bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Luke 18
Luke 18
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 19 →
1
କ୍ଳା; ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ, ଏ ବିଷୟରେ ସେ ସେମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ,
2
ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ, ସେ ଈଶ୍ଵରଙ୍କୁ ଭୟ କରୁ ନ ଥିଲେ କି ମନୁଷ୍ୟକୁ ମାନୁ ନ ଥିଲେ ।
3
ସେହି ନଗରରେ ଜଣେ ବିଧବା ଥିଲା, ସେ ଥରକୁଥର ତାଙ୍କ ନିକଟକୁ ଯାଇ କହୁଥିଲା, ମୋହର ବିବାଦୀର ଅନ୍ୟାୟର ପ୍ରତିକାର କରନ୍ତୁ ।
4
ଆଉ, ସେ କେତେ ସମୟ ପର୍ଯ୍ୟନ୍ତ ସମ୍ମତ ହେଉ ନ ଥିଲେ; କିନ୍ତୁ ପରେ ସେ ମନେ ମନେ କହିଲେ, ଯଦ୍ୟପି ମୁଁ ଈଶ୍ଵରଙ୍କୁ ଭୟ କରେ ନାହିଁ କିମ୍ଵା ମନୁଷ୍ୟକୁ ମାନେ ନାହିଁ,
5
ତଥାପି ଏହି ବିଧବାଟା ମୋତେ କଷ୍ଟ ଦେଉଥିବାରୁ ମୁଁ ତାହା ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବି, ନୋହିଲେ ସେ ସବୁବେଳେ ଆସି ମୋତେ ବ୍ୟତିବ୍ୟସ୍ତ କରୁଥିବ ।
6
ସେଥିରେ ପ୍ରଭୁ କହିଲେ, ଏହି ଅଧାର୍ମିକ ବିଚାରକର୍ତ୍ତା କଅଣ କହୁଅଛନ୍ତି, ତାହା ଶୁଣ ।
7
ତେବେ ଈଶ୍ଵରଙ୍କର ଯେଉଁ ମନୋନୀତ ଲୋକମାନେ ଦିବାରାତ୍ର ତାହାଙ୍କୁ ଡାକୁଥାଆନ୍ତି, ସେ କି ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ ନାହିଁ, ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି?
8
ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଶୀଘ୍ର ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ । ତଥାପି ମନୁଷ୍ୟପୁତ୍ର ଆସି ପୃଥିବୀରେ କଅଣ ବିଶ୍ଵାସ ଦେଖିବେ?
9
ଆପଣା ଆପଣାକୁ ଧାର୍ମିକ ଜ୍ଞାନ କରି ଅନ୍ୟ ସମସ୍ତଙ୍କୁ ତୁଚ୍ଛଜ୍ଞାନ କରୁଥିବା କେତେକ ଆତ୍ମନିର୍ଭରଶୀଳ ଲୋକଙ୍କୁ ସେ ଏହି ଦୃଷ୍ଟାନ୍ତ ମଧ୍ୟ କହିଲେ,
10
ଦୁଇ ଜଣ ଲୋକ ପ୍ରାର୍ଥନା କରିବା ନିମନ୍ତେ ମନ୍ଦିରକୁ ଗଲେ, ଜଣେ ଫାରୂଶୀ ଓ ଅନ୍ୟ ଜଣକ କରଗ୍ରାହୀ ।
11
ଫାରୂଶୀ ଦଣ୍ତାୟମାନ ହୋଇ ଆପଣା ନିକଟରେ ଏହି ପ୍ରକାର ପ୍ରାର୍ଥନା କରିବାକୁ ଲାଗିଲା, ହେ ଈଶ୍ଵର, ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ, ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଅତ୍ୟାଚାରୀ, ଅଧାର୍ମିକ, ବ୍ୟଭିଚାରୀ କିମ୍ଵା ଏହି କରଗ୍ରାହୀ ପରି ସୁଦ୍ଧା ନୁହେଁ;
12
ମୁଁ ସପ୍ତାହରେ ଦୁଇ ଥର ଉପବାସ କରିଥାଏ ଓ ମୋହର ସମସ୍ତ ଆୟର ଦଶମାଂଶ ଦାନ କରିଥାଏ ।
13
କିନ୍ତୁକରଗ୍ରାହୀ ଦୂରରେ ଠିଆ ହୋଇ ସ୍ଵର୍ଗଆଡ଼େ ଊର୍ଦ୍ଧ୍ଵଦୃଷ୍ଟି କରିବାକୁ ସୁଦ୍ଧା ସାହସ କଲା ନାହିଁ, କିନ୍ତୁ ଆପଣା ଛାତିରେ ମାରିହୋଇ କହିବାକୁ ଲାଗିଲା, ହେ ଈଶ୍ଵର, ମୁଁ ପାପୀ, ମୋତେ ଦୟା କର ।
14
ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଲୋକ ନୁହେଁ, ବରଂ ଏହି ଲୋକ ଧାର୍ମିକ ଗଣିତ ହୋଇ ଆପଣା ଗୃହକୁ ଚାଲିଗଲା; କାରଣ ଯେକେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, କିନ୍ତୁ ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ ।
15
ସେ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି, ଏଥିପାଇଁ ଲୋକେ ସେମାନଙ୍କୁ ମଧ୍ୟ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ; ମାତ୍ର ଶିଷ୍ୟମାନେ ତାହା ଦେଖି ସେମାନଙ୍କୁ ଧମକ ଦେବାକୁ ଲାଗିଲେ ।
16
କିନ୍ତୁ ଯୀଶୁ ସେମାନଙ୍କୁ ଆପଣା ପାଖକୁ ଡାକି କହିଲେ, ଶିଶୁମାନଙ୍କୁ ମୋʼ ନିକଟକୁ ଆସିବାକୁ ଦିଅ, ଆଉ ସେମାନଙ୍କୁ ମନା କର ନାହିଁ; କାରଣ ଈଶ୍ଵରଙ୍କ ରାଜ୍ୟ ଏହିପ୍ରକାର ଲୋକମାନଙ୍କର ।
17
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେକେହି ଶିଶୁ ପରି ଈଶ୍ଵରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବ ନାହିଁ ।
18
ଜଣେ ଅଧ୍ୟକ୍ଷ ତାହାଙ୍କୁ ପଚାରିଲେ, ହେ ସଦ୍ଗୁରୁ, ଅନ; ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି?
19
ସେଥିରେ ଯୀଶୁ ତାଙ୍କୁ କହିଲେ, ମୋତେ ସତ୍ ବୋଲି କାହିଁକି କହୁଅଛ? ଜଣଙ୍କ ବିନା, ଅର୍ଥାତ୍, ଈଶ୍ଵରଙ୍କ ବିନା ଅନ୍ୟ କେହି ସତ୍ ନୁହେଁ ।
20
ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ, ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ମିଥ୍ୟାସାକ୍ଷ୍ୟ ଦିଅ ନାହିଁ, ଆପଣା ପିତାମାତାଙ୍କୁ ସମାଦର କର ।
21
ସେ କହିଲେ, ଏହି ସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି ।
22
ଯୀଶୁ ଏହା ଶୁଣି ତାଙ୍କୁ କହିଲେ, ତୁମ୍ଭର ଆଉ ଗୋଟିଏ ବିଷୟ ଊଣା ଅଛି; ତୁମ୍ଭେ ଆପଣାର ସର୍ବସ୍ଵ ବିକ୍ରୟ କରି ଦରିଦ୍ରମାନଙ୍କୁ ବିତରଣ କର, ଆଉ ତୁମ୍ଭେ ସ୍ଵର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର ।
23
କିନ୍ତୁ ସେ ଏହି ସମସ୍ତ କଥା ଶୁଣି ଅତ୍ୟ; ଦୁଃଖିତ ହେଲେ, କାରଣ ସେ ଅତିଶୟ ଧନୀ ଥିଲେ ।
24
ସେଥିରେ ଯୀଶୁ ତାଙ୍କୁ ଦେଖି କହିଲେ, ଯେଉଁମାନଙ୍କର ଧନ ଅଛି, ସେମାନେ କେଡ଼େ କଷ୍ଟରେ ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବେଣ!
25
କାରଣ ଈଶ୍ଵରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ସୂଚୀର ଛିଦ୍ର ଦେଇ ଓଟର ପ୍ରବେଶ କରିବା ସହଜ ।
26
ଯେଉଁମାନେ ଏହି କଥା ଶୁଣିଲେ, ସେମାନେ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ?
27
କିନ୍ତୁ ସେ କହିଲେ, ଯାହା ମନୁଷ୍ୟର ଅସାଧ୍ୟ, ତାହା ଈଶ୍ଵରଙ୍କର ସାଧ୍ୟ ।
28
ସେଥିରେ ପିତର କହିଲେ, ଦେଖନ୍ତୁ, ଆମ୍ଭେମାନେ ଆପଣା ଆପଣାର ସର୍ବସ୍ଵ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ ।
29
ସେ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକ ଈଶ୍ଵରଙ୍କ ରାଜ୍ୟ ନିମନ୍ତେ ଗୃହ କି ଭାର୍ଯ୍ୟା କି ଭ୍ରାତା କି ପିତାମାତା କି ସନ୍ତାନସନ୍ତତି ପରିତ୍ୟାଗ କରି,
30
ଇହକାଳରେ ବହୁଗୁଣ ଓ ପରକାଳରେ ଅନ; ଜୀବନ ନ ପାଇବ, ଏପରି ଲୋକ କେହି ନାହିଁ ।
31
ପରେ ସେ ଦ୍ଵାଦଶଙ୍କୁ ଅନ୍ତର କରି ସେମାନଙ୍କୁ କହିଲେ, ଦେଖ, ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରୁଅଛୁ, ଆଉ ଭାବବାଦୀମାନଙ୍କ ଦ୍ଵାରା ଯେସମସ୍ତ ବିଷୟ ଲିଖିତ ଅଛି, ସେସମସ୍ତ ମନୁଷ୍ୟପୁତ୍ରଙ୍କଠାରେ ସଫଳ ହେବ;
32
କାରଣ ସେ ବିଜାତିମାନଙ୍କ ହସ୍ତରେ ସମର୍ପିତ ହେବେ, ପୁଣି ସେମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ପ୍ରତି ଅତ୍ୟାଚାର କରି ତାହାଙ୍କ ଉପରେ ଛେପ ପକାଇବେ,
33
ତାହାଙ୍କୁ କୋରଡ଼ା ମାରି ବଧ କରିବେ, ଆଉ ତୃତୀୟ ଦିବସରେ ସେ ପୁନରୁତ୍ଥାନ କରିବେ ।
34
କିନ୍ତୁ ସେମାନେ ଏହିସବୁ ବିଷୟ କିଛି ବୁଝିଲେ ନାହିଁ; ଏହି ବାକ୍ୟ ସେମାନଙ୍କଠାରୁ ଗୁପ୍ତ ହୋଇ ରହିଲା, ପୁଣି ଯାହା ଯାହା କୁହାଯାଉଥିଲା, ସେସବୁ ସେମାନେ ବୁଝୁ ନ ଥିଲେ ।
35
ସେ ଯିରୀହୋର ନିକଟବର୍ତ୍ତୀ ହେଉଥିବା ସମୟରେ ଜଣେ ଅନ୍ଧ ପଥପାର୍ଶ୍ଵରେ ବସି ଭିକ୍ଷା କରୁଥିଲା ।
36
ସେ ଲୋକସମୂହର ଗମନର ଶଦ୍ଦ ଶୁଣି କଥା କଅଣ ବୋଲି ପଚାରିବାକୁ ଲାଗିଲା ।
37
ସେମାନେ ତାହାକୁ କହିଲେ, ନାଜରିତୀୟ ଯୀଶୁ ଏହି ବାଟ ଦେଇ ଯାଉଅଛନ୍ତି ।
38
ସେଥିରେ ସେ ଉଚ୍ଚ ସ୍ଵରରେ କହିଲା, ହେ ଯୀଶୁ, ଦାଉଦ-ସନ୍ତାନ, ମୋତେ ଦୟା କରନ୍ତୁ ।
39
ମାତ୍ର ଆଗରେ ଯାଉଥିବା ଲୋକମାନେ ତାହାକୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଚ ସ୍ଵରରେ କହିବାକୁ ଲାଗିଲା, ହେ ଦାଉଦ-ସନ୍ତାନ, ମୋତେ ଦୟା କରନ୍ତୁ ।
40
ସେଥିରେ ଯୀଶୁ ଠିଆ ହୋଇ ତାହାକୁ ଆପଣା ନିକଟକୁ ଆଣିବା ପାଇଁ ଆଜ୍ଞା ଦେଲେ; ପୁଣି, ସେ ନିକଟରେ ଉପସ୍ଥିତ ହୁଅନ୍ତେ, ସେ ତାହାକୁ ପଚାରିଲେ,
41
ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ? ସେ କହିଲା, ହେ ପ୍ରଭୁ, ମୁଁ ଯେପରି ଦୃଷ୍ଟି ପାଏ ।
42
ଯୀଶୁ ତାହାକୁ କହିଲେ, ଦୃଷ୍ଟି ପାଅ; ତୁମ୍ଭର ବିଶ୍ଵାସ ତୁମ୍ଭକୁ ସୁସ୍ଥ କରିଅଛି ।
43
ସେହିକ୍ଷଣି ସେ ଦୃଷ୍ଟି ପାଇ ଈଶ୍ଵରଙ୍କ ମହିମା କୀର୍ତ୍ତନ କରୁ କରୁ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲା ଏବଂ ଲୋକସମସ୍ତେ ତାହା ଦେଖି ଈଶ୍ଵରଙ୍କ ପ୍ରଶଂସା କଲେ ।
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24