bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Romans 1
Romans 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 2 →
1
ଖ୍ରୀଷ୍ଟ ଯୀଶୁଙ୍କ ଜଣେ କ୍ରୀତଦାସ ପାଉଲଙ୍କଠାରୁ ନମସ୍କାର। ପରମେଶ୍ୱର ମୋତେ ତାହାଙ୍କର ପ୍ରେରିତ ଭାବରେ ଡାକିଲେ। ତାହାଙ୍କର ସୁସମାଗ୍ଭର ଲୋକମାନଙ୍କୁ କହିବା ପାଇଁ ମୁଁ ବଛା ହେଲି।
2
ପରମେଶ୍ୱର, ଏହି ସୁସମାଗ୍ଭର ନିଜ ଲୋକଙ୍କୁ ଦେବା ପାଇଁ ବହୁ ଆଗରୁ ପ୍ରତିଜ୍ଞା କରିଥିଲେ। ପରମେଶ୍ୱର ନିଜ ଭବିଷ୍ୟଦ୍ବକ୍ତାମାନଙ୍କୁ ବ୍ୟବହାର କରି ଏହି ପ୍ରତିଜ୍ଞା କରିଥିଲେ। ସେହି ପ୍ରତିଜ୍ଞା ପବିତ୍ର ଶାସ୍ତ୍ରରେ ଲେଖା ହୋଇଛି।
3
ଏହି ସୁସମାଗ୍ଭର ପରମେଶ୍ୱରଙ୍କ ପୁତ୍ର ତଥା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଅଟେ।
4
ସେ ଦାଉଦଙ୍କ ବଂଶରେ ମନୁଷ୍ୟ ରୂପରେ ଜନ୍ମ ହୋଇଥିଲେ। କିନ୍ତୁ, ପବିତ୍ରଆତ୍ମା ଦ୍ୱାରା ପୁନରୁତ୍ଥାନର ଫଳ ସ୍ୱରୂପ ସେ ମହାନ ଶକ୍ତି ସହିତ ପରମେଶ୍ୱରଙ୍କର ପୁତ୍ର ରୂପେ ଘୋଷିତ ହେଲେ।
5
ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରମେଶ୍ୱର ମୋତେ ବାର୍ତ୍ତାବହ ହେବାର ବିଶେଷ କାର୍ଯ୍ୟ ଦେଇଛନ୍ତି। ପରମେଶ୍ୱର, ଏହା ଦ୍ୱାରା ସମସ୍ତ ଜାତିର ଲୋକଙ୍କ ମନରେ ତାହାଙ୍କ ପ୍ରତି ବିଶ୍ୱାସ ଜନ୍ମାଇବା ଓ ତାହାଙ୍କୁ ମାନିବା ପାଇଁ ଏହି କାମ ମୋତେ ଦେଲେ। ମୁଁ ଏହି କାମ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ କରୁଛି।
6
ତୁମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କର ହେବା ପାଇଁ ଡକା ଯାଇଛ।
7
ତୁମ୍ଭେମାନେ ପରମେଶ୍ୱରଙ୍କ ପବିତ୍ର ଲୋକ ବୋଲି ବଛା ଯାଇ ଥିବାରୁ, ମୁଁ ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛି। ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତିପ୍ରାପ୍ତ ହେଉ। ଆମ୍ଭ ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ମିଳୁ।
8
ଧନ୍ୟବାଦ ପ୍ରାର୍ଥନା ସର୍ବପ୍ରଥମେ ମୁଁ କହିବାକୁ ଗ୍ଭହେଁ ଯେ ତୁମ୍ଭ ସମସ୍ତଙ୍କ ପାଇଁ ମୁଁ ମୋର ପରମେଶ୍ୱରଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଧନ୍ୟବାଦ ଦେଉଛି। ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଛି କାରଣ ତୁମ୍ଭମାନଙ୍କର ବିଶ୍ୱାସ ବିଷୟରେ ସାରା ସଂସାର ଚର୍ଚ୍ଚା କରୁଛି।
9
ପ୍ରତିଥର ମୁଁ ପ୍ରାର୍ଥନା କଲାବେଳେ ତୁମ୍ଭମାନଙ୍କୁ ସ୍ମରଣ କରୁଛି।
10
ପରମେଶ୍ୱର ଜାଣନ୍ତି ଯେ ଏହା ସତ୍ୟ। ପରମେଶ୍ୱରଙ୍କ ପୁତ୍ରଙ୍କ ବିଷୟରେ ସୁସମାଗ୍ଭର ଲୋକମାନଙ୍କୁ ଶୁଣାଇବା ଦ୍ୱାରା ମୁଁ ପରମେଶ୍ୱରଙ୍କୁ ମୋ’ ଅନ୍ତରର ସହ ଉପାସନା କରୁଛି। ମୁଁ ପ୍ରାର୍ଥନା କରେ ଯେ, ତୁମ୍ଭମାନଙ୍କ ପାଖକୁ ଯିବା ପାଇଁ ମୋତେ ଅନୁମତି ମିଳୁ। ପରମେଶ୍ୱର ଇଚ୍ଛା କଲେ ଏହା ସମ୍ଭବ ହେବ।
11
ମୁଁ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛା କରେ। ତୁମ୍ଭମାନଙ୍କୁ କିଛି ଆତ୍ମିକ ଅନୁଗ୍ରହଦାନ ଦେଇ ଶକ୍ତିଶାଳୀ କରାଇବା ମୋର ଇଚ୍ଛା।
12
ମୋର କହିବାର ଅର୍ଥ ଏହି ଯେ ଆମ୍ଭେମାନେ ଏକଆରେକକୁ ନିଜ ନିଜର ବିଶ୍ୱାସ ଦ୍ୱାରା ସାହାଯ୍ୟ କରିବା। ତୁମ୍ଭମାନଙ୍କ ବିଶ୍ୱାସ ମୋତେ ଓ ମୋ’ ବିଶ୍ୱାସ ତୁମ୍ଭମାନଙ୍କୁ ସାହାଯ୍ୟ କରିବ।
13
ଭାଇ ଓ ଭଉଣୀମାନେ, ମୁଁ ତୁମ୍ଭମାନଙ୍କୁ ଜଣାଇବାକୁ ଗ୍ଭହେଁ ଯେ, ପୂର୍ବରୁ ମୁଁ ବହୁତ ଥର ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଏପର୍ଯ୍ୟନ୍ତ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବାକୁ ବାଧା ପାଇଛି। ତୁମ୍ଭମାନଙ୍କୁ ଆତ୍ମିକ ଭାବରେ ବଢ଼ିବାରେ ସାହାଯ୍ୟ କରିବା ପାଇଁ ମୁଁ ଆସିବାକୁ ଇଚ୍ଛା କରିଥିଲି। ଅନ୍ୟ ଅଣଯିହୂଦୀମାନଙ୍କୁ ମୁଁ ଯେପରି ସାହାଯ୍ୟ କରିଥିଲି, ସେହିପରି ତୁମ୍ଭମାନଙ୍କୁ ମୁଁ ସାହାଯ୍ୟ କରିବାକୁ ଗ୍ଭହେଁ।
14
ମୁଁ ଗ୍ରୀକ୍ ବା ବର୍ବର, ବୁଦ୍ଧିମାନ ବା ମୂର୍ଖ ସମସ୍ତଙ୍କୁ ସେବା କରିବାକୁ ଉଚିତ୍ ମନେ କରେ।
15
ସେଥିପାଇଁ ମୁଁ ରୋମରେ ରହୁଥିବା ତୁମ୍ଭ ସମସ୍ତଙ୍କୁ ସୁସମାଗ୍ଭର ଦେବାକୁ ଇଚ୍ଛା କରୁଛି।
16
ମୁଁ ଏହି ସୁସମାଗ୍ଭର ପାଇଁ ଗର୍ବ ଅନୁଭବ କରୁଛି। ଏହି ସୁସମାଗ୍ଭର ହେଉଛି ଶକ୍ତି, ଯାହାଦ୍ୱାରା ପରମେଶ୍ୱର ତାହାଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକଙ୍କୁ ଉଦ୍ଧାର କରନ୍ତି। ପ୍ରଥମେ ଯିହୂଦୀମାନଙ୍କୁ ଓ ପରେ ଅଣଯିହୂଦୀମାନଙ୍କୁ ମଧ୍ୟ।
17
ପରମେଶ୍ୱର ଲୋକମାନଙ୍କୁ କିପରି ତାଙ୍କ ପାଇଁ ଧାର୍ମିକ କରନ୍ତି ତାହା ସୁସମାଗ୍ଭର ଦର୍ଶାଇ ଥାଏ। ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ପାଇଁ ଧାର୍ମିକତା ଆରମ୍ଭ ହୁଏ ଓ ବିଶ୍ୱାସରେ ଶେଷ ହୁଏ। ଯେପରି ଧର୍ମଶାସ୍ତ୍ରରେ କୁହାଯାଇଛି, “ବିଶ୍ୱାସ ଦ୍ୱାରା ଧାର୍ମିକ ଅନନ୍ତକାଳ ଜୀବିତ ରହେ।”
18
ସମସ୍ତେ ପାପ କରିଛନ୍ତି ପରମେଶ୍ୱରଙ୍କ କ୍ରୋଧ ସ୍ୱର୍ଗରୁ ପ୍ରକାଶିତ ହୋଇଛି। ଲୋକମାନଙ୍କ ଦ୍ୱାରା ପରମେଶ୍ୱରଙ୍କ ବିରୁଦ୍ଧରେ କରାଯାଇଥିବା ପ୍ରତ୍ୟେକ କୁକର୍ମ ଓ ମନ୍ଦକର୍ମ ପାଇଁ ପରମେଶ୍ୱର କ୍ରୋଧ କରନ୍ତି। ସେମାନଙ୍କ ପାଖରେ ସତ୍ୟ ଅଛି, କିନ୍ତୁ ସେମାନେ ନିଜର ମନ୍ଦ ଜୀବନ ଦ୍ୱାରା ତାହା ଲୁଗ୍ଭନ୍ତି।
19
ପରମେଶ୍ୱରଙ୍କ ବିଷୟକ ସମସ୍ତ ଜ୍ଞାନ ଲୋକମାନଙ୍କ ପାଇଁ ସ୍ପଷ୍ଟ କରା ଯାଇ ସାରିଥିବାରୁ, ପରମେଶ୍ୱର ତାହାଙ୍କର କ୍ରୋଧ ଦେଖାନ୍ତି। ପ୍ରକୃତରେ, ପରମେଶ୍ୱର ନିଜ ବିଷୟରେ ଯାହା ଜଣାଇବା କଥା ସେ ସମସ୍ତ କଥା ସ୍ପଷ୍ଟ ଭାବରେ ଦେଖାଇ ଦେଇଛନ୍ତି।
20
ପରମେଶ୍ୱରଙ୍କ ବିଷୟରେ କେତେକ ତଥ୍ୟ ଲୋକେ ଦେଖି ପାରିବେ ନାହିଁ। ତାହାଙ୍କର ଅନନ୍ତ ଶକ୍ତି ଓ ପରମେଶ୍ୱରତ୍ୱ ତାହାଙ୍କୁ ପରମେଶ୍ୱର ବୋଲି ପ୍ରମାଣିତ କରୁଥିବା ସମସ୍ତ କଥା। କିନ୍ତୁ ଜଗତର ସୃଷ୍ଟିର ଆରମ୍ଭରୁ ସେଗୁଡ଼ିକ ଲୋକମାନଙ୍କ ବୁଝିବା ପାଇଁ ସହଜ କରାଯାଇଛି। ଏଗୁଡ଼ିକ ପରମେଶ୍ୱର ସୃଷ୍ଟି କରିଥିବା ବସ୍ତୁଗୁଡ଼ିକରୁ ସ୍ପଷ୍ଟ ହୋଇ ଥାଏ। ସେଥିପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ଲୋକମାନଙ୍କ ପାଖରେ କୌଣସି ବାହାନା ନାହିଁ।
21
ଲୋକେ ପରମେଶ୍ୱରଙ୍କୁ ଜାଣିଥିଲେ। କିନ୍ତୁ ସେମାନେ ପରମେଶ୍ୱରଙ୍କୁ ଗୌରବ ଦେଲେ ନାହିଁ ଓ ତାହାଙ୍କୁ ଧନ୍ୟବାଦ ଜଣାଇଲେ ନାହିଁ। ଲୋକଙ୍କ ଚିନ୍ତାଧାରା ନିରର୍ଥକ ହେଲା। ସେମାନଙ୍କର ଜ୍ଞାନ ଅନ୍ଧକାରରେ ଭରିଗଲା।
22
ଲୋକେ ନିଜକୁ ବୁଦ୍ଧିମାନ ବୋଲି କହିଲେ କିନ୍ତୁ ପ୍ରକୃତରେ ସେମାନେ ମୂର୍ଖ ହୋଇଗଲେ।
23
ସେମାନେ ପରମେଶ୍ୱରଙ୍କ ଚିରସ୍ଥାୟୀ ମହିମାକୁ ଛାଡ଼ି ଦେଲେ। ଲୋକେ ସେହି ମହିମାକୁ ମୂର୍ତ୍ତିପୂଜା ଦ୍ୱାରା ବେପାର କଲେ। ଲୋକେ ଏହି ମୂର୍ତ୍ତିଗୁଡ଼ିକୁ ପକ୍ଷୀ, ପଶୁ ଓ ପରୀସୃପ ରୂପ ପ୍ରଦାନ କଲେ।
24
ଲୋକେ ସର୍ବଦା ମନ୍ଦ କର୍ମ କରିବାକୁ ଇଚ୍ଛା କଲେ। ସେମାନେ ପାପରେ ପୂର୍ଣ୍ଣ ଥିଲେ। ପରମେଶ୍ୱର ସେମାନଙ୍କୁ ନିଜର ପାପ ମାର୍ଗରେ ଯିବା ପାଇଁ ଛାଡ଼ି ଦେଲେ। ସେଥିପାଇଁ ସେମାନେ ଯୌନପାପରେ ପରିପୂର୍ଣ୍ଣ ହେଲେ ଓ ନିଜ ନିଜ ଶରୀରକୁ ପରସ୍ପର ସହିତ ମନ୍ଦ କର୍ମରେ ନିୟୋଜିତ ରଖିଲେ, ଯା’ଦ୍ୱାରା ସେମାନଙ୍କ ଶରୀର ନିନ୍ଦିତ ହେଲା।
25
ଲୋକେ ପରମେଶ୍ୱରଙ୍କ ସତ୍ୟ ବଦଳରେ ମିଥ୍ୟାକୁ ଗ୍ରହଣ କଲେ। ସେମାନେ ସୃଷ୍ଟ ବସ୍ତୁଗୁଡ଼ିକର ଉପାସନା ଓ ସେବା କଲେ। ସେମାନେ ଏହି ବସ୍ତୁ ଗୁଡ଼ିକର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ଉପାସନା କଲେ ନାହିଁ। ପରମେଶ୍ୱର ସର୍ବଦା ପ୍ରଶଂସାର ପାତ୍ର। ଆମେନ୍।
26
ସେଥିପାଇଁ ପରମେଶ୍ୱର ସେମାନଙ୍କୁ ସେହି ଲଜ୍ଜାଜନକ କାର୍ଯ୍ୟ କରିବା ପାଇଁ ଛାଡ଼ି ଦେଲେ।
27
ସେହିଭଳି ପୁରୁଷମାନେ ମଧ୍ୟ ସ୍ତ୍ରୀମାନଙ୍କ ସ୍ୱାଭାବିକ ସଙ୍ଗ ଛାଡ଼ି ପରସ୍ପର ଭିତରେ କାମନାରେ ଲିପ୍ତ ହେଲେ। ପୁରୁଷମାନେ ଅନ୍ୟ ପୁରୁଷମାନଙ୍କ ସହିତ ଅଶୋଭନୀୟ ବ୍ୟବହାର କଲେ। ନିଜର ମନ୍ଦ କାର୍ଯ୍ୟ ପାଇଁ ସେମାନେ ନିଜ ଦେହରେ ଦଣ୍ଡ ଭୋଗିଲେ।
28
ପରମେଶ୍ୱରଙ୍କ ବିଷୟରେ ପ୍ରକୃତ ଜ୍ଞାନ ପ୍ରାପ୍ତ କରିବାକୁ ଲୋକେ ଗୁରୁତ୍ୱ ଦେଲେ ନାହିଁ। ସେଥିପାଇଁ ପରମେଶ୍ୱର ସେମାନଙ୍କୁ ସେମାନଙ୍କ ବିକୃତ ଚିନ୍ତାରେ ରହିବାକୁ ଛାଡ଼ି ଦେଲେ ଓ ସେମାନେ ଅନୁଚିତ୍ କର୍ମକରି ରହିଲେ।
29
ସେହି ଲୋକମାନେ ସମସ୍ତ ପ୍ରକାରର ପାପ, ମନ୍ଦଭାବନା, ସ୍ୱାର୍ଥ ଓ ଘୃଣାରେ ପରିପୂର୍ଣ୍ଣ ଥିଲେ। ସେମାନେ ହତ୍ୟା, ଝଗଡ଼ା, ମିଛ, ଚ୍ଛନ୍ଦ-କପଟତା ଓ ଅନ୍ୟମାନଙ୍କର ମନ୍ଦ ଚିନ୍ତାରେ ବୁଡ଼ି ରହନ୍ତି।
30
ସେମାନେ ପରଚର୍ଚ୍ଚା କରନ୍ତି, ପରନିନ୍ଦା କରନ୍ତି ଓ ଏକ ଆରେକ ବିରୁଦ୍ଧରେ ମନ୍ଦକଥା କୁହନ୍ତି। ସେମାନେ ପରମେଶ୍ୱରଙ୍କୁ ଘୃଣା କରନ୍ତି। ସେମାନେ ଉଦ୍ଧତ, ଆତ୍ମଗର୍ବୀ ଓ ଅହଂକାରୀ। ସେମାନେ ମନ୍ଦକର୍ମ କରିବା ପାଇଁ ବାଟ ଖୋଜୁ ଥା’ନ୍ତି।
31
ସେମାନେ ନିଜର ପିତାମାତାଙ୍କୁ ମାନନ୍ତି ନାହିଁ । ସେମାନେ ମୂର୍ଖ ସେମାନେ ନିଜର କଥା ରଖନ୍ତି ନାହିଁ ଓ ସେମାନେ ଅନ୍ୟ ଲୋକମାନଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ କରନ୍ତି ନାହିଁ।
32
ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ଜାଣନ୍ତି। ସେମାନେ ଜାଣନ୍ତି ଯେ ପରମେଶ୍ୱରଙ୍କ ବ୍ୟବସ୍ଥା କୁହେ, ଯେଉଁ ଲୋକ ଏହିଭଳି ଜୀବନଯାପନ କରୁଛି, ସେ ମରିବା ଉଚିତ୍। କିନ୍ତୁ ସେମାନେ ଏହି ମନ୍ଦକାର୍ଯ୍ୟ ଗୁଡ଼ିକ କରି ଗ୍ଭଲନ୍ତି। ଯେଉଁ ଲୋକମାନେ ଏହିଭଳି କାମ କରନ୍ତି, ସେମାନଙ୍କୁ ମଧ୍ୟ ସେମାନେ ସମର୍ଥନ କରନ୍ତି।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16