bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ruth 2
Ruth 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
1
ଋତ ବୋୟାଜଙ୍କୁ ସାକ୍ଷାତ କଲେ ବୈଥିଲେହମରେ ଜଣେ ଧନୀ ବ୍ୟକ୍ତି ବାସ କରୁଥିଲେ। ଯାହାଙ୍କର ନାମଥିଲା ବୋୟାଜ। ବୋୟାଜ ଥିଲେ ଏଲିମେଲକର ପରିବାରରୁ ନୟମୀର ଜଣେ ଅନ୍ତରଙ୍ଗ ବନ୍ଧୁ।
2
ଦିନେ ଋତ (ମୋୟାବ ଦେଶୀୟ) ନୟମୀକୁ କହିଲେ, “ମୁଁ କ୍ଷେତକୁ ଯିବା ପାଇଁ ଗ୍ଭହେଁ। କେହି ମୋତେ ଅନୁଗ୍ରହ ଦେଖାଇ ପାରନ୍ତି। ଯଦି ଯେକେହି ତା’ ପଛରେ କିଛି ଶସ୍ୟ ଛାଡ଼ି ଯାଏ ମୁଁ ତାକୁ ସାଉଁଟି ଆଣିବି।” ନୟମୀ କହିଲେ, “ଯାଅ ମୋର କନ୍ୟା।”
3
ତେଣୁ ଋତ କ୍ଷେତକୁ ଗଲା। ସେ ଶ୍ରମିକମାନଙ୍କୁ ଅନୁସରଣ କରି ସମସ୍ତ ଶସ୍ୟ ସାଉଁଟିବାକୁ ଲାଗିଲା। ଯେଉଁସବୁକୁ ଶ୍ରମିକମାନେ ଛାଡ଼ି ଯାଇଥିଲେ, ସେହି ଶସ୍ୟଗୁଡ଼ିକ ସେ ସଂଗ୍ରହ କରୁଥିଲେ। ଏହି ଘଟଣା ବୋୟାଜର କ୍ଷେତରେ ଘଟିଥିଲା ଯିଏ କି ଏଲିମେଲକର ପରିବାରର ଥିଲା।
4
ଏହା ପରେ ବୋୟାଜ ବୈଥ୍ଲେହମରୁ ନିଜର କ୍ଷେତକୁ ଆସିଲା। ଏବଂ ଶ୍ରମିକମାନଙ୍କୁ ଅଭ୍ୟର୍ଥନା କଲା, “ସଦାପ୍ରଭୁ ତୁମ୍ଭମାନଙ୍କର ସହିତ ଥାଆନ୍ତୁ।” ସେମାନେ ଉତ୍ତର ଦେଲେ, “ସଦାପ୍ରଭୁ ଆପଣଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ।”
5
ଏହା ପରେ ବୋୟାଜ ତା’ର ଦାସକୁ ପଗ୍ଭରିଲା, ଯିଏ କି ଶ୍ରମିକମାନଙ୍କର ଖବର ବୁଝୁଥିଲା, “ସେ କାହାର ଝିଅ?”
6
ତାଙ୍କର ଦାସ ଉତ୍ତର ଦେଲା, “ସେ ହେଉଛନ୍ତି ମୋୟାବ ଦେଶୀୟା ଯୁବତୀ ଯିଏ କି ନୟମୀ ସାଙ୍ଗରେ ଆସିଅଛି, ସେହି ପାର୍ବତ୍ୟମୟ ଦେଶ ମୋୟାବରୁ।
7
ସେ ପ୍ରତ୍ୟୁଷ୍ୟରେ ଆସି ଶ୍ରମିକମାନେ ପଛରେ ଛାଡ଼ି ଯାଉଥିବା ଶସ୍ୟଗୁଡ଼ିକ ସାଉଁଟିବା ପାଇଁ ଅନୁମତି ନେଲା। ଏ ପର୍ଯ୍ୟନ୍ତ ସେ ଲଗାତର ଭାବରେ କାର୍ଯ୍ୟ କରୁଅଛି, କେବଳ ଅଳ୍ପ ସମୟ ସେ ଗୃହରେ ବିଶ୍ରାମ ନେଉଥିଲା।”
8
ଏହା ପରେ ବୋୟାଜ ଋତକୁ କହିଲେ, “ଆଗୋ ମୋର କନ୍ୟା, ମୋର କଥା ଶୁଣ। ମୋ’ କ୍ଷେତରୁ ତୁମ୍ଭେ ନିଜ ପାଇଁ ଶସ୍ୟ ସଂଗ୍ରହ କର। ତୁମ୍ଭର ଅନ୍ୟ କାହାର କ୍ଷେତକୁ ଯିବା ଦରକାର ନାହିଁ। ମାତ୍ର ମୋର ଦାସୀଗଣଙ୍କ ପଛରେ ଯାଅ।
9
ଦେଖ ସେମାନେ କେଉଁ କ୍ଷେତକୁ ଯାଉଛନ୍ତି, ସେମାନଙ୍କୁ ଅନୁସରଣ କର। ମୁଁ ସେ ଯୁବକମାନଙ୍କୁ ସତର୍କ କରାଇ ଦେଉଛି ସେମାନେ ତୁମ୍ଭକୁ ହଇରାଣ କରିବେ ନାହିଁ। ତୁମ୍ଭେ ଯେବେ ତୃଷାର୍ତ୍ତ ଅନୁଭବ କରିବ, ତେବେ ତୁମ୍ଭେ ଯାଇ ମୋର ଲୋକମାନେ ପିଉଥିବା ପାଣିପାତ୍ରରୁ ପାଣି ପିଇପାରିବ।”
10
ଏହା ପରେ ଋତ ତାଙ୍କୁ ପ୍ରଣାମ କଲା। ସେ ବୋୟାଜଙ୍କୁ ପଗ୍ଭରିଲା, “ମୁଁ ଆଶ୍ଚର୍ଯ୍ୟ ହେଉଛି, ତୁମ୍ଭେ ତ ମୋତେ ଆଗରୁ କେବେବି ଦେଖି ନାହଁ। ମୁଁ ବିଦେଶୀନୀ ହେଲେବି ତୁମ୍ଭେ ମୋ’ ପ୍ରତି ଦୟା ଦେଖାଇ ଅଛ।”
11
ବୋୟାଜ ତାଙ୍କୁ କହିଲେ, “ତୁମ୍ଭେ କିପରି ତୁମ୍ଭ ଶାଶୁ ନୟମୀକୁ ସାହାଯ୍ୟ କଲ, ମୋତେ ସେ ବିଷୟରେ କୁହାଗଲା। ମୁଁ ଜାଣେ ତୁମ୍ଭର ସ୍ୱାମୀର ମୃତ୍ୟୁ ପରେ ତୁମ୍ଭେ କିପରି ତାକୁ ସାହାଯ୍ୟ କଲ। ଏବଂ ମୁଁ ଏହା ମଧ୍ୟ ଜାଣେ ଯେ ତୁମ୍ଭେ ତୁମ୍ଭର ନିଜର ଦେଶ, ପିତାମାତାଙ୍କୁ ଛାଡ଼ି ପୁଣି ଯେଉଁମାନଙ୍କୁ ତୁମ୍ଭେ ପୂର୍ବରୁ ଜାଣି ନ ଥିଲ, ସେହିମାନଙ୍କ ସହିତ ରହିବା ପାଇଁ ଆସିଅଛ।
12
ସଦାପ୍ରଭୁ ତୁମ୍ଭକୁ ତୁମ୍ଭର ଏହି ଭଲକାମ ପାଇଁ ପୁରସ୍କାର ଦେବେ। ତୁମ୍ଭକୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ପୂର୍ଣ୍ଣ ମାତ୍ରାରେ ପୁରସ୍କୃତ କରନ୍ତୁ। ତୁମ୍ଭେ ନିରାପତ୍ତା ପାଇଁ ସଦାପ୍ରଭୁଙ୍କ ପାଖକୁ ଫେରି ଆସିଲ ଏବଂ ସେ ତୁମ୍ଭଙ୍କୁ ରକ୍ଷା କରିବେ।”
13
ଏହା ପରେ ଋତ ତାଙ୍କୁ କହିଲେ, “ତୁମ୍ଭେ ମୋ’ ଉପରେ ବହୁତ ଦୟା ଦେଖାଇ ଅଛ। ମହାଶୟ, ମୁଁ ଆପଣଙ୍କର ଦାସୀ। ଏପରିକି ମୁଁ ଆପଣଙ୍କର ଏକ ଦାସୀ ସହିତ ସମାନ ନୁହେଁ, ତଥାପି ଆପଣ ମୋ’ ପ୍ରତି ବହୁତ ଦୟା ଓ କରୁଣା ଦେଖାଇଛନ୍ତି ଏବଂ ଆପଣ ଦୟାର କଥା ମୋତେ କହିଛନ୍ତି।”
14
ମଧ୍ୟାହ୍ନ ଭୋଜନ ସମୟରେ, ବୋୟାଜ ଋତଙ୍କୁ କହିଲେ, “ଏଠାକୁ ଆସ! ଆମ୍ଭର ରୋଟୀରୁ କିଛି ଖାଅ। ଆଉ ତୁମ୍ଭେ ରୋଟୀରୁ କିଛି ଖଣ୍ତ ନେଇ ତାହାକୁ ଅମ୍ଳରସରେ ବୁଡ଼ାଅ।” ତେଣୁ ଋତ ବୋୟାଜଙ୍କର ଶ୍ରମିକମାନଙ୍କ ସହିତ ବସିଲେ। ବୋୟାଜ ତାଙ୍କୁ କିଛି ଭଜା ଶସ୍ୟ ଆଣି ଖାଇବାକୁ ଦେଲେ। ତହିଁରେ ସେ ତୃପ୍ତ ହେବା ପର୍ଯ୍ୟନ୍ତ ଭୋଜନ କଲା ଓ କିଛି ବଳକା ରଖିଲା।
15
ଏହା ପରେ ଋତ ଉଠି କାର୍ଯ୍ୟକୁ ଗଲା। ଏହା ପରେ ବୋୟାଜ ତାଙ୍କର ଦାସମାନଙ୍କୁ କହିଲେ, “ବିଡ଼ା ମଧ୍ୟରୁ ମଧ୍ୟ ତାକୁ ଶସ୍ୟ ସାଉଁଟିବାକୁ ଦିଅ। ତାକୁ କେବେ ଲଜ୍ଜା ଦିଅ ନାହିଁ।
16
ତା’ର କାମକୁ ସରଳ କରିବା ପାଇଁ କିଛି ଶସ୍ୟ ପକାଇ ଯାଅ ଏବଂ ତାକୁ ଗୋଟାଇବାକୁ ଦିଅ। ତାଙ୍କୁ ବାରଣ କର ନାହିଁ।”
17
ନୟମୀ ବୋୟାଜଙ୍କ ବିଷୟରେ ଶୁଣିଲେ ଋତ ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷେତରେ କାର୍ଯ୍ୟ କଲା। ସେ ଶସ୍ୟ ସଂଗ୍ରହ କଲା ପରେ, ସେ ଏଗୁଡ଼ିକୁ ତୁଷରୁ ଅଲଗା କଲା। ଏହା ଓଜନ କଲାରୁ ଅର୍ଦ୍ଧ ବୁଶେଲ ବାର୍ଲି ହେଲା।
18
ଋତକୁ ଏହା ପରେ ଶସ୍ୟଗୁଡ଼ିକ ନେଇ ନଗରକୁ ଯାଇ ତା’ର ଶାଶୁକୁ ଦେଲା ଏବଂ ସାଙ୍ଗରେ ଆଣିଥିବା ଅବଶିଷ୍ଟ ଖାଦ୍ୟ ତାଙ୍କୁ ଦେଲା।
19
ତା’ର ଶାଶୁ ତାକୁ ପଗ୍ଭରିଲେ, “ଆଜି ତୁମ୍ଭେ କେଉଁଠାରୁ ଏହି ଶସ୍ୟ ସଂଗ୍ରହ କଲ? କେଉଁଠାକୁ ତୁମ୍ଭେ ଗଲ ଓ କାମ କଲ? ଯିଏ ତୁମ୍ଭକୁ ଶସ୍ୟ ଦେଲା, ସେ ଧନ୍ୟ ହେଉ।” ଏହା ପରେ ଋତ ଯାହାଙ୍କ ସହିତ କାର୍ଯ୍ୟ କରିଥିଲା ତା’ ବିଷୟରେ ତାକୁ କହିଲେ। “ମୁଁ ଆଜି ଯେଉଁ ଲୋକର କାର୍ଯ୍ୟ କରୁଥିଲି, ତାଙ୍କର ନାମ ଥିଲା ବୋୟାଜ।”
20
ତେଣୁ ନୟମୀ ତାଙ୍କର ପୁତ୍ରବଧୂକୁ କହିଲା, “ସେ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ, ଯିଏ କି ମୃତ ଓ ଜୀବିତ ଓ ମୃତମାନଙ୍କଠାରୁ ତାଙ୍କର କରୁଣା ଦୂରେଇ ନାହାନ୍ତି।” ଏହା ପରେ ନୟମୀ ତାକୁ କହିଲା, “ସେ ହେଉଛନ୍ତି ଆମ୍ଭର ନିକଟ ସମ୍ପର୍କୀୟ ଏବଂ ଆମ୍ଭମାନଙ୍କର ରକ୍ଷାକର୍ତ୍ତା ମଧ୍ୟରୁ ଜଣେ ଅଟନ୍ତି।”
21
ଏହା ପରେ ମୋୟାବ ଦେଶୀୟ ଋତ କହିଲା, “ବୋୟାଜ ଫେରି ଆସିବାକୁ ଏବଂ ତାଙ୍କର ଶ୍ରମିକମାନଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପଗ୍ଭରିଲେ, ଯେପର୍ଯ୍ୟନ୍ତ ଅମଳ ଶେଷ ହୋଇ ନାହିଁ।”
22
ଏହା ପରେ ନୟମୀ ତା’ର ପୁତ୍ରବଧୂ ଋତକୁ କହିଲେ, “ଏହା ତୁମ୍ଭ ପାଇଁ ଅତି ଉତ୍ତମ ଯେ ତୁମ୍ଭେ ସେହି ସ୍ତ୍ରୀଲୋକମାନଙ୍କ ସଙ୍ଗେ କାର୍ଯ୍ୟ କରିବ। ଯଦି ତୁମ୍ଭେ ଅନ୍ୟର କ୍ଷେତରେ କାର୍ଯ୍ୟ କର ତେବେ କେତେକ ଲୋକ ତୁମ୍ଭର ଅସୁବିଧା କରି ପାରନ୍ତି।”
23
ତେଣୁ ଋତ ବୋୟାଜଙ୍କର ସେହି ମହିଳା ଶ୍ରମିକମାନଙ୍କ ସହିତ ଘନିଷ୍ଟ ଭାବରେ କାର୍ଯ୍ୟ କରିବାକୁ ଲାଗିଲେ। ବାର୍ଲି ଅମଳ ସରିବା ପର୍ଯ୍ୟନ୍ତ ସଂଗ୍ରହ କରି ଗ୍ଭଲିଲେ। ତା’ପରେ ସେ ଗହମ ଅମଳ ଶେଷ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କଲେ, ଏବଂ ତାଙ୍କର ଶାଶୁଙ୍କ ସହିତ ରହିବାକୁ ଲାଗିଲା।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 3 →
All chapters:
1
2
3
4