bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
2 Samuel 10
2 Samuel 10
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 11 →
1
ଏଥି ଉତ୍ତାରେ ଅମ୍ମୋନ-ସନ୍ତାନଗଣର ରାଜା ମରନ୍ତେ, ତାହାର ପୁତ୍ର ହାନୂନ୍ ତାହାର ପଦରେ ରାଜା ହେଲା ।
2
ତହିଁରେ ଦାଉଦ କହିଲେ, ହାନୂନର ପିତା ନାହଶ ଯେପରି ମୋʼ ପ୍ରତି ଦୟା ପ୍ରକାଶ କରିଥିଲା, ସେପରି ମୁଁ ହାନୂନ୍ ପ୍ରତି ଦୟା ପ୍ରକାଶ କରିବି । ତେଣୁ ତାହାକୁ ପିତୃଶୋକରୁ ସାନ୍ତ୍ଵନା କରିବା ନିମନ୍ତେ ଦାଉଦ ଆପଣା ଦାସମାନଙ୍କୁ ପଠାଇଲେ । ତହୁଁ ଦାଉଦଙ୍କର ଦାସମାନେ ଅମ୍ମୋନ-ସନ୍ତାନଗଣର ଦେଶରେ ଉପସ୍ଥିତ ହେଲେ ।
3
ମାତ୍ର ଅମ୍ମୋନ-ସନ୍ତାନଗଣର ଅଧିପତିମାନେ ସେମାନଙ୍କ ପ୍ରଭୁ ହାନୂନ୍କୁ କହିଲେ, ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ଵନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାଙ୍କର ସମ୍ଭ୍ରମ କରୁଅଛି, ଏହା କି ଆପଣ ବିଚାର କରନ୍ତି? ଦାଉଦ କି ନଗର ଅନୁସନ୍ଧାନ କରିବା ଅଭିପ୍ରାୟରେ ତହିଁରେ ଭ୍ରମଣ କରିବାକୁ ଓ ତାହା ନାଶ କରିବାକୁ ଆପଣା ଦାସମାନଙ୍କୁ ତୁମ୍ଭ କତିକି ପଠାଇ ନାହିଁ?
4
ତହିଁରେ ହାନୂନ୍ ଦାଉଦଙ୍କର ଦାସମାନଙ୍କୁ ଧରି ସେମାନଙ୍କ ଦାଢ଼ିର ଅଧେ କ୍ଷୌର କଲା ଓ ସେମାନଙ୍କ ପିଚା ପାଖ ବସ୍ତ୍ର ମଝିରୁ କାଟି ପକାଇ ସେମାନଙ୍କୁ ବିଦାୟ କରିଦେଲା ।
5
ତହୁଁ ସେମାନେ ଦାଉଦଙ୍କୁ ଏହା ଜ୍ଞାତ କରାନ୍ତେ, ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ; କାରଣ ସେମାନେ ଅତିଶୟ ଲଜ୍ଜିତ ଥିଲେ । ପୁଣି ରାଜା କହିଲେ, ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଯିରୀହୋରେ ଥାଅ, ତହିଁ ଉତ୍ତାରେ ଫେରି ଆସିବ ।
6
ଏଥିରେ ଅମ୍ମୋନ-ସନ୍ତାନମାନେ ଦେଖିଲେ ଯେ, ସେମାନେ ଦାଉଦଙ୍କ ସମ୍ମୁଖରେ ଦୁର୍ଗନ୍ଧ ସ୍ଵରୂପ ହୋଇଅଛନ୍ତି, ଏହେତୁ ଅମ୍ମୋନ-ସନ୍ତାନଗଣ ଲୋକ ପଠାଇ ବୈଥ୍ରହୋବସ୍ଥ ଓ ସୋବାସ୍ଥିତ ଅରାମୀୟ କୋଡ଼ିଏ ହଜାର ପଦାତିକକୁ ଓ ଏକ ହଜାର ଲୋକ ସହିତ ମାଖାର ରାଜାକୁ ଓ ଟୋବର ବାର ହଜାର ଲୋକଙ୍କୁ ବେତନ ଦେଇ ରଖିଲେ ।
7
ଆଉ ଦାଉଦ ଏହା ଶୁଣି ଯୋୟାବକୁ ଓ ବୀର ସୈନ୍ୟ ସମସ୍ତଙ୍କୁ ପଠାଇଲେ ।
8
ତହିଁରେ ଅମ୍ମୋନ-ସନ୍ତାନଗଣ ବାହାର ହୋଇ ଆସି ଦ୍ଵାର-ପ୍ରବେଶ ସ୍ଥାନ ନିକଟରେ ଯୁଦ୍ଧ ସାଜିଲେ; ପୁଣି ସୋବା ଓ ରହୋବର ଅରାମୀୟ ଲୋକମାନେ, ଆଉ ଟୋବର ଓ ମାଖାର ଲୋକମାନେ କ୍ଷେତ୍ରରେ ଅଲଗା ରହିଲେ ।
9
ଏହିରୂପେ ଯୋୟାବ ଆପଣା ବିରୁଦ୍ଧରେ ଆଗେ ଓ ପଛେ ଯୁଦ୍ଧ ସଜ୍ଜିତ ହେବାର ଦେଖି ଇସ୍ରାଏଲର ସମୁଦାୟ ବଛା ଲୋକ ମଧ୍ୟରୁ ଲୋକ ବାଛି ଅରାମୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା ।
10
ପୁଣି ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭାଇ ଅବୀଶୟ ହସ୍ତରେ ସମର୍ପଣ କଲା; ତହିଁରେ ସେ ସେମାନଙ୍କୁ ନେଇ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ସୈନ୍ୟ ସଜାଇଲା ।
11
ପୁଣି ସେ କହିଲା, ଯେବେ ଅରାମୀୟମାନେ ମୋତେ ବଳିବେ, ତେବେ ତୁମ୍ଭେ ମୋତେ ସାହାଯ୍ୟ କରିବ; ମାତ୍ର ଯେବେ ଅମ୍ମୋନ-ସନ୍ତାନମାନେ ତୁମ୍ଭକୁ ବଳିବେ, ତେବେ ମୁଁ ଆସି ତୁମ୍ଭକୁ ସାହାଯ୍ୟ କରିବି ।
12
ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନଗରମାନଙ୍କ ନିମନ୍ତେ ଆପଣାମାନଙ୍କୁ ବଳବାନ କରୁ; ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ, ସେ ତାହା କରନ୍ତୁ⇧ ।
13
ତହିଁରେ ଯୋୟାବ ଓ ତାହାର ସଙ୍ଗୀ ଲୋକମାନେ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ନିକଟକୁ ଆସନ୍ତେ, ସେମାନେ ତାହା ସମ୍ମୁଖରୁ ପଳାଇଲେ ।
14
ଏଥିରେ ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନ-ସନ୍ତାନଗଣ ମଧ୍ୟ ଅବୀଶୟ ସମ୍ମୁଖରୁ ପଳାଇ ନଗରରେ ପ୍ରବେଶ କଲେ । ତେବେ ଯୋୟାବ ଅମ୍ମୋନ-ସନ୍ତାନମାନଙ୍କ ନିକଟରୁ ଯିରୂଶାଲମକୁଣଫେରି ଆସିଲା ।
15
ଏଉତ୍ତାରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲେ ।
16
ପୁଣି ହଦଦେଷର ଲୋକ ପଠାଇ ନଦୀର ସେପାରିସ୍ଥିତ ଅରାମୀୟମାନଙ୍କୁ ଅଣାଇଲା; ତହୁଁ ସେମାନେ ହେଲମକୁ ଆସିଲେ; ହଦଦେଷରର ସେନାପତି ଶୋବକ ସେମାନଙ୍କର ଅଗ୍ରଗାମୀ ଥିଲା ।
17
ଏଉତ୍ତାରେ ଦାଉଦଙ୍କୁ ଏହା ଜ୍ଞାତ କରାଯାʼନ୍ତେ, ସେ ସମୁଦାୟ ଇସ୍ରାଏଲକୁ ଏକତ୍ର କରି ଯର୍ଦ୍ଦନ ପାର ହୋଇ ହେଲମକୁ ଆସିଲେ । ତହିଁରେ ଅରାମୀୟମାନେ ଦାଉଦଙ୍କ ସମ୍ମୁଖରେ ସୈନ୍ୟ ସଜାଇ ତାଙ୍କ ସଙ୍ଗେ ଯୁଦ୍ଧ କଲେ ।
18
ମାତ୍ର ଅରାମୀୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ; ପୁଣି ଦାଉଦ ଅରାମୀୟମାନଙ୍କ ସାତ ଶହ ରଥାରୂଢ଼ ଓ ଚାଳିଶ ହଜାର ଅଶ୍ଵାରୂଢ଼ ସୈନ୍ୟ ବଧ କଲେ, ପୁଣି ସେ ସେମାନଙ୍କ ସେନାପତି ଶୋବକକୁ ଆଘାତ କରନ୍ତେ, ସେ ସେହିଠାରେ ମଲା ।
19
ତହୁଁ ହଦଦେଷରର ଅଧୀନ ସମସ୍ତ ରାଜା ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଇସ୍ରାଏଲ ସହିତ ସନ୍ଧି କରି ସେମାନଙ୍କର ଦାସ ହେଲେ । ଏହେତୁ ଅରାମୀୟମାନେ ଅମ୍ମୋନ-ସନ୍ତାନଗଣକୁ ଆଉ ସାହାଯ୍ୟ କରିବାକୁ ଭୟ କଲେ ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24