bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ruth 1
Ruth 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
1
ଯିହୁଦାରେ ଦୁର୍ଭିକ୍ଷ ସେହି ସମୟରେ ଯେତେବେଳେ ବିଗ୍ଭରକଗଣ ଶାସନ କରୁଥିଲେ, ସେହି ଦେଶରେ ଦୁର୍ଭିକ୍ଷ ପଡ଼ିଥିଲା। ତେଣୁ ଏଲିମେଲକ ନାମକ ଜଣେ ଲୋକ ଯିହୁଦାସ୍ଥିତ ନିଜର ଗୃହ ବୈଥ୍ଲେହେମକୁ ପରିତ୍ୟାଗ କଲା ଏବଂ ସେ ତା’ର ସ୍ତ୍ରୀ ଓ ଦୁଇ ପୁତ୍ର ସହିତ ମୋୟାବ ଦେଶରେ ବାସ କରିବାକୁ ଗଲା।
2
ସେହି ଲୋକର ସ୍ତ୍ରୀର ନାମ ଥିଲା ନୟମୀ ଓ ଦୁଇ ପୁତ୍ରଙ୍କ ନାମ ଥିଲା, ମହଲୋନ୍ ଓ କିଲିୟୋନ। ସେମାନେ ଥିଲେ, ଯିହୁଦାର ବୈଥ୍ଲେହମରୁ ଏଫ୍ରାଥିୟ ଲୋକ। ସେମାନେ ମୋୟାବର ପର୍ବତମୟ ଦେଶକୁ ଗଲେ ଓ ସେଠାରେ ବସବାସ କଲେ।
3
ଏହା ପରେ ନୟମୀର ସ୍ୱାମୀ ଏଲିମେଲକ ମରିଗଲା। କେବଳ ନୟମୀ ଓ ତା’ର ଦୁଇ ପୁତ୍ର ବଞ୍ଚି ରହିଲେ।
4
ତା’ର ପୁତ୍ରମାନେ ମୋୟାବର ଯୁବତୀଙ୍କୁ ବିବାହ କଲେ। ଜଣେ ସ୍ତ୍ରୀଙ୍କର ନାମଥିଲା ଅର୍ପା, ଅନ୍ୟ ଜଣକର ନାମ ଥିଲା ଋତ। ସେମାନେ ମୋୟାବରେ ଦଶ ବର୍ଷ ବାସ କଲେ।
5
ମହଲୋନ ଏବଂ କିଲିୟୋନ ମଧ୍ୟ ମୃତ୍ୟୁବରଣ କଲେ। ତେଣୁ ନୟମୀ ସ୍ୱାମୀହୀନ ଓ ପୁତ୍ରହୀନ ହୋଇ ରହିଲା।
6
ନୟମୀ ତା’ର ଗୃହକୁ ଫେରି ଗଲା ଯେତେବେଳେ ନୟମୀ ମୋୟାବର ପର୍ବତମୟ ଦେଶରେ ବାସ କରୁଥିଲା, ସେ ଜାଣିବାକୁ ପାଇଲା ଯେ, ପରମେଶ୍ୱର ତାଙ୍କର ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। ସେ ଯିହୁଦାର ଲୋକମାନଙ୍କୁ ଖାଦ୍ୟ ଦେଉଛନ୍ତି। ତେଣୁ ସେ ମୋୟାବ ଦେଶ ଛାଡ଼ି ନିଜ ଦେଶକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଲା। ତା’ର ପୁତ୍ରବଧୂମାନେ ମଧ୍ୟ ତା’ ସହିତ ଯିବା ପାଇଁ ନିଷ୍ପତ୍ତି ନେଲେ।
7
ତେଣୁ ସେ ତା’ର ପୁତ୍ର ବଧୂମାନଙ୍କୁ ଧରି ତା’ର ବାସସ୍ଥାନ ଛାଡ଼ି ଯିହୁଦାକୁ ଗ୍ଭଲି ଆସିଲା।
8
ଏହା ପରେ ନୟମୀ ତା’ର ପୁତ୍ରବଧୂମାନଙ୍କୁ କହିଲା, “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ତୁମ୍ଭମାନଙ୍କର ମା’ ପାଖକୁ ଫେରିଯାଅ। ତୁମ୍ଭେମାନେ ତୁମ୍ଭମାନଙ୍କର ସ୍ୱାମୀମାନଙ୍କ ପ୍ରତି, ଯେଉଁମାନେ କି ବର୍ତ୍ତମାନ ମୃତ ଓ ମୋ’ ପ୍ରତି ଦୟା ଦେଖାଇଛ। ତେଣୁ ମୁଁ ପ୍ରାର୍ଥନା କରେ ଯେ, ସଦାପ୍ରଭୁ ତୁମ୍ଭଙ୍କୁ ଉତ୍ତମତା ଓ ଦୟା ଦେଖାଇବେ।
9
ମୁଁ ପ୍ରାର୍ଥନା କରୁଛି ଯେ, ସଦାପ୍ରଭୁ ତୁମ୍ଭ ପ୍ରତ୍ୟେକଙ୍କୁ ନୂତନ ସ୍ୱାମୀ ଏବଂ ସୁରକ୍ଷିତ ଘର ଦିଅନ୍ତୁ।” ନୟମୀ ତା’ର ପୁତ୍ରବଧୂମାନଙ୍କୁ ଚୁମ୍ବନ ଦେଲା ଓ ସେମାନେ ସମସ୍ତେ କ୍ରନ୍ଦନ କଲେ।
10
କିନ୍ତୁ ପୁତ୍ରବଧୂମାନେ କହିଲେ, “ଆମ୍ଭେମାନେ ତୁମ୍ଭ ସହିତ ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କ ନିକଟକୁ ଯିବାକୁ ଗ୍ଭହୁଁ।”
11
କିନ୍ତୁ ନୟମୀ କହିଲେ, “ନା, ମୋର କନ୍ୟାଗଣ, ତୁମ୍ଭେ ତୁମ୍ଭର ସ୍ୱଗୃହକୁ ଫେରିଯାଅ। ତୁମ୍ଭେମାନେ ଆଉ କାହିଁକି ମୋ’ ସହିତ ଯିବ? ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରି ପାରିବି ନାହିଁ। ମୋର ତ ଗର୍ଭରେ ଆଉ ସନ୍ତାନ ନାହାନ୍ତି, ଯେଉଁମାନେ କି ତୁମ୍ଭର ସ୍ୱାମୀ ହୋଇ ଥା’ନ୍ତେ।
12
ତୁମ୍ଭେ କ’ଣ ସ୍ୱସ୍ଥାନକୁ ଯିବ ନାହିଁ? ମୁଁ ଅତ୍ୟଧିକ ବୟସ୍କା ବିବାହ କରିବା ପାଇଁ ଏବଂ ଏକ ନୂଆ ସ୍ୱାମୀ ପାଇବାକୁ। ତଥାପି ଯଦି ପୁନର୍ବାର ବିବାହ କରିବା ପାଇଁ ଯଦି ଆଶା କରେ, ତଥାପି ଯଦି ମୋର ଗୋଟିଏ ସ୍ୱାମୀ ଆଜି ରାତ୍ରିରେ ଥିଲା, ଏବଂ ମୁଁ ଗର୍ଭବତୀ ହୁଏଁ ଏବଂ ଦୁଇଟି ସନ୍ତାନ ଜନ୍ମ ଦିଏ, ଏହାବି ତୁମ୍ଭ ପାଇଁ କୌଣସି ସାହାଯ୍ୟ ହେବ କି?
13
ସେମାନେ ବଡ଼ ହେବା ପର୍ଯ୍ୟନ୍ତ ତୁମ୍ଭେ କ’ଣ ଅପେକ୍ଷା କରିବ ଏବଂ ଯଥେଷ୍ଟ ବୟଷ୍କ ବିବାହ କରିବା ନିମନ୍ତେ? ତୁମ୍ଭେ ଯେତେବେଳେ ସେମାନଙ୍କୁ ଅପେକ୍ଷା କରିବ। ତୁମ୍ଭେ ନିଜକୁ ଅନ୍ୟ ସ୍ୱାମୀମାନଙ୍କଠାରୁ ବିବାହ କରିବାଠାରୁ ଦୂରେଇ ରଖି ପାରିବ କି? ନା, ମୋର କନ୍ୟାଗଣ, ମୁଁ ତୁମ୍ଭମାନଙ୍କ ପାଇଁ ଖରାପ ଅନୁଭବ କରୁଛି, କାରଣ ଏହା ଜଣାଯାଏ ଯେ, ସଦାପ୍ରଭୁ ମୋ’ ବିରୁଦ୍ଧରେ ଅଛନ୍ତି।”
14
ଏଣୁ ସେହି ସ୍ତ୍ରୀଲୋକମାନେ ପୁଣି ରୋଦନ କଲେ। ଏହା ପରେ ଅର୍ପା ତା’ର ଶାଶୁକୁ ଚୁମ୍ବନ ଦେଲା ଓ ଗ୍ଭଲିଗଲା। କିନ୍ତୁ ଋତ ତାଙ୍କୁ ଧରି ରହିଲା।
15
ନୟମୀ କହିଲା, “ଦେଖ, ତୁମ୍ଭର ଯାଆ ତା’ର ନିଜର ଲୋକମାନଙ୍କ ନିକଟକୁ ପୁଣି ଆପଣା ଦେବତାମାନଙ୍କ ନିକଟକୁ ଫେରିଗଲେ। ତୁମ୍ଭେ ମଧ୍ୟ ସେହିପରି କରିବା ଉଚିତ୍।”
16
କିନ୍ତୁ ଋତ କହିଲେ, “ଦୟାକରି ତୁମ୍ଭକୁ ଛାଡ଼ି ଯିବା ପାଇଁ ମୋତେ ବାଧ୍ୟ କର ନାହିଁ। ମୋର ସ୍ୱଗୃହକୁ ଫେରିଯିବା ପାଇଁ ମୋତେ କୁହ ନାହିଁ। ମୋତେ ତୁମ୍ଭ ସହିତ ଯିବାକୁ ଦିଅ। ତୁମ୍ଭେ ଯୁଆଡ଼େ ଯିବ, ମୁଁ ସେହିଆଡ଼େ ଯିବି। ତୁମ୍ଭେ ଯେଉଁଠାରେ ରହିବ ମୁଁ ସେହିଠାରେ ରହିବି। ତୁମ୍ଭର ଲୋକ ହିଁ ମୋର ଲୋକ, ତୁମ୍ଭର ସଦାପ୍ରଭୁ ହିଁ ମୋର ସଦାପ୍ରଭୁ ହେବେ।
17
ତୁମ୍ଭେ ଯେଉଁଠାରେ ମରିବ ଓ କବର ନେବ ମୁଁ ସେହିଠାରେ ମରିବି ଓ କବର ନେବି। କେବଳ ମୃତ୍ୟୁଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ଡରୁ ମଧ୍ୟ ତହିଁରୁ ଅଧିକ ମୋତେ ଦିଅନ୍ତୁ।”
18
ଗୃହକୁ ଆସିଲେ ନୟମୀ ଦେଖିଲେ ଯେ ଋତ ତାଙ୍କ ସହିତ ଯିବା ପାଇଁ ସଂକଳ୍ପବଦ୍ଧ ଥିଲେ। ତେଣୁ ନୟମୀ ତାଙ୍କ ସହିତ ଯୁକ୍ତି ବନ୍ଦ କଲେ।
19
ନୟମୀ ଏବଂ ଋତ ବୈଥ୍ଲେହମକୁ ଗଲେ। ସେମାନେ ଯେତେବେଳେ ବୈଥ୍ଲେହମରେ ପ୍ରବେଶ କଲେ, ଲୋକମାନେ ଉତ୍ସୁକ ହେଲେ ଓ କହିଲେ, “ଏ କ’ଣ ପ୍ରକୃତରେ ନୟମୀ?”
20
କିନ୍ତୁ ନୟମୀ ସେହି ଲୋକମାନଙ୍କୁ କହିଲେ, “ମୋତେ ନୟମୀ ବୋଲି ଡାକ ନାହିଁ, ମୋତେ ମାରା ବୋଲି ଡାକ। ଯେହେତୁ ସର୍ବଶକ୍ତିମାନ ପରମେଶ୍ୱର ମୋର ଜୀବନକୁ ଦୁଃଖପୂର୍ଣ୍ଣ କରିଅଛନ୍ତି।
21
ଯେତେବେଳେ ମୁଁ ଏହି ସ୍ଥାନ ଛାଡ଼ିଲି, ମୋର ସବୁକିଛି ଥିଲା, କିନ୍ତୁ ସଦାପ୍ରଭୁ ମୋତେ ଖାଲି ହାତରେ ଘରକୁ ଫେରାଇ ଆଣିଲେ। ସଦାପ୍ରଭୁ ମୋତେ ଦୁଃଖ ଦେଇଅଛନ୍ତି, ତେଣୁ ତୁମ୍ଭେମାନେ ମୋତେ ‘ନୟମୀ’ ବୋଲି କାହିଁକି ଡାକୁଅଛୁ? ସର୍ବଶକ୍ତିମାନ ପରମେଶ୍ୱର ମୋତେ ଅନେକ ଦୁଃଖ ଦେଇଛନ୍ତି ଏବଂ ମୋ’ ଉପରକୁ ବହୁତ ଅସୁବିଧା ଆଣିଛନ୍ତି।”
22
ଏହିପରି ଭାବରେ ବାର୍ଲି ଅମଳ ଆରମ୍ଭ ହେବା ସମୟରେ ନୟମୀ ଏବଂ ତା’ର ପୁତ୍ରବଧୂ ଋତ ମୋୟାବର ପାର୍ବତ୍ୟ ଦେଶରୁ ବୈଥ୍ଲେହମକୁ ଫେରି ଆସିଲେ।
Jump to:
Chapter 1
Chapter 2
Chapter 3
Chapter 4
Chapter 2 →
All chapters:
1
2
3
4