bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Philippians 3
Philippians 3
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 4 →
1
ପରିଶେଷରେ ଭାଇମାନେ, ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ତୁମ୍ଭେମାନେ ଆନନ୍ଦିତ ହୁଅ। ପୂର୍ବରୁ ଯାହା ଲେଖିଛି, ତାହାର ପୁନରୁକ୍ତି କରିବାକୁ ମୁଁ କ୍ଲାନ୍ତିକର ମନେ କରୁ ନାହିଁ, କାରଣ ତୁମ୍ଭମାନଙ୍କ ସୁରକ୍ଷା ପାଇଁ ଏହା ସାହାଯ୍ୟ କରିବ।
2
ଯେଉଁମାନେ ଅସତ୍ କାର୍ଯ୍ୟରେ ଲିପ୍ତ, ଯେଉଁମାନେ ଶରୀରକୁ ବିକଳାଙ୍ଗ କରିବା ପାଇଁ ଜିଦ୍ ଧରନ୍ତି, ସେହି କୁକୁରମାନଙ୍କ ପ୍ରତି ସାବଧାନ।
3
ଆମେ ପ୍ରକୃତରେ ସୁନ୍ନତପ୍ରାପ୍ତ; ସେମାନେ ନୁହଁନ୍ତି। ଆମେ ପବିତ୍ରଆତ୍ମାଙ୍କ ସାହାଯ୍ୟରେ ଈଶ୍ୱରଙ୍କ ଉପାସନା କରୁଛୁ ଏବଂ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଆନନ୍ଦୋଲ୍ଲାସ କରୁଛୁ। ବାହ୍ୟ ରୀତିନୀତି ଉପରେ ଆମର ଆସ୍ଥା ନାହିଁ।
4
ଅବଶ୍ୟ ସେ ସବୁ ଉପରେ ଆସ୍ଥା ରଖିବା ମୋ’ ପକ୍ଷରେ ଯଥାର୍ଥ ହୁଅନ୍ତା। ଯଦି କେହି ବାହ୍ୟିକ ରୀତିନୀତିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇପାରେ, ସେପରି କରିବା ପାଇଁ ମୋର ଯଥେଷ୍ଟ କାରଣ ଅଛି।
5
ମୋ’ ଜନ୍ମର ଅଷ୍ଟମ ଦିନରେ ମୁଁ ସୁନ୍ନତ୍ ହୋଇଥିଲି। ଜାତିରେ ମୁଁ ଜଣେ ଇଶ୍ରାଏଲୀୟ, ବେଞ୍ଜାମିନ୍ ବଂଶଜ ବିଶୁଦ୍ଧ ଏବ୍ରୀୟ। ଇହୁଦୀମାନଙ୍କ ବ୍ୟବସ୍ଥା ପାଳନ ଦୃଷ୍ଟିରୁ ମୁଁ ଜଣେ ଫାରୁଶୀ ଥିଲି
6
ଏବଂ ମୋର ନିଷ୍ଠାପରତା ହେତୁ ମୁଁ ଖ୍ରୀଷ୍ଟୀୟ ମଣ୍ଡଳୀକୁ ଉତ୍ପୀଡ଼ନ କଲି। ବ୍ୟବସ୍ଥାର ଆଜ୍ଞା ପାଳନ ଦ୍ୱାରା ଯଦି ମନୁଷ୍ୟ ଧାର୍ମିକ ହୋଇପାରେ, ତେବେ ମୁଁ ନିଷ୍ପାପ ଥିଲି।
7
କିନ୍ତୁ ଯେଉଁ ସମସ୍ତ ବିଷୟ ଲାଭଜନକ ବୋଲି ମୁଁ ମନେ କରୁଥିଲି, ତାହାକୁ ବର୍ତ୍ତମାନ ଖ୍ରୀଷ୍ଟଙ୍କ ନିମନ୍ତେ ମୁଁ କ୍ଷତିକାରକ ମନେ କରୁଛି।
8
କେବଳ ସେତିକି ନୁହେଁ: ମୋର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଦ୍ୱାରା ଯେଉଁ ବିପୁଳ ଐଶ୍ୱର୍ଯ୍ୟ ଲାଭ କରିଛି, ତା’ ତୁଳନାରେ ଅନ୍ୟ ସମସ୍ତ ବିଷୟକୁ ମୁଁ ଏବେ ଅସାର ମଣୁଛି। ତାଙ୍କ ନିମନ୍ତେ ମୁଁ ସବୁ କିଛି ପରିତ୍ୟାଗ କରିଛି। ଖ୍ରୀଷ୍ଟଙ୍କୁ ପାଇବା ପାଇଁ ଓ ତାଙ୍କ ସହିତ ସମ୍ପୂର୍ଣ୍ଣ ରୂପେ ସଂଯୁକ୍ତ ହେବା ପାଇଁ, ଅନ୍ୟ ସମସ୍ତ ବିଷୟକୁ ଆବର୍ଜ୍ଜନା ବୋଲି ମନେ କରୁଛି।
9
ଯେଉଁ ଧାର୍ମିକତା ବ୍ୟବସ୍ଥା ପାଳନ ଦ୍ୱାରା ଲାଭ କରାଯାଇପାରେ, ସେହି ପ୍ରକାର କୌଣସି ନିଜସ୍ୱ ଧାର୍ମିକତା ମୋର ନାହିଁ। ବର୍ତ୍ତମାନ ମୋର ଯେଉଁ ଧାର୍ମିକତା ଅଛି, ତାହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ମିଳେ; ତାହା ଈଶ୍ୱରଙ୍କଠାରୁ ଆସେ ଓ ତାହା ବିଶ୍ୱାସ ଉପରେ ପ୍ରତିଷ୍ଠିତ।
10
ଏବେ ମୋର ଏକାନ୍ତ ଇଚ୍ଛା - ମୁଁ ଯେପରି ଖ୍ରୀଷ୍ଟଙ୍କୁ ଜାଣିବି ଓ ତାଙ୍କ ପୁନରୁତ୍ଥାନର ଶକ୍ତି ଅନୁଭବ କରିବି; ତାଙ୍କ କ୍ଲେଶଭୋଗର ସମବେଦନା ଅନୁଭବ କରି ମୃତ୍ୟୁରେ ମଧ୍ୟ ତାଙ୍କ ପରି ହେବି
11
ଓ ମୃତ୍ୟୁରୁ ପୁନରୁତ୍ôଥତ ହେବାର ଭରସା ଲାଭ କରିବି।
12
ମୁଁ କୃତକାର୍ଯ୍ୟ ବା ସିଦ୍ଧ ହୋଇସାରିଛି ବୋଲି କହୁ ନାହିଁ। ପୁରସ୍କାର ପାଇବା ପାଇଁ ଦୌଡ଼ିବାରେ ଲାଗିଛି। ସ୍ୱୟଂ ଖ୍ରୀଷ୍ଟ ମୋତେ ଧରି ଆଣି ଏଥିରେ ନିଯୁକ୍ତ କରିଛନ୍ତି।
13
ଅବଶ୍ୟ ଏ ପର୍ଯ୍ୟନ୍ତ ମୁଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନାହିଁ। କିନ୍ତୁ ଗୋଟିଏ କାର୍ଯ୍ୟରେ ମୁଁ ନିବିଷ୍ଟ ରହିଛି; ପଚରେ ଛାଡ଼ି ଆସିଥିବା ବିଷୟଗୁଡ଼ିକୁ ଭୁଲିଯାଇ, ସମ୍ମୁଖରେ ଥିବା ବିଷୟଗୁଡ଼ିକୁ ପାଇବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି।
14
ତେଣୁ ଖ୍ରୀଷ୍ଟ ଯୀଶୁଙ୍କ ସହାୟତାରେ ଯେଉଁ ସ୍ୱର୍ଗୀୟ ଜୀବନ ଲାଭ କରିବା ପାଇଁ ଈଶ୍ୱର ମୋତେ ଆହ୍ୱାନ କରିଛନ୍ତି ସେହି ପୁରସ୍କାର ପ୍ରତି ଦୃଷ୍ଟି ରଖି ମୁଁ ଲକ୍ଷ୍ୟ ସ୍ଥଳଆଡ଼କୁ ଦୌଡ଼ୁଛି।
15
ଆମ ମଧ୍ୟରେ ଯେଉଁମାନେ ଆଧ୍ୟାତ୍ମିକ ଭାବେ ପରିପକ୍ୱ, ସେମାନଙ୍କର ଏହିପରି ମନୋଭାବ ରହିବା ଉଚିତ। ଯଦି ତୁମ୍ଭମାନଙ୍କ ମଧ୍ୟରୁ କହାର ଭିନ୍ନ ମନୋଭାବ ଥାଏ, ଈଶ୍ୱର ତୁମ୍ଭମାନଙ୍କୁ ସବୁ କଥା ସ୍ପଷ୍ଟଭାବେ ଜଣାଇ ଦେବେ।
16
ସେ ଯାହାହେଉ, ଆଜିଯାଏ ଆମ୍ଭେମାନେ ଯେଉଁ ନିୟମାବଳି ମାନି ଆସିଛୁ, ସେହି ଅନୁଯାୟୀ ଏବେ ଆଗେଇ ଯିବା ଉଚିତ।
17
ହେ ଭାଇମାନେ, ମୋତେ ଅନୁକରଣ କର। ଆମେ ରଖିଥିବା ଆଦର୍ଶ ଅନୁଯାୟୀ ଯେଉଁମାନେ ଆଚରଣ କରୁଛନ୍ତି, ସେମାନଙ୍କୁ ଲକ୍ଷ୍ୟ କର।
18
ପୂର୍ବରୁ ବହୁ ବାର ମୁଁ ତୁମ୍ଭମାନଙ୍କୁ ଏହି କଥା କହିଛି, ପୁଣି ବର୍ତ୍ତମାନ ମଧ୍ୟ ଅଶ୍ରୁପୂର୍ଣ୍ଣ ଲୋଚନରେ ତାହାର ପୁନରୁକ୍ତି କରୁଛି; ଅନେକେ ନିଜ ନିଜ ଜୀବନରେ ଖ୍ରୀଷ୍ଟଙ୍କ କ୍ରୁଶୀୟ ମୃତ୍ୟୁର ଶତ୍ରୁତା ଆଚରର କରୁଛନ୍ତି।
19
ନରକରେ ସେମାନଙ୍କ ଜୀବନର ସମାପ୍ତି ଘଟିବାକୁ ଯାଉଛି, କାରଣ ଶାରୀରିକ ଲାଳସା ହିଁ ସେମାନଙ୍କର ଦେବତା। ଯାହା ଲଜ୍ଜାଜନକ, ସେମାନେ ତାହା ଲାଗି ଗର୍ବ କରନ୍ତି; କେବଳ ଜାଗତିକ ବିଷୟବସ୍ତୁ ପାଇଁ ସେମାନେ ଚିନ୍ତା କରନ୍ତି।
20
ସେ ଯାହାହେଉ, ଆମ୍ଭେମାନେ ସ୍ୱର୍ଗ ରାଜ୍ୟର ପ୍ରଜା। ସ୍ୱର୍ଗରୁ ଆମ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ଆମେ ଆଗ୍ରହରେ ପ୍ରତୀକ୍ଷା କରୁଛୁ।
21
ଯେଉଁ ଶକ୍ତି ବଳରେ ସେ ସମସ୍ତ ବିଷୟକୁ ନିଜର ବଶୀଭୂତ କରି ପାରନ୍ତି, ସେହି ଶକ୍ତି ପ୍ରୟୋଗ କରି ସେ ଆମର ଦୁର୍ବଳ ମରଶରୀରକୁ ତାଙ୍କର ଗୌରବମୟ ଶରୀର ସଦୃଶ କରିବେ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 4 →
All chapters:
1
2
3
4