bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Romans 8
Romans 8
Odia Bible ERV 2004 (ପବିତ୍ର ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 9 →
1
ଆତ୍ମାରେ ଜୀବନ ଅତଏବ ଏବେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛନ୍ତି, ସେମାନେ ଦେଷୀ ବୋଲି ବିଗ୍ଭରିତ ହୁଅନ୍ତି ନାହିଁ।
2
ମୁଁ ଦୋଷୀ ବୋଲି ବିଗ୍ଭରିତ ହେଉ ନାହିଁ କାହିଁକି? କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆତ୍ମାର ବ୍ୟବସ୍ଥା ଜୀବନ ଦିଏ ଓ ତାହା ମୋତେ ମୁକ୍ତ କରିଛି। ପାପ ଓ ମୃତ୍ୟୁ ଆଣୁଥିବା ବ୍ୟବସ୍ଥାରୁ ଏହା ମୋତେ ମୁକ୍ତ କରିଛି।
3
ଆମ୍ଭର ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ବ୍ୟବସ୍ଥା ଶକ୍ତି ହୀନ ହୋଇପାରେ। କିନ୍ତୁ ବ୍ୟବସ୍ଥା ଯାହା କରି ପାରି ନ ଥିଲା, ତାହା ପରମେଶ୍ୱର କଲେ। ପରମେଶ୍ୱର ନିଜ ପୁତ୍ରକୁ ସେଇ ମାନବ ଶରୀର ପ୍ରଦାନ କରି ପୃଥିବୀକୁ ପଠାଇଲେ, ଯେଉଁ ଶରୀରକୁ ଅନ୍ୟମାନେ ପାପ କାମରେ ଲଗାନ୍ତି। ପାପର ପ୍ରାୟଶ୍ଚିତ୍ତ ପାଇଁ ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ପଠାଇଲେ। ସେଥିପାଇଁ ପରମେଶ୍ୱର ପାପକୁ ବିନାଶ କରିବା ପାଇଁ ମାନବ ଶରୀରକୁ ବ୍ୟବହାର କଲେ।
4
ବ୍ୟବସ୍ଥା ଆମ୍ଭକୁ ଯେପରି ହେବା ପାଇଁ ଗ୍ଭହେଁ, ସେହିଭଳି ହେବା ପାଇଁ ପରମେଶ୍ୱର ଏପରି କଲେ। ଆମ୍ଭେ ଏବେ ପାପପୂର୍ଣ୍ଣ ମାନବ ସ୍ୱଭାବ ଅନୁସାରେ ନୁହେଁ ବରଂ ଆତ୍ମା ଅନୁସାରେ ଜୀବନଯାପନ କରୁଛୁ।
5
ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ୍ଣ ଶରୀର ଅନୁସାରେ ଜୀବନଯାପନ କରନ୍ତି, ସେମାନେ ସବୁବେଳେ ତାହାଙ୍କ ପାପପୂର୍ଣ୍ଣ କଥା ଅନୁସାରେ ଚିନ୍ତା କରନ୍ତି। କିନ୍ତୁ ଯେଉଁ ଲୋକମାନେ ଆତ୍ମା ଅନୁସାରେ ଜୀବନଯାପନ କରନ୍ତି, ସେମାନେ ସର୍ବଦା ଆତ୍ମା ଅନୁସାରେ ଚିନ୍ତା କରନ୍ତି।
6
ଯଦି ଜଣେ ଲୋକର ବିଗ୍ଭର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା’ହେଲେ ଆତ୍ମିକ ମୃତ୍ୟୁ ହୁଏ। କିନ୍ତୁ ଯଦି ଜଣକର ବିଗ୍ଭର ଆତ୍ମା ଦ୍ୱାରା ନିୟନ୍ରିତ ହୁଏ, ତା’ହେଲେ ସେଠାରେ ଜୀବନ ଓ ଶାନ୍ତି ଅଛି।
7
ଏହା କାହିଁକି ସତ୍ୟ? କାରଣ ଯଦି ଜଣେ ଲୋକର ବିଗ୍ଭର ତାହାର ପାପପୂର୍ଣ୍ଣ ଶରୀର ଦ୍ୱାରା ନିୟନ୍ତ୍ରିତ ହୁଏ, ତା’ହେଲେ ସେ ଲୋକ ପରମେଶ୍ୱରଙ୍କର ବିରୋଧୀ। ସେ ଲୋକ ପରମେଶ୍ୱରଙ୍କର ବ୍ୟବସ୍ଥା ମାନିବାକୁ ମନା କରେ। ପ୍ରକୃତରେ ସେ ଲୋକ ପରମେଶ୍ୱରଙ୍କର ବ୍ୟବସ୍ଥା ମାନିବା ପାଇଁ ଅସମର୍ଥ।
8
ଯେଉଁ ଲୋକମାନେ ତାହାଙ୍କର ପାପପୂର୍ଣ୍ଣ ଶରୀର ଦ୍ୱାରା ଶାସିତ ସେମାନେ ପରମେଶ୍ୱରଙ୍କୁ ଖୁସୀ କରି ପାରିବେ ନାହିଁ।
9
କିନ୍ତୁ ତୁମ୍ଭେମାନେ ନିଜର ପାପପୂର୍ଣ୍ଣ ଶରୀର ଦ୍ୱାରା ଶାସିତ ନୁହଁ। ଯଦି ପ୍ରକୃତରେ ଖ୍ରୀଷ୍ଟଙ୍କର ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା’ହେଲେ ତୁମ୍ଭେମାନେ ଆତ୍ମା ଦ୍ୱାରା ଶାସିତ ହେଉଛ। କିନ୍ତୁ ଯଦି କୌଣସି ଲୋକ ଭିତରେ ଖ୍ରୀଷ୍ଟଙ୍କର ଆତ୍ମା ନାହିଁ, ତା’ହେଲେ ସେ ଖ୍ରୀଷ୍ଟଙ୍କର ନୁହେଁ।
10
ପାପ ହେତୁ ତୁମ ମାନଙ୍କ ଶରୀର ସବୁବେଳେ ମୃତ ହୋଇ ରହିବ। କିନ୍ତୁ ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କ ଭିତରେ ଅଛନ୍ତି, ତା’ହେଲେ ଆତ୍ମା ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରିବେ, କାରଣ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ସହିତ ଧାର୍ମିକ କରିଛନ୍ତି।
11
ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। ଯଦି ପରମେଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଭିତରେ ଅଛି, ତା’ହେଲେ ତୁମ୍ଭମାନଙ୍କର ମୃତ ଶରୀରକୁ ମଧ୍ୟ ସେ ତାହାଙ୍କର ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରଦାନ କରିବେ।
12
ସୁତରାଂ, ମୋ’ ଭାଇ ଓ ଭଉଣୀମାନେ, ଆମ୍ଭ ପାପପୂର୍ଣ୍ଣ ଶରୀର ଦ୍ୱାରା ଆମ୍ଭେ ଶାସିତ ନୋହୁଁ। ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀରର ଇଚ୍ଛା ଅଧୀନରେ ନୋହୁଁ।
13
ଯଦି ତୁମ୍ଭେମାନେ ତୁମ୍ଭ ପାପପୂର୍ଣ୍ଣ ଶରୀର ଅନୁସାରେ ମନ୍ଦ କାମ ପାଇଁ ନିଜ ଜୀବନକୁ ବ୍ୟବହାର କର, ତା’ହେଲେ ତୁମ୍ଭେମାନେ ଆତ୍ମିକ ରୂପରେ ମରିଯିବ। କିନ୍ତୁ ଯଦି ତୁମ୍ଭେମାନେ ଆତ୍ମାଙ୍କୁ ଶରୀର ମାଧ୍ୟମରେ ମନ୍ଦ କାମ କରିବାକୁ ରୋକିବା ପାଇଁ ବ୍ୟବହାର କର, ତା’ହେଲେ ତୁମ୍ଭେମାନେ ପ୍ରକୃତ ଜୀବନ ପାଇବ।
14
ଯେଉଁମାନେ ନିଜ ଜୀବନରେ ପରମେଶ୍ୱରଙ୍କର ଆତ୍ମାକୁ ନେତୃତ୍ୱ ଦିଅନ୍ତି ସେମାନେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ।
15
ଯେଉଁ ଆତ୍ମାଙ୍କୁ ଆମ୍ଭେ ପାଇଛୁ, ସେ ଆତ୍ମା ଆମ୍ଭକୁ ଆଉ ଦାସ ହେବାକୁ ଦେବେ ନାହିଁ କି ଆମ୍ଭ ପାଇଁ ଭୟର କାରଣ ହେବେ ନାହିଁ। ଆମ୍ଭ ଭିତରେ ଯେଉଁ ଆତ୍ମା ଅଛନ୍ତି ସେ ଆମ୍ଭକୁ ପରମେଶ୍ୱରଙ୍କର ସନ୍ତାନ କରି ଦିଅନ୍ତି। ଓ ସେହି ଆତ୍ମାଙ୍କ ସହିତ ଆମ୍ଭେ କହୁ, ‘ପିତା, ପ୍ରିୟ ପିତା।’
16
ଆମ୍ଭେ ପରମେଶ୍ୱରଙ୍କର ସନ୍ତାନ ବୋଲି କହିବା ଲାଗି ସେହି ଆତ୍ମା ଆମ୍ଭ ଆତ୍ମା ସହିତ ଯୋଡ଼ି ହୁଅନ୍ତି।
17
ଆମ୍ଭେ ଯଦି ପରମେଶ୍ୱରଙ୍କର ସନ୍ତାନ, ତା’ହେଲେ ପରମେଶ୍ୱର ତାହାଙ୍କ ଲୋକଙ୍କ ପାଇଁ ଯେଉଁ ଆଶୀର୍ବାଦ ରଖିଛନ୍ତି, ତାହା ଆମ୍ଭକୁ ମିଳିବ। ଆମ୍ଭେ ଏହା ପରମେଶ୍ୱରଙ୍କଠାରୁ ପାଇବୁ। ଖ୍ରୀଷ୍ଟଙ୍କ ସହିତ ଆମ୍ଭେ ମଧ୍ୟ ଏହି ଆଶୀର୍ବାଦ ପାଇବୁ। କିନ୍ତୁ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ କଷ୍ଟ ପାଇବା ଦରକାର। ତାହାହେଲେ ଖ୍ରୀଷ୍ଟଙ୍କ ଭଳି ଆମ୍ଭେ ମଧ୍ୟ ମହିମାର ଅଧିକାରୀ ହେବା।
18
ଆମକୁ ଭବିଷ୍ୟତରେ ମହିମା ମିଳିବ ଆମ୍ଭେ ଦୁଃଖ ଭୋଗ କରୁଛୁ। କିନ୍ତୁ ଯେଉଁ ଗୌରବ ଆମ୍ଭକୁ ଭବିଷ୍ୟତରେ ମିଳିବ ତା ତୁଳନାରେ ଆମ୍ଭର ବର୍ତ୍ତମାନର ଦୁଃଖ କିଛି ନୁହେଁ।
19
ପରମେଶ୍ୱର ଯାହାକିଛି ସୃଷ୍ଟି କରିଛନ୍ତି, ସେହିସବୁ ବଡ଼ ଆଶାରେ ସେହି ସମୟକୁ ଅପେକ୍ଷା କରିଚନ୍ତି ଯେ କେତେବେଳେ ପରମେଶ୍ୱର ସଂସାରକୁ ଜଣାଇ ଦେବେ ଯେ, କେଉଁମାନେ ତାହାଙ୍କର ସନ୍ତାନ ଅଟନ୍ତି। ସମଗ୍ର ସଂସାର ଏହି ଘଟଣା ଘଟିବା ପାଇଁ ଗ୍ଭହିଁ ରହିଛି।
20
ପରମେଶ୍ୱର ଯାହାକିଛି ସୃଷ୍ଟି କରିଥିଲେ ତାହା ଅସାର ହୋଇଗଲା। ଏହା ସଂସାରର ପସନ୍ଦ ନ ଥିଲା, କିନ୍ତୁ ପରମେଶ୍ୱର ଏହା କରିବା ପାଇଁ ସ୍ଥିର କରିଥିଲେ। କିନ୍ତୁ ଏହି ଭରଷା ଥିଲା:
21
ଯେପରି ପରମେଶ୍ୱର ସୃଷ୍ଟି କରିଥିବା ପ୍ରତ୍ୟେକ ବସ୍ତୁ ବିନାଶରୁ ମୁକ୍ତ ହେବ। ଏହି ଭରସା ଥିଲା ଯେ ପରମେଶ୍ୱରଙ୍କ ସନ୍ତାନମାନଙ୍କ ପାଇଁ ଯାହାକିଛି ନିର୍ମିତ ହୋଇଛି ସେଗୁଡ଼ିକ ସେହି ସ୍ୱଚ୍ଛନ୍ଦ ଓ ମହିମାର ଭାଗୀ ହେବେ।
22
ଆମ୍ଭେ ଯାଣୁ ଯେ ପରମେଶ୍ୱରଙ୍କ ନିର୍ମିତ ପ୍ରତ୍ୟେକ ବିଷୟ, ଏବେ ସୁଦ୍ଧା ସନ୍ତାନକୁ ଜନ୍ମ ଦେବା ପ୍ରସବ ବେଦନା ସହିତ ପ୍ରତୀକ୍ଷାରତ ସ୍ତ୍ରୀଲୋକ ଭଳି ଅପେକ୍ଷାରେ ଅଛି।
23
କେବଳ ଜଗତ ନୁହେଁ, ଆମ୍ଭେ ମଧ୍ୟ ସେହିପରି ବେଦନାପୂର୍ବକ ଅପେକ୍ଷାରେ ଅଛୁ। ପରମେଶ୍ୱରଙ୍କର ପ୍ରତିଜ୍ଞାର ପ୍ରଥମ ଫଳ ସ୍ୱରୂପ ଆମ୍ଭେ ଆତ୍ମାକୁ ପାଇଲୁ। ସେଥିପାଇଁ ଆମ୍ଭେ ଅପେକ୍ଷା କରିଛୁ ଯେ, ପରମେଶ୍ୱର ଆମ୍ଭକୁ ତାହାଙ୍କର ନିଜ ସନ୍ତାନ ଭାବେ ସୃଷ୍ଟି କରିବା କାମ ସମାପ୍ତ କରନ୍ତୁ। ଅର୍ଥାତ ଆମ୍ଭେମାନେ ଶରୀରଗୁଡ଼ିକ ମୁକ୍ତି ପାଇଁ ଅପେକ୍ଷା କରିଛୁ।
24
ଆମ୍ଭେ ପରିତ୍ରାଣ ପାଇଥିଲୁ ଓ ଆମ୍ଭର ଏହି ଭରଷା ଅଛି। ଯାହା ପାଇଁ ଆମ୍ଭେ ଭରଷା କରିଛୁ ଯଦି ଆମ୍ଭେ ତାହାକୁ ଦେଖି ପାରୁ, ତା’ହେଲେ ତାହା ପ୍ରକୃତରେ ଭରସା ନୁହେଁ। ମଣିଷ, ଯାହା ତା’ ପାଖରେ ଏବେ ଅଛି, ସେ ଗୁଡ଼ିକ ପାଇଁ ଭରସା କରେ ନାହିଁ।
25
କିନ୍ତୁ ଯାହା ଆମ୍ଭ ପାଖରେ ଏବେ ସୁଦ୍ଧା ନାହିଁ ତା’ ପାଇଁ ଆମ୍ଭେ ଭରସାରେ ଅଛୁ। ଆମ୍ଭେ ଏହା ପାଇଁ ଧୈର୍ଯ୍ୟପୁର୍ବକ ଅପେକ୍ଷା କରି ରହିଛୁ।
26
ଆତ୍ମା ମଧ୍ୟ ଆମକୁ ସାହାଯ୍ୟ କରୁଛନ୍ତି, ଆମ୍ଭେ ଅତି ଦୁର୍ବଳ କିନ୍ତୁ ଆତ୍ମା ଆମ୍ଭର ଦୁର୍ବଳତାରେ ଆମ୍ଭକୁ ସାହାଯ୍ୟ କରୁଛନ୍ତି। କ’ଣ ଓ କିପରି ପ୍ରାର୍ଥନା କରିବା ଉଚିତ୍ ତାହା ଆମ୍ଭେ ଜାଣୁ ନାହୁଁ। କିନ୍ତୁ ଆତ୍ମା ନିଜ ତରଫରୁ ପରମେଶ୍ୱରଙ୍କୁ ଆମ୍ଭ ପାଇଁ ପ୍ରାର୍ଥନା କରନ୍ତି। ଆତ୍ମା ଆମ୍ଭ ପାଇଁ ପରମେଶ୍ୱରଙ୍କଠାରେ ନିବେଦନ କରନ୍ତି। ଆତ୍ମା ଯେତେ ଗଭୀର ଭାବନା ସହିତ ପରମେଶ୍ୱରଙ୍କୁ କୁହନ୍ତି ତାହା ଶବ୍ଦରେ ବର୍ଣନା କରା ଯାଇ ପାରିବ ନାହିଁ।
27
ଲୋକମାନଙ୍କର ହୃଦୟରେ କ’ଣ ଅଛି ପରମେଶ୍ୱର ତାହା ଦେଖି ପାରନ୍ତି। ପରମେଶ୍ୱର ଆତ୍ମାର ମନରେ କ’ଣ ଅଛି ତାହା ଜାଣନ୍ତି, କାରଣ ଆତ୍ମା ପରମେଶ୍ୱର ଜେପରି ଇଚ୍ଛା କରନ୍ତି, ସେହିଭଳି ତାଙ୍କ ଲୋକମାନଙ୍କ ପାଇଁ କରନ୍ତି।
28
ଆମ୍ଭେ ଜାଣୁ ଯେ, ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ସେମାନଙ୍କ ପାଇଁ ପରମେଶ୍ୱର ପ୍ରତେକ ବିଷୟରେ ମଙ୍ଗଳ ଜନ୍ମାନ୍ତି। ପରମେଶ୍ୱର ଏହି ଲୋକମାନଙ୍କୁ ବାଛିଛନ୍ତି, କାରଣ ଏହା ହିଁ ତାହାଙ୍କର ଯୋଜନା ଥିଲା।
29
ପରମେଶ୍ୱର ଜଗତ ନିର୍ମାଣ କରିବା ପୂର୍ବରୁ ଏହି ଲୋକମାନଙ୍କୁ ଜଣାଇଥିଲେ। ଏବଂ ପରମେଶ୍ୱର ନିର୍ଣୟ କରିଥିଲେ ଯେ ସେହି ଲୋକମାନେ ତାହାଙ୍କର ପୁତ୍ରଭଳି ହୁଅନ୍ତୁ। ତା’ହେଲେ ଯୀଶୁ ଅନେକ ଭାଇ ଭଉଣୀ ମାନଙ୍କ ଭିତରେ ପ୍ରଥମଜାତ ବୋଲି ଧରା ହେବେ।
30
ପରମେଶ୍ୱରଙ୍କ ଯୋଜନା ସେମାନଙ୍କ ପାଇଁ ହେଲା ଯେ ସେମାନେ ତାହାଙ୍କର ପୁତ୍ର ଭଳି ହେବେ। ସେ ଏହି ଲୋକମାନଙ୍କୁ ଡାକିଲେ। ପରମେଶ୍ୱର ସେମାନଙ୍କୁ ନିଜ ପ୍ରତି ଧାର୍ମିକ କଲେ। ଏବଂ ପରମେଶ୍ୱର ଯେଉଁମାନଙ୍କୁ ନିଜ ପ୍ରତି ଧାର୍ମି କଲେ, ସେହି ଲୋକମାନଙ୍କୁ ମହିମାନ୍ୱିତ କଲେ।
31
ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱରଙ୍କ ପ୍ରେମ ସେଥିପାଇଁ ଆମ୍ଭେ ଏହି ବିଷୟରେ କ’ଣ କହିବା? ଯଦି ପରମେଶ୍ୱର ଆମ୍ଭ ସହିତ ଅଛନ୍ତି, ତାହାହେଲେ କୌଣସି ଲୋକ ଆମ୍ଭକୁ ପରାଜିତ କରି ପାରିବ ନାହିଁ।
32
ପରମେଶ୍ୱର ଆମ୍ଭ ପାଇଁ ସବୁକିଛିକରିବେ। ପରମେଶ୍ୱର ନିଜ ପୁତ୍ରକୁ ସୁଦ୍ଧା ଧରି ରଖିଲେ ନାହିଁ କିନ୍ତୁ ଆମ୍ଭ ସମସ୍ତଙ୍କ ପାଇଁ ଦେଇଦେଲେ। ଏଣୁ ସେ ତାଙ୍କ ସହ ଆମ୍ଭକୁ ସବୁ ବିଷୟ ଦେବେ।
33
ପରମେଶ୍ୱର ଯାହାଙ୍କୁ ବାଛିଛନ୍ତି, ସେ ଲୋକମାନଙ୍କୁ କିଏ ବା ଅଭିଯୁକ୍ତ କରି ପାରିବ? କେହି ନୁହେଁ! ପରମେଶ୍ୱର ହିଁ ସେହି ଲୋକମାନଙ୍କୁ ଧାର୍ମିକ କରନ୍ତି।
34
କିଏ କହି ପାରିବ ଯେ ପରମେଶ୍ୱରଙ୍କ ଲୋକମାନେ ଦୋଷୀ? କେହି ନୁହେଁ। ଆମ୍ଭ ପାଇଁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ, କିନ୍ତୁ ତାହା ହିଁ ସବୁକିଛି ନୁହେଁ। ସେ ମୃତ୍ୟୁରୁ ମଧ୍ୟ ଜୀବିତ ହେଲେ। ସେ ଏବେ ପରମେଶ୍ୱରଙ୍କ ଡାହାଣ ପଟରେ ଅଛନ୍ତି ଓ ଆମ୍ଭ ପାଇଁ ପରମେଶ୍ୱରଙ୍କୁ ନିବେଦନ କରୁଛନ୍ତି।
35
ଖ୍ରୀଷ୍ଟଙ୍କର ପ୍ରେମଠାରୁ ଆମ୍ଭକୁ କିଏ କ’ଣ ଅଲଗା କରିପାରେ? ନା! କଷ୍ଟ କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ?ନା! ସମସ୍ୟା ବା ତାଡ଼ନା କ’ଣ ଖ୍ରୀଷ୍ଟଙ୍କର ଶତ୍ରୁମାନଙ୍କ ଆଘାତ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା! ଯଦି ଆମ୍ଭ ପାଖରେ ଖାଦ୍ୟ ବା ଲୁଗାପଟା ନାହିଁ, ତା’ହେଲେ ତାହା କ’ଣ ଖ୍ରୀଷ୍ଟଙ୍କର ପ୍ରେମରୁ ଆମ୍ଭକୁ ଅଲଗା କରିପାରେ? ନା! ବିପଦ ବା ମୃତ୍ୟୁ ହେଉନା କାହିଁକି ତାହା କ’ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ରେମରୁ ଅଲଗା କରିପାରେ? ନା!
36
ଶାସ୍ତ୍ରରେ ଏହିପରି ଲେଖା ଅଛି: “ତୁମ୍ଭ ପାଇଁ (ଖ୍ରୀଷ୍ଟ) ଚିରଦିନ ଆମ୍ଭେ ନିହିତ ହେଉଅଛୁ। ଲୋକ ଭାବୁଛନ୍ତି, ଆମ୍ଭର ମୂଲ୍ୟ ବଳି ହେବାକୁ ଥିବା ମେଣ୍ଢାମାନଙ୍କଠାରୁ ଅଧିକ କିଛି ନୁହେଁ।”
37
କିନ୍ତୁ ଏସବୁରେ ଆମ୍ଭ ପ୍ରତି ପ୍ରେମ ପ୍ରଦର୍ଶିତ କରିଥିବା ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେ ପୂର୍ଣ୍ଣ ବିଜୟୀ।
38
ହଁ, ମୁଁ ଜାଣେ ଯେ, କୌଣସି ବିଷୟ ଆମ୍ଭକୁ ପରମେଶ୍ୱରଙ୍କ ପ୍ରେମରୁ ବଞ୍ଚିତ କରି ପାରିବ ନାହିଁ। ମୃତ୍ୟୁ ନୁହେଁ, ଜୀବନ ନୁହେଁ, ସ୍ୱର୍ଗଦୂତମାନେ ନୁହନ୍ତି, ଆତ୍ମିକ ଶକ୍ତି ଗୁଡ଼ିକ ନୁହନ୍ତି, ଏବେ କିଛି ନୁହେଁ, ଭବିଷ୍ୟତରେ କିଛି ନୁହେଁ, କୌଣସି ଶକ୍ତି ନୁହେଁ, ଉଚ୍ଚରେ କିଛି ନୁହେଁ, ଗଭୀରରେ କିଛି ନୁହେଁ, ସମଗ୍ର ସୃଷ୍ଟ ଜଗତରେ କିଛି ନୁହେଁ; ଖ୍ରୀଷ୍ଟ ଯୀଶୁ ଆମ୍ଭ ପ୍ରଭୁଙ୍କଠାରେ ଥିବା ପରମାତ୍ମାଙ୍କ ପ୍ରେମଠାରୁ ଆମ୍ଭକୁ କେହି ଅଲଗା କରି ପାରିବେ ନାହିଁ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16