bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Amos 9
Amos 9
Odia Bible ERV 2004 (ପବିତ୍ର ବାଇବଲ)
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
1
ସଦାପ୍ରଭୁଙ୍କର ଦର୍ଶନ ବେଦିରେ ଦଣ୍ଡାୟମାନ ସେ କହିଲେ, ମୁଁ ମୋର ପ୍ରଭୁଙ୍କୁ ଯଜ୍ଞବେଦି ଉପରେ ଦଣ୍ଡାୟମାନ ହେବାର ଦେଖିଲି। ସେ କହିଲେ, “ସ୍ତମ୍ଭର ଅଗ୍ରଭାଗକୁ ଆଘାତ କର ଯେପରିକି ଅଟ୍ଟାଳିକାର ଦ୍ୱାର ଦେଶ ଥରି ଉଠିବ। ସ୍ତମ୍ଭଟିକୁ ଲୋକମାନଙ୍କ ମୁଣ୍ତ ଉପରେ ପକାଅ। ଯଦି ଏଥିରୁ କେହି ବଞ୍ଚିବ ଆମ୍ଭେ ତାକୁ ଖଡ଼୍ଗରେ ଚ୍ଛେଦନ କରିବା। ଦୌଡ଼ି ଯାଇଥିବା ଲୋକ ମଧ୍ୟ ରକ୍ଷା ପାଇବ ନାହିଁ। ଜଣେ ହେଲେ ବଞ୍ଚିବେ ନାହିଁ।
2
ଯଦି ସେମାନେ ଭୂମି ଖୋଳି ପାତାଳକୁ ଯିବେ, ସେଠାରୁ ମଧ୍ୟ ଆମ୍ଭେ ସେମାନଙ୍କୁ ଟାଣି ଆଣିବା। ଯଦି ସେମାନେ ସ୍ୱର୍ଗକୁ ଯାଆନ୍ତି, ଆମ୍ଭେ ସେମାନଙ୍କୁ ସେହି ସ୍ଥାନରୁ ମଧ୍ୟ ତଳକୁ ଖସାଇ ଆଣିବା।
3
ଯଦି ସେମାନେ ନିଜକୁ କର୍ମିଲ ଶୃଙ୍ଗରେ ଲୁଗ୍ଭନ୍ତି, ଆମ୍ଭେ ସେମାନଙ୍କୁ ଖୋଜି ସେଠାରୁ ମଧ୍ୟ ଧରି ଆଣିବା। ଯଦି ସେମାନେ ସମୁଦ୍ରର ନିମ୍ନ ଭାଗରେ ଲୁଚି ରହନ୍ତି, ତେବେ ଆମ୍ଭେ ସର୍ପକୁ ଆଦେଶ ଦେବା ଓ ସେହି ସର୍ପ ସେମାନଙ୍କୁ ଦଂଶନ କରିବ।
4
ଯଦି ସେମାନେ ଧରା ହୋଇ ଶତ୍ରୁମାନଙ୍କ ଦ୍ୱାରା ବନ୍ଦୀ ହେବେ ତଥାପି ଖଡ଼୍ଗକୁ ଆଦେଶ ଦେବା, ସେ ସେମାନଙ୍କୁ ହତ୍ୟା କରିବ। ଆମ୍ଭେ ସେମାନଙ୍କ ଉପରେ ଦୃଷ୍ଟି ରଖିବା କିନ୍ତୁ ଆମ୍ଭେ ସେମାନଙ୍କୁ ଦୁଃଖ ଦେବା ପାଇଁ ଲକ୍ଷ୍ୟ ରଖିବା। ସେମାନଙ୍କୁ ଉତ୍ତମ ଜିନିଷ ଦେବା ପାଇଁ ଲକ୍ଷ୍ୟ ରଖିବା ନାହିଁ।”
5
ଦଣ୍ତ ଲୋକମାନଙ୍କୁ ବିନାଶ କରିବ ମୋର ପ୍ରଭୁ ସଦାପ୍ରଭୁ ସର୍ବଶକ୍ତିମାନ ପୃଥିବୀକୁ ସ୍ପର୍ଶ କରିବେ ଏବଂ ତାହା ତରଳି ଯିବ। ତତ୍ପରେ ସେଠାରେ ବାସ କରୁଥିବା ସମସ୍ତ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶରର ନୀଳନଦୀ ପରି ସେହି ଭୂମିର ଉତ୍ଥାପନ ପତନ ଘଟିବ।
6
ସଦାପ୍ରଭୁ ଆକାଶର ଊର୍ଦ୍ଧ୍ୱରେ ତାଙ୍କର ପ୍ରାସାଦ ନିର୍ମାଣ କରିଛନ୍ତି। ସେ ପୃଥିବୀ ଉପରେ ଗୋଦାମ ଘର ନିର୍ମାଣ କରିଛନ୍ତି। ସେ ସମୁଦ୍ରକୁ ଡାକନ୍ତି ଏବଂ ପାଣି ପୃଥିବୀ ଉପରେ ଢାଳନ୍ତି। ତାଙ୍କର ନାମ ଯିହୋବାଃ
7
ସଦାପ୍ରଭୁ ଇସ୍ରାଏଲର ଧ୍ୱଂସ ପାଇଁ ପ୍ରତିଜ୍ଞା କରନ୍ତି ସଦାପ୍ରଭୁ ଏହା କୁହନ୍ତି, “ହେ ଇସ୍ରାଏଲ ସନ୍ତାନମାନେ, ତୁମ୍ଭେମାନେ ଆମ୍ଭ ନିକଟରେ କୂଶୀୟ ସନ୍ତାନମାନଙ୍କ ତୁଲ୍ୟ। ଆମ୍ଭେ ମିଶରରୁ ଇସ୍ରାଏଲକୁ, କପ୍ତୋରରୁ ପଲେଷ୍ଟୀୟକୁ ଓ ବୀରଦେଶରୁ ଅରାମୀୟମାନଙ୍କୁ ଆଣିଅଛୁ।”
8
ସଦାପ୍ରଭୁ, ମୋର ପ୍ରଭୁ ପାପପୂର୍ଣ୍ଣ ରାଜ୍ୟ ଇସ୍ରାଏଲ ଉପରେ ଦୃଷ୍ଟି ରଖିଛନ୍ତି। ସଦାପ୍ରଭୁ କହିଲେ, “ଆମ୍ଭେ ପୃଥିବୀରୁ ଇସ୍ରାଏଲକୁ ମୂଳପୋଛ କରିଦେବା। କିନ୍ତୁ କେବେ ଯାକୁବ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିବା ନାହିଁ।
9
ଆମ୍ଭେ ଇସ୍ରାଏଲର ଧ୍ୱଂସ ପାଇଁ ଆଦେଶ ଦେବା। ଆମ୍ଭେ ଇସ୍ରାଏଲବାସୀଙ୍କୁ ସମଗ୍ର ଦେଶଗୁଡ଼ିକରେ ବିକ୍ଷିପ୍ତ ଭାବରେ ବିଚ୍ଛୁରିତ କରିବା। ଏହା ଗ୍ଭଲୁଣିରେ ଅଟା ଚଲାଇଲା ପରି ହେବ। ଫସଲର ଏକ କଣିକା ଧରିତ୍ରୀ ଉପରେ ପଡ଼ିବ ନାହିଁ। ଯାକୁବଙ୍କର ପରିବାର ସେହିପରି ଭାବରେ ସେବା କରିବେ।
10
“ଆମ୍ଭ ଲୋକମାନଙ୍କ ମଧ୍ୟରେ ପାପୀଗଣ କହିବେ, ‘ଆମ୍ଭ ପ୍ରତି କିଛି ମନ୍ଦ ଘଟିବ ନାହିଁ।’ କିନ୍ତୁ ସେ ସମସ୍ତ ଲୋକ ଖଡ଼୍ଗରେ ନିହତ ହେବେ।”
11
ପରମେଶ୍ୱର ରାଜ୍ୟ ପୁନଃନିର୍ମାଣ ପାଇଁ ପ୍ରତିଜ୍ଞା କରନ୍ତି “ଦାଉଦଙ୍କର ପତିତ ତମ୍ବୁକୁ ଆମ୍ଭେ ପୁନର୍ବାର ଉଠାଇବା। ଆମ୍ଭେ କାନ୍ଥରେ ଥିବା କଣାସବୁ ବନ୍ଦ କରିବା। ଆମ୍ଭେ ବିଧ୍ୱସ୍ତ ହୋଇଥିବା ଅଟ୍ଟାଳିକାଗୁଡ଼ିକୁ ପୁନର୍ବାର ନିର୍ମାଣ କରିବା ଓ ସେ ଗୁଡ଼ିକ ପୂର୍ବପରି ତମ୍ବୁ ନିର୍ମିତ ହେବ।
12
ତା’ପରେ ଇଦୋମର ଯାହାସବୁ ଛଡ଼ା ହୋଇଥିବ, ଆମ୍ଭ ଲୋକମାନେ ଅଧିକାର କରିବେ ଏବଂ ସମସ୍ତ ଜାତିଗୁଡ଼ିକ ଆମ୍ଭ ନାମ ନେବେ।” ସଦାପ୍ରଭୁ ଏହା କହିବେ ଓ ସେହି ସମସ୍ତ ଘଟାଇବେ।
13
ସଦାପ୍ରଭୁ ପୁଣି କୁହନ୍ତି, “ସମୟ ଆସୁଛି ଯେତେବେଳେ ପ୍ରଚୁର ଅମଳ ହେବ ଏବଂ ତାହା ଶସ୍ୟ ଲଗାଇବା ସମୟ ପର୍ଯ୍ୟନ୍ତ ମଧ୍ୟ କ୍ଷେତ୍ରରେ ଥିବ। ଏତେ ଦ୍ରାକ୍ଷାଫଳ ହେବ ଯେ, ନୂତନ ଦ୍ରାକ୍ଷାଲତା ଲଗାଇବା ସମୟ ପୂର୍ବରୁ ତଥାପି ଦ୍ରାକ୍ଷାରସ ପ୍ରସ୍ତୁତ ହୋଇ ପାରିବ ନାହିଁ। ଏବଂ ମଧୁର ଦ୍ରାକ୍ଷାରସ ପର୍ବତରୁ ବହିବ।
14
ଆମ୍ଭେ ଇସ୍ରାଏଲକୁ ବନ୍ଦୀରୁ ମୁକ୍ତ କରିବା ଏବଂ ସେମାନଙ୍କୁ ସେମାନଙ୍କର ଭୂମିକୁ ଫେରାଇ ଆଣିବା। ସେମାନେ ଧ୍ୱଂସ ବିଧ୍ୱଂସ ନଗରଗୁଡ଼ିକୁ ପୁନଃନିର୍ମାଣ କରିବେ ଏବଂ ସେହି ନଗରୀରେ ବାସ କରିବେ। ସେମାନେ ଦ୍ରାକ୍ଷାବୃକ୍ଷ କ୍ଷେତରେ ରୋପଣ କରିବେ ଏବଂ ଦ୍ରାକ୍ଷାରସ ପିଇବେ, ଯାହା ସେଠାକାର ଦ୍ରାକ୍ଷାଫଳରୁ ପ୍ରସ୍ତୁତ ହୁଏ। ସେମାନେ ମଧ୍ୟ ଗ୍ଭଷ କରିବେ ଓ ଉତ୍ପାଦିତ ଶସ୍ୟକୁ ଭକ୍ଷ୍ୟଣ କରିବେ।
15
ଆମ୍ଭେ ଆପଣା ଲୋକମାନଙ୍କୁ ତାଙ୍କ ନିଜ ଭୂମିରେ ସ୍ଥାପନ କରିବା। ଆମ୍ଭେ ଯେଉଁ ଭୂମି ସେମାନଙ୍କୁ ଦେଇଛୁ, ସେମାନେ ଯେପରି ତାଙ୍କ ଭୂମିରୁ କେବେ ବିତାଡ଼ିତ ହେବେ ନାହିଁ।” ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଏହା କୁହନ୍ତି।
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
All chapters:
1
2
3
4
5
6
7
8
9