bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Luke 7
Luke 7
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 8 →
1
ସେ ଲୋକମାନଙ୍କ କର୍ଣ୍ଣଗୋଚରରେ ଆପଣାର ସମସ୍ତ କଥା ସମାପ୍ତ କରି କଫର୍ନାହୂମରେ ପ୍ରବେଶ କଲେ ।
2
ସେ ସମୟରେ ଜଣେ ଶତସେନାପତିଙ୍କର ଦାସ ପୀଡ଼ିତ ହୋଇ ମୃତପ୍ରାୟ ହୋଇଥିଲା, ସେ ତାହାଙ୍କର ପ୍ରିୟପାତ୍ର ଥିଲା ।
3
ସେ ଯୀଶୁଙ୍କ ସମ୍ଵନ୍ଧରେ ସମ୍ଵାଦ ପାଇ, ସେ ଯେପରି ଆସି ତାଙ୍କ ଦାସର ପ୍ରାଣ ରକ୍ଷା କରନ୍ତି, ଏଥିନିମନ୍ତେ ତାହାଙ୍କ ନିକଟକୁ ଯିହୁଦୀମାନଙ୍କର କେତେକ ପ୍ରାଚୀନଙ୍କୁ ପଠାଇ ତାହାଙ୍କୁ ଅନୁରୋଧ କଲେ ।
4
ସେମାନେ ଯୀଶୁଙ୍କ ନିକଟରେ ଉପସ୍ଥିତ ହୋଇ ତାହାଙ୍କୁ ବିଶେଷ ବିନତି କରି କହିବାକୁ ଲାଗିଲେ, ଆପଣ ଯେ ତାଙ୍କ ନିମନ୍ତେ ଏହା କରିବେ, ସେ ସେଥିର ଯୋଗ୍ୟ ଅଟନ୍ତି;
5
କାରଣ ସେ ଆମ୍ଭମାନଙ୍କ ଜାତିକି ପ୍ରେମ କରନ୍ତି ଓ ଆପେ ଆମ୍ଭମାନଙ୍କ ନିମନ୍ତେ ସମାଜଗୃହ ତୋଳି ଦେଇଅଛନ୍ତି ।
6
ସେଥିରେ ଯୀଶୁ ସେମାନଙ୍କ ସାଙ୍ଗରେ ଗଲେ । ସେ ଘରର ଅଳ୍ପ ଦୂରରେ ଉପସ୍ଥିତ ହୁଅନ୍ତେ, ଶତସେନାପତି ବନ୍ଧୁମାନଙ୍କୁ ପଠାଇ ତାହାଙ୍କୁ କହିଲେ, ପ୍ରଭୋ, କଷ୍ଟ କରନ୍ତୁ ନାହିଁ; କାରଣ ଆପଣ ଯେ ମୋʼ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ;
7
ଏଣୁ ମୁଁ ଆପଣଙ୍କ ନିକଟକୁ ଯିବାକୁ ନିଜକୁ ଯୋଗ୍ୟ ମଣିଲି ନାହିଁ; କିନ୍ତୁ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ ।
8
କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ସୁଦ୍ଧା ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ଆଉ, ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ ତାହା କରେ ।
9
ଯୀଶୁ ଏସମସ୍ତ କଥା ଶୁଣି ତାଙ୍କ ବିଷୟରେ ଚମତ୍କୃତ ହେଲେ, ଆଉ ବୁଲିପଡ଼ି ତାହାଙ୍କ ପଛରେ ଆସୁଥିବା ଲୋକସମୂହକୁ କହିଲେ, ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ସୁଦ୍ଧା ଏଡ଼େ ବଡ଼ ବିଶ୍ଵାସ ପାଇ ନାହିଁ ।
10
ଆଉ, ପଠାଯାଇଥିବା ଲୋକମାନେ ଘରକୁ ବାହୁଡ଼ିଆସି ଦାସକୁ ସୁସ୍ଥ ଦେଖିଲେ ।
11
ଏଥିଉତ୍ତାରେ ସେ ନାଇନ ନାମକ ନଗରକୁ ଗମନ କଲେ, ଆଉ ତାହାଙ୍କ ଶିଷ୍ୟମାନେ ଓ ବହୁସଂଖ୍ୟକ ଲୋକ ତାହାଙ୍କ ସାଙ୍ଗରେ ଯାଉଥିଲେ ।
12
ସେ ନଗରଦ୍ଵାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକେ ଜଣେ ମୃତ ମନୁଷ୍ୟକୁ ବାହାରକୁ ବହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି ସେହି ସ୍ତ୍ରୀ ବିଧବା; ଆଉ, ନଗରର ବହୁସଂଖ୍ୟକ ଲୋକ ତାହାର ସାଙ୍ଗରେ ଥିଲେ ।
13
ତାହାକୁ ଦେଖି ପ୍ରଭୁ ତାହା ପ୍ରତି ଦୟାରେ ବିଗଳିତ ହୋଇ ତାହାକୁ କହିଲେ, ରୋଦନ କର ନାହିଁ।
14
ଆଉ, ସେ ନିକଟକୁ ଯାଇ କୋକେଇ ଛୁଇଁଲେ, ପୁଣି ବାହକମାନେ ଠିଆ ହୁଅନ୍ତେ, ସେ କହିଲେ, ଯୁବକ, ମୁଁ ତୁମ୍ଭକୁ କହୁଅଛି, ଉଠ ।
15
ସେଥିରେ ମୃତ ଲୋକଟି ଉଠି ବସିଲା, ଆଉ କଥା କହିବାକୁ ଲାଗିଲା, ପୁଣି ସେ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ ।
16
ଏଥିରେ ସମସ୍ତେ ଭୟଗ୍ରସ୍ତ ହେଲେ, ଆଉ ଈଶ୍ଵରଙ୍କ ମହିମା କୀର୍ତ୍ତନ କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ଵର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି ।
17
ପୁଣି, ତାହାଙ୍କ ବିଷୟରେ ଏହି କଥା ସମସ୍ତ ଯିହୁଦା ଦେଶ ଓ ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳରେ ବ୍ୟାପିଗଲା ।
18
ପରେ ଯୋହନଙ୍କ ଶିଷ୍ୟମାନେ ଏହିସମସ୍ତ ବିଷୟ ତାଙ୍କୁ ଜଣାଇଲେ ।
19
ସେଥିରେ ଯୋହନ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପାଖକୁ ଡାକି ପ୍ରଭୁଙ୍କ ନିକଟକୁ ଏହା କହି ପଠାଇଲେ, ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
20
ସେହି ଲୋକମାନେ ତାହାଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ, ବାପ୍ତିଜକ ଯୋହନ ଆମ୍ଭମାନଙ୍କୁ ଆପଣଙ୍କ ନିକଟକୁ ଏହା କହି ପଠାଇ ଅଛନ୍ତି, ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
21
ସେହି ସମୟରେ ସେ ଅନେକଙ୍କୁ ରୋଗ, ପୀଡ଼ା ଓ ଦୁଷ୍ଟ ଆତ୍ମାମାନଙ୍କଠାରୁ ସୁସ୍ଥ କଲେ, ପୁଣି ଅନେକ ଅନ୍ଧଙ୍କୁ ଦୃଷ୍ଟି ପ୍ରଦାନ କଲେ ।
22
ସେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଯାଇ ଯାହା ଯାହା ଦେଖିଲ ଓ ଶୁଣିଲ, ସେହିସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦୃଷ୍ଟି ପାଆନ୍ତି, ଖଞ୍ଜମାନେ ଗମନ କରନ୍ତି, କୁଷ୍ଠୀମାନେ ଶୁଚି ହୁଅନ୍ତି, ବଧିରମାନେ ଶ୍ରବଣ କରନ୍ତି, ମୃତମାନେ ଉତ୍ଥାପିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;
23
ଆଉ, ଯେକେହି ମୋʼଠାରେ ବିଘ୍ନର କାରଣ ନ ପାଏ, ସେ ଧନ୍ୟ ।
24
ଯୋହନଙ୍କ ଦୂତମାନେ ପ୍ରସ୍ଥାନ କଲା ଉତ୍ତାରେ ସେ ଯୋହନଙ୍କ ସମ୍ଵନ୍ଧରେ ଲୋକସମୂହକୁ କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ଦେଖିବା ପାଇଁ ପ୍ରାନ୍ତରକୁ ବାହାରି ଯାଇଥିଲ? କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ?
25
ତାହା ନ ହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରି ଯାଇଥିଲ? କଅଣ ସୂକ୍ଷ୍ମବସ୍ତ୍ର ପରିହିତ ଜଣେ ବ୍ୟକ୍ତିଙ୍କି? ଦେଖ, ଯେଉଁମାନେ ସୁନ୍ଦର ବସ୍ତ୍ର ପରିଧାନ କରି ବିଷୟସୁଖରେ କାଳ କ୍ଷେପଣ କରନ୍ତି, ସେମାନେ ରାଜବାଟୀରେ ଥାଆନ୍ତି ।
26
ତାହା ନ ହେଲେ କଅଣ ଦେଖିବା ନିମନ୍ତେ ବାହାରି ଯାଇଥିଲ? କଅଣ ଜଣେ ଭାବବାଦୀଙ୍କି? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କି ।
27
ଯାହାଙ୍କ ବିଷୟରେ ଏହା ଲେଖା ଅଛି, ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି ।
28
ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀଗର୍ଭଜାତସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ମହାନ କେହି ନାହାନ୍ତି; ତଥାପି ଈଶ୍ଵରଙ୍କ ରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ ।
29
ଏହା ଶୁଣି ସମସ୍ତ ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ଵରଙ୍କୁ ଯଥାର୍ଥ ବୋଲି ସ୍ଵୀକାର କଲେ;
30
କିନ୍ତୁ ଫାରୂଶୀମାନେ ଓ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ତାଙ୍କ ଦ୍ଵାରା ବାପ୍ତିଜିତ।। ନ ହୋଇ ଆପଣା ଆପଣା ସମ୍ଵନ୍ଧରେ ଈଶ୍ଵରଙ୍କ ସଙ୍କଳ୍ପ ଅଗ୍ରାହ୍ୟ କଲେ ।
31
ତେବେ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ଲୋକମାନଙ୍କୁ ତୁଳନା କରିବି, ପୁଣି ସେମାନେ କାହାର ତୁଲ୍ୟ?
32
ଯେଉଁ ପିଲାମାନେ ହାଟବଜାରରେ ବସି ପରସ୍ପରକୁ ଡାକି କହନ୍ତି, ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ କାନ୍ଦିଲ ନାହିଁ, ସେମାନେ ସେମାନଙ୍କ ପରି ।
33
କାରଣ ବାପ୍ତିଜକ ଯୋହନ ଆସି ରୋଟୀ ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ,ସେ ଭୂତଗ୍ରସ୍ତ ।
34
ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ତୁମ୍ଭେମାନେ କହୁଅଛ, ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ ।
35
ମାତ୍ର ଜ୍ଞାନ ଆପଣା ସମସ୍ତ ସନ୍ତାନଙ୍କ ଦ୍ଵାରା ଯଥାର୍ଥ ବୋଲି ପ୍ରମାଣିତ ହେଲା ।
36
ଆଉ, ଫାରୂଶୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଆପଣା ସହିତ ଭୋଜନ କରିବାକୁ ନିମନ୍ତ୍ରଣ କଲେ । ସେଥିରେ ସେ ଫାରୂଶୀଙ୍କ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ ।
37
ଆଉ ଦେଖ, ସେହି ନଗରରେ ଜଣେ ପାପିଷ୍ଠା ସ୍ତ୍ରୀ ଥିଲା; ଯୀଶୁ ସେହି ଫାରୂଶୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି, ଏହା ଜାଣିପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣି,
38
ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଅଶ୍ରୁଜଳରେ ତାହାଙ୍କ ପାଦ ସିକ୍ତ କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ଵନ କରୁ କରୁ ସେହି ସୁଗନ୍ଧ ତୈଳ ଲଗାଇ ଦେବାକୁ ଲାଗିଲା ।
39
ତାହା ଦେଖି, ଯେଉଁ ଫାରୂଶୀ ତାହାଙ୍କୁ ନିମନ୍ତ୍ରଣ କରିଥିଲେ, ସେ ମନେ ମନେ କହିଲେ, ଏ ଯଦି ଭାବବାଦୀ ହୋଇଥାଆନ୍ତା, ତାହାହେଲେ ଏହାକୁ ଯେ ସ୍ପର୍ଶ କରୁଅଛି, ସେ କିଏ ଓ କିପ୍ରକାର ସ୍ତ୍ରୀ, ଅର୍ଥାତ୍, ସେ ଯେ ପାପିଷ୍ଠା, ଏହା ଜାଣିଥାଆନ୍ତା ।
40
ଯୀଶୁ ତାଙ୍କୁ ଉତ୍ତର ଦେଲେ, ଶିମୋନ, ତୁମ୍ଭକୁ ମୋହର କିଛି କହିବାର ଅଛି । ସେ କହିଲେ, ଗୁରୁ କୁହନ୍ତୁ ।
41
ଜଣେ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ; ଜଣେ ପାଞ୍ଚଶହ ଓ ଆଉ ଜଣେ ପଚାଶ ଟଙ୍କା ଋଣ କରିଥିଲା ।
42
ପରିଶୋଧ କରିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ ଛାଡ଼ିଦେଲେ । ଏଣୁ ସେମାନଙ୍କ ମଧ୍ୟରୁ କିଏ ତାଙ୍କୁ ଅଧିକ ପ୍ରେମ କରିବ?
43
ଶିମୋନ ଉତ୍ତର ଦେଲେ, ମୋର ବୋଧ ହୁଏ, ସେ ଯାହାର ଅଧିକ ଋଣ ଛାଡ଼ିଦେଲେ, ସେ । ସେ ତାଙ୍କୁ କହିଲେ, ତୁମ୍ଭେ ଯଥାର୍ଥ ବିଚାର କଲ ।
44
ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, ଏହି ସ୍ତ୍ରୀକି ଦେଖୁଅଛ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋʼ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଅଶ୍ରୁଜଳରେ ମୋର ପାଦ ସିକ୍ତ କରି ନିଜ କେଶରେ ତାହା ପୋଛିଦେଲା ।
45
ତୁମ୍ଭେ ମୋତେ ଚୁମ୍ଵନ କଲ ନାହିଁ, କିନ୍ତୁ ମୁଁ ଭିତରକୁ ଆସିବା ସମୟଠାରୁ ଏ ମୋହର ପାଦ ଚୁମ୍ଵନ କରିବାରୁ କ୍ଷା; ହୋଇ ନାହିଁ ।
46
ତୁମ୍ଭେ ମୋହର ମସ୍ତକରେ ତୈଳ ଲଗାଇଲ ନାହିଁ, କିନ୍ତୁ ଏ ମୋହର ପାଦରେ ସୁଗନ୍ଧି ତୈଳ ଲଗାଇଲା ।
47
ଏଣୁ ମୁଁ ତୁମ୍ଭକୁ କହୁଅଛି, ଏହାର ଅନେକ ପାପ କ୍ଷମା ହୋଇଅଛି, କାରଣ ସେ ବହୁତ ପ୍ରେମ କଲା; କିନ୍ତୁ ଯାହାକୁ ଅଳ୍ପ କ୍ଷମା ଦିଆଯାଏ, ସେ ଅଳ୍ପ ପ୍ରେମ କରେ ।
48
ଆଉ, ସେ ସେହି ସ୍ତ୍ରୀକି କହିଲେ, ତୋହର ପାପସବୁ କ୍ଷମା ହୋଇଅଛି ।
49
ସେଥିରେ ତାହାଙ୍କ ସାଙ୍ଗରେ ଭୋଜରେ ବସିଥିବା ଲୋକମାନେ ମନେ ମନେ କହିବାକୁ ଲାଗିଲେ, ପାପ ସୁଦ୍ଧା କ୍ଷମା କରୁଅଛି ଯେ, ଏ କିଏ?
50
କିନ୍ତୁ ସେ ସେହି ସ୍ତ୍ରୀକି କହିଲେ, ତୋହର ବିଶ୍ଵାସ ତୋତେ ରକ୍ଷା କରିଅଛି; ଶାନ୍ତିରେ ଚାଲିଯା ।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24