bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Romans 10
Romans 10
Odia Bible ERV 2004 (ପବିତ୍ର ବାଇବଲ)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 11 →
1
ଭାଇ ଓ ଭଉଣୀମାନେ, ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛି ଓ ଏକାନ୍ତ ଭାବରେ ଇଚ୍ଛା କରୁଛି ଯେ, ଯିହୂଦୀ ଲୋକେ ରକ୍ଷା ପାଆନ୍ତୁ।
2
ମୁଁ ବିଶ୍ୱାସ ପୂର୍ବକ ସେମାନଙ୍କ ବିଷୟରେ କହିପାରେ, ଯେ ସେମାନେ ପ୍ରକୃତରେ ପରମେଶ୍ୱରଙ୍କୁ ଅନୁକରଣ କରିବା ପାଇଁ ଗ୍ଭହାନ୍ତି କିନ୍ତୁ ଠିକ୍ ବାଟ ଜାଣନ୍ତି ନାହିଁ।
3
ସେମାନେ ଜାଣି ନ ଥିଲେ ଯେ, ପରମେଶ୍ୱର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କରନ୍ତି। ସେମାନେ ଧାର୍ମିକ ହେବା ପାଇଁ ନିଜର ଉପାୟ ଦ୍ୱାରା ଚେଷ୍ଟା କଲେ। ଅତଏବ ସେମାନେ ଧାର୍ମିକତା ବୋଲି ଗଣିତ ପରମେଶ୍ୱରଙ୍କ ମାର୍ଗର ଅନୁସରଣ କଲେ ନାହିଁ।
4
ଖ୍ରୀଷ୍ଟ ବ୍ୟବସ୍ଥାକୁ ସମାପ୍ତ କଲେ ଯେପରି, ତାହାଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇ ପାରିବ।
5
ବ୍ୟବସ୍ଥା ପାଳନ ଦ୍ୱାରା ଧାର୍ମିକ ହେବା ବିଷୟରେ ମୋଶା କହିଛନ୍ତି: “ଯେଉଁ ଲୋକ ବ୍ୟବସ୍ଥା ପାଳନ ଦ୍ୱାରା ଜୀବନ ପାଇବା ପାଇଁ ଚେଷ୍ଟା କରେ, ସେ ନିଜର କାର୍ଯ୍ୟ ବ୍ୟବସ୍ଥା ଅନୁସାରେ କରିବା ଆବଶ୍ୟକ।”
6
କିନ୍ତୁ ବିଶ୍ୱାସ ଦ୍ୱାରା ଧାର୍ମିକ ହେବା ବିଷୟରେ ଶାସ୍ତ୍ର ଏହିପରି କୁହେ: “ନିଜେ ନିଜକୁ ପଗ୍ଭର ନାହିଁ ଯେ ‘ସ୍ୱର୍ଗକୁ କିଏ ଯିବ?’”(ଅର୍ଥାତ୍ “କିଏ ସ୍ୱର୍ଗରୁ ଖ୍ରୀଷ୍ଟଙ୍କୁ ପୃଥିବୀକୁ ଆଣିବ?”)
7
“ଓ ଏପରି କୁହ ନାହିଁ ଯେ, ‘ପାତାଳକୁ କିଏ ଯିବ?’” (ଅର୍ଥାତ୍ “ମୃତମାନଙ୍କ ଭିତରୁ ଖ୍ରୀଷ୍ଟଙ୍କୁ ଉପରକୁ କିଏ ଆଣିବ?”)
8
ଶାସ୍ତ୍ର କୁହେ: “ପରମେଶ୍ୱରଙ୍କ ଶିକ୍ଷା ତୁମ୍ଭ ପାଖରେ ଅଛି; ଏହା ତୁମ୍ଭ ମୁହଁରେ ଓ ତୁମ୍ଭ ହୃଦୟରେ ଅଛି।” ଆମ୍ଭେ ଲୋକମାନଙ୍କୁ ଘୋଷଣା କରୁଥିବା ସେହି ଶିକ୍ଷାଟି ବିଶ୍ୱାସର ଶିକ୍ଷା ଅଟେ।
9
ଯଦି ତୁମ୍ଭେ ନିଜ ମୁହଁରେ କୁହ, “ଯୀଶୁ ପ୍ରଭୁ ଅଟନ୍ତି,” ଓ ତୁମ୍ଭର ମନ ବିଶ୍ୱାସ କରେ ଯେ, ପରମେଶ୍ୱର ଯୀଶୁଙ୍କୁ ମୃତ୍ୟୁର ଉଠାଇ ଆଣିଥିଲେ; ତେବେ ତୁମ୍ଭେ ଉଦ୍ଧାର ପାଇଯିବ।
10
ହୃଦୟରେ ବିଶ୍ୱାସ ଦ୍ୱାରା ଆମ୍ଭେ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେଉ ଓ ମୁଖ ଦ୍ୱାରା କହି ବିଶ୍ୱାସକୁ ପ୍ରକାଶ କଲେ ଆମ୍ଭେ ଉଦ୍ଧାର ପାଉ।
11
ଶାସ୍ତ୍ର କୁହେ: “ଯିଏ ତାହାଙ୍କୁ (ଖ୍ରଷ୍ଟଙ୍କୁ) ବିଶ୍ୱାସ କରେ ସେ ଲଜ୍ଜିତ ହେବ ନାହିଁ।”
12
ଏଠାରେ “ଯିଏ” ର ଅର୍ଥ ଯିହୂଦୀ ଓ ଅଣଯିହୂଦୀମାନଙ୍କ ଭିତରେ ଭେଦ ନ ଥିବା ସୂଗ୍ଭଏ। ସମସ୍ତ ଲୋକଙ୍କର ଜଣେ ପ୍ରଭୁ। ଯେଉଁ ଲୋକେ ତାହାଙ୍କୁ ବିଶ୍ୱାସ କରନ୍ତି, ପରମେଶ୍ୱର ସେମାନଙ୍କୁ ଅନେକ ଆଶୀର୍ବାଦ କରନ୍ତି।
13
ଶାସ୍ତ୍ର କୁହେ: “ପ୍ରଭୁଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଲୋକ ପରିତ୍ରାଣ ପାଇବ।”
14
କିନ୍ତ ଲୋକେ ବିଶ୍ୱାସ କଲା ପରେ ହିଁ ପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକି ପାରିବେ। ତାହାଙ୍କ ବିଷୟରେ ଶୁଣି ସାରିଲା ପରେ ହିଁ, ଲୋକେ ତାହାଙ୍କ ବିଷୟରେ ବିଶ୍ୱାସ କରି ପାରିବେ। କିଏ ଜଣେ ସେମାନଙ୍କୁ କହିଲା ପରେ ହିଁ ଲୋକେ ତାହାଙ୍କ ବିଷୟରେ ଶୁଣି ପାରିବେ।
15
ଏହି ଉପଦେଶ ଦେବା ଲୋକ ଜଣକୁ କାହା ଦ୍ୱାରା ନ ପଠାଗଲେ ବା ସେ କିପରି ଉପଦେଶ ଦେବ? ଶାସ୍ତ୍ରରେ ଲେଖା ଅଛି: “ସୁସମାଗ୍ଭର ଦେବା ପାଇଁ ଆସିବା ଲୋକର ପାଦ କେତେ ସୁନ୍ଦର ଅଟେ।”
16
ମାତ୍ର ସମସ୍ତେ ସୁସମାଗ୍ଭରକୁ ଗ୍ରହଣ କରି ନାହାନ୍ତି। ଯିଶାଇୟ କହନ୍ତି: “ହେ ପ୍ରଭୁ, ଆମ୍ଭ ଉପଦେଶ ଗୁଡ଼ିକ କିଏ କ’ଣ ବିଶ୍ୱାସ କଲା?”
17
ସୁସମାଗ୍ଭର ଶୁଣିଲେ ବିଶ୍ୱାସ ହୁଏ ଓ ଜଣେ କିଏ ଖ୍ରୀଷ୍ଟଙ୍କ ବିଷୟରେ କହିଲେ ଲୋକେ ଶୁଣନ୍ତି।
18
କିନ୍ତୁ ମୁଁ ପଗ୍ଭରୁଛି: “କ’ଣ ଲୋକେ ସୁସମାଗ୍ଭର ଶୁଣି ନାହାନ୍ତି?” ହଁ ସେମାନେ ଶୁଣିଛନ୍ତି। ଶାସ୍ତ୍ର କୁହେ: “ସେମାନଙ୍କର ସ୍ୱର ଜଗତର ସର୍ବତ୍ର ଖେଳିଗଲା। ସେମାନଙ୍କ ବାକ୍ୟ ଜଗତର ପ୍ରାନ୍ତରର ଶେଷଭାଗ ପର୍ଯ୍ୟନ୍ତ ଖେଳିଗଲା।”
19
ପୁନର୍ବାର ମୁଁ ପଗ୍ଭରୁଛି: “କ’ଣ ଇସ୍ରାଏଲର ଲୋକେ ବୁଝି ପାରି ନ ଥିଲେ?” ହଁ ସେମାନେ ବୁଝିଥିଲେ। ପ୍ରଥମେ ମୋଶା କହିଛନ୍ତି: “ଜାତୀୟ ଚରିତ୍ର ନ ଥିବା ଲୋକଙ୍କ ଦ୍ୱାରା ମୁଁ ତୁମ୍ବ ଭିତରେ ଈର୍ଷା ଜାତ କରାଇବି। ନିର୍ବୋଧ ଲୋକଙ୍କ ଦ୍ୱାରା ମୁଁ ତୁମ୍ଭ ଭିତରେ କ୍ରୋଧ ଜାତ କରାଇବି।”
20
ଏହା ପରେ ଯିଶାଇୟ ନିର୍ଭୟ ହୋଇ କହନ୍ତି: “ଯେଉଁ ଲୋକମାନେ ମୋତେ ଖୋଜୁ ନ ଥିଲେ ସେମାନେ ପାଇଲେ। ଯେଉଁମାନେ ଖୋଜି ନାହାନ୍ତି ସେମାନଙ୍କ ପାଇଁ ମୁଁ ନିଜକୁ ପ୍ରକାଶ କଲି।”
21
କିନ୍ତୁ ଇସ୍ରାଏଲ ଲୋକଙ୍କ ବିଷୟରେ ପରମେଶ୍ୱର ଏହା କହନ୍ତି, “ଆମ୍ଭେ ଏହି ଲୋକଙ୍କ ପାଇଁ ଦିନସାରା ଅପେକ୍ଷା କରିଥିଲେ ମଧ୍ୟ, ସେମାନେ ଆମ୍ଭକୁ ମାନିଲେ ନାହିଁ ଓ ଅନୁସରଣ କଲେ ନାହିଁ।”
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16