bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Philippians 1
Philippians 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
1
ଫିଲିପୀ ମଣ୍ଡଳୀର ବିଶପ୍ମାନଙ୍କୁ, ଦୀକନମାନଙ୍କୁ ଓ ଖ୍ରୀଷ୍ଟିବିଶ୍ୱାସୀ ସମସ୍ତଙ୍କୁ, ଖ୍ରୀଷ୍ଟ ଯୀଶୁଙ୍କ ଦାସ ପାଉଲ ଓ ତୀମଥିଙ୍କର ପତ୍ର:-
2
ଆମ୍ଭମାନଙ୍କର ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।
3
ଯେତେ ଥର ମୁଁ ତୁମ୍ଭମାନଙ୍କୁ ସ୍ମରଣ କରେ, ମୋ’ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ
4
ଓ ପ୍ରତ୍ୟେକ ଥର ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରିବା ସମୟରେ, ଆରମ୍ଭରୁ ଆଜିଯାଏ ସୁସମାଚାର କାର୍ଯ୍ୟରେ ତୁମ୍ଭେମାନେ ମୋତେ କିପରି ସାହାଯ୍ୟ କରିଛ, ସ୍ମରଣ କରି ମୁଁ ଆନନ୍ଦ ମନରେ ପ୍ରାର୍ଥନା କରେ।
6
ତେଣୁ ମୁଁ ଏ ବିଷୟରେ ନିଶ୍ଚିତ ଯେ, ଯେଉଁ ପ୍ରଭୁ ତୁମ୍ଭମାନଙ୍କଠାରେ ଏହି ସତ୍କାର୍ଯ୍ୟ ଆରମ୍ଭ କରିଛନ୍ତି, ଖ୍ରୀଷ୍ଟ ଯୀଶୁଙ୍କ ପୁନରାଗମନ ଦିନରେ ଏହା ଶେଷ ହେବା ପର୍ଯ୍ୟନ୍ତ ସେ ତାହା ନିର୍ବାହ କରିବେ।
7
ତୁମ୍ଭେମାନେ ସବୁବେଳେ ମୋ’ ଅନ୍ତରରେ ଅଛ; ତେଣୁ ତୁମ୍ଭମାନଙ୍କ ବିଷୟରେ ଏହିପରି ଅନୁଭବ କରିବା ମୋ’ ପକ୍ଷରେ ଯଥାର୍ଥ। ମୁଁ ସ୍ୱାଧୀନ ଥିବା ସମୟରେ ଓ ବର୍ତ୍ତମାନ ଏହି ବନ୍ଦୀ ଅବସ୍ଥାରେ ସୁସମାଚାରର ପ୍ରତିଷ୍ଠା ଓ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବାକୁ ଈଶ୍ୱର ମୋତେ ଯେଉଁ ସୁଯୋଗ ଦେଇଛନ୍ତି, ତୁମ୍ଭେମାନେ ସମସ୍ତେ ଏହାର ଅଂଶୀ ହୋଇଅଛ।
8
ତୁମ ସମସ୍ତଙ୍କ ପ୍ରତି ମୋର ଗଭୀର ସେନ୍ନହ ସ୍ୱୟଂ ଯୀଶୁ ଖ୍ରୀଷ୍ଟଙ୍କଠାରୁ ମୁଁ ପାଇଛି ବୋଲି ଯେତେବେଳେ ମୁଁ କହେ, ଏହା ନିରାଟ ସତ୍ୟ। ଈଶ୍ୱର ଏହାର ସାକ୍ଷୀ ଅଟନ୍ତି।
9
ମୁଁ ପ୍ରାର୍ଥନା କରେ, ଯେପରି ପ୍ରକୃତ ଜ୍ଞାନ ଓ ନ୍ୟାୟ ବିଚାର ସହିତ ତୁମ୍ଭମାନଙ୍କର ପ୍ରେମ ଅଧିକରୁ ଅଧିକତର ବୃଦ୍ଧି ପାଇବ
10
ଓ ତୁମ୍ଭେମାନେ ଯେପରି ଶ୍ରେଷ୍ଠ ବିଷୟ ସବୁ ମନୋନୀତ କରିପାରିବ। ତା’ହେଲେ; ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଆଗମନ ଦିନରେ ପରିଶୁଦ୍ଧ ଓ ଅନିନ୍ଦନୀୟ ରହିବ
11
ଓ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ନିମନ୍ତେ ତୁମ୍ଭମାନଙ୍କର ଜୀବନ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଦତ୍ତ ସମସ୍ତ ସଦ୍ଗୁଣରେ ପରିପୂର୍ଣ୍ଣ ହେବ।
12
ହେ ଭାଇମାନେ! ମୁଁ ତୁମ୍ଭମାନଙ୍କୁ ଜଣାଇବାକୁ ଚାହେଁ ଯେ, ମୋ’ ପ୍ରତି ଯାହା ଯାହା ଘଟିଛି, ତାହା ସୁସମାଚାରର ଅଗ୍ରଗତିକୁ ସାହାଯ୍ୟ କରିଛି।
13
ଫଳରେ, ଏଠାକାର ସମସ୍ତ ପ୍ରସାଦରକ୍ଷୀ ଓ ଅନ୍ୟ ସମସ୍ତେ ଜାଣନ୍ତି ଯେ, ଖ୍ରୀଷ୍ଟଙ୍କର ସେବକ ହୋଇଥିବାରୁ ମୁଁ ବର୍ତ୍ତମାନ ବନ୍ଦୀଶାଳାରେ।
14
କିନ୍ତୁ ମୁଁ ବନ୍ଦୀ ହୋଇଥିବାରୁ ଅନେକ ଭାଇମାନଙ୍କର ପ୍ରଭୁଙ୍କ ପ୍ରତି ଅଧିକ ବିଶ୍ୱାସ ଜନ୍ମିଛି, ପୁଣି ଏହା ଫଳରେ ନିର୍ଭୀକମାନେ ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବାକୁ ସେମାନଙ୍କର ସାହସ ବୃଦ୍ଧି ପାଇଛି।
15
ଅବଶ୍ୟ ସେମାନଙ୍କ ମଧ୍ୟରୁ କେତେକ କଳହପ୍ରିୟ ଓ ଈର୍ଷାନ୍ୱିତ ହୋଇ ପ୍ରଚାର କାର୍ଯ୍ୟରେ ଏବେ ଲାଗି ପଡ଼ିଛନ୍ତି। କିନ୍ତୁ ଅନ୍ୟମାନେ ଆନ୍ତରିକତା ସହିତ ତାହା କରୁଛନ୍ତି।
16
ଏମାନେ ମୋ’ ପ୍ରତି ପ୍ରେମ ଯୋଗୁଁ ତାହା କରନ୍ତି। କାରଣ ସେମାନେ ଜାଣନ୍ତି ଯେ, ଈଶ୍ୱର ମୋତେ ସୁସମାଚାରର ସୁରକ୍ଷା ଦାୟତ୍ୱ ଦେଇଛନ୍ତି।
17
ଅନ୍ୟମାନେ ବିଶ୍ୱସ୍ତଭାବେ ଖ୍ରୀଷ୍ଟଙ୍କ ବାର୍ତ୍ତା ପ୍ରଚାର ନ କରି ସ୍ୱାର୍ଥପର ଉଦ୍ଦେଶ୍ୟ ନେଇ ତା’ କରିଛନ୍ତି। ମୁଁ ବନ୍ଦୀଶାଳାରେ ପଡ଼ିଥିବାବେଳେ ମୋ’ ମନରେ ଅଧିକ କଷ୍ଟ ଦେବାକୁ ସେମାନେ ତାହା କରୁଛନ୍ତି।
18
ସେଥିରେ କିଛି ଯାଏ ଆସେ ନାହିଁ। ସଦୁଉଦ୍ଦେଶ୍ୟରେ ହେଉ ବା ଅସତ୍ ଅଭିପ୍ରାୟ ନେଇ ହେଉ, ଯେ କୌଣସି ଉପାୟରେ ଖ୍ରୀଷ୍ଟଙ୍କ ବାର୍ତ୍ତା ପ୍ରଚାରିତ ହେଲେ, ସେଥିରେ ମୋର ଆନନ୍ଦ। ମୁଁ ଆନନ୍ଦ କରୁଥିବି,
19
କାରଣ, ମୁଁ ଜାଣେ ତୁମ୍ଭମାନଙ୍କର ପ୍ରାର୍ଥନା ଓ ଯୀଶୁ ଖ୍ରୀଷ୍ଟଙ୍କର ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ମୁଁ ମୁକ୍ତି ଲାଭ କରିବି।
20
ଜୀବନରେ ଅବା ମରଣରେ, ମୋର କର୍ତ୍ତବ୍ୟରେ ଅବହେଳା ନ କରି ସବୁ ସମୟରେ ଓ ବିଶେଷରେ ଏହି ଦୁର୍ଦ୍ଦିନରେ ସାହସିକ ହୋଇ ସମ୍ପୂର୍ଣ୍ଣଭାବେ ଯେପରି ମୁଁ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରିବି, ଏହା ହିଁ ମୋର ଏକାନ୍ତ ଆଶା ଓ ଆକାଂକ୍ଷା।
21
ବାସ୍ତବିକ, ମୋ’ ଜୀବନରେ ଖ୍ରୀଷ୍ଟ ହିଁ ସର୍ବେସର୍ବା। ତେଣୁ ମୋ’ ପକ୍ଷରେ ମୃତ୍ୟୁ ଅଧିକ ଲାଭଜନକ ହେବ।
22
କିନ୍ତୁ ଯଦି ବଞ୍ଚିରହି ମୁଁ ଅଧିକ ଫଳପ୍ରଦ କାର୍ଯ୍ୟ କରିପାରେ, ତେବେ ଜୀବନ ବା ମରଣ କାହାକୁ ପସନ୍ଦ କରିବି, ମୁଁ ଠିକ୍ କରିପାରୁ ନାହିଁ।
23
ମୁଁ ଦୁଇଆଡ଼ୁ ଦୁଇଟି ଆକର୍ଷଣର ସମ୍ମୁଖୀନ। ଏ ଜୀବନ ପରିତ୍ୟାଗ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋର ଅତୀବ ଇଚ୍ଛା। ଅବଶ୍ୟ ଏହା ଶ୍ରେୟସ୍କର।
24
କିନ୍ତୁ ତୁମ୍ଭମାନଙ୍କ ନିମନ୍ତେ ମୋର ବଞ୍ଚି ରହିବା ଅଧିକ ଆବଶ୍ୟକ।
25
ମୁଁ ଏ ବିଷୟରେ ନିଶ୍ଚିତ, ଏଣୁ ମୁଁ ଜାଣେ, ମୁଁ ବଞ୍ଚି ରହିବି। ତୁମ୍ଭମାନଙ୍କ ବିଶ୍ୱାସର ଉନ୍ନତି ଓ ଆନନ୍ଦ ପାଇଁ ମୁଁ ତୁମ ସମସ୍ତଙ୍କ ସହିତ ରହିବି।
26
ତାହାହେଲେ, ତୁମ୍ଭେମାନେ ଜୀବନରେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ମୋ’ ପାଇଁ ଅଧିକ ଗର୍ବ ଅନୁଭବ କରିପାରିବ।
27
ମୁଁ ତୁମ୍ଭମାନଙ୍କୁ ଦେଖିପା ପାଇଁ ଯିବାକୁ ସମର୍ଥ ହୁଏ ଅବା ନ ହୁଏ, ବର୍ତ୍ତମାନ ପ୍ରଧାନ ବିଷୟ ହେଉଛି, ତୁମ୍ଭମାନଙ୍କର ଜୀବନ ପ୍ରଣାଳୀ ଯେପରି ଖ୍ରୀଷ୍ଟଙ୍କ ସୁସମାଚାରର ଅନୁରୂପ ହେବ - ମୁଁ ଯେପରି ଶୁଣିବି, ତୁମ୍ଭେମାନେ ଏକ ଉଦ୍ଦେଶ୍ୟ ନେଇ ଦୃଢ଼ ରୂପେ ଠିଆ ହୋଇଛ ଓ ଏକ ଆକାଂକ୍ଷା ନେଇ ସୁସମାଚାର ବିଶ୍ୱାସ ନିମନ୍ତେ ଏକକ ସଂଗ୍ରାମ କରୁଛ।
28
ଶତ୍ରୁମାନଙ୍କୁ ଭୟ କର ନାହିଁ, ସାହସରେ ଅଟଳ ରୁହ। ତାହାହେଲେ, ସେମାନେ ଜାଣି ପାରିବେ ଯେ, ସେମାନଙ୍କର ପରାଜୟ ସୁନିଶ୍ଚିତ ଓ ତୁମ୍ଭେମାନେ ବିଜୟ ଲାଭ କରିବ, କାରଣ ଈଶ୍ୱର ହିଁ ତୁମ୍ଭମାନଙ୍କୁ ଜୟଯୁକ୍ତ କରିବେ।
29
କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ନୁହେଁ, ତାଙ୍କ ନିମନ୍ତେ କ୍ଲେଶଭୋଗ କରିବା ଦ୍ୱାରା ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସେବା କରିବା ପାଇଁ ସୁଯୋଗ ଦିଆଯାଇଛି।
30
ବର୍ତ୍ତମାନ ଏହି ସଂଗ୍ରାମରେ ତୁମ୍ଭେମାନେ ମୋର ଅଂଶ ଗ୍ରହଣ କରିପାର। ଅତୀତରେ ତୁମ୍ଭେମାନେ ମୋତେ ଯେଉଁ ଯୁଦ୍ଧ କରିବାର ଦେଖିଥିଲ, ଏବେ ସୁଦ୍ଧା ମୁଁ ସେହି ଯୁଦ୍ଧରେ ପ୍ରବୃତ୍ତ ରହିଛି ବୋଲି ତୁମ୍ଭେମାନେ ଶୁଣିଥିବ।
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
All chapters:
1
2
3
4