bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Ruth 3
Ruth 3
Odia Bible ERV 2004 (ପବିତ୍ର ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 4 →
1
ଶସ୍ୟଅମଳ ଖଳା ଏହା ପରେ ନୟମୀ ଋତର ଶାଶୁ ତାଙ୍କୁ କହିଲେ, “ହେ ମୋର କନ୍ୟା, ମୁଁ ତୁମ୍ଭ ପାଇଁ ଏକ ନିରାପଦ ଗୃହ ପାଇବା ପାଇଁ ଚେଷ୍ଟା କରିବି। ଏହା ତୁମ୍ଭର ମଙ୍ଗଳ ହେବ।
2
ହୋଇପାରେ ବୋୟାଜ ହେଉଛନ୍ତି ଉପଯୁକ୍ତ ପ୍ରସ୍ତାବ। ବୋୟାଜ ହେଉଛି ଆମ୍ଭର ନିକଟ ସମ୍ପର୍କୀୟ। ତୁମ୍ଭେ ତାଙ୍କ ଦାସୀମାନଙ୍କ ସହିତ କାମ କରିଛ। ସେ ଆଜି ଆପଣା ଖଳାରେ ରାତ୍ରି ସମୟରେ ଜବ ଝାଡ଼ୁଅଛି।
3
ତୁମ୍ଭେ ସ୍ନାନ କରି ସୁନ୍ଦର ପୋଷାକ ପିନ୍ଧି ସେହି ଖଳାକୁ ଯାଅ। ମାତ୍ର ସେହି ମନୁଷ୍ୟ ଭୋଜନ ପାନ ନସାରିବା ପର୍ଯ୍ୟନ୍ତ ତାକୁ ଆପଣାର ପରିଚୟ ଦିଅ ନାହିଁ।
4
ଖାଇ ସାରିବା ପରେ ସେ ଯେତେବେଳେ ଶୟନ କରିବାକୁ ଯିବେ, ସେହି ସ୍ଥାନକୁ ଆଗେଇ ଯାଅ, ତାଙ୍କର ପାଦରୁ ଆବରଣ କାଢ଼ି ସେଠାରେ ପଡ଼ିରୁହ। ତହିଁରେ ତୁମ୍ଭକୁ କ’ଣ କରିବାକୁ ହେବ ତାହା ସେ ଜଣାଇବେ।”
5
ଏହା ପରେ ଋତ ଉତ୍ତର ଦେଲା, “ତୁମ୍ଭେ ଯାହା କହିଲ, ମୁଁ ତାହା ନିଶ୍ଚିତ କରିବି।”
6
ଏଣୁ ଋତ ସେହି ଖଳାକୁ ଯାଇ ନିଜର ଶାଶୁର କଥା ଅନୁସାରେ କାର୍ଯ୍ୟମାନ କଲା।
7
ପୁଣି ଖାଇପିଇ ସାରି ବୋୟାଜର ଅନ୍ତଃକରଣ ହୃଷ୍ଟ ହୁଅନ୍ତେ ସେ ଅମାର ପାଖରେ ଶୟନ କରିବାକୁ ଗଲେ। ତହିଁରେ ଋତ ଧୀରେ ଧୀରେ ଯାଇ ବୋୟାଜର ପାଦ ପାଖ ସ୍ଥାନ ଅନାବୃତ୍ତ କରି ପଡ଼ି ରହିଲା।
8
ମଧ୍ୟରାତ୍ର ସମୟରେ ସେହି ଲୋକ ଉଠିପଡ଼ି ଆଶ୍ଚର୍ଯ୍ୟ ହୋଇ ଅନାଇ ଦେଖିଲା ତା’ର ପାଦ ନିକଟରେ ଏକ ସ୍ତ୍ରୀ ଶୟନ କରିଛି।
9
ବୋୟାଜ ପଗ୍ଭରିଲା, “ତୁମ୍ଭେ କିଏ?” ସେ କହିଲା, “ମୁଁ ହେଉଛି ଋତ, ତୁମ୍ଭର ଦାସୀ। ଏଣୁ ଆପଣାପକ୍ଷ ଆପଣଙ୍କ ଦାସୀ ଉପରେ ବିସ୍ତାର କରନ୍ତୁ। କାରଣ ଆପଣ ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି।
10
ଏହା ପରେ ବୋୟାଜ କହିଲା, ହେ ଯୁବତୀ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ତୁମ୍ଭେ ମୋ’ ପ୍ରତି ଅନେକ ଦୟା ଦେଖାଇଛ। ତୁମ୍ଭର ମୋ’ ପ୍ରତି ଦୟା ପୂର୍ବରୁ ନୟମୀକୁ ଦେଖାଇଥିବା ଦୟାଠାରୁ ଆହୁରି ଅଧିକ। ତୁମ୍ଭେ ଜଣେ ଗରିବ ବା ଧନୀ ଯୁବକକୁ ଠିକ୍ କରି ବିବାହ କରିପାରିଥା’ନ୍ତ। କିନ୍ତୁ ତୁମ୍ଭେ ଏପରି କଲ ନାହିଁ।
11
ହେ ଯୁବତୀ, ଭୟ କର ନାହିଁ। ତୁମ୍ଭେ ଯାହା ଇଚ୍ଛା କରିବ, ମୁଁ ତାହା ନିଶ୍ଚିତ କରିବି। ସହରର ସମସ୍ତ ଲୋକ ଜାଣନ୍ତି ଯେ ତୁମ୍ଭେ ବହୁତ ଭଲ।
12
ଏହା ସତ୍ୟ ଯେ, ମୁଁ ତୁମ୍ଭର ନିକଟ ସମ୍ପର୍କୀୟ। କିନ୍ତୁ ଏହିପରି ଆଉ ଜଣେ ଲୋକ ଅଛନ୍ତି ଯିଏ କି ମୋ’ଠାରୁ ତୁମ୍ଭର ଆହୁରି ନିକଟତମ ସମ୍ପର୍କୀୟ।
13
ଆଜି ରାତି ଏହିଠାରେ ରୁହ। ଆସନ୍ତା କାଲି ସକାଳେ ମୁଁ ଦେଖିବି ଯେ, ସେ ତୁମ୍ଭକୁ ବିବାହ କରିବାକୁ ଇଚ୍ଛା କରୁଛି କି ନା, ଯଦି ସେ ରାଜି ହୁଅନ୍ତି ତେବେ ଉତ୍ତମ କଥା। ଯେବେ ସେ ବିବାହ କରିବାକୁ ମନା କରନ୍ତି, ସଦାପ୍ରଭୁଙ୍କର ନାମରେ ପ୍ରତିଜ୍ଞା କରୁଅଛି, ମୁଁ ତୁମ୍ଭକୁ ବିବାହ କରିବି ଏବଂ ଏଲିମେଲକର ଭୂମି ଫେରାଇ ଆଣିବି। ତେଣୁ ସକାଳ ପର୍ଯ୍ୟନ୍ତ ଏହିଠାରେ ଶୟନ କର।”
14
ତେଣୁ ଋତ ସକାଳ ପର୍ଯ୍ୟନ୍ତ ବୋୟାଜର ପାଦତଳେ ଶୟନ କଲା। ଅନ୍ଧାର ଥାଉ ଥାଉ ଲୋକମାନେ ଚିହ୍ନିବା ପୂର୍ବରୁ ଋତ ଉଠି ପଡ଼ିଲେ। ବୋୟାଜ ତାଙ୍କୁ କହିଲେ, “ଏ କଥା ଯେପରି କେହି ନ ଜାଣନ୍ତି ଯେ, ଜଣେ ସ୍ତ୍ରୀଲୋକ ଏଠାରେ ଏହି ଖଳାରେ ଥିଲା।”
15
ଏହା ପରେ ବୋୟାଜ ଋତଙ୍କୁ କହିଲେ, “ତୁମ୍ଭର ଗ୍ଭଦର ମେଲାଇ ଧର।” ତହିଁରେ ଋତ ମେଲାଇ ଧରିଲା ଓ ବୋୟାଜ ଏକ ବୁଶେଲ ବାର୍ଲି ତହିଁରେ ଢାଳି ଦେଲେ। ତା’ପରେ ସେ ତାକୁ ପିଠିରେ ପକାଇ ଦେଲେ ସେ (ସ୍ତ୍ରୀ) ସହରକୁ ଫେରିଗଲା।
16
ଯେତେବେଳେ ଋତ ଘରକୁ ଆସିଲା, ତା’ର ଶାଶୁ ତାକୁ ପଗ୍ଭରିଲେ, “ହେ ମୋର କନ୍ୟା ସବୁକିଛି କେମିତି ହେଲା?” ତା’ପରେ ଋତ ଲୋକଟି କରିଥିବା ସବୁକିଛି ବର୍ଣ୍ଣନା କଲା।
17
ତା’ପରେ ସେ (ସ୍ତ୍ରୀ) କହିଲା, “ବୋୟାଜ ଏହି ଯବ ଉପହାର ଦେଇଛନ୍ତି। ବୋୟାଜ କହିଲେ, ବିନା ଉପହାରରେ ତୁମ୍ଭେ ତୁମ୍ଭ ଶାଶୁଙ୍କ ନିକଟକୁ ଯିବା ଉଚିତ୍ ନୁହେଁ।”
18
ନୟମୀ କହିଲା, “ହେ କନ୍ୟା, ଏହି ବିଷୟ କ’ଣ ହେବ, ଏହା ତୁମ୍ଭେ ଜାଣିବା ପର୍ଯ୍ୟନ୍ତ, ଧୈର୍ଯ୍ୟ ଧର, କାରଣ ସେହି ମନୁଷ୍ୟ କାର୍ଯ୍ୟ ଶେଷ ନକଲା ପର୍ଯ୍ୟନ୍ତ ବସିପାରିବ ନାହିଁ। ଆମ୍ଭେମାନେ ଜାଣୁ ଯେ ଦିନ ସରିବା ପୂର୍ବରୁ କ’ଣ ହେବ।”
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 4 →
All chapters:
1
2
3
4