bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Amos 6
Amos 6
Odia Bible ERV 2004 (ପବିତ୍ର ବାଇବଲ)
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 7 →
1
ଇସ୍ରାଏଲରୁ ସୁଦିନ କାଢ଼ି ନିଆଯିବ ହେ ସିୟୋନର ଲୋକମାନେ, ଯେଉଁମାନେ ତୁମ୍ଭର ଦୁଃଖ ନାହିଁ ବୋଲି କହୁଛ ଏବଂ ଶମରିୟା ପର୍ବତ ଉପରେ ଥିବା ନିବାସୀ ଯେଉଁମାନେ ନିଜକୁ ନିରାପଦ ମନେ କରୁଛ, ତୁମ୍ଭମାନଙ୍କ ପାଇଁ ଏହା ଅତି ମନ୍ଦ ହେବ। ତୁମ୍ଭେମାନେ ମହାନ ଦେଶର ପ୍ରଧାନଗଣ। “ଇସ୍ରାଏଲର ଗୃହ” ତୁମ୍ଭମାନଙ୍କର ଉପଦେଶ ପାଇଁ ତୁମ୍ଭମାନଙ୍କ ପାଖକୁ ଆସୁଛି।
2
ଯାଅ କଲନୀକୁ ଦେଖ, ସେହି ସ୍ଥାନରୁ ମହାନ ନଗର ହମାତକୁ ଯାଅ। ତା’ପରେ ପଲେଷ୍ଟୀୟମାନଙ୍କର ଗାଥ୍ ନଗରକୁ ଯାଅ। ସେହିସବୁ କି ଏହି ରାଜ୍ୟଗୁଡ଼ିକ ଅପେକ୍ଷା ଭଲ? ଅବା ସେମାନଙ୍କର ସୀମା କି ତୁମ୍ଭମାନଙ୍କର ରାଜ୍ୟ ଅପେକ୍ଷା ବଡ଼।
3
ତୁମ୍ଭେମାନେ ଭାବୁଛ ଦଣ୍ତ ପାଇବାର ଦିନ ବହୁତ ଦୂରରେ ଅଛି, ସେଥିପାଇଁ ତୁମ୍ଭେ ହିଂସାର ସହିତ ଶାସନ କରୁଛ।
4
ତୁମ୍ଭେ ଗଜଦନ୍ତ ଶଯ୍ୟା ଉପରେ ଶୟନ କରୁଛ ଓ ଖଟ ଉପରେ ନିଜର ଶରୀରକୁ ଲମ୍ବାଇ ଦେଉଛ। ତୁମ୍ଭେମାନେ ତୁମ୍ଭର ମେଷ ପଲରୁ ମେଷଶାବକର କୋମଳ ମାଂସ ଖାଉଛ ଏବଂ ସେମାନଙ୍କ ଗୁହାଳରୁ ବାଛୁରିମାନଙ୍କୁ ଆଣୁଛ ଏବଂ ସେମାନଙ୍କୁ ଖାଉଛ। ଏହା ତୁମ୍ଭମାନଙ୍କ ପାଇଁ ବହୁତ ଖରାପ ହେବ।
5
ତୁମ୍ଭେ ବୀଣାବାଦନ କରୁଛ ଏବଂ ଦାଉଦଙ୍କ ପରି ତୁମ୍ଭର ବାଦ୍ୟଯନ୍ତ୍ରଗୁଡ଼ିକରେ ଅଭ୍ୟାସ କରୁଛ।
6
ତୁମ୍ଭେ ଦ୍ରାକ୍ଷାରସ ସୁନ୍ଦର ପାତ୍ରରେ ପାନ କରୁଛ। ଆଉ ମଧ୍ୟ ସୁନ୍ଦର ସୁବାସିତ ପଦାର୍ଥ ବ୍ୟବହାର କରୁଛ। କିନ୍ତୁ ଯୋଷେଫଙ୍କର ପରିବାର ଧ୍ୱଂସ ପାଉଛନ୍ତି ସେଥିପାଇଁ ଟିକିଏ ହେଲେ ଦୁଃଖ କରୁ ନାହିଁ।
7
ସେହି ଲୋକମାନେ ସେମାନଙ୍କର ଖଟ ଉପରେ ଲମ୍ବି ଶୋଇଛନ୍ତି। କିନ୍ତୁ ସେମାନଙ୍କର ସୁଖର ଦିନ ଶେଷ ହୋଇଛି। ସେମାନଙ୍କୁ ଅନ୍ୟ ରାଜ୍ୟକୁ ବନ୍ଦୀରୂପେ ନିଆଯିବ। ସେମାନେ ବନ୍ଦୀ ହୋଇ ଯିବାର ପ୍ରଥମ ବ୍ୟକ୍ତି ହେବେ।
8
ମୋର ପ୍ରଭୁ ସଦାପ୍ରଭୁ ନିଜର ପବିତ୍ର ନାମକୁ ବ୍ୟବହାର କଲେ ଓ ଶପଥ ନେଲେ। ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ଏହା ପ୍ରତିଜ୍ଞା କଲେ, “ଆମ୍ଭେ ଯାକୁବର ଗର୍ବକୁ ଘୃଣା କରୁ। ତା’ର ସୁଦୃଢ଼ ଅଟ୍ଟାଳିକାକୁ ମଧ୍ୟ ଘୃଣା କରୁ। ତେଣୁ ଆମ୍ଭେ ସେହି ନଗରକୁ ଓ ତା’ର ସମସ୍ତ ଜିନିଷକୁ ଶତ୍ରୁ ହସ୍ତରେ ଅର୍ପଣ କରିବା।”
9
ଅଳ୍ପ କେତେକ ଇସ୍ରାଏଲୀୟ ରକ୍ଷା ପାଇବେ ସେହି ସମୟରେ ଯଦି ଗୋଟିଏ ଘରେ କେବଳ ଦଶ ଜଣ ଅଛନ୍ତି, ସେମାନେ ସମସ୍ତେ ମରିବେ।
10
ଯେତେବେଳେ ଜଣେ ଲୋକ ମରିବ, ଜଣେ ସମ୍ପର୍କୀୟ ମୃତ ଶରୀରକୁ ନେଇ ଦାହ ଦେବା ପାଇଁ ଆସିବ। ଏବଂ “ସେ ଘର ମଧ୍ୟରେ ଅନ୍ୟ କିଏ ଅଛି ବୋଲି ପଗ୍ଭରିବ।” ଘର ଭିତରେ ଥିବା ଲୋକଟି ଉତ୍ତର କରିବ, “ନା”, ତା’ପରେ ସେହି ବ୍ୟକ୍ତି ତୁନି ହୁଅ ବୋଲି କହିବ। କାରଣ “ଆମ୍ଭେମାନେ ସଦାପ୍ରଭୁଙ୍କର ନାମ ଉଚ୍ଚାରଣ କରିବାର ନୁହେଁ।”
11
ସଦାପ୍ରଭୁ ପରମେଶ୍ୱର ଆଦେଶ ଦେବେ, ଦେଖ ବଡ଼ ଗୃହଗୁଡ଼ିକ ଖଣ୍ତ ବିଖଣ୍ତିତ ହେବ ଏବଂ କ୍ଷୁଦ୍ର ଗୃହଗୁଡ଼ିକ ଛୋଟ ଛୋଟ ଖଣ୍ଡରେ ପରିଣତ ହେବ।
12
ଅଶ୍ୱମାନେ ଢେଲା ପଥରଗୁଡ଼ିକ ଉପରେ ଦୌଡ଼ିବେ କି? ଆଉ ମଧ୍ୟ କୌଣସି ଲୋକ ବଳଦମାନଙ୍କୁ ସମୁଦ୍ରରେ ହଳ କରିବାରେ ବ୍ୟବହାର କରନ୍ତି? କିନ୍ତୁ ତୁମ୍ଭେ ସବୁ ଜିନିଷ ତଳ ଉପର ପରିବର୍ତ୍ତନ କରିଛ। ତୁମ୍ଭେ ଧାର୍ମିକକୁ ନାଗ ବିଷରେ ପରିଣତ କରିଛ ଏବଂ ଆଉ ଅତି ଉତ୍ତମ ନ୍ୟାୟକୁ ତୀବ୍ର ହଳାହଳରେ ପରିଣତ କରିଛ।
13
ତୁମ୍ଭେମାନେ ତୁଚ୍ଛାରେ ଆନନ୍ଦ କରୁଛ। ଆଉ ତୁମ୍ଭେମାନେ କହୁଛ, “ଆମ୍ଭେ ନିଜ ତୁଚ୍ଛାରେ ଆନନ୍ଦ ଶିଙ୍ଗ ଲାଭ କରିଅଛୁ।”
14
“କିନ୍ତୁ ହେ ଇସ୍ରାଏଲବାସୀ, ତୁମ୍ଭ ଦେଶ ବିରୁଦ୍ଧରେ ଆମ୍ଭେ ଗୋଟିଏ ଗୋଷ୍ଠୀ ଜାଗ୍ରତ କରିବା। ସେହି ଗୋଷ୍ଠୀ ତୁମ୍ଭ ସମଗ୍ର ରାଜ୍ୟ ଉପରେ ଦୁଃଖ କ୍ଳେଶ ଆଣିବ। ଏହି କ୍ଳେଶ ହମାତଠାରୁ ଅରାବା ମାର୍ଗ ପର୍ଯ୍ୟନ୍ତ ଲାଗି ରହିବ।” ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ଏହା କୁହନ୍ତି।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 7 →
All chapters:
1
2
3
4
5
6
7
8
9