bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Amos 8
Amos 8
Odia Bible ERV 2004 (ପବିତ୍ର ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 9 →
1
ପକ୍ୱଫଳର ଦର୍ଶନ ସଦାପ୍ରଭୁ ମୋତେ ଏହା ଦେଖାଇଲେ, ମୁଁ ଏକଡାଲା ଗ୍ରୀଷ୍ମକାଳୀନ ଫଳ ଦେଖିଲି।
2
ସଦାପ୍ରଭୁ ମୋତେ ପଗ୍ଭରିଲେ, “ହେ ଆମୋଷ, ତୁମ୍ଭେ କ’ଣ ଦେଖୁଛ?” ମୁଁ କହିଲି, “ଏକଡାଲା ଗ୍ରୀଷ୍ମକାଳୀନ ଫଳ ଦେଖୁଛି।” ତା’ପରେ ସଦାପ୍ରଭୁ କହିଲେ, “ଆମ୍ଭର ଇସ୍ରାଏଲ ଲୋକମାନଙ୍କ ପାଇଁ ଶେଷ ସମୟ ଆସିଛି। ଆମ୍ଭେ ଏଣିକି ସେମାନଙ୍କର ପାପଗୁଡ଼ିକ ଦେଖି ପାରିବା ନାହିଁ।
3
ପୁଣି ମନ୍ଦିର ଗୀତ ଦୁଃଖପୂର୍ଣ୍ଣ ମୃତ୍ୟୁକାଳୀନ ସଙ୍ଗୀତରେ ପରିଣତ ହେବ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହିଲେ: “ସବୁ ସ୍ଥାନରେ ମୃତ ଶରୀର ପଡ଼ି ରହିବ। ନୀରବରେ ଲୋକମାନେ ସେହି ଶବଗୁଡ଼ିକୁ ନେଇ ଏକ ସ୍ଥାନରେ ପକାଇବେ।”
4
ଇସ୍ରାଏଲର ବ୍ୟବସାୟୀଗଣ କେବଳ ଅର୍ଥ ଉପାର୍ଜନରେ ଆଗ୍ରହୀ ମୋ’ କଥା ଶୁଣ! ହେ ଦେଶର ଦରିଦ୍ରମାନଙ୍କୁ ବିନଷ୍ଟ କରୁଥିବା ଓ ଅସହାୟମାନଙ୍କୁ ଦଳି ଦେଉଥିବା ଲୋକମାନେ,
5
ତୁମ୍ଭେ ବ୍ୟବସାୟୀଗଣ କହୁଛ, “କେତେବେଳେ ଅମାବାସ୍ୟା ଗତ ହେବ ଓ ଆମ୍ଭେମାନେ ଆମ୍ଭର ଶସ୍ୟ ବୀକ୍ରି କରିବୁ? ପୁଣି କେତେବେଳେ ବିଶ୍ରାମ ଦିନ ଗତ ହେବ, ଆମ୍ଭେ ଆମ୍ଭର ଗହମ ବୀକ୍ରିପାଇଁ ଆଣିବୁ? ଆମ୍ଭେମାନେ ଓଜନର ମାପ କମାଇବୁ ଏବଂ ଜିନିଷର ମୂଲ୍ୟ ବୃଦ୍ଧି କରିବୁ। ଆମ୍ଭେମାନେ ତରାଜୁକୁ କମ୍ ବେଶୀକରି ଲୋକମାନଙ୍କୁ ଠକିବୁ।
6
ଆଉ ଦରିଦ୍ର ଲୋକମାନେ ସେମାନଙ୍କର ଋଣ ପରିଶୋଧ କରି ପାରିବେ ନାହିଁ, ତେଣୁ ଆମ୍ଭେ ସେମାନଙ୍କୁ କ୍ରୀତଦାସ ରୂପେ କିଣିବୁ। ସେହି ଅସହାୟ ଲୋକମାନଙ୍କୁ ଏକହଳ ପାଦୁକା ବଦଳରେ କିଣି ପାରିବୁ। ହାୟ! ପରିତ୍ୟକ୍ତ ଗହମ ପରି ସେହି ଦରିଦ୍ର ବ୍ୟକ୍ତିମାନଙ୍କୁ ବୀକ୍ରି କରିବୁ।”
7
ସଦାପ୍ରଭୁ ଯାକୁବର ଗର୍ବକୁ ନେଇ ଶପଥ କରି କହିଲେ, “ସେହି ଲୋକମାନେ ଯାହା କଲେ ଆମ୍ଭେ କେବେ ତାହା ପାଶୋରି ପାରିବା ନାହିଁ।
8
ସେହି ଯୋଗୁଁ ସମଗ୍ରଦେଶ ଥରିବ। ସେହି ରାଜ୍ୟରେ ବାସ କରୁଥିବା ପ୍ରତ୍ୟେକ ଲୋକ ମୃତ ଲୋକଙ୍କ ପାଇଁ ବିଳାପ କରିବେ। ମିଶର ନୀଳନଦୀ ପରି ସମଗ୍ର ଦେଶଟିର ଉତ୍ଥାପନ ପତନ ଘଟିବ। ଆଉ ଦେଶଟି ଆନ୍ଦୋଳିତ ହେବ।”
9
ସଦାପ୍ରଭୁ ଏହା କହିଥିଲେ: “ସେଦିନ ମଧ୍ୟାହ୍ନରେ ସୂର୍ଯ୍ୟକୁ ଅସ୍ତ କରାଇବା ଓ ଏକ ନିର୍ମଳ ଦିନରେ ପୃଥିବୀକୁ ଅନ୍ଧକାରମୟ କରାଇବା।
10
ତୁମ୍ଭର ଅବସର ଦିନକୁ ମୃତ ଲୋକର ଶୋକ ଦିବସରେ ପରିଣତ କରାଇବା ଏବଂ ତୁମ୍ଭର ସମସ୍ତ ସଙ୍ଗୀତ ମୃତ ଲୋକଙ୍କ ବିଳାପରେ ପରିଣତ ହେବ। ଆମ୍ଭେ ସମସ୍ତଙ୍କୁ ଦୁଃଖ ବସ୍ତ୍ର ପରିଧାନ କରାଇବା ଓ ସମସ୍ତଙ୍କର ମସ୍ତକକୁ ଲଣ୍ତା କରାଇବା। ଗୋଟିଏ ଲୋକର ଏକମାତ୍ର ସନ୍ତାନର ମୃତ୍ୟୁରେ ଯେପରି ଆକୁଳ କ୍ରନ୍ଦନ କରାଯାଏ ସେହିପରି କରୁଣ ବିଳାପ କରାଇବା। ଏହା ଅତି ଦୁଃଖର ଅନ୍ତିମ ପରିଣତି ହେବ।”
11
ପରମେଶ୍ୱରଙ୍କ ବାକ୍ୟ ପାଇଁ କ୍ଷୁଧାର ଏକ ଭୟଙ୍କର ସମୟ ଆସୁଛି ସଦାପ୍ରଭୁ କୁହନ୍ତି: “ଦେଖ, ସେହି ଦିନ ଆସୁଛି, ଯେଉଁ ଦିନ ଆମ୍ଭେ ଏ ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରିବା। ତାହା କ୍ଷୁଧା ଓ ତୃଷାର ଦୁର୍ଭିକ୍ଷ ନୁହେଁ। ମାତ୍ର ତାହା ସଦାପ୍ରଭୁଙ୍କର ବାକ୍ୟର ଦୁର୍ଭିକ୍ଷ ହେବ।
12
ଲୋକମାନେ ଗୋଟିଏ ସମୁଦ୍ରରୁ ଅନ୍ୟ ଗୋଟିଏ ସମୁଦ୍ର ପର୍ଯ୍ୟନ୍ତ ଏବଂ ଉତ୍ତର ଦିଗରୁ ପୂର୍ବ ଦିଗକୁ ଭ୍ରମଣ କରିବେ। ସେମାନେ ସଦାପ୍ରଭୁଙ୍କର ବାର୍ତ୍ତା ଏଣେତେଣେ ଖୋଜି ବୁଲିବେ, ମାତ୍ର ତାହା ପାଇବେ ନାହିଁ।
13
ସେତେବେଳେ ସୁନ୍ଦର ଯୁବକଗଣ ଓ ସୁନ୍ଦରୀ ରମଣୀମାନେ ତୃଷାରେ ଦୁର୍ବଳ ହୋଇ ପଡ଼ିବେ।
14
ଶମରିୟାର ପାପ ପାଇଁ ସେମାନେ ଶପଥ ନେଇ କହିବେ, ‘ହେ ଦାନ୍ ଯେପରି ତୁମ୍ଭର ପରମେଶ୍ୱର ନିଶ୍ଚିତ ଜୀବିତ’ ଓ ‘ବେର୍ଶେବାର ପ୍ରଭୁ ନିଶ୍ଚିତ ଜୀବିତ, ସେମାନଙ୍କର ନିଶ୍ଚିତ ପତନ ଘଟିବ ଓ ସେମାନେ କେବେ ଉଠି ପାରିବେ ନାହିଁ।”
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 9 →
All chapters:
1
2
3
4
5
6
7
8
9