bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ruth 4
Ruth 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
1
ବୋୟାଜ ଏବଂ ତାଙ୍କର ସମ୍ପର୍କୀୟ ବୋୟାଜ ନଗର ଦ୍ୱାରକୁ ଗଲା ଏବଂ ସେଠାରେ ବସିଲା, ସେ କହିଥିବା ନିକଟ ସମ୍ପର୍କୀୟକୁ ଯାଉଥିବାର ଦେଖିଲା। ତେଣୁ ସେ ତାହାକୁ ଡାକି କହିଲେ, “ଆସ ଏବଂ ଏହିଠାରେ ବସ!” ତେଣୁ ସେ ଲୋକଟି ଆସିଲା ଓ ସେହିଠାରେ ବସିଲା।
2
ଏହା ପରେ ବୋୟାଜ କେତେକ ସାକ୍ଷୀ ଠୂଳ କଲେ। ସେମାନେ ନଗରର ଦଶ ଜଣ ବୟୋଜ୍ୟେଷ୍ଠ ଥିଲେ। ସେ ସେମାନଙ୍କୁ କହିଲେ, “ଏହିଠାରେ ବସ, ତେଣୁ ସେମାନେ ସେଠାରେ ବସିଲେ।”
3
ବୋୟାଜ ସେମାନଙ୍କର ରକ୍ଷାକର୍ତ୍ତାକୁ କହିଲା, “ନୟମୀ ପର୍ବତମୟ ଦେଶ ମୋୟାବରୁ ଫେରିଅଛି। ଏବଂ ସେ ତା’ର ଭୂମିକୁ ବିକ୍ରି କରିବାର ଥିଲା, ଯାହାକି ଏଲିମେଲକର ଥିଲା।
4
ଏଠାରେ ଥିବା ଲୋକମାନଙ୍କ ସମ୍ମୁଖରେ ଓ ମୋର ଲୋକମାନଙ୍କର ପ୍ରାଚୀନମାନଙ୍କ ସମ୍ମୁଖରେ ମୁଁ ତୁମ୍ଭକୁ କହିବା ପାଇଁ ନିଷ୍ପତ୍ତି କରିଛି। ଯଦି ତୁମ୍ଭେ ଏହାକୁ କିଣିବାକୁ ଗ୍ଭହଁ, ତେବେ ଏହାକୁ କିଣ! ଯଦି ଏହା ତୁମ୍ଭେ କିଣିବାକୁ ନ ଗ୍ଭହଁ, ତେବେ ମୋତେ କୁହ ଓ ମୁଁ ଏହାକୁ କିଣିବି ଯେହେତୁ ତୁମ୍ଭେ ଜାଣ, ତୁମ୍ଭ ପରେ ମୁଁ ଯଥାର୍ଥ ଲୋକ ଯାହାର ଏହି ଜାଗାକୁ କିଣିବା ପାଇଁ ଅଧିକାର ଅଛି। ଯଦି ତୁମ୍ଭେ କିଣିବାକୁ ଗ୍ଭହଁ ନାହିଁ, ତେବେ ମୁଁ ଏହାକୁ କିଣିବି।”
5
ଏହା ପରେ ବୋୟାଜ କହିଲା, “ଯେବେ ତୁମ୍ଭେ ନୟମୀଠାରୁ ଏହି ଜମି କିଣିଛ, ତେବେ ତୁମ୍ଭେ ମୃତ ଲୋକର ସ୍ତ୍ରୀ ମୋୟାବୀୟ ଋତକୁ ହିଁ ପାଇବ। ମୃତ ଲୋକର ଭୂମିର ବଂଶଧର ପାଇବା ପାଇଁ ତୁମ୍ଭେ ତାକୁ ବିବାହ କରିବା ଉଚିତ୍। ଏହିପରି ଭାବରେ ସେହି ଜମି ମୃତ ଲୋକର ନାମରେ ରହିଯିବ।”
6
ରକ୍ଷାକର୍ତ୍ତା କହିଲା, “ମୁଁ ଏହାକୁ କ୍ରୟ କରି ପାରିବି ନାହିଁ। ଯଦିଓ ଏହା ମୋର ଅଧିକାର ଅଟେ, ମୁଁ ଏହାକୁ ପାରିବି ନାହିଁ। ଯଦି ମୁଁ ଏହା କରେ, ମୁଁ ମୋର ଜମି ହୁଏତ ହରାଇପାରେ। ସେଥିପାଇଁ ତୁମ୍ଭେ ତାହା କିଣିପାର।”
7
ବହୁ ଦିନ ପୂର୍ବରୁ ଯେତେବେଳେ ଲୋକମାନେ ସେମାନଙ୍କର କଠଉ ଅନ୍ୟକୁ ଦିଅନ୍ତି, ଏହା ଇସ୍ରାଏଲରେ ବନ୍ଧକ ସମ୍ପତ୍ତି ମୁକୁଳାଇବାର ସାକ୍ଷୀ ଅଟେ।
8
ମୁକ୍ତିକର୍ତ୍ତା ଜ୍ଞାତି ଯେତେବେଳେ ବୋୟାଜକୁ “ସେହି ଭୂମି କିଣିବାକୁ” କହିଲା। ସେ ତା’ର ପାଦୁକା କାଢ଼ି ତାଙ୍କୁ ଦେଲା।
9
ଏହା ପରେ ବୋୟାଜ, ପ୍ରାଚୀନବର୍ଗ ଓ ସେଠାରେ ଥିବା ସମସ୍ତ ଲୋକଙ୍କୁ କହିଲା, “ଆଜି ଆପଣମାନେ ସମସ୍ତେ ସାକ୍ଷୀ। ମୁଁ ଆଜି ନୟମୀଠାରୁ ସମସ୍ତ କିଣୁଅଛି। ଯାହାକି ସବୁ ଏଲିମେଲକ, କିଲିୟୋନ ଏବଂ ମହଲୋନର ଥିଲା।
10
ମୁଁ ମଧ୍ୟ ମୋୟାବ ଦେଶୀୟ ମୃତ ମହଲୋନର ବିଧବା ସ୍ତ୍ରୀ ଋତକୁ ମୋର ସ୍ତ୍ରୀ ରୂପେ ଗ୍ରହଣ କଲି। ଯାହାଫଳରେ ମୃତ ବ୍ୟକ୍ତିର ଜମିଜମା ସବୁ ତା’ର ପରିବାରରେ ରହିବ। ଏହି ପ୍ରକାରରେ ମୃତ ଲୋକର ନାମ ପୁରାପୁରି ଭୂଲି ହେବ ନାହିଁ। ଆପଣମାନେ ସମସ୍ତେ ଆଜି ଏହାର ସାକ୍ଷୀ।”
11
ତେଣୁ ପ୍ରାଚୀନବର୍ଗ ଏବଂ ଫାଟକ ନିକଟରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଏହାର ସାକ୍ଷୀ ରହିଲେ। ସେମାନେ କହିଲେ, “ରାହେଲ ଓ ଲେୟାପରି ଯିଏ କି ଇସ୍ରାଏଲର ଗୃହ ନିର୍ମାଣ କଲେ, ସେହିପରି ସଦାପ୍ରଭୁ ଏହି ସ୍ତ୍ରୀଲୋକଟିକୁ ତୁମ୍ଭର ଗୃହକୁ ଆଣନ୍ତୁ। ତୁମ୍ଭେ ଏଫ୍ରାଥାରେ ଶକ୍ତିଶାଳୀ ଓ ବୈଥ୍ଲେହମରେ ପ୍ରସିଦ୍ଧ ହୁଅ।
12
ସଦାପ୍ରଭୁ ଏହି ଯୁବତୀ ଦ୍ୱାରା ତୁମ୍ଭକୁ ଯେଉଁ ସନ୍ତାନ ଦେବେ, ତାହା ଦ୍ୱାରା ତୁମ୍ଭର ବଂଶ ତାମର ଗର୍ଭରେ ଯିହୁଦାରେ ଜନ୍ମିତ ପେରସର ବଂଶ ତୁଲ୍ୟ ହେଉ।”
13
ଏହିପରି ଭାବରେ ବୋୟାଜ ଋତକୁ ବିବାହ କଲେ। ସଦାପ୍ରଭୁ ଋତକୁ ଆଶୀର୍ବାଦ କରନ୍ତେ ସେ ଗର୍ଭବତୀ ହେଲା, ଏବଂ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା।
14
ସହରର ସ୍ତ୍ରୀଲୋକମାନେ ନୟମୀକୁ କହିଲେ, “ଧନ୍ୟ ସେହି ସଦାପ୍ରଭୁ, ଯିଏ ତୁମ୍ଭକୁ ଏହି ସନ୍ତାନ ଦେଇଛନ୍ତି। ସେ ଇସ୍ରାଏଲ ଦେଶରେ ବିଖ୍ୟାତ ହେବ।
15
ବୃଦ୍ଧାବସ୍ଥାରେ ସେ ତୁମ୍ଭକୁ ସାନ୍ତ୍ୱନା ଦେବ ଓ ତୁମ୍ଭକୁ ପ୍ରତିପାଳନ କରିବ। ତୁମ୍ଭର ବୋହୂ ସାତୋଟି ପୁତ୍ର ଅପେକ୍ଷା ତୁମ୍ଭକୁ ଅଧିକ ପ୍ରେମ କରିବ।”
16
ନୟମୀ ସେହି ବାଳକକୁ କୋଳାଇ ନେଲା ଏବଂ ତା’ର ପ୍ରତିପାଳନ କଲା।
17
ସେହି ସ୍ତ୍ରୀଲୋକମାନେ କହିଲେ, “ବର୍ତ୍ତମାନ ନୟମୀର ଏକ ପୁତ୍ର ଅଛି।” ତେଣୁ ସେମାନେ ତା’ର ନାମ ଦେଲେ, ଓବେଦ୍। ସେ ଥିଲା ଯିଶୟର ପିତା ଏବଂ ଯିଶୟ ଥିଲା ରାଜା ଦାଉଦଙ୍କର ପିତା।
18
ଋତ ଏବଂ ବୋୟାଜର ପରିବାର ପେରସର ବଂଶାବଳୀ ଏହି ପ୍ରକାର, ପେରସର ପୁତ୍ର ହିଷ୍ରୋଣ,
19
ହିଷ୍ରୋଣର ପୁତ୍ର ଅରାମ ଓ ଅରାମର ପୁତ୍ର ଅମ୍ମୀନାଦବ,
20
ଅମ୍ମୀନାଦବର ପୁତ୍ର ନହଶୋନ୍ ଓ ନହଶୋନର ପୁତ୍ର ସଲ୍ମୋନ,
21
ସଲ୍ମୋନର ପୁତ୍ର ବୋୟାଜ ଓ ବୋୟାଜର ପୁତ୍ର ଓବେଦ,
22
ଓବେଦର ପୁତ୍ର ଯିଶୟ ଓ ଯିଶୟର ପୁତ୍ର ଦାଉଦ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
All chapters:
1
2
3
4