bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
2 Samuel 3
2 Samuel 3
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 4 →
1
ଅନନ୍ତର ଶାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଦୀର୍ଘ କାଳ ଯୁଦ୍ଧ ହେଲା; ପୁଣି ଦାଉଦ ବେଳକୁବେଳ ବଳବାନ ହେଲେ, ମାତ୍ର ଶାଉଲ ବଂଶ ବେଳକୁବେଳ କ୍ଷୀଣ ହେଲେ ।
2
ପୁଣି ହିବ୍ରୋଣରେ ଦାଉଦଙ୍କର କେତେକ ପୁତ୍ର ଜାତ ହେଲେ; ତାଙ୍କର ପ୍ରଥମଜାତ ଅମ୍ନୋନ, ସେ ଯିଷ୍ରିୟେଲୀୟା ଅହୀନୋୟମଠାରୁ ଜାତ;
3
ପୁଣି ଦ୍ଵିତୀୟ ପୁତ୍ର କିଲାବ୍, ସେ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲଠାରୁ ଜାତ, ପୁଣି ତୃତୀୟ ଅବଶାଲୋମ୍, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର ।
4
ପୁଣି ଚତୁର୍ଥ ଅଦୋନୀୟ, ସେ ହଗୀତର ପୁତ୍ର; ପୁଣି ପଞ୍ଚମ ଶଫଟୀୟ, ସେ ଅବିଟଲର ପୁତ୍ର ।
5
ଷଷ୍ଠ ଯିତ୍ରିୟମ, ସେ ଦାଉଦଙ୍କର ଭାର୍ଯ୍ୟା ଇଗ୍ଲାର ପୁତ୍ର; ହିବ୍ରୋଣରେ ଦାଉଦଙ୍କର ଏହିସବୁ ପୁତ୍ର ଜାତ ହେଲେ ।
6
ଶାଉଲ ବଂଶ ଓ ଦାଉଦ ବଂଶ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ଅବ୍ନର ଶାଉଲ ବଂଶ ମଧ୍ୟରେ ଆପଣାକୁ ବଳବାନ କଲା ।
7
ମାତ୍ର ଶାଉଲଙ୍କର ଏକ ଉପପନିୀ ଥିଲା, ତାହାର ନାମ ରିସ୍ପା, ସେ ଅୟାର କନ୍ୟା; ପୁଣି (ଈଶ୍ବୋଶତ) ଅବ୍ନରକୁ କହିଲା, ତୁମ୍ଭେ କାହିଁକି ମୋହର ପିତାଙ୍କ ଉପପନିୀ କତିକି ଗଲ?
8
ତେବେ ଅବ୍ନର ଈଶ୍ବୋଶତର କଥା ସକାଶୁ ଅତି କ୍ରୋଧ କରି କହିଲା, ମୁଁ କି ଯିହୁଦା ପକ୍ଷର କୁକ୍କୁର ମୁଣ୍ତ? ମୁଁ ତ ଆଜି ତୁମ୍ଭ ପିତା ଶାଉଲ ବଂଶକୁ ଓ ତାଙ୍କର ଭାଇ ଓ ବନ୍ଧୁମାନଙ୍କୁ ଦୟା କରୁଅଛି, ମଧ୍ୟ ତୁମ୍ଭକୁ ଦାଉଦ ହସ୍ତରେ ସମର୍ପଣ କରି ନାହିଁ, ତଥାପି ତୁମ୍ଭେ ଆଜି ଏହି ସ୍ତ୍ରୀ ବିଷୟରେ ଅପରାଧ ମୋʼ ଉପରେ ଆରୋପ କରୁଅଛ?
9
ଶାଉଲ ବଂଶରୁ ରାଜ୍ୟ ଅନ୍ତର କରିବାକୁ ଓ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଇସ୍ରାଏଲ ଓ ଯିହୁଦା ଉପରେ ଦାଉଦଙ୍କର ସିଂହାସନ ସ୍ଥାପନ କରିବାକୁ,
10
ସଦାପ୍ରଭୁ ଦାଉଦଙ୍କ ବିଷୟରେ ଯେଉଁ ଶପଥ କରିଅଛନ୍ତି, ତଦନୁସାରେ ଯେବେ ମୁଁ ତାଙ୍କ ପ୍ରତି ନ କରେ, ତେବେ ପରମେଶ୍ଵର ଅବ୍ନରକୁ ସେହି ଦଣ୍ତ ଓ ତହିଁରୁ ଅଧିକ ଦେଉନ୍ତୁ ।
11
ତହିଁରେ ସେ ଅବ୍ନରକୁ ଗୋଟିଏ କଥା ଉତ୍ତର ଦେଇ ପାରିଲା ନାହିଁ, କାରଣ ସେ ତାହାକୁ ଭୟ କଲା ।
12
ଏଉତ୍ତାରେ ଅବ୍ନର ଆପଣା ପକ୍ଷରୁ ଦାଉଦଙ୍କ ନିକଟକୁ ଦୂତଗଣ ପଠାଇ କହିଲା, ଏ ଦେଶ କାହାର? ଆହୁରି କହିଲା, ଆପଣ ମୋʼ ସଙ୍ଗରେ ନିୟମ କରନ୍ତୁ, ତହିଁରେ ଦେଖନ୍ତୁ, ସମସ୍ତ ଇସ୍ରାଏଲକୁ ଆପଣଙ୍କ ନିକଟକୁ ଆଣିବା ପାଇଁ ମୋʼ ହସ୍ତ ଆପଣଙ୍କର ସହାୟ ହେବ ।
13
ଏଥିରେ ସେ କହିଲେ, ଭଲ; ମୁଁ ତୁମ୍ଭ ସଙ୍ଗରେ ନିୟମ କରିବି; ମାତ୍ର ମୁଁ ତୁମ୍ଭଠାରୁ ଗୋଟିଏ କଥା ଚାହେଁ, ତାହା ଏହି, ତୁମ୍ଭେ ମୋʼ ମୁଖ ଦେଖିବାକୁ ଆସିବା ବେଳେ ପ୍ରଥମେ ଶାଉଲଙ୍କର କନ୍ୟା ମୀଖଲକୁ ନ ଆଣିଲେ ମୋʼ ମୁଖ ଦେଖି ପାରିବ ନାହିଁ ।
14
ତହୁଁ ଦାଉଦ ଶାଉଲଙ୍କର ପୁତ୍ର ଈଶ୍ବୋଶତ ନିକଟକୁ ଦୂତମାନଙ୍କୁ ପଠାଇ କହିଲେ, ମୁଁ ପଲେଷ୍ଟୀୟ-ମାନଙ୍କର ଏକ ଶହ ସୁନ୍ନତ ଚର୍ମ ଦେଇ ଯାହାକୁ ବିବାହ କରିଅଛି, ମୋହର ଭାର୍ଯ୍ୟା ସେହି ମୀଖଲକୁ ମୋତେ ଦିଅ ।
15
ତହଁରେ ଈଶ୍ବୋଶତ ଲୋକ ପଠାଇ ଲୟିଶର ପୁତ୍ର ପଲ୍ଟୀୟେଲ ନାମକ ତାହାର ସ୍ଵାମୀ ନିକଟରୁ ମୀଖଲକୁ ନେଲା ।
16
ଏଣୁ ତାହାର ସ୍ଵାମୀ ରୋଦନ କରି କରି ତାହା ସଙ୍ଗେ ଆସି ବହୁରୀମ ପର୍ଯ୍ୟନ୍ତ ତାହା ପଛେ ପଛେ ଗଲା । ଏଥିରେ ଅବ୍ନର ତାହାକୁ କହିଲା, ଯାଅ ଫେରିଯାଅ; ତହୁଁ ସେ ଫେରିଗଲା ।
17
ଅନନ୍ତର ଅବ୍ନର ଇସ୍ରାଏଲର ପ୍ରାଚୀନବର୍ଗ ସହିତ ଏରୂପ କଥାବାର୍ତ୍ତା କଲା, ପୂର୍ବରେ ତୁମ୍ଭେମାନେ ଆପଣା-ମାନଙ୍କ ଉପରେ ରାଜା ହେବା ପାଇଁ ଦାଉଦଙ୍କୁ ଚାହିଁଥିଲ;
18
ଏବେ ତାହା କର; କାରଣ ସଦାପ୍ରଭୁ ଦାଉଦଙ୍କ ବିଷୟରେ କହିଅଛନ୍ତି, ଆମ୍ଭେ ଆପଣା ଦାସ ଦାଉଦର ହସ୍ତ ଦ୍ଵାରା ଆପଣା ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ଓ ସେମାନଙ୍କ ସମସ୍ତ ଶତ୍ରୁ ହସ୍ତରୁ ଉଦ୍ଧାର କରିବା ।
19
ଆଉ ଅବ୍ନର ବିନ୍ୟାମୀନର କର୍ଣ୍ଣଗୋଚରରେ ମଧ୍ୟ ସେହି କଥା କହିଲା; ପୁଣି ଇସ୍ରାଏଲ ଓ ବିନ୍ୟାମୀନର ସମସ୍ତ ବଂଶ ଦୃଷ୍ଟିରେ ଯାହା ଭଲ ଦେଖାଗଲା, ଅବ୍ନର ସେସମସ୍ତ କଥା ଦାଉଦଙ୍କର କର୍ଣ୍ଣଗୋଚରରେ ମଧ୍ୟ କହିବା ପାଇଁ ହିବ୍ରୋଣକୁ ଯାତ୍ରା କଲା ।
20
ଏରୂପେ ଅବ୍ନର ଆପଣା ସଙ୍ଗରେ କୋଡ଼ିଏ ଜଣ ନେଇ ହିବ୍ରୋଣରେ ଦାଉଦଙ୍କ ନିକଟରେ ଉପସ୍ଥିତ ହେଲା । ତହିଁରେ ଦାଉଦ ଅବ୍ନର ଓ ତାହାର ସଙ୍ଗୀ ଲୋକମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲେ ।
21
ଏଉତ୍ତାରେ ଅବ୍ନର ଦାଉଦଙ୍କୁ କହିଲା, ମୁଁ ଉଠିଯାଇ ସମସ୍ତ ଇସ୍ରାଏଲକୁ ମୋହର ପ୍ରଭୁ ମହାରାଜଙ୍କ ନିକଟରେ ସଂଗ୍ରହ କରିବି; ତହିଁରେ ସେମାନେ ଆପଣଙ୍କ ସହିତ ନିୟମ କରିବେ ଓ ଆପଣ ସମସ୍ତଙ୍କ ଉପରେ ନିଜ ପ୍ରାଣର ଇଚ୍ଛାମତ ରାଜତ୍ଵ କରିବେ । ତହୁଁ ଦାଉଦ ଅବ୍ନରକୁ ବିଦାୟ କରନ୍ତେ, ସେ କୁଶଳରେ ପ୍ରସ୍ଥାନ କଲା ।
22
ଏଉତ୍ତାରେ ଦେଖ, ଦାଉଦଙ୍କର ଦାସଗଣ ଓ ଯୋୟାବ ପ୍ରଚୁର ଲୁଟଦ୍ରବ୍ୟ ସଙ୍ଗରେ ନେଇ ସୈନ୍ୟଦଳରୁ ଆସିଲେ; ମାତ୍ର ଅବ୍ନର ହିବ୍ରୋଣରେ ଦାଉଦଙ୍କ ସଙ୍ଗରେ ନ ଥିଲା, କାରଣ ସେ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଥିଲା ।
23
ଯୋୟାବ ଓ ତାହାର ସଙ୍ଗୀ ସୈନ୍ୟଦଳ ଉପସ୍ଥିତ ହୁଅନ୍ତେ, ଲୋକମାନେ ଯୋୟାବକୁ ଜଣାଇ କହିଲେ, ନରର ପୁତ୍ର ଅବ୍ନର ରାଜାଙ୍କ ନିକଟକୁ ଆସିଥିଲା ଓ ସେ ତାହାକୁ ବିଦାୟ କରିବାରୁ ସେ କୁଶଳରେ ଯାଇଅଛି ।
24
ଏଥିରେ ଯୋୟାବ ରାଜାଙ୍କ ନିକଟକୁ ଆସି କହିଲା, ଆପଣ କଅଣ କଲେ? ଦେଖନ୍ତୁ, ଅବ୍ନର ଆପଣଙ୍କ ନିକଟକୁ ଆସିଥିଲା, ଆପଣ କାହିଁକି ତାହାକୁ ବିଦାୟ କରି ଦେଲେ, ସେ ତ ଗଲାଣି?
25
ଆପଣ ତ ନରର ପୁତ୍ର ଅବ୍ନରକୁ ଜାଣନ୍ତି, ସେ ଆପଣଙ୍କୁ ଭୁଲାଇବାକୁ ଓ ଆପଣଙ୍କ ଗମନାଗମନ ଜାଣିବାକୁ ଓ ଆପଣ ଯାହା ଯାହା କରନ୍ତି, ସେସବୁ ଜାଣିବାକୁ ଆସିଥିଲା ।
26
ଏଉତ୍ତାରେ ଯୋୟାବ ଦାଉଦଙ୍କ ନିକଟରୁ ବାହାରି ଆସି ଅବ୍ନରର ପଛରେ ଦୂତଗଣ ପଠାନ୍ତେ, ସେମାନେ ସିରାକୂପ ନିକଟରୁ ତାହାକୁ ଫେରାଇ ଆଣିଲେ; ମାତ୍ର ଦାଉଦ ଏହା ଜାଣିଲେ ନାହିଁ ।
27
ପୁଣି ଅବ୍ନର ହିବ୍ରୋଣକୁ ଫେରି ଆସନ୍ତେ, ଯୋୟାବ ତାହା ସଙ୍ଗରେ ନିରୋଳାରେ ଆଳାପ କରିବା ପାଇଁ ତାହାକୁ ନଗର-ଦ୍ଵାର ଭିତରକୁ ନେଇଗଲା, ମାତ୍ର ଆପଣା ଭାଇ ଅସାହେଲର ରକ୍ତପାତ ହେତୁରୁ ତାହାର ପେଟରେ ଆଘାତ କରନ୍ତେ, ସେ ମଲା ।
28
ଏଥିଉତ୍ତାରେ ଦାଉଦ ତାହା ଶୁଣି କହିଲେ, ନରର ପୁତ୍ର ଅବ୍ନରର ରକ୍ତପାତ ବିଷୟରେ ମୁଁ ଓ ମୋହର ରାଜ୍ୟ ସଦାପ୍ରଭୁଙ୍କ ସାକ୍ଷାତରେ ଅନ; କାଳ ନିର୍ଦ୍ଦୋଷ;
29
ତାହା ଯୋୟାବର ମସ୍ତକରେ ଓ ତାହାର ପିତୃବଂଶ ସମସ୍ତଙ୍କ ଉପରେ ବର୍ତ୍ତୁ ଓ ଯୋୟାବ-ବଂଶରେ ପ୍ରମେହୀ କି କୁଷ୍ଠୀ କି ଯଷ୍ଟିରେ ନିର୍ଭରଦାୟୀ କି ଖଡ଼୍ଗହତ କି ଭକ୍ଷ୍ୟହୀନ ଲୋକର ଅଭାବ ନ ହେଉ ।
30
ଏହିରୂପେ ଯୋୟାବ ଓ ତାହାର ଭାଇ ଅବୀଶୟ, ଅବ୍ନରକୁ ବଧ କଲେ; ଯେହେତୁ ସେ ଗିବୀୟା-ଯୁଦ୍ଧରେ ସେମାନଙ୍କ ଭାଇ ଅସାହେଲକୁ ମାରିଥିଲା ।
31
ଅନନ୍ତର ଦାଉଦ ଯୋୟାବକୁ ଓ ତାହାର ସଙ୍ଗୀ ଲୋକ ସମସ୍ତଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣା ବସ୍ତ୍ର ଚିରି ଅଖା ପିନ୍ଧ ଓ ଅବ୍ନରର ଆଗେ ଆଗେ ଶୋକ କରି ଚାଲ । ପୁଣି ଦାଉଦ ରାଜା ଶବଶଯ୍ୟାର ପଛେ ପଛେ ଚାଲିଲେ ।
32
ଆଉ ସେମାନେ ହିବ୍ରୋଣରେ ଅବ୍ନରକୁ କବର ଦେଲେ ଓ ରାଜା ରବ ଉଠାଇ ଅବ୍ନର-କବର ନିକଟରେ ରୋଦନ କଲେ ଓ ସମସ୍ତ ଲୋକ ରୋଦନ କଲେ ।
33
ପୁଣି ରାଜା ଅବ୍ନର ପାଇଁ ବିଳାପ କରି କହିଲେ, ଯେପରି ମୂଢ଼ ମରେ, ସେପରି କି ଅବ୍ନରକୁ ମରିବାକୁ ହେଲା?
34
ତୁମ୍ଭ ହାତ ବନ୍ଧା ନ ଥିଲା, କି ବେଡ଼ିରେ ତୁମ୍ଭ ପାଦ ବଦ୍ଧ ନ ଥିଲା; ଯେପରି ମନୁଷ୍ୟ ଅଧର୍ମୀ-ସନ୍ତାନମାନଙ୍କ ଆଗରେ ପଡ଼େ, ସେପରି ତୁମ୍ଭେ ପଡ଼ିଲ । ଏଥିରେ ସମସ୍ତ ଲୋକ ପୁନର୍ବାର ତାହା ପାଇଁ ରୋଦନ କଲେ ।
35
ଏଉତ୍ତାରେ ଦିନ ଥାଉ ଥାଉ ଦାଉଦଙ୍କୁ ଆହାର କରାଇବା ନିମନ୍ତେ ସମସ୍ତ ଲୋକ ଆସିଲେ; ମାତ୍ର ଦାଉଦ ଶପଥ କରି କହିଲେ, ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଯେବେ ମୁଁ ରୋଟୀ କି ଆଉ କିଛି ଆସ୍ଵାଦ କରେ, ତେବେ ପରମେଶ୍ଵର ମୋତେ ସେହି ଦଣ୍ତ ଓ ତହିଁରୁ ଅଧିକ ଦେଉନ୍ତୁ ।
36
ତହିଁରେ ସମସ୍ତ ଲୋକ ବୁଝିଲେ ଓ ତାହା ସେମାନଙ୍କ ଦୃଷ୍ଟିରେ ଭଲ ଦେଖାଗଲା; ରାଜା ମଧ୍ୟ ଯାହା ଯାହା କଲେ, ତାହାସବୁ ସମସ୍ତ ଲୋକଙ୍କ ଦୃଷ୍ଟିରେ ଭଲ ଥିଲା ।
37
ଏହିରୂପେ ନରର ପୁତ୍ର ଅବ୍ନରକୁ ବଧ କରାଇବା ଯେ ରାଜାଙ୍କ ଆଡ଼ୁ ହୋଇ ନାହିଁ, ଏହା ସମସ୍ତ ଲୋକ ଓ ସମୁଦାୟ ଇସ୍ରାଏଲ ସେହି ଦିନ ଜାଣିଲେ ।
38
ଆହୁରି ରାଜା ଆପଣା ଦାସମାନଙ୍କୁ କହିଲେ, ଆଜି ଇସ୍ରାଏଲ ମଧ୍ୟରେ ଜଣେ ଅଧିପତି ଓ ମହାନ ପୁରୁଷ ଯେ ପତିତ ହେଲା, ଏହା କି ତୁମ୍ଭେମାନେ ଜାଣ ନାହିଁ?
39
ଏଣୁ ମୁଁ ରାଜାଭିଷିକ୍ତ ହେଲେ ହେଁ ଆଜି ଦୁର୍ବଳ ହେଲି; ଏହି ପୁରୁଷମାନେ, ଅର୍ଥାତ୍, ସରୁୟାର ପୁତ୍ରମାନେ ଆମ୍ଭର ଅବାଧ୍ୟ; ସଦାପ୍ରଭୁ ଏହି କୁକ୍ରିୟାକାରୀକୁ ତାହାର କୁକର୍ମ ଅନୁସାରେ ପ୍ରତିଫଳ ଦେଉନ୍ତୁ ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 4 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24