bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Colossians 4
Colossians 4
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
1
ମୁନିବଗଣ, ତୁମ୍ଭମାନଙ୍କ ଦାସମାନଙ୍କ ପ୍ରତି ଉପଯୁକ୍ତ ଓ ନ୍ୟାୟ ଆଚରଣ କର। ମନେରଖ, ସ୍ୱର୍ଗରେ ତୁମର ମଧ୍ୟ ଜଣେ ପ୍ରଭୁ ଅଛନ୍ତି।
2
ଅବିରତ ପ୍ରାର୍ଥନାଶୀଳ ଜୀବନ ଯାପନ କର ଏବଂ ଈଶ୍ୱରଙ୍କ ଧନ୍ୟବାଦ କରି ପ୍ରାର୍ଥନାରେ ସଜାଗ ରୁହ।
3
ଖ୍ରୀଷ୍ଟଙ୍କ ନିଗୂଢ଼ ତତ୍ତ୍ୱ ପ୍ରଚାର କରିବା ଉଦ୍ଦେଶ୍ୟରେ ଈଶ୍ୱର ଯେପରି ଆମକୁ ବିଶେଷ ସୁଯୋଗ ଦେବେ, ସେଥିପାଇଁ ମଧ୍ୟ ପ୍ରାର୍ଥନା କର। ଯେଉଁ ବାର୍ତ୍ତା ପ୍ରଚାର କରିବା ଯୋଗୁଁ ମୁଁ ଏବେ ବନ୍ଦୀଶାଳାରେ ଅଛି,
4
ପ୍ରାର୍ଥନା କର, ଯେପରି ମୁଁ ଯଥାଯଥ ଓ ସୁସ୍ପଷ୍ଟଭାବେ ତାହା ପ୍ରଚାର କରିପାରିବି।
5
ପ୍ରତ୍ୟେକ ସୁଯୋଗର ସଦୁପଯୋଗ କରି ଅଣବିଶ୍ୱାସୀମାନଙ୍କ ନିକଟରେ ବିଜ୍ଞତାର ସହ ଆଚରଣ କର।
6
ତୁମ୍ଭମାନଙ୍କର କଥା ସବୁବେଳେ ସୁମିଷ୍ଟ ଓ ମନୋମୁଗ୍ଧକର ହେଉ। ପ୍ରତ୍ୟେକଙ୍କୁ କିପରି ସଠିକ୍ ଉତ୍ତର ଦେଇ ପାରିବ, ଏ କଥା ତୁମ୍ଭେମାନେ ଜାଣିବା ଆବଶ୍ୟକ।
7
ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ କର୍ମୀ ଓ ମୋର ସହକର୍ମୀ ପ୍ରିୟ ଭାଇ ତୁଖିକ ମୋ’ ସମ୍ପର୍କରେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇବେ।
8
ଆମେ କିପରି ଅଛୁ, ସବୁ ବିଷୟ କହି ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ ମୁଁ ତାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଉଛି।
9
ତାଙ୍କ ସଙ୍ଗରେ ତୁମ ଦଳ ଅନ୍ତର୍ଭୁକ୍ତ ପ୍ରିୟ ବିଶ୍ୱସ୍ତ ଭାଇ ଅନିସିବ ମଧ୍ୟ ଯାଉଛନ୍ତି। ସେମାନେ ତୁମକୁ ଏଠାରେ ଘଟୁଥିବା ସମସ୍ତ କଥା ଜଣାଇବେ।
10
ମୋର ସହବନ୍ଦୀ ଆରିସ୍ତାର୍ଖ ଓ ତାଙ୍କ ସହିତ ବର୍ଣ୍ଣବାଙ୍କ ଆତ୍ମୀୟ ମାର୍କ ମଧ୍ୟ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି। ମାର୍କ ତୁମ ପାଖକୁ ଗଲେ ତାଙ୍କୁ ସ୍ୱାଗତ କର। ଏହି ନିର୍ଦ୍ଦେଶ ତୁମ୍ଭମାନଙ୍କୁ ପୂର୍ବରୁ ଦିଆଯାଇଛି।
11
ଯୁସ୍ତ ନାମରେ ପରିଚିତ ଯିହୋଶୂୟ ମଧ୍ୟ ନମସ୍କାର ଜଣାଉଛନ୍ତି। ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିବା କେବଳ ଏହି ତିନି ଜଣ ଇହୁଦୀ ଈଶ୍ୱରଙ୍କ ରାଜ୍ୟ ପାଇଁ ମୋ’ ସହକର୍ମୀ ହୋଇ ମୋତେ ବହୁତ ସାହାଯ୍ୟ କରିଛନ୍ତି।
12
ତୁମ ଦଳର ଆଉ ଜଣେ ସଭ୍ୟ ଓ ଖ୍ରୀଷ୍ଟ ଯୀଶୁଙ୍କର ସେବକ ଏପାଫ୍ରା ନମସ୍କାର ଜଣାଉଛନ୍ତି। ଈଶ୍ୱରଙ୍କ ଇଚ୍ଛାର ସମ୍ପୂର୍ଣ୍ଣ ବାଧ୍ୟ ହୋଇ ତୁମ୍ଭେମାନେ ଯେପରି ପରିପକ୍ୱ ଓ ଦୃଢ଼ ଖ୍ରୀଷ୍ଟବିଶ୍ୱାସୀ ସ୍ୱରୂପେ ଅବିଚଳିତଭାବେ ଛିଡ଼ା ହୋଇପାରେ, ସେଥିପାଇଁ ସେ ଅବିରତ ଈଶ୍ୱରଙ୍କ ନିକଟରେ ଆକୁଳ ପ୍ରାର୍ଥନା କରୁଛନ୍ତି।
13
ତୁମ ପାଇଁ, ଲାଉଦିସିଆ ଓ ହିଏରାପଲିର ଲୋକମାନଙ୍କ ପାଇଁ ସେ କରିଥିବା କଠିନ ପରିଶ୍ରମ ସମ୍ପର୍କରେ ମୁଁ ନିଜେ ସାକ୍ଷ୍ୟ ଦେଉଛି।
14
ପ୍ରିୟ ଚିକିତ୍ସକ ଲୂକ ଓ ଦୀମା ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।
15
ଲାଉଦିସିଆର ଭାଇମାନଙ୍କୁ, ଭଉଣୀ ନୁମଫା ଓ ତାଙ୍କ ଘରେ ଏକତ୍ରିତ ହେଉଥିବା ମଣ୍ଡଳୀର ସମସ୍ତଙ୍କୁ ଆମର ଶୁଭେଚ୍ଛା ଜଣାଅ।
16
ତୁମେ ଏହି ପତ୍ର ପଢ଼ି ସାରିବା ପରେ ଲାଉଦିସିଆ ମଣ୍ଡଳୀରେ ମଧ୍ୟ ଯେପରି ଏହା ପାଠ କରାଯାଏ, ତାହାର ବ୍ୟବସ୍ଥା କର। ଲାଉଦିସିଆ ମଣ୍ଡଳୀର ଭାଇମାନେ ତୁମ ପାଖକୁ ଯେଉଁ ପତ୍ର ପଠାଇବେ, ତାହା ମଧ୍ୟ ପାଠ କର।
17
ଆଉ ଆର୍ଖିପ୍ପଙ୍କୁ କହିବ, “ପ୍ରଭୁଙ୍କ ସେବା କରିବା ପାଇଁ ତୁମକୁ ଯେଉଁ ଦାୟିତ୍ୱ ଦିଆଯାଇ ଥିଲା, ତାହା ନିଶ୍ଚିତ ରୂପେ ସମ୍ପନ୍ନ କର।”
18
ମୁଁ ପାଉଲ ସ୍ୱାକ୍ଷର ସହ, ମୋର ଶୁଭେଚ୍ଛା ଜଣାଉଛି। ମୋର ବନ୍ଦୀ ଅବସ୍ଥାକୁ ଭୁଲି ଯିବ ନାହିଁ। ଈଶ୍ୱରଙ୍କ ଅନୁଗ୍ରହ ତୁମ ସମସ୍ତଙ୍କ ନିକଟରେ ରହୁ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
All chapters:
1
2
3
4