bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Colossians 3
Colossians 3
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 4 →
1
ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁରୁ ଉତ୍ଥାପିତ ହୋଇଛ। ତେଣୁ ସ୍ୱର୍ଗସ୍ଥ ବିଷୟ ପ୍ରତି ମନୋନିବେଶ କର, କାରଣ ଖ୍ରୀଷ୍ଟ ସ୍ୱର୍ଗରେ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ।
2
ପାର୍ଥିବ ବିଷୟ ପ୍ରତି ଆସକ୍ତ ନ ହୋଇ ସ୍ୱର୍ଗୀୟ ବିଷୟ ପ୍ରତି ଆସକ୍ତ ହୁଅ,
3
କାରଣ ତୁମେ ମୃତ୍ୟୁ ବରଣ କରିଅଛ ଓ ଖ୍ରୀଷ୍ଟଙ୍କ ସହିତ ତୁମ ଜୀବନ ଈଶ୍ୱରଙ୍କଠାରେ ସଂଗୁପ୍ତ ରହିଛି।
4
ଖ୍ରୀଷ୍ଟ ହିଁ ତୁମର ଜୀବନ ଏବଂ ସେ ଯେତେବେଳେ ପ୍ରକାଶିତ ହେବେ, ସେତେବେଳେ ତୁମ୍ଭେମାନେ ମଧ୍ୟ ତାହାଙ୍କ ଗୌରବର ଅଂଶୀ ହୋଇ ପ୍ରକାଶିତ ହେବ।
5
ତୁମ ଅନ୍ତରରେ କାର୍ଯ୍ୟରତ ଜାଗତିକ ପ୍ରବୃତ୍ତିଗୁଡ଼ିକ ଯଥା - କାମୁକତା, ଅଶୁଚିତା, ଇନ୍ଦ୍ରିୟାସକ୍ତି, ଦୁରଭିଳାଷ ଓ ଲୋଭକୁ ତୁମ୍ଭେମାନେ ବିନାଶ କର। ଲୋଭ ପ୍ରତିମା ପୂଜାର ଏକ ରୂପାନ୍ତର।
6
ଏ ସବୁରେ ଲିପ୍ତ ରହି ଯେଉଁମାନେ ଈଶ୍ୱରଙ୍କ ଅବାଧ୍ୟ ହୁଅନ୍ତି, ସେମାନଙ୍କ ଉପରେ ଈଶ୍ୱରଙ୍କ କ୍ରୋଧ ପ୍ରଜ୍ଜ୍ୱଳିତ ହେବ।
7
ଦିନେ ତୁମ୍ଭେମାନେ ଏହି ସବୁ କୁପ୍ରବୃତ୍ତିର ବଶବର୍ତ୍ତୀ ହୋଇ ଜୀବନ ଯାପନ କରୁଥିଲ।
8
କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କୁ କ୍ରୋଧ, ହିଂସା, ଘୃଣାଭାବ ପ୍ରଭୃତି ବର୍ଜନ କରିବାକୁ ହେବ। ତୁମେ ଅପବାଦସୂଚକ କଥା ବା ଅଶ୍ଳୀଳ ଭାଷା ଆଦୌ କୁହ ନାହିଁ।
9
ପରସ୍ପରକୁ ମିଥ୍ୟା କୁହ ନାହିଁ, କାରଣ ତୁମ୍ଭେମାନେ ପୁରାତନ ସ୍ୱଭାବ ଓ ତା’ର ଆଚରଣ ପରିତ୍ୟାଗ କରିଛ,
10
ଏବଂ ନୂତନ ସ୍ୱଭାବ ଧାରଣ କରିଛ। ମନୁଷ୍ୟର ଏହି ନବୀକରଣ, ସ୍ରଷ୍ଟା ଈଶ୍ୱର ନିଜ ପ୍ରତିମୂର୍ତ୍ତିରେ ଅବିରତ ସାଧନ କରୁଛନ୍ତି। ଏଥିଦ୍ୱାରା ତୁମ୍ଭେମାନେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନପ୍ରାପ୍ତ ହେଉଛ।
11
ଫଳରେ, ଇହୁଦୀ, ଅଣଇହୁଦୀ, ସୁନ୍ନତ ଓ ଅସୁନ୍ନତ, ମ୍ଲେଚ୍ଛ, ବର୍ବର, କ୍ରୀତଦାସ ବା ସ୍ୱାଧୀନ ବ୍ୟକ୍ତି ମଧ୍ୟରେ ଆଉ କୌଣସି ପ୍ରଭେଦ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କ ମଧ୍ୟରେ ଅଛନ୍ତି ଓ ସେ ହେଉଛନ୍ତି ସର୍ବେସର୍ବା।
12
ତୁମ୍ଭେମାନେ ଈଶ୍ୱରଙ୍କ ଲୋକ। ସେ ତୁମ୍ଭମାନଙ୍କୁ ପ୍ରେମ କରି ନିଜ ପାଇଁ ମନୋନୀତ କରିଛନ୍ତି। ତେଣୁ ତୁମ୍ଭେମାନେ ଅନୁକମ୍ପା, ଦୟା, ନମ୍ରତା, ସୁଶୀଳତା ଓ ଧୈର୍ଯ୍ୟରୂପ ବସ୍ତ୍ର ପରିଧାନ କର।
13
ପରସ୍ପର ପ୍ରତି ସହନଶୀଳ ହୁଅ ଏବଂ ଯଦି କାହାର ଅନ୍ୟ ବିରୁଦ୍ଧରେ ଅଭିଯୋଗ ଥାଏ, ତେବେ ପରସ୍ପରକୁ କ୍ଷମା କର। ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ସେହିପରି ପରସ୍ପରକୁ କ୍ଷମା କର।
14
ପୁଣି ଏହି ସମସ୍ତ ଗୁଣ ସହିତ ପ୍ରେମକୁ ଯୋଗ କର। ପ୍ରେମ ସମସ୍ତ ବିଷୟକୁ ପୂର୍ଣ୍ଣାଙ୍ଗ କରି ଏକତାବଦ୍ଧ କରେ।
15
ଖ୍ରୀଷ୍ଟପ୍ରଦତ୍ତ ଶାନ୍ତି ତୁମ୍ଭମାନଙ୍କ ସଙ୍କଳ୍ପକୁ ପରିଚାଳିତ କରୁ; କାରଣ ଏହି ଶାନ୍ତି ନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ଏକତ୍ରଭାବେ ଏକ ଶରୀର ହେବା ପାଇଁ ଆହ୍ୱାନ କରିଛନ୍ତି। ସର୍ବଦା କୃତଜ୍ଞ ହୁଅ।
16
ଖ୍ରୀଷ୍ଟଙ୍କ ବାର୍ତ୍ତାର ପ୍ରଚୁର ଐଶ୍ୱର୍ଯ୍ୟ ତୁମ ଅନ୍ତରରେ ବାସ କରୁ। ଜ୍ଞାନର ସହିତ ପରସ୍ପରକୁ ଶିକ୍ଷା ଓ ପରାମର୍ଶ ଦିଅ। ସ୍ତବ, ସ୍ତୁତି ଓ ସଂକୀର୍ତ୍ତନ କର। ଅନ୍ତରର କୃତଜ୍ଞତା ସହ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ, ଭଜନ କର।
17
ତୁମ୍ଭେମାନେ ବାକ୍ୟ ବା କାର୍ଯ୍ୟରେ ଯାହା କିଛି କର, ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। ନୂତନ ଜୀବନରେ ବ୍ୟକ୍ତିଗତ ସମ୍ପର୍କ
18
ହେ ସ୍ତ୍ରୀମାନେ, ତୁମ ସ୍ୱାମୀମାନଙ୍କର ବଶୀଭୂତା ହୁଅ, କାରଣ ଖ୍ରୀଷ୍ଟଙ୍କ ଅନୁଗାମୀ ରୂପେ ଏହା ତୁମ୍ଭମାନଙ୍କର କର୍ତ୍ତବ୍ୟ।
19
ହେ ସ୍ୱାମୀମାନେ, ତୁମ୍ଭମାନଙ୍କର ସ୍ତ୍ରୀମାନଙ୍କୁ ପ୍ରେମ କର। ସେମାନଙ୍କ ପ୍ରତି ରୁକ୍ଷ ଆଚରଣ କର ନାହିଁ।
20
ସନ୍ତାନଗଣ, ସର୍ବଦା ତୁମ୍ଭମାନଙ୍କ ପିତାମାତାଙ୍କର ବାଧ୍ୟ ହୁଅ। ଏହା ତୁମର ଖ୍ରୀଷ୍ଟୀୟ କର୍ତ୍ତବ୍ୟ, କାରଣ ଏଥିରେ ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି।
21
ହେ ପିତାମାନେ, ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ଉତ୍ତ୍ୟକ୍ତ କର ନାହିଁ। କାରଣ ଏହା ଫଳରେ ସେମାନେ ନିରୁତ୍ସାହିତ ହେବେ।
22
ହେ କ୍ରୀତଦାସଗଣ, ସବୁ ବିଷୟରେ ତୁମ ମୁନିବମାନଙ୍କର ବାଧ୍ୟ ହୁଅ। କେବଳ ସେମାନେ ତୁମ୍ଭମାନଙ୍କ ପ୍ରତି ଦୃଷ୍ଟି ରଖିଥିବା ସମୟରେ ସେମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ନୁହେଁ, ମାତ୍ର ପ୍ରଭୁଙ୍କ ପ୍ରତି ତୁମ୍ଭମାନଙ୍କର ଭକ୍ତି ହେତୁ ସରଳ ହୃଦୟରେ ଏହା କର।
23
ତୁମ୍ଭେମାନେ ଯାହା କର, ତାହା ମନୁଷ୍ୟ ପାଇଁ ନ କରି ଈଶ୍ୱରଙ୍କ ପାଇଁ କରୁଛ ବୋଲି ଭାବି ପୂର୍ଣ୍ଣପ୍ରାଣରେ କର।
24
ମନେରଖ, ଈଶ୍ୱର ତାଙ୍କ ଲୋକମାନଙ୍କ ପାଇଁ ଯାହା ରଖିଛନ୍ତି, ତାହା ସେ ତୁମକୁ ପୁରସ୍କାର ସ୍ୱରୂପେ ଦେବେ। କାରଣ ଖ୍ରୀଷ୍ଟ ହିଁ ତୁମର ପ୍ରକୃତ ପ୍ରଭୁ, ଯାହାଙ୍କର ସେବା ତୁମେ କରୁଛ।
25
ଆଉ ପ୍ରତ୍ୟେକ ଦୁଷ୍କର୍ମକାରୀ ତା’ର ଅପକର୍ମ ନିମନ୍ତେ ଫଳ ପାଇବ, କାରଣ ଈଶ୍ୱର ନିରପେକ୍ଷ ଭାବରେ ସମସ୍ତଙ୍କର ବିଚାର କରନ୍ତି।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 4 →
All chapters:
1
2
3
4