bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Philippians 2
Philippians 2
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
1
ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ତୁମ୍ଭେମାନେ ଜୀବନରେ ବଳିଷ୍ଠ ହୋଇଛ, ପୁଣି ତାଙ୍କର ପ୍ରେମ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦେଉଛି। ତୁମ୍ଭେମାନେ ପବିତ୍ରଆତ୍ମାଙ୍କ ସାହଚର୍ଯ୍ୟ ଉପଭୋଗ କରୁଛ ଏବଂ ପରସ୍ପର ପ୍ରତି ତୁମ୍ଭମାନଙ୍କ ଅନୁକମ୍ପା ଓ ଦୟା ରହିଛି।
2
ତେଣୁ ମୁଁ ତୁମ୍ଭମାନଙ୍କୁ ବିନତି କରେ, ଏକ ଚିନ୍ତାଧାରା ପୋଷଣ କରି, ଏକ ପ୍ରେମର ଅଂଶୀ ହୋଇ ଏବଂ ମନ ଓ ଆତ୍ମାରେ ଏକ ହୋଇ ତୁମ୍ଭେମାନେ ମୋତେ ସମ୍ପୂର୍ଣ୍ଣଭାବେ ସୁଖୀ କରାଅ।
3
ନିଜର ସ୍ୱାର୍ଥସିଦ୍ଧି ପାଇଁ କିମ୍ବା ବଡ଼ିମା ଦେଖାଇ ହେବା ପାଇଁ କୌଣସି କାର୍ଯ୍ୟ କର ନାହିଁ। କିନ୍ତୁ ଅନ୍ୟମାନଙ୍କୁ ନିଜଠାରୁ ଶ୍ରେଷ୍ଠ ମନେକରି ପରସ୍ପର ପ୍ରତି ନମ୍ର ବ୍ୟବହାର କର।
4
କେବଳ ନିଜର ସ୍ୱାର୍ଥ ପ୍ରତି ମନୋଯୋଗୀ ନ ହୋଇ ଅନ୍ୟମାନଙ୍କ ପ୍ରତି ମନୋଯୋଗୀ ହୁଅ।
5
ଖ୍ରୀଷ୍ଟ ଯୀଶୁଙ୍କର ମନୋଭାବ ଯେପରି ଥିଲା, ତୁମ୍ଭମାନଙ୍କର ସେପରି ହେଉ:
6
ତାଙ୍କଠାରେ ଅବିଚ୍ଛିନ୍ନଭାବେ ଐଶୀ ପ୍ରକୃତି ନିହିତ ଥିଲେ ସୁଦ୍ଧା, ସେ ସେହି ଅଧିକାରରେ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବାକୁ ଚେଷ୍ଟା କରି ନ ଥିଲେ।
7
ବରଂ ସ୍ୱଇଚ୍ଛାରେ ତାଙ୍କର ସର୍ବସ୍ୱ ପରିତ୍ୟାଗ କରି ଦାସରୂପ ଧାରଣ କଲେ। ମନୁଷ୍ୟ ପରି ହୋଇ ମନୁଷ୍ୟ ସାଦୃଶ୍ୟରେ ଆବିର୍ଭୂତ ହେଲେ।
8
ସେ ବିନୟୀ ଓ ନମ୍ର ହୋଇ ମୃତ୍ୟୁ ପର୍ଯ୍ୟନ୍ତ କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ - ଆଜ୍ଞାବହ ହେଲେ।
9
ଏଥିଯୋଗୁଁ ଈଶ୍ୱର ତାଙ୍କୁ ସର୍ବୋଚ୍ଚ ଉଦ୍ଧ୍ୱର୍ସ୍ଥାନକୁ ଉତ୍ଥାପିତ କରିଛନ୍ତି ଏବଂ ଅନ୍ୟ ସମସ୍ତଙ୍କର ନାମ ଅପେକ୍ଷା ମହତ୍ତର ନାମ ତାଙ୍କୁ ଦେଇଛନ୍ତି।
10
ତେଣୁ ଯୀଶୁଙ୍କର ନାମର ସମ୍ମାନାର୍ଥେ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ସମସ୍ତ ପ୍ରାଣୀ ତାଙ୍କ ସମ୍ମୁଖରେ ଜାନୁପାତ କରିବେ।
11
ପୁଣି ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ହିଁ ପ୍ରଭୁ ବୋଲି ପ୍ରକାଶ୍ୟରେ ସ୍ୱୀକାର କରି ପିତା ଈଶ୍ୱରଙ୍କୁ ଗୌରବାନ୍ୱିତ କରିବେ।
12
ତେଣୁ ପ୍ରିୟ ବନ୍ଧୁଗଣ, ମୁଁ ତୁମ୍ଭମାନଙ୍କ ସହିତ ଥିବା ସମୟରେ ତୁମ୍ଭେମାନେ ଯେପରି ସବୁବେଳେ ମୋର ଆଜ୍ଞାଧୀନ ଥିଲ, ବର୍ତ୍ତମାନ ମୁଁ ତୁମଠାରୁ ଦୂରରେ ଥିବା ସମୟରେ ଅଧିକ ବିଶ୍ୱସ୍ତ ଭାବରେ ମୋର ବାଧ୍ୟ ହେବା ତୁମ୍ଭମାନଙ୍କର କର୍ତ୍ତବ୍ୟ। ତୁମର ପରିତ୍ରାଣ ସାଧନ ଯେପରି ସମ୍ପୂର୍ଣ୍ଣ ହୁଏ, ଏଥିନିମନ୍ତେ ଭୟ ଓ ପ୍ରକମ୍ପ ସହ କାର୍ଯ୍ୟ କରିଯାଅ।
13
କାରଣ ତୁମ୍ଭମାନଙ୍କୁ ତାଙ୍କର ଉଦ୍ଦେଶ୍ୟ ସାଧନ କରିବା ନିମନ୍ତେ ଇଚ୍ଛୁକ ଓ ସମର୍ଥ କରିବାକୁ ସ୍ୱୟଂ ଈଶ୍ୱର ତୁମ ମଧ୍ୟରେ ସଦା କାର୍ଯ୍ୟରତ।
14
ଆପତ୍ତି ବା ତର୍କବିତର୍କ ନ କରି ସବୁ କାର୍ଯ୍ୟ କର।
15
ତାହାହେଲେ, ଏହି ଦୁର୍ନୀତିଗ୍ରସ୍ତ ଓ ପାପପୂର୍ଣ୍ଣ ଜଗତରେ ତୁମ୍ଭେମାନେ ଈଶ୍ୱରଙ୍କର ପବିତ୍ର ସନ୍ତାନସନ୍ତତି ପରି ନିର୍ଦ୍ଦୋଷ ଓ ଅମାୟିକ ଜୀବନ ଯାପନ କରିପାରିବ।
16
ଅନ୍ୟମାନଙ୍କ ନିକଟରେ ଜୀବନପ୍ରଦାୟକ ବାର୍ତ୍ତା ପ୍ରଚାର କରିବାବେଳେ ତୁମେ ଆକାଶକୁ ଆଲୋକିତ କରୁଥିବା ତାରାମାନଙ୍କ ପରି ଦୀପ୍ତିମାନ ହେବା ଉଚିତ। ତୁମ୍ଭେମାନେ ଯଦି ଏପରି ହୁଅ, “ଖ୍ରୀଷ୍ଟଙ୍କ ଦିବସରେ” ତୁମ୍ଭମାନଙ୍କ ବିଷୟରେ ମୁଁ ଗର୍ବ କରିପାରିବି, କାରଣ ଏଥିରୁ ପ୍ରମାରିତ ହେବ ଯେ, ମୋର ସମସ୍ତ ଉଦ୍ୟମ ଓ କାର୍ଯ୍ୟ ନିଷ୍ଫଳ ହୋଇ ନାହିଁ।
17
ଈଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମର ବିଶ୍ୱାସରୂପ ବଳିଦାନରେ ହୁଏତ ମୋର ଜୀବନ-ଶୋଣିତ ଢ଼ାଳି ଦେବାକୁ ପଡ଼ିବ। ଏଥିପାଇଁ ମୁଁ ଉଲ୍ଲସିତ ଓ ମୋର ଏହି ଆନନ୍ଦରେ ତୁମ୍ଭମାନଙ୍କୁ ଅଂଶୀ କରିବାକୁ ମୁଁ ଚାହେଁ।
18
ତୁମ୍ଭେମାନେ ମଧ୍ୟ ସେହିପରି ଉଲ୍ଲାସ କରିବା ଉଚିତ ଏବଂ ସେହି ଆନନ୍ଦରେ ମୋତେ ମଧ୍ୟ ଅଂଶୀ କରାଅ।
19
ପ୍ରଭୁଙ୍କର ଇଚ୍ଛା ଥିଲେ, ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ଶୀଘ୍ର ପଠାଇ ପାରିବି ବୋଲି ମୁଁ ଆଶା କରେ। ତାହାହେଲେ, ତୁମ୍ଭମାନଙ୍କର ସମ୍ବାଦ ପାଇ ମୁଁ ଉତ୍ସାହିତ ହେବି।
20
କେବଳ ତାଙ୍କର ମୋ’ ପରି ମନୋଭାବ ଓ ସେ ପ୍ରକୃତରେ ତୁମ୍ଭମାନଙ୍କ ପ୍ରତି ମନୋଯୋଗୀ।
21
ଅନ୍ୟ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ମନୋଯୋଗୀ ନ ହୋଇ କେବଳ ନିଜର ସ୍ୱାର୍ଥସିଦ୍ଧି ପାଇଁ ଲାଳାୟିତ।
22
ତୁମେ ଜାଣ, ତୀମଥି କିପରି ତାଙ୍କର ଯୋଗ୍ୟତା ପ୍ରମାଣିତ କରିଛନ୍ତି, କିପରି ସେ ଆଉ ମୁଁ ପୁତ୍ର ଓ ପିତା ପରି ସୁସମାଚାର ପ୍ରଚାର କାର୍ଯ୍ୟରେ ମିଳିମିଶି ଉଦ୍ୟମ କରୁଛୁ।
23
ମୋ’ ପ୍ରତି କ’ଣ ଘଟିବାକୁ ଯାଉଛି, ଜାଣିବା ମାତ୍ରେ ମୁଁ ତାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବି ବୋଲି ଆଶା କରୁଛି।
24
ଅବଶ୍ୟ ପ୍ରଭୁଙ୍କଠାରେ ମୁଁ ବିଶ୍ୱାସ କରୁଛି ଯେ, ମୁଁ ନିଜେ ଶୀଘ୍ର ତୁମ୍ଭମାନଙ୍କ ନିକଟକୁ ଆସି ପାରିବି।
25
ମୋର କାର୍ଯ୍ୟ ଓ ସଂଗ୍ରାମରେ ନିୟୋଜିତ ଓ ତୁମ୍ଭମାନଙ୍କ ବାର୍ତ୍ତାବହ ରୂପେ ମୋତେ ସାହାଯ୍ୟ କରି ଆସୁଥିବା ଏପାଫଦିତଙ୍କୁ ମଧ୍ୟ ତୁମ୍ଭମାନଙ୍କ ନିକଟକୁ ପଠାଇବା ଆବଶ୍ୟକ ମନେ କରୁଛି।
26
ସେ ତୁମ ସମସ୍ତଙ୍କୁ ଦେଖିବା ନିମନ୍ତେ ଉତ୍ସୁକ ଓ ତୁମ୍ଭେମାନେ ତାଙ୍କର ଅସୁସ୍ଥତା ସମ୍ବାଦ ଶୁଣିଥିବାରୁ ସେ ଦୁଃଖିତ।
27
ପ୍ରକୃତରେ ସେ ଅସୁସ୍ଥ ହୋଇ ମୃତପ୍ରାୟ ହୋଇଥିଲେ। କିନ୍ତୁ ତାଙ୍କୁ ଈଶ୍ୱର କୃପା କରିଛନ୍ତି। କେବଳ ତାଙ୍କ ପ୍ରତି ନୁହେଁ, ମୋ’ ପ୍ରତି ମଧ୍ୟ ତାଙ୍କର ଅନୁକମ୍ପା ଥିବାରୁ ମୋତେ ଦୁଃଖ ଉପରେ ଦୁଃଖ ଭୋଗିବାକୁ ଦେଇ ନାହାନ୍ତି।
28
ମୁଁ ତାଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବାକୁ ଉକ୍ରଣ୍ଠିତ, କାରଣ ତାଙ୍କୁ ଦେଖିଲେ, ତୁମ୍ଭେମାନେ ପୁନର୍ବାର ଆନନ୍ଦିତ ହେବ ଓ ମୋର ଦୁଃଖ ମଧ୍ୟ ଅପସରି ଯିବ।
29
ତେଣୁ ଜଣେ ଖ୍ରୀଷ୍ଟବିଶ୍ୱାସୀ ଭାଇ ଭାବରେ ତୁମ୍ଭେମାନେ ତାଙ୍କୁ ଆନନ୍ଦରେ ଗ୍ରହଣ କର ଓ ତାଙ୍କ ପରି ସମସ୍ତ ଗୁଣବାନ୍ ବ୍ୟକ୍ତିଙ୍କୁ ଭକ୍ତି କର,
30
କାରଣ ତୁମ୍ଭେମାନେ ମୋତେ ଯେଉଁ ସାହାଯ୍ୟ ଦେଇ ପାରିଲ ନାହିଁ, ଖ୍ରୀଷ୍ଟଙ୍କ କାର୍ଯ୍ୟ ସିଦ୍ଧି ଲାଗି ସେ ତା’ ମୋ’ ପାଇଁ କରିବାକୁ ଯାଇ ନିଜ ଜୀବନକୁ ବିପନ୍ନ କଲେ ଓ ମୃତ୍ୟୁର ସମ୍ମୁଖୀନ ହୋଇଥିଲେ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
All chapters:
1
2
3
4
Recommended Reading
Commentary
Philippians Commentaries
→
Devotional
Philippians Devotional Guide
→
Get This Bible
CL Study Bible
→