bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
2 Samuel 11
2 Samuel 11
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 12 →
1
ଅନନ୍ତର ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ ଦାଉଦ ଯୋୟାବକୁ ଓ ତାହା ସହିତ ଆପଣା ଦାସମାନଙ୍କୁ ଓ ସମୁଦାୟ ଇସ୍ରାଏଲକୁ ପଠାଇଲେ; ତହିଁରେ ସେମାନେ ଅମ୍ମୋନ-ସନ୍ତାନମାନଙ୍କୁ ସଂହାର କରି ରବ୍ବା ନଗର ଅବରୋଧ କଲେ । ମାତ୍ର ଦାଉଦ ଯିରୂଶାଲମରେ ରହିଲେ ।
2
ଅନନ୍ତର ଦିନେ ସନ୍ଧ୍ୟା ସମୟରେ ଦାଉଦ ଆପଣା ଶଯ୍ୟାରୁ ଉଠି ରାଜଗୃହର ଛାତ ଉପରେ ବୁଲୁଥିଲେ; ପୁଣି ସେହି ଛାତ ଉପରୁ ସେ ଏକ ସ୍ତ୍ରୀକୁ ସ୍ନାନ କରୁଥିବା ଦେଖିଲେ; ସେହି ସ୍ତ୍ରୀ ଦେଖିବାକୁ ଅତି ସୁନ୍ଦରୀ ଥିଲା ।
3
ତେଣୁ ଦାଉଦ ସେହି ସ୍ତ୍ରୀର ବିଷୟ ବୁଝିବା ପାଇଁ ଲୋକ ପଠାନ୍ତେ ଜଣେ କହିଲା, ସେ କʼଣ ଇଲୀୟାମର କନ୍ୟା ହିତ୍ତୀୟ ଊରୀୟର ଭାର୍ଯ୍ୟା ବତ୍ଶେବା ନୁହେଁ?
4
ତହୁଁ ଦାଉଦ ଦୂତ ପଠାଇ ତାହାକୁ ଆଣିଲେ, ପୁଣି ସେ ତାଙ୍କ ନିକଟକୁ ଆସନ୍ତେ, ଦାଉଦ ତାହା ସହିତ ଶୟନ କଲେ; ସେସମୟରେ ସେ ସ୍ତ୍ରୀ ଋତୁସ୍ନାନ କରିଥିଲା । ଏଉତ୍ତାରେ ସେ ଆପଣା ଗୃହକୁ ଫେରିଗଲା ।
5
ଅନନ୍ତର ସେ ସ୍ତ୍ରୀ ଗର୍ଭବତୀ ହୁଅନ୍ତେ, ଦାଉଦଙ୍କ ନିକଟକୁ ଲୋକ ପଠାଇ ଜଣାଇ କହିଲା, ମୁଁ ଗର୍ଭବତୀ ହୋଇଅଛି ।
6
ତହୁଁ ଦାଉଦ ଯୋୟାବ ନିକଟକୁ ଲୋକ ପଠାଇ କହିଲେ, ହିତ୍ତୀୟ ଊରୀୟକୁ ମୋʼ କତିକି ପଠାଇଦିଅ । ତହିଁରେ ଯୋୟାବ ଊରୀୟକୁ ଦାଉଦଙ୍କ କତିକି ପଠାଇଦେଲା ।
7
ତେଣୁ ଊରୀୟ ଉପସ୍ଥିତ ହୁଅନ୍ତେ, ଦାଉଦ ତାହାକୁ ଯୋୟାବର କୁଶଳ ବାର୍ତ୍ତା ଓ ଲୋକମାନଙ୍କର କୁଶଳ ବାର୍ତ୍ତା ଓ ଯୁଦ୍ଧର କୁଶଳ ବାର୍ତ୍ତା ପଚାରିଲେ ।
8
ପୁଣି ଦାଉଦ ଊରୀୟକୁ କହିଲେ, ଆପଣା ଗୃହକୁ ଯାଇ ପାଦ ପ୍ରକ୍ଷାଳନ କର । ତହିଁରେ ଊରୀୟ ରାଜଗୃହରୁ ବାହାରିଗଲା, ପୁଣି ତାʼ ପଛେ ପଛେ ରାଜାଙ୍କ ନିକଟରୁ ଖାଦ୍ୟଦ୍ରବ୍ୟ ଗଲା ।
9
ମାତ୍ର ଊରୀୟ ଆପଣା ପ୍ରଭୁର ଦାସଗଣ ସହିତ ରାଜଗୃହ ଦ୍ଵାରରେ ଶୟନ କଲା, ଆଉ ଆପଣା ଗୃହକୁ ଗଲା ନାହିଁ ।
10
ଏଥିରେ ଊରୀୟ ଆପଣା ଗୃହକୁ ଯାଇ ନାହିଁ, ଏହା ଲୋକମାନେ ଦାଉଦଙ୍କୁ ଜଣାନ୍ତେ, ଦାଉଦ ଊରୀୟକୁ କହିଲେ, ତୁମ୍ଭେ କʼଣ ଯାତ୍ରାରୁ ଆସି ନାହଁ? ଆପଣା ଗୃହକୁ କାହିଁକି ଗଲ ନାହିଁ?
11
ତେବେ ଊରୀୟ ଦାଉଦଙ୍କୁ କହିଲା, ସିନ୍ଦୁକ ଓ ଇସ୍ରାଏଲ ଓ ଯିହୁଦା ପତ୍ରକୁଟୀରରେ ଅଛନ୍ତି ଓ ମୋʼ ପ୍ରଭୁ ଯୋୟାବ ଓ ମୋହର ପ୍ରଭୁଙ୍କ ଦାସମାନେ ପଦାରେ ଛାଉଣି କରିଅଛନ୍ତି, ତେବେ ମୁଁ କʼଣ ଭୋଜନ କରିବାକୁ ଓ ପାନ କରିବାକୁ ଓ ଭାର୍ଯ୍ୟା ସଙ୍ଗେ ଶୟନ କରିବାକୁ ଆପଣା ଗୃହକୁ ଯିବି? ଆପଣ ଜୀବିତ ଓ ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ ମୁଁ ଏକଥା କରିବି ନାହିଁ ।
12
ଏଥିରେ ଦାଉଦ ଊରୀୟକୁ କହିଲେ, ଆଜି ମଧ୍ୟ ଏଠାରେ ଥାଅ, ମୁଁ କାଲି ତୁମ୍ଭକୁ ବିଦାୟ କରିବି । ତହୁଁ ଊରୀୟ ସେ ଦିନ ଓ ପର ଦିନ ଯିରୂଶାଲମରେ ରହିଲା ।
13
ଆଉ ଦାଉଦ ତାହାକୁ ନିମନ୍ତ୍ରଣ କରନ୍ତେ, ସେ ତାଙ୍କ ସମ୍ମୁଖରେ ଭୋଜନପାନ କଲା; ପୁଣି ଦାଉଦ ତାହାକୁ ମତ୍ତ କରାଇଲେ; ତଥାପି ସନ୍ଧ୍ୟାକାଳେ ସେ ଆପଣା ପ୍ରଭୁର ଦାସଗଣ ସହିତ ଆପଣା ଶଯ୍ୟାରେ ଶୟନ କରିବାକୁ ଗଲା, ମାତ୍ର ଆପଣା ଗୃହକୁ ଗଲା ନାହିଁ ।
14
ଏଣୁ ଦାଉଦ ସକାଳେ ଯୋୟାବ ନିକଟକୁ ପତ୍ର ଲେଖି ଊରୀୟ ହାତରେ ତାହା ପଠାଇଲେ ।
15
ପତ୍ରରେ ସେ ଏହା ଲେଖିଥିଲେ, ଯଥା, ଯେପରି ଊରୀୟ ଆହତ ହୋଇ ମରିବ, ଏଥିପାଇଁ ତୁମ୍ଭେମାନେ ଘୋର ଯୁଦ୍ଧ ସମ୍ମୁଖରେ ତାହାକୁ ନିଯୁକ୍ତ କରି ତାହା ନିକଟରୁ ଘୁଞ୍ଚିଯିବ ।
16
ପୁଣି ଯୋୟାବ ନଗର ନିରୀକ୍ଷଣ କରିବା ବେଳେ ବିକ୍ରମଶାଳୀ ଲୋକମାନେ କେଉଁଠାରେ ଅଛନ୍ତି, ଏହା ଜାଣି ସେ ଊରୀୟକୁ ସେଠାରେ ନିଯୁକ୍ତ କଲା ।
17
ଏଉତ୍ତାରେ ନଗରର ଲୋକମାନେ ବାହାରେ ଯାଇ ଯୋୟାବ ସଙ୍ଗେ ଯୁଦ୍ଧ କଲେ, ତହିଁରେ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ କେତେ ଲୋକ ପତିତ ହେଲେ ଓ ହିତ୍ତୀୟ ଊରୀୟ ମଧ୍ୟ ମଲା ।
18
ତେବେ ଯୋୟାବ ଲୋକ ପଠାଇ ଦାଉଦଙ୍କୁ ଯୁଦ୍ଧର ସମସ୍ତ କଥା ଜଣାଇଲା;
19
ପୁଣି ଦୂତକୁ ଆଜ୍ଞା ଦେଇ କହିଲା, ତୁମ୍ଭେ ରାଜାଙ୍କୁ ଯୁଦ୍ଧର ସମସ୍ତ କଥା ଜଣାଇଲା ଉତ୍ତାରେ,
20
ଯେବେ ରାଜାଙ୍କର କ୍ରୋଧ ଉଠେ ଓ ସେ ତୁମ୍ଭକୁ କହନ୍ତି, କାହିଁକି ତୁମ୍ଭେମାନେ ଯୁଦ୍ଧ କରିବା ପାଇଁ ନଗରର ଏତେ ନିକଟକୁ ଗଲ? ସେମାନେ ପ୍ରାଚୀରରୁ ବାଣ ମାରିବେ ବୋଲି କʼଣ ତୁମ୍ଭେମାନେ ଜାଣିଲ ନାହିଁ?
21
ଯିରୁବ୍ବେଶତର ପୁତ୍ର ଅବୀମେଲକକୁ କିଏ ମାରିଲା? ଜଣେ ସ୍ତ୍ରୀ ପ୍ରାଚୀରରୁ ତାହା ଉପରକୁ ଚକି ଉପର-ପଟ ପକାନ୍ତେ, ସେ କʼଣ ତେବେସରେ ମଲା ନାହିଁ? କାହିଁକି ତୁମ୍ଭେମାନେ ପ୍ରାଚୀରର ଏତେ ନିକଟକୁ ଗଲ? ତେବେ ତୁମ୍ଭେ କହିବ, ଆପଣଙ୍କ ଦାସ ହିତ୍ତୀୟ ଊରୀୟ ମଧ୍ୟ ମରିଅଛି ।
22
ତହିଁରେ ସେହି ଦୂତ ପ୍ରସ୍ଥାନ କରି, ଯୋୟାବ ଯହିଁ ପାଇଁ ତାହାକୁ ପଠାଇଥିଲା, ସେସମସ୍ତ ଦାଉଦଙ୍କୁ ଯାଇ ଜଣାଇଲା ।
23
ସେହି ଦୂତ ଦାଉଦଙ୍କୁ କହିଲା, ସେ ଲୋକମାନେ ଆମ୍ଭମାନଙ୍କ ଉପରେ ପ୍ରବଳ ହୋଇ ପଦାକୁ ଆମ୍ଭମାନଙ୍କ ନିକଟକୁ ବାହାରି ଆସିଲେ, ତହୁଁ ଆମ୍ଭେମାନେ ଦ୍ଵାର-ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ସେମାନଙ୍କୁ ଆକ୍ରମଣ କରି କରି ଗଲୁ ।
24
ଏଥିରେ ଧନୁର୍ଦ୍ଧରମାନେ ପ୍ରାଚୀରରୁ ଆପଣଙ୍କ ଦାସମାନଙ୍କ ଉପରେ ବାଣ ନିକ୍ଷେପ କଲେ; ତହୁଁ ମହାରାଜଙ୍କର କେତେକ ଦାସ ମଲେ ଓ ଆପଣଙ୍କ ଦାସ ହିତ୍ତୀୟ ଊରୀୟ ମଧ୍ୟ ମଲା ।
25
ସେତେବେଳେ ଦାଉଦ ସେହି ଦୂତକୁ କହିଲେ, ତୁମ୍ଭେ ଯୋୟାବକୁ ଏପରି କହିବ, ଏଥିରେ ତୁମ୍ଭେ ଦୁଃଖିତ ହୁଅ ନାହିଁ, କାରଣ ଖଡ଼୍ଗ ଯେପରି ଏକକୁ, ସେପରି ଅନ୍ୟକୁ ଗ୍ରାସ କରେ; ତୁମ୍ଭେ ନଗର ପ୍ରତିକୂଳରେ ଆହୁରି ଦୃଢ଼ ଯୁଦ୍ଧ କରି ତାହା ଉଚ୍ଛିନ୍ନ କର; ଏହିରୂପେ ତୁମ୍ଭେ ତାହାକୁ ସାହସିକ କର ।
26
ଏଉତ୍ତାରେ ଊରୀୟର ଭାର୍ଯ୍ୟା ଆପଣା ସ୍ଵାମୀ ଊରୀୟର ମୃତ୍ୟୁ ସମ୍ଵାଦ ପାଇ ଆପଣା ସ୍ଵାମୀ ନିମନ୍ତେ ବିଳାପ କଲା ।
27
ପୁଣି ଶୋକ କରିବା ସମୟ ଗତ ହୁଅନ୍ତେ, ଦାଉଦ ଲୋକ ପଠାଇ ତାହାକୁ ଆପଣା ଗୃହକୁ ନେଲେ, ତହୁଁ ସେ ତାଙ୍କର ଭାର୍ଯ୍ୟା ହେଲା ଓ ତାଙ୍କର ଏକ ପୁତ୍ର ପ୍ରସବ କଲା । ମାତ୍ର ଦାଉଦ ଏହି ଯେଉଁ କର୍ମ କଲେ, ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା ।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24