bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Philippians 4
Philippians 4
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
1
ପ୍ରିୟ ଭାଇମାନେ, ତୁମ୍ଭମାନଙ୍କୁ ଦେଖିବା ପାଇଁ ମୁଁ କେଡ଼େ ଉକ୍ରଣ୍ଠିତ। ତୁମ୍ଭମାନଙ୍କୁ ନେଇ ମୋର କେତେ ଆନନ୍ଦ। ତୁମ୍ଭମାନଙ୍କ ପାଇଁ ମୋର କେତେ ଗର୍ବ। ଭାଇମାନେ, ମୋର ଶିକ୍ଷା ଅନୁଯାୟୀ ପ୍ରଭୁଙ୍କଠାରେ ସ୍ଥିର ରହି ଜୀବନ ଯାପନ କର।
2
ଇୟଦିଆ ଓ ସୁନ୍ତଖୀଙ୍କୁ ମୋର ଅନୁରୋଧ, ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଭଉଣୀ ଭଳି ମିଳିମିଶି ଚଳନ୍ତୁ।
3
ହେ ମୋର ବିଶ୍ୱସ୍ତ ଅଂଶୀଦାର! ତୁମକୁ ମଧ୍ୟ ମୋର ନିବେଦନ, ଏହି ଭଉଣୀମାନଙ୍କୁ ସାହାଯ୍ୟ କର, କାରଣ ଏମାନେ କ୍ଲେମେଣ୍ଟ ଓ ମୋର ଅନ୍ୟ ସହକର୍ମୀମାନଙ୍କ ସହିତ ସୁସମାଚାର ପ୍ରଚାର କାର୍ଯ୍ୟରେ କଠିନ ପରିଶ୍ରମ କରି ମୋତେ ସାହାଯ୍ୟ କରିଛନ୍ତି। ଏମାନଙ୍କର ନାମ ଈଶ୍ୱରଙ୍କ “ଜୀବନ ପୁସ୍ତକରେ” ଲେଖାଅଛି।
4
ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ସବୁବେଳେ ଆନନ୍ଦ କର। ପୁନର୍ବାର କହୁଅଛି, “ଆନନ୍ଦ କର।”
5
ସମସ୍ତଙ୍କ ସହିତ ଭଦ୍ର ବ୍ୟବହାର କର। ପ୍ରଭୁଙ୍କ ଆଗମନ ନିକଟବର୍ତ୍ତୀ ହେଲାଣି।
6
କୌଣସି ବିଷୟରେ ବ୍ୟସ୍ତ ହୁଅ ନାହିଁ। କିନ୍ତୁ ତୁମର ଯାହା ଆବଶ୍ୟକ, ତାହା ପ୍ରାର୍ଥନାରେ ଈଶ୍ୱରଙ୍କୁ ମାଗ। ପୁଣି ପ୍ରାର୍ଥନା କରିବା ବେଳେ ସର୍ବଦା ହୃଦୟର ଧନ୍ୟବାଦ ଜ୍ଞାପନ କର;
7
ତା’ହେଲେ ମନୁଷ୍ୟର ବୋଧଅଗମ୍ୟ ଈଶ୍ୱରଙ୍କର ଶାନ୍ତି ଖ୍ରୀଷ୍ଟ ଯୀଶୁଙ୍କ ସାହଚର୍ଯ୍ୟରେ ତୁମ ହୃଦୟ ଓ ମନକୁ ସୁରକ୍ଷା କରିବ।
8
ପରିଶେଷରେ, ଭାଇମାନେ, ଯେଉଁ ସମସ୍ତ ବିଷୟ ସତ୍ ଓ ପ୍ରଶଂସ୍ୟ, ଯାହା ସବୁ ସତ୍ୟ ଓ ମହତ୍, ଯାହା ଯଥାର୍ଥ, ବିଶୁଦ୍ଧ, ପ୍ରୀତିକର ଓ ସମ୍ମାନଜନକ, ସେ ସବୁ ତୁମ୍ଭମାନଙ୍କର ଚିନ୍ତନୀୟ ବିଷୟ ହେଉ।
9
ମୋର କଥା ଓ କ୍ରିୟାରୁ ଯାହା ଶିଖିଛ ଓ ଗ୍ରହଣ କରିଛ, ତାହାକୁ କାର୍ଯ୍ୟରେ ପରିଣତ କର। ତାହାହେଲେ, ଶାନ୍ତିଦାତା ଈଶ୍ୱର ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ।
10
ପ୍ରଭୁଙ୍କ ସହିତ ସଂଯୁକ୍ତ ଜୀବନ ଯାପନ କରିବା ବେଳେ, ମୋର ଆନନ୍ଦ ଯେ, ତୁମ୍ଭେମାନେ ମୋ’ ପ୍ରତି ମନୋଯୋଗୀ। ଅନେକ ଦିନ ପରେ ଏହାର ନିଦର୍ଶନ ଦେଖାଇଛ। ମୁଁ କହୁ ନାହିଁ ଯେ, ତୁମ୍ଭେମାନେ ଇତିମଧ୍ୟରେ ମୋ’ ପ୍ରତି ଆଉ ମନୋଯୋଗୀ ହୋଇ ନ ଥିଲ - କେବଳ ତାହା ପ୍ରକାଶ କରିବାକୁ ସୁଯୋଗ ପାଇ ନ ଥିଲ।
11
ମୁଁ ନିଜକୁ ଅବହେଳିତ ମନେକରି ଏହି କଥା କହୁ ନାହିଁ, କାରଣ ମୋର ଯାହା ଅଛି, ସେତିକିରେ ସନ୍ତୁଷ୍ଟ ରହିବାକୁ ମୁଁ ଶିକ୍ଷା କରିଛି।
12
ଅଭାବ ହେଉ, ପ୍ରାଚୁର୍ଯ୍ୟ ହେଉ, କିପରି ତା’ର ସମ୍ମୁଖୀନ ହେବାକୁ ହୁଏ, ତାହା ମୁଁ ଜାଣିଛି। ତେଣୁ ଯେ କୌଣସି ସମୟରେ, ଯେ କୌଣସି ପରିସ୍ଥିତିରେ, କ୍ଷୁଧାର୍ତ୍ତ ଥିବା ବେଳେ ଯେପରି, ପରିତୃପ୍ତ ହେବା ପରେ ମଧ୍ୟ ସେହିପରି, ଅଭାବଗ୍ରସ୍ତ ହେବା ସମୟରେ, ପୁଣି ପ୍ରାଚୁର୍ଯ୍ୟ ମଧ୍ୟରେ ମୁଁ ସଦା ସନ୍ତୁଷ୍ଟ।
13
ମୋର ଶକ୍ତିଦାତା ଖ୍ରୀଷ୍ଟଙ୍କ ସହାୟତାରେ ମୁଁ ସବୁ କିଛି କରିପାରେ।
14
ତଥାପି ମୋର କ୍ଲେଶଭୋଗ ସମୟରେ ମୋତେ ସାହାଯ୍ୟ କରି ତୁମ୍ଭେମାନେ ମହତ୍ କାର୍ଯ୍ୟ କରିଛ।
15
ହେ ଫିଲିପୀୟ ଭାଇମାନେ, ତୁମର ସ୍ପଷ୍ଟ ମନେଥିବ, କିପରି ସୁସମାଚାର ପ୍ରଚାର ଆରମ୍ଭ କରିବା ସମୟରେ, ମୁଁ ଯେତେବେଳେ ମାସିଦୋନିଆ ପରିତ୍ୟାଗ କଲି, କେବଳ ତୁମର ମଣ୍ଡଳୀ ମୋତେ ସାହାଯ୍ୟ କରିଥିଲା, କେବଳ ତୁମ୍ଭେମାନେ ମୋର ଲାଭ ଓ କ୍ଷତିର ଅଂଶୀଦାର ହୋଇଥିଲ।
16
ମୁଁ ଥେସଲନିକୀରେ ଥିବା ସମୟରେ ତୁମ୍ଭେମାନେ ବହୁ ବାର ମୋ’ ପାଖକୁ ଆବଶ୍ୟକୀୟ ସାହାଯ୍ୟ ପଠାଇଥିଲ।
17
କିନ୍ତୁ ତୁମ୍ଭମାନଙ୍କଠାରୁ କେବଳ ଦାନ ଗ୍ରହଣ କରିବାକୁ ମୁଁ ଚାହେଁ ନାହିଁ; ଏହାର ଫଳରେ ତୁମ୍ଭେମାନେ ଯେପରି ଅଧିକରୁ ଅଧିକ ଲାଭବାନ ହୁଅ, ଏହା ମୋର ଇଚ୍ଛା।
18
ତୁମଠାରୁ ମୁଁ ପାଇଥିବା ସମସ୍ତ ଦାନ ପାଇଁ ପ୍ରାପ୍ତି ସ୍ୱୀକାର ଜଣାଉଛି। ତାହା ମୋ’ ନିମନ୍ତେ ଯଥେଷ୍ଟରୁ ଅଧିକ ହୋଇଛି। ଏପାଫ୍ରଦିତ୍ଙ୍କ ହାତରେ ତୁମେ ପଠାଇ ଥିବା ଦାନ ମୋର ସମସ୍ତ ଅଭାବ ପୂରଣ କରିଛି। ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ସୁଗନ୍ଧି ନୈବେଦ୍ୟ ଓ ତାଙ୍କ ଗ୍ରହଣଯୋଗ୍ୟ ତଥା ସନ୍ତୋଷଜନକ ବଳିଦାନ ସଦୃଶ।
19
ଖ୍ରୀଷ୍ଟଙ୍କ ଦ୍ୱାରା ମୋ’ ଈଶ୍ୱର ତାଙ୍କର ପ୍ରଚୁର ଐଶ୍ୱର୍ଯ୍ୟରେ ତୁମ୍ଭମାନଙ୍କର ସମସ୍ତ ଆବଶ୍ୟକତା ଯୋଗାଇ ଦେବେ।
20
ଯୁଗେ ଯୁଗେ ପିତା ଈଶ୍ୱରଙ୍କ ଗୌରବ ହେଉ। ଆମେନ୍।
21
ଖ୍ରୀଷ୍ଟ ଯୀଶୁଙ୍କ ନାମରେ ସେଠାରେ ଥିବା ସମସ୍ତ ସାଧୁଙ୍କୁ ଅଭିବାଦନ ଜଣାଉଛି। ମୋ’ ସଙ୍ଗରେ ଥିବା ଏ ସ୍ଥାନର ଭାଇମାନେ ତୁମ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
22
ଏଠାରେ ଥିବା ଈଶ୍ୱରଙ୍କ ଲୋକମାନେ, ବିଶେଷରେ ସମ୍ରାଟଙ୍କ ପ୍ରାସାଦରେ ଥିବା ସାଧୁମାନେ ତୁମ୍ଭମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
23
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ ସମସ୍ତଙ୍କ ସହବର୍ତ୍ତୀ ହେଉ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
All chapters:
1
2
3
4