bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Romans 2
Romans 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 3 →
1
ପରମେଶ୍ୱର ବିଗ୍ଭର କରନ୍ତୁ ଯଦି ତୁମ୍ଭେ ଭାବୁଛ ଯେ ତୁମ୍ଭେମାନେ ଅନ୍ୟ ଲୋକଙ୍କର ନ୍ୟାୟବିଗ୍ଭର କରି ପାରିବ ତା’ହେଲେ ତୁମ୍ଭେ ଭୁଲ୍ କରୁଛ। ତୁମ୍ଭେମାନେ ନିଜେ ମଧ୍ୟ ପାପର ଦୋଷୀ। ତୁମ୍ଭେ ଅନ୍ୟମାନଙ୍କର ନ୍ୟାୟ ବିଗ୍ଭର କରୁଛ, ହେଲେ ତୁମ୍ଭେ ମଧ୍ୟ ସେମାନଙ୍କ ପରି ମନ୍ଦ କାମ କରୁଛ। ଅତଏବ ଯେତେବେଳେ ତୁମ୍ଭେ ସେମାନଙ୍କର ନ୍ୟାୟବିଗ୍ଭର କରୁଛ, ସେତେବେଳେ ପ୍ରକୃତରେ ନିଜକୁ ଅପରାଧୀ ବୋଲି ନ୍ୟାୟବିଗ୍ଭର କରୁଛ।
2
ପରମେଶ୍ୱର, ଯେଉଁମାନେ ଏପରିକି ମନ୍ଦକର୍ମ କରନ୍ତି ତାହାଙ୍କର ନ୍ୟାୟ ବିଗ୍ଭର କରନ୍ତି। ଏହା ଆମ୍ଭେମାନେ ଜାଣୁ ଯେ, ପରମେଶ୍ୱରଙ୍କର ନ୍ୟାୟ ବିଗ୍ଭର ଠିକ୍ ଅଟେ।
3
ତୁମ୍ଭେ ଭୁଲକାମ କରୁଥିବା ଲୋକଙ୍କର ନ୍ୟାୟବିଗ୍ଭର କରୁଛ। କିନ୍ତୁ ତୁମ୍ଭେ ନିଜେ ମଧ୍ୟ ସେହିଭଳି ଭୁଲକାମ କରୁଛ। ସେଥିପାଇଁ ତୁମ୍ଭେ ଜାଣ ଯେ ପରମେଶ୍ୱର ନିଶ୍ଚିତ ଭାବରେ ତୁମ୍ଭର ନ୍ୟାୟବିଗ୍ଭର କରିବେ। ତୁମ୍ଭେ ବିଗ୍ଭରରୁ ରକ୍ଷା ପାଇ ପାରିବ ନାହିଁ।
4
ପରମେଶ୍ୱର ତୁମ୍ଭ ପ୍ରତି ଅତି ଦୟାଳୁ। ସେ ତୁମ୍ଭ ପ୍ରତି ଧୈର୍ଯ୍ୟବାନ। ପରମେଶ୍ୱର ଅପେକ୍ଷା କରିଛନ୍ତି ଯେ, ତୁମ୍ଭେ ବଦଳି ଯାଅ। କିନ୍ତୁ ତୁମ୍ଭେ ତାହାଙ୍କର ଦୟାଳୁତା ବିଷୟରେ ଆଦୌ ଭାବୁ ନାହଁ। ଏହା ହୋଇପାରେ ଯେ, ତୁମ୍ଭେ ସମ୍ଭବତଃ ବୁଝିପାରୁ ନାହଁ ଯେ ତୁମ୍ଭକୁ ନିଜର ହୃଦୟ ଓ ଜୀବନ ବଦଳାଇବା ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ପରମେଶ୍ୱର ତୁମ୍ଭ ପ୍ରତି ଦୟାଳୁ ହୋଇଛନ୍ତି।
5
କିନ୍ତୁ ତୁମ୍ଭେମାନେ କଠିନ ଓ ଅନୁତାପବିହୀନ। ତୁମ୍ଭେ ବଦଳିବା ପାଇଁ ନାରାଜ। ସେଥିପାଇଁ ତୁମ୍ଭେ ନିଜର ଦଣ୍ଡକୁ ଅଧିକରୁ ଅଧିକ ବଢ଼ାଉଛ। ଯେଉଁ ଦିନ ପରମେଶ୍ୱର ନିଜର କ୍ରୋଧ ଦେଖାଇବେ, ସେହି ଦିନ ତୁମ୍ଭେ ସେହି ଦଣ୍ଡ ପାଇବ। ସେହି ଦିନ ଲୋକେ ପରମେଶ୍ୱରଙ୍କର ଠିକ୍ ନ୍ୟାୟବିଗ୍ଭର ଦେଖିବେ।
6
ପରମେଶ୍ୱର ପ୍ରତ୍ୟେକ ଲୋକକୁ ନିଜ ନିଜର କର୍ମ ଅନୁସାରେ ପୁରସ୍କାର ବା ଦଣ୍ଡ ଦେବେ।
7
କେତେକ ଲୋକ ପରମେଶ୍ୱରଙ୍କର ମହିମା, ସମ୍ମାନ ଓ ପରମେଶ୍ୱର ଦେବାକୁ ଥିବା ଅନନ୍ତ ଜୀବନ ପାଇଁ ବଞ୍ଚନ୍ତି। ଯେଉଁମାନେ ସର୍ବଦା ଭଲ କାମ କରି ଧୈର୍ଯ୍ୟପୂର୍ବକ ଏହି ଗୁଡ଼ିକ ପାଇଁ ଜୀବନ ଧାରଣ କରନ୍ତି, ସେହି ଲୋକମାନଙ୍କୁ ପରମେଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ।
8
କିନ୍ତୁ ଯେଉଁମାନେ ସ୍ୱାର୍ଥପର ଓ ସତ୍ୟକୁ ଅନୁସରଣ କରିବା ପାଇଁ ମନା କରନ୍ତି ଓ ମନ୍ଦ ମାର୍ଗ ଅବଲମ୍ବନ କରନ୍ତି, ପରମେଶ୍ୱର ସେମାନଙ୍କୁ ଦଣ୍ଡ ଦେବେ।
9
ମନ୍ଦକାମ କରୁଥିବା ପ୍ରତ୍ୟେକ ଲୋକକୁ ପରମେଶ୍ୱର ଦୁଃଖ ଓ ସଙ୍କଟରେ । ଯିହୂଦୀମାନଙ୍କୁ ପ୍ରଥମେ, ପରେ ଅଣଯିହୂଦୀମାନଙ୍କୁ ମଧ୍ୟ।
10
କିନ୍ତୁ ପରମେଶ୍ୱର, ଭଲ କାମ କରୁଥିବା ପ୍ରତ୍ୟେକ ଲୋକକୁ ଗୌରବ, ସମ୍ମାନ ଓ ଶାନ୍ତି ପ୍ରଦାନ କରିବେ। ପ୍ରଥମେ ଯିହୂଦୀମାନଙ୍କୁ ଓ ପରେ ଅଣଯିହୂଦୀମାନଙ୍କୁ ମଧ୍ୟ।
11
ପରମେଶ୍ୱର ପ୍ରତ୍ୟେକ ଲୋକଙ୍କ ପ୍ରତି ସମାନ ଭାବରେ ନ୍ୟାୟବିଗ୍ଭର କରନ୍ତି।
12
ଯେଉଁ ଲୋକମାନେ ବ୍ୟବସ୍ଥା ଜାଣିଛନ୍ତି ଓ ଯେଉଁ ଲୋକମାନେ ବ୍ୟବସ୍ଥା ବିଷୟରେ ଶୁଣି ନାହାନ୍ତି, ପାପ କର୍ମ କଲାବେଳେ ସମସ୍ତେ ସମାନ। ଲୋକେ ଯେଉଁମାନେ ବ୍ୟବସ୍ଥା ଜାଣି ନାହାନ୍ତି ଓ ପାପ କରୁଛନ୍ତି, ସେମାନେ ନଷ୍ଟ ହୋଇ ଯିବେ ଓ ସେହିପରି, ଯେଉଁମାନେ ବ୍ୟବସ୍ଥା ଜାଣିଛନ୍ତି ଓ ପାପ କରୁଛନ୍ତି, ବ୍ୟବସ୍ଥା ଅନୁସାରେ ସେମାନଙ୍କର ନ୍ୟାୟବିଗ୍ଭର ହେବ।
13
ବ୍ୟବସ୍ଥାକୁ କେବଳ ଶୁଣିଥିଲେ କେହି ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇ ପାରିବ ନାହିଁ। ବ୍ୟବସ୍ଥାକୁ ସମଗ୍ର ଭାବରେ ପାଳନ କଲେ ହିଁ ବ୍ୟବସ୍ଥା, ଲୋକମାନଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ବୋଲି ପ୍ରମାଣିତ କରେ।
14
ଅଣଯିହୂଦୀମାନଙ୍କର କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥା ଅନୁଯାୟୀ ନ ଜାଣି ମଧ୍ୟ କାମ କରନ୍ତି, ସେତେବେଳେ ସେଗୁଡ଼ିକ ହିଁ ବ୍ୟବସ୍ଥା ହୋଇଯାଏ। ସେମାନଙ୍କର ବ୍ୟବସ୍ଥା ନ ଥିଲେ ମଧ୍ୟ ଏହା ସତ୍ୟ।
15
ସେମାନେ ହୃଦୟରେ ଜାଣି ପାରନ୍ତି ଯେ କ’ଣ ଠିକ୍ ଓ କ’ଣ ଭୁଲ୍। ଯାହା ଠିକ୍ ତାହା ବ୍ୟବସ୍ଥା ଗ୍ଭହେଁ। ସେମାନେ ଠିକ୍ ଓ ଭୁଲ୍ ବିଷୟରେ ଯାହା ଅନୁଭବ କରନ୍ତି, ତାହା ଦେଖାଇ ମଧ୍ୟ ଦିଅନ୍ତି। ବେଳେବେଳେ ସେମାନଙ୍କ ବିଗ୍ଭର ସେମାନଙ୍କୁ କୁହେ ଯେ, ସେମାନେ ମନ୍ଦ କାମ କଲେ, ସେମାନେ ଦୋଷୀ ହୁଅନ୍ତି ଓ ବେଳେବେଳେ ସେମାନଙ୍କର ବିଗ୍ଭର ସେମାନଙ୍କୁ କୁହେ ଯେ, ସେମାନେ ଉତ୍ତମ କାମ କଲେ, ସେମାନେ ନିଜକୁ ଦୋଷୀ ବିବେଚିତ କରନ୍ତି ନାହିଁ।
16
ଯେଉଁ ଦିନ ପରମେଶ୍ୱର ଲୋକମାନଙ୍କ ଭିତରେ ଥିବା ଗୁପ୍ତକଥା ଗୁଡ଼ିକର ନ୍ୟାୟବିଗ୍ଭର କରିବେ ସେହି ଦିନ ଏହି କଥା ଘଟିବ। ମୁଁ ଯେଉଁ ସୁସମାଗ୍ଭର ଲୋକମାନଙ୍କୁ କହୁଛି, ତାହା କୁହେ ଯେ, ପରମେଶ୍ୱର ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା, ଲୋକମାନଙ୍କର ନ୍ୟାୟବିଗ୍ଭର କରିବେ।
17
ଯିହୂଦୀ ଓ ବ୍ୟବସ୍ଥା ତୁମ୍ଭ ବିଷୟରେ କ’ଣ? ତୁମ୍ଭେ କହୁଛ ତୁମ୍ଭେ ଜଣେ ଯିହୂଦୀ। ତୁମ୍ଭର ବ୍ୟବସ୍ଥା ଉପରେ ଭରସା ଅଛି ଓ ଗର୍ବ କର ଯେ, ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ଅଛ।
18
ତୁମ୍ଭେ ଜାଣ ଯେ, ତୁମ୍ଭେ କ’ଣ କରିବ ବୋଲି ପରମେଶ୍ୱର ଗ୍ଭହାନ୍ତି। ଏବଂ ତୁମ୍ଭେ ଜାଣିଛ ଯେ କେଉଁ ବିଷୟ ଗୁଡ଼ିକ ମହତ୍ତ୍ୱପୂର୍ଣ୍ଣ, କାରଣ ତୁମ୍ଭେ ବ୍ୟବସ୍ଥା ଶିଖିଛ।
19
ତୁମ୍ଭେ ଭାବୁଛ ଯେ, ଯେଉଁ ଲୋକମାନେ ସତ୍ୟ ମାର୍ଗ ବିଷୟରେ ଜାଣନ୍ତି ନାହିଁ, ତୁମ୍ଭେ ସେମାନଙ୍କର ମାର୍ଗ ଦର୍ଶକ। ତୁମ୍ଭେ ଭାବୁଛ ଯେ, ଯେଉଁମାନେ ଅନ୍ଧକାରରେ ଅଛନ୍ତି ସେମାନଙ୍କ ପାଇଁ ତୁମ୍ଭେ ଆଲୁଅ ସଦୃଶ।
20
ତୁମ୍ଭେ ଭାବୁଛ ଯେ, ଯେଉଁମାନେ ମୁର୍ଖ, ସେମାନଙ୍କୁ ସତ୍ୟ ଦେଖାଇ ପାରିବ। ଏବଂ ତୁମ୍ଭେ ଭାବୁଛ ଯେ, ଯେଉଁମାନଙ୍କର ଏବେ ମଧ୍ୟ ଶିଖିବା ଆବଶ୍ୟକ, ସେମାନଙ୍କର ତୁମ୍ଭେ ଶିକ୍ଷକ। ତୁମ୍ଭ ପାଖରେ ବ୍ୟବସ୍ଥା ଅଛି, ସେଥିପାଇଁ ତୁମ୍ଭେ ଭାବୁଛ ଯେ ତୁମ୍ଭେ ସବୁକିଛି ଜାଣିଛ ଓ ତୁମ୍ଭ ପାଖରେ ସତ୍ୟ ଅଛି।
21
ତୁମ୍ଭେ ଅନ୍ୟ ଲୋକଙ୍କୁ ଶିକ୍ଷା ଦେଉଛ। ସେ ଦୃଷ୍ଟିରୁ ତୁମ୍ଭେ ନିଜକୁ ଶିକ୍ଷା କାହିଁକି ଦେଉ ନାହଁ? ତୁମ୍ଭେ ଲୋକଙ୍କୁ କହୁଛ ଗ୍ଭେରି କର ନାହିଁ। କିନ୍ତୁ ତୁମ୍ଭେ ନିଜେ ଗ୍ଭେରି କରୁଛ।
22
ତୁମ୍ଭେ କହୁଛ ଲୋକେ ବ୍ୟଭିଗ୍ଭର ପାପ କରିବା କଥା ନୁହେଁ। କିନ୍ତୁ ତୁମ୍ଭେ ନିଜେ ସେହି ପାପରେ ଦୋଷୀ। ତୁମ୍ଭେ ମୂର୍ତ୍ତିକୁ ଘୃଣା କରିଥାଅ।
23
କିନ୍ତୁ ତୁମ୍ଭେ ମନ୍ଦିରରୁ ଗ୍ଭେରି କରୁଛ। ତୁମ୍ଭେ ପରମେଶ୍ୱରଙ୍କ ବ୍ୟବସ୍ଥା ପାଇଁ ଗର୍ବ କରୁଛ। କିନ୍ତୁ ତୁମ୍ଭେ ସେହି ବ୍ୟବସ୍ଥା ଭଙ୍ଗ କରି ପରମେଶ୍ୱରଙ୍କୁ ଲଜ୍ଜା ଦେଉଛ।
24
ପବିତ୍ର-ଶାସ୍ତ୍ରରେ ଲେଖା ଅଛି, “ଅଣଯିହୂଦୀମାନେ ପରମେଶ୍ୱରଙ୍କ ବିଷୟରେ ମନ୍ଦ କଥା, ଯିହୂଦୀମାନଙ୍କ ପାଇଁ ହିଁ କୁହନ୍ତି।”
25
ଯଦି ତୁମ୍ଭେ ବ୍ୟବସ୍ଥା ପାଳନ କରୁଛ, ତା’ହେଲେ ତୁମ୍ଭର ସୁନ୍ନତ ହେବାର ମୂଲ୍ୟ ଅଛି। କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥା ଭଙ୍ଗ କରୁଛ ତା’ହେଲେ ତୁମ୍ଭେ ସୁନ୍ନତ ନ ହେବା ସହିତ ସମାନ।
26
ଅଣଯିହୂଦୀମାନେ ସୁନ୍ନତ ହୁଅନ୍ତି ନାହିଁ। କିନ୍ତୁ ସେମାନେ ଯଦି ବ୍ୟବସ୍ଥା କହିବା ଭଳି ଆଚରଣ କରନ୍ତି, ତା’ହେଲେ ସେମାନେ ସୁନ୍ନତ ହେବା ଭଳି ହେଲେ।
27
ତୁମ୍ଭ ଯିହୂଦୀମାନଙ୍କର ଲିଖିତ ବ୍ୟବସ୍ଥା ଅଛି ଓ ସୁନ୍ନତ ମଧ୍ୟ, କିନ୍ତୁ ତୁମ୍ଭେମାନେ ବ୍ୟବସ୍ଥା ଭଙ୍ଗ କରୁଛ। ଅତଏବ ଶାରୀରିକ ଭାବେ ସୁନ୍ନତ ନ ହୋଇ ବ୍ୟବସ୍ଥା ପାଳନ କରୁଥିବା ଲୋକେ ଦେଖାଇ ଦେବେ ଯେ ତୁମ୍ଭେ ଦୋଷୀ ଅଟ।
28
ଜଣେ କେବଳ ଶରୀରରେ ଯିହୂଦୀ, କିନ୍ତୁ ପ୍ରକୃତରେ ଯିହୂଦୀ ନୁହେଁ। ପ୍ରକୃତ ସୁନ୍ନତ କେବଳ ବାହାର ଶରୀରରେ ନୁହେଁ।
29
ଜଣେ ଲୋକ ଯଦି ପ୍ରକୃତରେ ଯିହୂଦୀ ସେ ଅନ୍ତରରୁ ଯିହୂଦୀ ଅଟେ। ପ୍ରକୃତ ସୁନ୍ନତ ହୃଦୟରେ ହିଁ କରା ଯାଇଥାଏ। ଏହା ଆତ୍ମା ଦ୍ୱାରା କରାଯାଇ ଥାଏ। ଆକ୍ଷରିକ ଭାବରେ ନୁହେଁ। ଯେଉଁ ଲୋକ ହୃଦୟରେ ଆତ୍ମା ଦ୍ୱାରା ସୁନ୍ନତ ହୋଇଥାଏ ସେ ପରମେଶ୍ୱରଙ୍କଠାରୁ ପ୍ରଶଂସା ପାଏ, ମଣିଷମାନଙ୍କଠାରୁ ନୁହେଁ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16