୍ଣ୍ଣତା ଲାଭ କରିପାରିବ। ଅନ୍ୟ ସମସ୍ତ ଶକ୍ତି ଓ ଆଧିପତ୍ୟ ଉପରେ ଖ୍ରୀଷ୍ଟଙ୍କର ପ୍ରଭୁତ୍ୱ ହିଁ ସର୍ବୋଚ୍ଚ।
11
ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଜୀବନ ହିଁ ତୁମ୍ଭମାନଙ୍କର ସୁନ୍ନତ ସ୍ୱରୂପ। ଏହି ସୁନ୍ନତ ମନୁଷ୍ୟକୃତ ନୁହେଁ, ତାହା ଖ୍ରୀଷ୍ଟଙ୍କ ଦ୍ୱାରା ସାଧିତ। ତାହା ମନୁଷ୍ୟକୁ ପାପପୂର୍ଣ୍ଣ ଶାରୀରିକ ପ୍ରବୃତ୍ତିରୁ ମୁକ୍ତି ଦିଏ।
12
କାରଣ ଜଳଦୀକ୍ଷା ଗ୍ରହଣ କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହୋଇଥିଲ ଏବଂ ଯୀଶୁ ଖ୍ରୀଷ୍ଟଙ୍କୁ ପୁନରୁତ୍ଥିତ କରିଥିବା ଈଶ୍ୱରଙ୍କ ସକ୍ରିୟ ଶକ୍ତିରେ ବିଶ୍ୱାସ କରିବା ଦ୍ୱାରା ଖ୍ରୀଷ୍ଟଙ୍କ ସହିତ ତୁମ୍ଭେମାନେ ମଧ୍ୟ ପୁନରୁତ୍ଥିତ ହୋଇଅଛ।
13
ତୁମ୍ଭମାନଙ୍କର ପାପ ହେତୁ ଏବଂ ତୁମ୍ଭେମାନେ ବ୍ୟବସ୍ଥାବିହୀନ ଅଣଇହୁଦୀ ଥିବାରୁ ଏକଦା ତୁମ୍ଭେମାନେ ଆଧ୍ୟାତ୍ମିକଭାବେ ମୃତ ଥିଲ; କିନ୍ତୁ ଈଶ୍ୱର ବର୍ତ୍ତମାନ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କୁ ସଞ୍ଜୀବିତ କରାଇଛନ୍ତି। ଈଶ୍ୱର ଆମ୍ଭମାନଙ୍କର ସମସ୍ତ ପାପ କ୍ଷମା କରିଛନ୍ତି।
14
ସେ ଆମ୍ଭମାନଙ୍କ ବିରୁଦ୍ଧରେ ଥିବା ବ୍ୟବସ୍ଥାର ଦଲିଲ୍ ଏବଂ ଏହାର ବିଧିବିଧାନକୁ କ୍ରୁଶବିଦ୍ଧ କରି ଋଦ୍ଧ କରି ଦେଇଛନ୍ତି।
15
ପୁଣି ସେହି କ୍ରୁଶ ଉପରେ ଖ୍ରୀଷ୍ଟ ସମସ୍ତ ପ୍ରକାର ଶକ୍ତି ଓ ଆଧିପତ୍ୟରୁ ନିଜକୁ ମୁକ୍ତ କରିଛନ୍ତି ଓ ସେମାନଙ୍କୁ ବନ୍ଦୀ କରି ନିଜର ବିଜୟ ଶୋଭା ଯାତ୍ରାରେ ସର୍ବସାଧାରଣଙ୍କ ସମ୍ମୁଖରେ ସେମାନଙ୍କୁ ଉପହାସ୍ୟ କରିଛନ୍ତି।
16
ତେଣୁ କେହି ତୁମର ଖାଇବା, ପିଇବା, ପବିତ୍ର ତିଥି ବା ଅମାବାସ୍ୟା ଉତ୍ସବ, କିମ୍ବା ବିଶ୍ରାମବାର ବିଷୟରେ କୌଣସି ନିୟମ ପ୍ରସ୍ତୁତ ନ କରୁ।
17
ସେ ସମସ୍ତ କେବଳ ଭବିଷ୍ୟତରେ ଘଟିବାକୁ ଯାଉଥିବା ବିଷୟର ଛାୟା ସ୍ୱରୂପ। ଖ୍ରୀଷ୍ଟ ହିଁ ସମସ୍ତ ବାସ୍ତବତାର ଆଧାର।
18
ଯେଉଁମାନେ ବିଶେଷ ଦର୍ଶନ, ଛଳ ନମ୍ରତା ଓ ସ୍ୱର୍ଗଦୂତ ପୂଜା ଉପରେ ଗୁରୁତ୍ୱ ଦେଇ ଆତ୍ମବଡ଼ିମା କରନ୍ତି, ସେମାନଙ୍କୁ ଦେଖି ତୁମ୍ଭେମାନେ ନିଜକୁ ହୀନ ମନେ କର ନାହିଁ। ଏହିପରି ଲୋକମାନେ ନିଜର ମାନବୀୟ ଚିନ୍ତା ଦ୍ୱାରା ଅହେତୁକ ଗର୍ବରେ ସ୍ଫୀତ ହୋଇଥାଆନ୍ତି।
19
ଶରୀରର ମସ୍ତକ ସ୍ୱରୂପ ଖ୍ରୀଷ୍ଟଙ୍କଠାରୁ ସେମାନେ ବିଚ୍ଛିନ୍ନ ହୋଇଛନ୍ତି। ତାଙ୍କ ନିୟନ୍ତ୍ରଣରେ ଅଙ୍ଗପ୍ରତ୍ୟେଙ୍ଗଗୁଡ଼ିକ ସନ୍ଧି ଓ ଶିରା ପ୍ରଶିରା ଦ୍ୱାରା ପରସ୍ପର ସହିତ ସଂଲଗ୍ନ ହୋଇ ପରିପୁଷ୍ଟ ହୁଏ ଏବଂ ଶରୀର ଈଶ୍ୱରଙ୍କ ଅଭିମତ ଅନୁଯାୟୀ ବୃଦ୍ଧି ପାଏ।
20
ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହ ମୃତ୍ୟୁଭୋଗ କରିଛ ଓ ଏହି ବିଶ୍ୱ ଉପରେ କର୍ତ୍ତୃତ୍ୱ କରୁଥିବା ଶକ୍ତିମାନଙ୍କ କବଳରୁ ମୁକ୍ତି ଲାଭ କରିଛ। ତେବେ କାହିଁକି ତୁମ୍ଭେମାନେ ଜାଗତିକମନା ଲୋକଙ୍କ ପରି ଜୀବନ କାଟୁଛ? କାହିଁକି ତୁମ୍ଭେମାନେ ଏହିପରି ନିୟମସବୁ ପାଳନ କର, ଯଥା
21
“ଏହା ଧର ନାହିଁ”, “ତାହା ଖାଅ ନାହିଁ”, “ତାହା ଛୁଅଁ ନାହିଁ?”
22
ଏସବୁ ବିଷୟ କ୍ଷୟଣୀୟ। ଏହା ବ୍ୟବହୃତ ହେବା ସଙ୍ଗେ ସଙ୍ଗେ ମୂଲ୍ୟହୀନ ହୋଇପଡ଼େ। ଏଗୁଡ଼ିକ କେବଳ ମନୁଷ୍ୟକୃତ ନିୟମ ଓ ଶିକ୍ଷା।
23
ଅବଶ୍ୟ ସ୍ୱର୍ଗଦୂତ ପୂଜା, ଛଳ, ନମ୍ରତା ଓ ଆତ୍ମନିପୀଡ଼ନ କରିବା ପାଇଁ ପ୍ରବର୍ତ୍ତାଉ ଥିବା ଏହିସବୁ ନିୟମ ଗଭୀର ଜ୍ଞାନରେ ପ୍ରଣୀତ ବୋଲି ମନେହୁଏ; କିନ୍ତୁ ଶାରୀରିକ କାମନାକୁ ଦମନ କରିବା ପାଇଁ ଏଗୁଡ଼ିକର ସାମର୍ଥ୍ୟ ନାହିଁ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
All chapters:
1
2
3
4