bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Amos 1
Amos 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 2 →
1
ଉପକ୍ରମ ଆମୋଷଙ୍କ ବାର୍ତ୍ତା: ତକୋୟ ନଗରର ମେଷପାଳକମାନଙ୍କ ମଧ୍ୟରୁ ଆମୋଷ ଥିଲେ ଅନ୍ୟତମ। ଯେତେବେଳେ ଯିହୁଦାର ରାଜା ଉଷିୟ ଥିଲେ, ଯୋୟାଶଙ୍କ ପୁତ୍ର ଯାରବିୟାମ୍ ଇସ୍ରାଏଲ ରାଜା ଥିଲେ। ସେହି ସମୟରେ ଆମୋଷଙ୍କର ଇସ୍ରାଏଲ ବିଷୟରେ ଏକ ଦର୍ଶନ ଥିଲା। ଏହା ଥିଲା ଭୂମିକମ୍ପ ଦୁଇ ବର୍ଷର ପୂର୍ବ ଘଟଣା।
2
ଅରାମ ପାଇଁ ଦଣ୍ତ ଆମୋଷ କହିଲେ: “ସିୟୋନରେ ସଦାପ୍ରଭୁ ସିଂହ ପରି ଗର୍ଜନ କରିବେ। ତାଙ୍କର ଉଚ୍ଚସ୍ୱର ଯିରୁଶାଲମରୁ ଗର୍ଜି ଉଠିବ। ଫଳରେ, ସବୁଜ ଗ୍ଭରଣଭୂମି ମଳିନ ଦେଖାଯିବ ଏବଂ ଶୁଖିଯିବ। ଏପରିକି କର୍ମିଲ ଶୃଙ୍ଗର ଶିଖର ଦେଶ ଶୁଷ୍କ ହେବ।”
3
ସଦାପ୍ରଭୁ ଏହି କଥା କହନ୍ତି: “ଦମ୍ମେଶକର ଲୋକମାନେ କରିଥିବା ଦୋଷାବହ କାର୍ଯ୍ୟ ପାଇଁ ଆମ୍ଭେ ନିଶ୍ଚିତ ଭାବରେ ସେମାନଙ୍କୁ ଦଣ୍ତ ଦେବା। କାରଣ ସେମାନେ ଶସ୍ୟ ଦଳନ ଲୌହ ଯନ୍ତ୍ରରେ ଗିଲିୟଦର ଲୋକମାନଙ୍କୁ ଦଳନ କରିଥିଲେ।
4
ତେଣୁ ଆମ୍ଭେ ହସାୟେଲଙ୍କ ଗୃହ ନିକଟକୁ ଅଗ୍ନି ପ୍ରେରଣ କରିବା। ଏବଂ ସେହି ଅଗ୍ନି ବିନହଦଦଙ୍କ ବିରାଟ ଅଟ୍ଟାଳିକାକୁ ଧ୍ୱଂସ କରିବ।
5
“ଆମ୍ଭେ ମଧ୍ୟ ଦମ୍ମେଶକର ସମସ୍ତ ଫାଟକକୁ ଭାଙ୍ଗି ଦେବା। ଆବନର ଉପତ୍ୟକାର ସିଂହାସନ ଉପରେ ବସିଥିବା ବ୍ୟକ୍ତିକୁ ବିତାଡ଼ିତ କରିବା। ଏଦନ ବଂଶରୁ ସମସ୍ତ କ୍ଷମତାର ସଙ୍କେତକୁ ମଧ୍ୟ ନିଶ୍ଚିହ୍ନ କରି ଦେବି। ଆଉ ମଧ୍ୟ ଅରାମର ଲୋକମାନେ ପରାଜିତ ହେବେ ଓ କୀରକୁ ଯିବେ।” ସଦାପ୍ରଭୁ ଏହା ହିଁ କହନ୍ତି।
6
ଫିଲିଷ୍ଟାଇନ୍ ପାଇଁ ଦଣ୍ତ ସଦାପ୍ରଭୁ ଏହା ହିଁ କହନ୍ତି: “ଘସାର ଲୋକମାନଙ୍କୁ ଆମ୍ଭେ ସେମାନଙ୍କର ବହୁ ଅପରାଧ ପାଇଁ ନିଶ୍ଚୟ ଦଣ୍ତ ଦେବା, କାରଣ ସେମାନେ ସମଗ୍ର ଜାତିମାନଙ୍କୁ ନେଇଯାଇ ଇଦୋମକୁ କ୍ରୀତଦାସରୂପେ ଦେଇଥିଲେ।
7
ତେଣୁ ଆମ୍ଭେ ଘସାର କାନ୍ଥ ନିକଟକୁ ଅଗ୍ନି ପ୍ରେରଣ କରିବା। ସେହି ଅଗ୍ନି ଘସାର ଉଚ୍ଚ ଅଟ୍ଟାଳିକାକୁ ଧ୍ୱଂସ କରିବ।
8
ଆଉ ମଧ୍ୟ ଅସ୍ଦୋଦର ସିଂହାସନରେ ବସିଥିବା ଲୋକଟିକୁ ଧ୍ୱଂସ କରିବା। ଆମ୍ଭେ ଆସ୍କିଲୋନର ରାଜଦଣ୍ତଧାରୀକୁ ମଧ୍ୟ ବିନାଶ କରିବା। ଇକ୍ରୋଣର ଲୋକମାନଙ୍କୁ ମଧ୍ୟ ଆମ୍ଭେ ଦଣ୍ତ ଦେବା। ତା’ପରେ ଯେଉଁ ପଲେଷ୍ଟୀୟମାନେ ବଞ୍ଚିଥିବେ, ସେମାନେ ମଧ୍ୟ ମୃତ୍ୟୁବରଣ କରିବେ।” ସଦାପ୍ରଭୁ ପରମେଶ୍ୱର ଏହିସବୁ କହିଥିଲେ।
9
ଫୋୟେନସିଆ ପାଇଁ ଶାସ୍ତି ସଦାପ୍ରଭୁ ଏହିକଥା କହନ୍ତି: “ଆମ୍ଭେ ନିଶ୍ଚିତ ସୋରର ଲୋକମାନଙ୍କୁ ଦଣ୍ତ ଦେବା କାରଣ ସେମାନେ ବହୁ ଅପରାଧ କରିଥିଲେ। ଆଉ ମଧ୍ୟ ସେମାନେ ସମଗ୍ର ଜାତିକୁ ନେଇଗଲେଏବଂ ସେମାନଙ୍କୁ କ୍ରୀତଦାସ ରୂପେ ଇଦୋମକୁ ପ୍ରେରଣ କରିଥିଲେ। ସେମାନେ ଇସ୍ରାଏଲୀୟମାନଙ୍କ ସହିତ ବନ୍ଧୁତ୍ୱ ଚୁକ୍ତିକୁ ମନେ ପକାଇ ନ ଥିଲେ।
10
ତେଣୁ ଆମ୍ଭେ ସୋରର ଅଟ୍ଟାଳିକା ନିକଟକୁ ଅଗ୍ନି ପ୍ରେରଣ କରିବା। ସେହି ଅଗ୍ନି ସୋରର ଉଚ୍ଚ ଅଟ୍ଟାଳିକାଗୁଡ଼ିକୁ ଧ୍ୱଂସ କରିଦେବ।”
11
ଇଦୋମର ଲୋକମାନଙ୍କ ପାଇଁ ଶାସ୍ତି ସଦାପ୍ରଭୁ ଏହିକଥା କୁହନ୍ତି: “ଆମ୍ଭେ ଇଦୋମର ଲୋକମାନଙ୍କୁ ନିଶ୍ଚିତ ଦଣ୍ତ ଦେବା କାରଣ ସେମାନେ ବହୁ ଅପରାଧରେ ଲିପ୍ତ ଥିଲେ। ସେମାନେ ମଧ୍ୟ ସେମାନଙ୍କର ଭାଇମାନଙ୍କୁ ଖଡ଼୍ଗଧରି ଗୋଡ଼ାଇଲେ। ଏବଂ ଟିକିଏ ହେଲେ ଦୟା ଦେଖାଇ ନ ଥିଲେ। ଇଦୋମ ନିଜର କ୍ରୋଧ ଚିରଦିନ ପାଇଁ ରଖିଲେ ଏବଂ ନିଜର କ୍ରୋଧ ବନ୍ଦ କଲେ ନାହିଁ। ଇସ୍ରାଏଲୀୟମାନଙ୍କୁ ସେମାନେ ବନ୍ୟପ୍ରାଣୀ ସଦୃଶ ବିଦୀର୍ଣ୍ଣ କଲେ।
12
ତେଣୁ ଆମ୍ଭେ ତୈମନ୍ ଉପରେ ଅଗ୍ନି ବୃଷ୍ଟି କରିବା। ସେହି ଅଗ୍ନି ବର୍ଷାର ଉଚ୍ଚ ଅଟ୍ଟାଳିକା ଧ୍ୱଂସ କରି ପକାଇବ।”
13
ଅମୋନର ଅଧିବାସୀଙ୍କ ପାଇଁ ଦଣ୍ତ ସଦାପ୍ରଭୁ ଏହିକଥା କୁହନ୍ତି: “ଆମ୍ଭେ ଅମ୍ମୋନର ଲୋକମାନଙ୍କୁ ଦଣ୍ତ ଦେବା, ଯେଉଁମାନେ ଅନେକ ଅପରାଧ କରିଛନ୍ତି, କାରଣ ସେମାନେ ଗିଲିୟଦରେ ଗର୍ଭବତୀ ନାରୀମାନଙ୍କୁ ହତ୍ୟା କରିଅଛନ୍ତି। ଅମ୍ମୋନର ଲୋକମାନେ ଏହିପରି କାର୍ଯ୍ୟ କଲେ, ଯେଟରୁ ସେମାନଙ୍କର ସୀମା ଅଧିକ ଜାଗା ବଢ଼ାଇବାକୁ।
14
କିନ୍ତୁ ଆମ୍ଭେ ରବ୍ବାର ପ୍ରାଚୀର ଉପରେ ଅଗ୍ନି ପକାଇବା ଏବଂ ଏହା ସେଠାକାର ସମସ୍ତ ପ୍ରାସାଦ ଓ ସେହି ଅଗ୍ନି ଦେଶକୁ ଧ୍ୱଂସ କରିଦେବ ଏବଂ ସେଠାରେ ଯୁଦ୍ଧ ବିଭୀଷିକା ଘୂର୍ଣ୍ଣିବାୟୁ ଆସିବ।
15
ତା’ପରେ ସେମାନଙ୍କର ରାଜା ଓ ପ୍ରାଚୀନମାନେ ଏବଂ ସେମାନେ ସମସ୍ତେ ନିର୍ବାସିତ ହେବେ।” ସଦାପ୍ରଭୁ ଏହି ବାକ୍ୟ କହିଥିଲେ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 2 →
All chapters:
1
2
3
4
5
6
7
8
9