bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
2 Samuel 18
2 Samuel 18
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 19 →
1
ଅନନ୍ତର ଦାଉଦ ଆପଣା ସଙ୍ଗୀ ଲୋକମାନଙ୍କୁ ଗଣନା କରି ସେମାନଙ୍କ ଉପରେ ସହସ୍ରପତି ଓ ଶତପତି ନିଯୁକ୍ତ କଲେ ।
2
ପୁଣି ଦାଉଦ ଯୋୟାବ ହସ୍ତରେ ଲୋକମାନଙ୍କର ତୃତୀୟାଂଶ ଓ ଯୋୟାବର ଭ୍ରାତା, ସରୁୟାର ପୁତ୍ର ଅବୀଶୟ ହସ୍ତରେ ତୃତୀୟାଂଶ ଓ ଗାଥୀୟ ଇତ୍ତୟ ହସ୍ତରେ ତୃତୀୟାଂଶ ସମର୍ପଣ କରି ପଠାଇଲେ । ଆଉ ରାଜା ଲୋକମାନଙ୍କୁ କହିଲେ, ମୁଁ ନିଜେ ମଧ୍ୟ ତୁମ୍ଭମାନଙ୍କ ସଙ୍ଗେ ନିଶ୍ଚୟ ଯିବି ।
3
ମାତ୍ର ଲୋକମାନେ କହିଲେ, ଆପଣ ଆମ ସଙ୍ଗେ ଯିବେ ନାହିଁ; କାରଣ ଆମ୍ଭେମାନେ ପଳାଇଲେ ସେମାନେ ଆମ୍ଭମାନଙ୍କ ନିମନ୍ତେ ଚିନ୍ତା କରିବେ ନାହିଁ; କିଅବା ଆମ୍ଭମାନଙ୍କର ଅର୍ଦ୍ଧେକ ମଲେ ହେଁ ଆମ୍ଭମାନଙ୍କ ନିମନ୍ତେ ଚିନ୍ତା କରିବେ ନାହିଁ; ମାତ୍ର ଆପଣ ଆମ୍ଭମାନଙ୍କ ଦଶ ସହସ୍ରର ସମାନ; ଏହେତୁ ନଗରରୁ ଆମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣ ପ୍ରସ୍ତୁତ ରହିଲେ ଭଲ ।
4
ତହିଁରେ ରାଜା ସେମାନଙ୍କୁ କହିଲେ, ତୁମ୍ଭମାନଙ୍କୁ ଯାହା ଭଲ ଦିଶେ, ତାହା ମୁଁ କରିବି । ଏଉତ୍ତାରେ ରାଜା ନଗର ଦ୍ଵାର-ପାର୍ଶ୍ଵରେ ଠିଆ ହେଲେ ଓ ସମସ୍ତ ଲୋକ ଶତ ଶତ ଓ ସହସ୍ର ସହସ୍ର ହୋଇ ବାହାରି ଗଲେ ।
5
ସେତେବେଳେ ରାଜା ଯୋୟାବକୁ ଓ ଅବୀଶୟକୁ ଓ ଇତ୍ତୟକୁ ଆଜ୍ଞା ଦେଇ କହିଲେ, ମୋʼ ଲାଗି ସେହି ଯୁବା ଅବଶାଲୋମ ପ୍ରତି କୋମଳ ବ୍ୟବହାର କର । ପୁଣି ରାଜା ଅବଶାଲୋମ ବିଷୟରେ ସମସ୍ତ ସେନାପତିଙ୍କି ଏହି ଆଜ୍ଞା ଦେବା ବେଳେ ସମସ୍ତ ଲୋକ ଶୁଣିଲେ ।
6
ଏହିରୂପେ ଲୋକମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧକ୍ଷେତ୍ରକୁ ଗଲେ ଓ ଇଫ୍ରୟିମ ବନରେ ଯୁଦ୍ଧ ହେଲା ।
7
ତହିଁରେ ଇସ୍ରାଏଲ-ଲୋକମାନେ ସେଠାରେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ ଓ ସେଦିନ ସେଠାରେ ମହାସଂହାର ହେଲା, ପୁଣି କୋଡ଼ିଏ ହଜାର ଲୋକ ହତ ହେଲେ ।
8
କାରଣ ଦେଶଯାକ ଯୁଦ୍ଧ ବ୍ୟାପିଗଲା; ପୁଣି ସେଦିନ ଖଡ଼୍ଗ ଗ୍ରାସ କରିବା ଅପେକ୍ଷା ବନ ଅଧିକ ଲୋକ ଗ୍ରାସ କଲା ।
9
ଆଉ ଅବଶାଲୋମ ଅକସ୍ମାତ୍ ଦାଉଦଙ୍କର ଦାସମାନଙ୍କୁ ଭେଟିଲା । ସେ ସମୟରେ ଅବଶାଲୋମ ଖଚର ଉପରେ ଚଢ଼ିଥିଲା, ସେହି ଖଚର ଏକ ବଡ଼ ଅଲୋନ ବୃକ୍ଷର ଛନ୍ଦାଛନ୍ଦି ଶାଖା ତଳେ ଯିବାରୁ ଅବଶାଲୋମର ମସ୍ତକ ସେହି ଅଲୋନ ବୃକ୍ଷରେ ଅଟକି ରହିଲା, ତହିଁରେ ସେ ଆକାଶ ଓ ପୃଥିବୀ ମଧ୍ୟରେ ଝୁଲିଲା ଓ ଖଚର ତାହା ତଳୁ ଚାଲିଗଲା ।
10
ସେତେବେଳେ ଜଣେ ମନୁଷ୍ୟ ତାହା ଦେଖି ଯୋୟାବକୁ ଜଣାଇ କହିଲା, ଦେଖ, ମୁଁ ଅବଶାଲୋମକୁ ଅଲୋନ ବୃକ୍ଷରେ ଟଙ୍ଗାଥିବାର ଦେଖିଲି ।
11
ତହୁଁ ଯୋୟାବ ତାହା ଜଣାଇବା ଲୋକକୁ କହିଲା, ଦେଖ, ତୁମ୍ଭେ ଏହା ଦେଖିଲ, ମାତ୍ର କାହିଁକି ତୁମ୍ଭେ ସେଠାରେ ତାକୁ ମାରି ଭୂମିରେ ପକାଇ ନ ଦେଲ? ତାହା କରିଥିଲେ, ମୁଁ ତୁମ୍ଭକୁ ଦଶ ଖଣ୍ତ ରୂପା ଓ ଏକ କଟିବନ୍ଧନ ଦେଇଥାʼନ୍ତି ।
12
ତହିଁରେ ସେହି ମନୁଷ୍ୟ ଯୋୟାବକୁ କହିଲା, ମୁଁ ଆପଣା ଅଞ୍ଜଳିରେ ସହସ୍ର ଖଣ୍ତ ରୂପା ପ୍ରାପ୍ତ ହେଲେ ହେଁ ସେହି ରାଜପୁତ୍ର ବିରୁଦ୍ଧରେ ଆପଣା ହସ୍ତ ପ୍ରସାର କରନ୍ତି ନାହିଁ, କାରଣ ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ରାଜା ତୁମ୍ଭକୁ ଓ ଅବୀଶୟକୁ ଓ ଇତ୍ତୟକୁ ଏହି ଆଜ୍ଞା ଦେଇଥିଲେ, ତୁମ୍ଭେମାନେ ଯେକେହି ହୁଅ, ସେହି ଯୁବା ଅବଶାଲୋମ ବିଷୟରେ ଜାଗ୍ରତ ହୁଅ ।
13
ଯେବେ ମୁଁ ତାହାର ପ୍ରାଣ ବିରୁଦ୍ଧରେ ବିଶ୍ଵାସଘାତକତା କରିଥାʼନ୍ତି, ତେବେ ତୁମ୍ଭେ ନିଜେ ତ ଅଲଗା ହୋଇ ଠିଆ ହୋଇଥାʼନ୍ତ; ଆଉ ରାଜାଙ୍କଠାରୁ କୌଣସି ବିଷୟ ଗୁପ୍ତ ରହେ ନାହିଁ ।
14
ତେବେ ଯୋୟାବ କହିଲା, ମୁଁ ତୁମ୍ଭ ସଙ୍ଗେ ଏପରି ବିଳମ୍ଵ କରି ନ ପାରେ । ତହୁଁ ସେ ଆପଣା ହସ୍ତରେ ତିନୋଟି କେଞ୍ଚା ନେଇ ଅବଶାଲୋମ ଅଲୋନ ବୃକ୍ଷରେ ଜୀବିତ ଥାଉ ଥାଉ ତାହା ଦେହରେ ବିନ୍ଧିଲା ।
15
ଏଉତ୍ତାରେ ଯୋୟାବର ଅସ୍ତ୍ରବାହକ ଦଶ ଜଣ ଯୁବା ଅବଶାଲୋମକୁ ଚାରିଆଡ଼େ ଘେରି ତାହାକୁ ଆଘାତ କରି ବଧ କଲେ ।
16
ତହୁଁ ଯୋୟାବ ତୂରୀ ବଜାନ୍ତେ, ଲୋକମାନେ ଇସ୍ରାଏଲର ପଶ୍ଚାତ୍ଗମନରୁ ବାହୁଡ଼ି ଆସିଲେ; କାରଣ ଯୋୟାବ ଲୋକମାନଙ୍କୁ ଅଟକାଇଲା ।
17
ଆଉ ଲୋକମାନେ ଅବଶାଲୋମକୁ ନେଇ ବନ ମଧ୍ୟରେ ଥିବା ଗର୍ତ୍ତରେ ପକାଇ ତାହା ଉପରେ ଏକ ବଡ଼ ପ୍ରସ୍ତରରାଶି କଲେ; ତହୁଁ ସମସ୍ତ ଇସ୍ରାଏଲ ପଳାଇ ପ୍ରତ୍ୟେକେ ଆପଣା ତମ୍ଵୁକୁ ଗଲେ ।
18
ଅବଶାଲୋମ ବଞ୍ଚିଥିବା ବେଳେ ରାଜାଙ୍କର ତଳଭୂମିରେ ଏକ ସ୍ତମ୍ଭ ନିର୍ମାଣ କରି ଆପଣା ପାଇଁ ସ୍ଥାପନ କରିଥିଲା; କାରଣ ସେ କହିଥିଲା, ମୋʼ ନାମ ସ୍ମରଣରେ ରଖିବାକୁ ମୋହର ପୁତ୍ର ନାହିଁ; ଏହେତୁ ସେ ଆପଣା ନାମାନୁସାରେ ସେହି ସ୍ତମ୍ଭର ନାମ ରଖିଲା; ଅଦ୍ୟାପି ଅବଶାଲୋମର ସ୍ମରଣାର୍ଥକ ସ୍ତମ୍ଭ ବୋଲି ତହିଁର ନାମ ରହିଅଛି ।
19
ଏଉତ୍ତାରେ ସାଦୋକର ପୁତ୍ର ଅହୀମାସ୍ କହିଲା, ସଦାପ୍ରଭୁ କିରୂପେ ରାଜାଙ୍କର ଶତ୍ରୁମାନଙ୍କଠାରୁ ପରିଶୋଧ ନେଇଅଛନ୍ତି, ଏହି ସୁସମ୍ଵାଦ ତାଙ୍କ ନିକଟକୁ ନେବା ପାଇଁ ମୁଁ ଏବେ ଦୌଡ଼ିଯାଏ ।
20
ତହିଁରେ ଯୋୟାବ ତାହାକୁ କହିଲା, ଆଜି ତୁମ୍ଭେ ସୁସମ୍ଵାଦବାହକ ହେବ ନାହିଁ, ମାତ୍ର ଅନ୍ୟ ଦିନ ସୁସମ୍ଵାଦ ନେବ; ରାଜାଙ୍କ ପୁତ୍ର ମରିଅଛି, ଏହେତୁ ଆଜି ତୁମ୍ଭେ ସୁସମ୍ଵାଦ ନେବ ନାହିଁ ।
21
ତେବେ ଯୋୟାବ କୂଶୀୟକୁ କହିଲା, ତୁମ୍ଭେ ଯାହା ଦେଖିଅଛ, ତାହା ତୁମ୍ଭେ ରାଜାଙ୍କୁ ଯାଇ ଜଣାଅ । ଏଥିରେ କୂଶୀୟ ଯୋୟାବକୁ ପ୍ରଣାମ କରି ଦୌଡ଼ିଲା ।
22
ତହୁଁ ସାଦୋକର ପୁତ୍ର ଅହୀମାସ୍ ପୁନର୍ବାର ଯୋୟାବକୁ କହିଲା, ଯାହାହେଉ, ବିନୟ କରୁଅଛି, ମୁଁ ମଧ୍ୟ ସେହି କୂଶୀୟର ପଛେ ଦୌଡ଼େ । ତହିଁରେ ଯୋୟାବ କହିଲା, ମୋʼ ପୁତ୍ର, ତୁମ୍ଭେ କାହିଁକି ଦୌଡ଼ିବ, କାରଣ ସେହି ସମ୍ଵାଦ ପାଇଁ ତୁମ୍ଭେ ତ କୌଣସି ପୁରସ୍କାର ପାଇବ ନାହଁ?
23
ମାତ୍ର ସେ କହିଲା, ଯାହାହେଉ, ମୁଁ ଦୌଡ଼ୁଅଛି । ତହିଁରେ ଯୋୟାବ ତାହାକୁ କହିଲା, ଦୌଡ଼ । ତହୁଁ ଅହୀମାସ୍ ପ୍ରାନ୍ତର ପଥ ଦେଇ ଦୌଡ଼ି କୂଶୀୟକୁ ପଛରେ ପକାଇ ଗଲା ।
24
ଏହି ସମୟରେ ନଗରର ଦ୍ଵାରଦ୍ଵୟର ମଧ୍ୟ ସ୍ଥାନରେ ଦାଉଦ ବସିଥିଲେ; ଏଥିରେ ପ୍ରହରୀ ଦ୍ଵାରଛାତର କାନ୍ଥ ଉପରକୁ ଯାଇ ଅନାଇ ଦେଖନ୍ତେ, ଦେଖ, ଜଣେ ଲୋକ ଏକାକୀ ଦୌଡ଼ି ଆସୁଅଛି ।
25
ତହୁଁ ପ୍ରହରୀ ଉଚ୍ଚୈଃସ୍ଵରରେ ରାଜାଙ୍କୁ ତାହା ଜଣାନ୍ତେ, ରାଜା କହିଲେ, ଯେବେ ସେ ଏକାକୀ ଅଛି, ତେବେ ତାହା ମୁଖରେ ସୁସମ୍ଵାଦ ଅଛି । ଏଥିରେ ସେ ଆସୁ ଆସୁ ନିକଟବର୍ତ୍ତୀ ହେଲା ।
26
ଏଉତ୍ତାରେ ପ୍ରହରୀ ଆଉ ଜଣକୁ ଦୌଡ଼ି ଆସୁଥିବାର ଦେଖିଲା; ତହିଁରେ ପ୍ରହରୀ ଉଚ୍ଚୈଃସ୍ଵରରେ ଦ୍ଵାରୀକି ଡାକି କହିଲା, ଦେଖ, ଆଉ ଜଣେ ଏକାକୀ ଦୌଡ଼ି ଆସୁଅଛି । ତହିଁରେ ରାଜା କହିଲେ, ସେ ମଧ୍ୟ ସୁସମ୍ଵାଦ ଆଣୁଅଛି ।
27
ଏଥିରେ ପ୍ରହରୀ କହିଲା, ପ୍ରଥମ ଲୋକର ଦୌଡ଼ ସାଦୋକର ପୁତ୍ର ଅହୀମାସ୍ର ଦୌଡ଼ ପରି ମୋହର ବୋଧ ହୁଏ । ତେବେ ରାଜା କହିଲେ, ସେ ଭଲ ଲୋକ, ସେ ଭଲ ସମ୍ଵାଦ ନେଇ ଆସୁଅଛି ।
28
ସେତେବେଳେ ଅହୀମାସ୍ ଡାକ ପକାଇ ରାଜାଙ୍କୁ କହିଲା, ସବୁ ମଙ୍ଗଳ । ତହୁଁ ସେ ରାଜାଙ୍କର ସମ୍ମୁଖରେ ମୁହଁ ମାଡ଼ି ପ୍ରଣାମ କରି କହିଲା, ସଦାପ୍ରଭୁ ଆପଣଙ୍କ ପରମେଶ୍ଵର ଧନ୍ୟ, ମୋହର ପ୍ରଭୁ ମହାରାଜଙ୍କ ବିରୁଦ୍ଧରେ ଯେଉଁ ମନୁଷ୍ୟମାନେ ହସ୍ତ ଉଠାଇଥିଲେ, ସେମାନଙ୍କୁ ସେ ସମର୍ପଣ କରି ଦେଇଅଛନ୍ତି ।
29
ତହିଁରେ ରାଜା କହିଲେ, ସେ ଯୁବାଲୋକ ଅବଶାଲୋମର ମଙ୍ଗଳ ତ? ତହୁଁ ଅହୀମାସ୍ ଉତ୍ତର କଲା, ଯୋୟାବ ମହାରାଜଙ୍କ ଦାସକୁ, ଅର୍ଥାତ୍, ଆପଣଙ୍କ ଦାସ ମୋତେ ପଠାଇବା ବେଳେ ମହାଲୋକଗହଳ ଦେଖିଲି, ମାତ୍ର କଅଣ ହେଲା, ତାହା ଜାଣି ନାହିଁ ।
30
ଏଥିରେ ରାଜା କହିଲେ, ଏଆଡ଼େ ଆସି ରହ । ତହୁଁ ସେ ଏଆଡ଼େ ଯାଇ ଠିଆ ହେଲା ।
31
ଏଥି ମଧ୍ୟରେ ଦେଖ, ସେହି କୂଶୀୟ ପହୁଞ୍ଚିଲା; ଆଉ କୂଶୀୟ କହିଲା, ମୋʼ ପ୍ରଭୁ ମହାରାଜଙ୍କ ପାଇଁ ସୁସମ୍ଵାଦ ଅଛି; କାରଣ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଉଠିଥିଲେ, ସଦାପ୍ରଭୁ ଆଜି ସେ ସମସ୍ତଙ୍କଠାରୁ ପରିଶୋଧ ନେଇଅଛନ୍ତି ।
32
ତହିଁରେ ରାଜା ସେହି କୂଶୀୟକୁ ପଚାରିଲେ, ସେ ଯୁବାଲୋକ ଅବଶାଲୋମର ମଙ୍ଗଳ ତ? ତହିଁରେ କୂଶୀୟ ଉତ୍ତର କଲା, ମୋʼ ପ୍ରଭୁ ମହାରାଜଙ୍କ ଶତ୍ରୁଗଣ ଓ ଆପଣଙ୍କର ଅମଙ୍ଗଳ କରିବା ପାଇଁ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ ଉଠନ୍ତି, ସେସମସ୍ତେ ସେହି ଯୁବାଲୋକ ପରି ହେଉନ୍ତୁ ।
33
ତହିଁରେ ରାଜା ଅତି କମ୍ପିତ ହୋଇ ନଗରଦ୍ଵାର-ଉପରିସ୍ଥ କୋଠରିକି ଯାଇ ରୋଦନ କଲେ; ପୁଣି ସେ ଯାଉ ଯାଉ ଏପରି କହିଲେ, ହାୟ ଆମ୍ଭର ପୁତ୍ର ଅବଶାଲୋମ! ଆମ୍ଭର ପୁତ୍ର, ଆମ୍ଭ ପୁତ୍ର ଅବଶାଲୋମଣ! ଯେବେ ତୁମ୍ଭ ବଦଳେ ଆମ୍ଭେ ମରିଥାʼନ୍ତୁ, ହାୟ ଅବଶାଲୋମ, ଆମ୍ଭର ପୁତ୍ର, ଆମ୍ଭର ପୁତ୍ର!
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24