bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Luke 21
Luke 21
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 22 →
1
ଏଥିଉତ୍ତାରେ ସେ ଦୃଷ୍ଟିପାତ କରି ଧନୀ ଲୋକମାନଙ୍କୁ ଭଣ୍ତାରରେ ଆପଣା ଆପଣା ଦାନ ପକାଉଥିବା ଦେଖିଲେ ।
2
ଆଉ, ସେ ଜଣେ ଦରିଦ୍ର ବିଧବାକୁ ସେଥିରେ ଦୁଇ କ୍ଷୁଦ୍ର ମୁଦ୍ରା ପକାଉଥିବା ଦେଖି କହିଲେ,
3
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ଦରିଦ୍ର ବିଧବା ସମସ୍ତଙ୍କଠାରୁ ଅଧିକ ପକାଇଅଛି,
4
କାରଣ ଏମାନେ ସମସ୍ତେ ଭଣ୍ତାରରେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ଏହାର ଯାହା କିଛି ଥିଲା, ସେହିସବୁ ପକାଇଲା ।
5
ଆଉ, କେହି କେହି ମନ୍ଦିରଟି ସୁନ୍ଦର ସୁନ୍ଦର ପ୍ରସ୍ତର ଓ ଦାନପଦାର୍ଥ-ସମୂହରେ ସୁଶୋଭିତ ହୋଇଅଛି ବୋଲି କହିବାରୁ ସେ କହିଲେ,
6
ତୁମ୍ଭେମାନେ ଏହି ଯାହାସବୁ ଦେଖୁଅଛ, ସମୟ ଆସିବ, ଯେତେବେଳେ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍ ହେବ ।
7
ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ତେବେ ଏସବୁ କେବେ ଘଟିବ? ପୁଣି, ଯେଉଁ ସମୟରେ ଏହିସବୁ ଘଟଣା ସନ୍ନିକଟ ହେବ, ସେସମୟର ଲକ୍ଷଣ କଅଣ?
8
ସେଥିରେ ସେ କହିଲେ, ସାବଧାନ, ତୁମ୍ଭେମାନେ ଯେପରି ଭ୍ରାନ୍ତ ନ ହୁଅ; କାରଣ ଅନେକେ ମୋʼ ନାମରେ ଆସି, ମୁଁ ସେ ଓ ସମୟ ସନ୍ନିକଟ ବୋଲି କହିବେ; ସେମାନଙ୍କ ପଛରେ ଯାଅ ନାହିଁ ।
9
ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିପ୍ଳବ ବିଷୟ ଶୁଣିବ, ସେତେବେଳେ ତ୍ରାସଯୁକ୍ତ ହୁଅ ନାହିଁ; କାରଣ ଏହିସମସ୍ତ ଅବଶ୍ୟ ପ୍ରଥମରେ ଘଟିବ, କିନ୍ତୁ ତତ୍କ୍ଷଣାତ୍ ଯୁଗା; ହେବ ନାହିଁ ।
10
ତତ୍ପରେ ସେ ସେମାନଙ୍କୁ କହିଲେ, ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ,
11
ଆଉ ମହା ଭୂମିକମ୍ପ ଓ ସ୍ଥାନେ ସ୍ଥାନେ ମହାମାରୀ ଓ ଦୁର୍ଭିକ୍ଷ ହେବ, ପୁଣି ଆକାଶମଣ୍ତଳରେ ଭୟଙ୍କର ଦୃଶ୍ୟ ଓ ମହା ମହା ଲକ୍ଷଣ ଦେଖାଯିବ ।
12
କିନ୍ତୁ ଏହିସମସ୍ତ ଘଟଣା ପୂର୍ବେ ଲୋକେ ତୁମ୍ଭମାନଙ୍କୁ ଧରିବେ ଏବଂ ସମାଜଗୃହ ଓ କାରାଗାରରେ ତୁମ୍ଭମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋʼ ନାମ ସକାଶେ ତୁମ୍ଭେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ଛାମୁକୁ ନିଆଯିବ;
13
ଏହା ତୁମ୍ଭମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ ।
14
ଅତଏବ, କଅଣ ଉତ୍ତର ଦେବ, ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ଆପଣା ମନରେ ସ୍ଥିର କର;
15
କାରଣ ମୁଁ ତୁମ୍ଭମାନଙ୍କୁ ଏପରି ମୁଖ ଓ ଜ୍ଞାନ ଦେବି ଯେ, ତୁମ୍ଭମାନଙ୍କର ସମସ୍ତ ବିପକ୍ଷ ଲୋକ ସେଥିର ପ୍ରତିରୋଧ ବା ପ୍ରତିବାଦ କରି ପାରିବେ ନାହିଁ ।
16
କିନ୍ତୁ ତୁମ୍ଭେମାନେ ପିତାମାତା, ଭ୍ରାତା, ଆତ୍ମୀୟ ଓ ବନ୍ଧୁବାନ୍ଧବମାନଙ୍କ ଦ୍ଵାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକେ କାହାରିକାହାରିକି ବଧ କରିବେ,
17
ପୁଣି ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ଵାରା ଘୃଣିତ ହେବ ।
18
କିନ୍ତୁ ତୁମ୍ଭମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ;
19
ଧୈର୍ଯ୍ୟ ଦ୍ଵାରା ତୁମ୍ଭେମାନେ ଆପଣା ଆପଣା ଜୀବନ ଲାଭ କରିବ ।
20
କିନ୍ତୁ ତୁମ୍ଭେମାନେ ଯେତେବେଳେ ଯିରୂଶାଲମକୁ ସୈନ୍ୟସାମନ୍ତଙ୍କ ଦ୍ଵାରା ପରିବେଷ୍ଟିତ ଦେଖିବ, ସେତେବେଳେ ତାହା ଉତ୍ସନ୍ନ ହେବା ଯେ ସନ୍ନିକଟ, ଏହା ଜାଣ ।
21
ସେତେବେଳେ ଯେଉଁମାନେ ଯିହୁଦା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇ ଯାଆନ୍ତୁ; ପୁଣି, ଯେଉଁମାନେ ନଗର ମଧ୍ୟରେ ଥାଆନ୍ତି, ସେମାନେ ପ୍ରସ୍ଥାନ କରନ୍ତୁ; ଆଉ, ଯେଉଁମାନେ ପଲ୍ଲୀଗ୍ରାମଗୁଡ଼ିକରେ ଥାଆନ୍ତି, ସେମାନେ ନଗରରେ ପ୍ରବେଶ ନ କରନ୍ତୁ;
22
କାରଣ ଲିଖିତ ବିଷୟସବୁ ସଫଳ ହେବା ନିମନ୍ତେ ତାହା ସମୁଚିତ ଦଣ୍ତର ସମୟ ଅଟେ ।
23
ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଳେଶର ପାତ୍ର! କାରଣ ଦେଶରେ ମହା ବିପଦ ଓ ଏହି ଜାତି ପ୍ରତି କ୍ରୋଧ ଘଟିବ,
24
ଆଉ ସେମାନେ ଖଡ଼୍ଗଧାରରେ ହତ ହେବେ ଓ ବନ୍ଦୀ ହୋଇ ସମସ୍ତ ବିଜାତି ମଧ୍ୟକୁ ନୀତ ହେବେ, ପୁଣି ବିଜାତିମାନଙ୍କର କାଳ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଯିରୂଶାଲମ ସେମାନଙ୍କର ପଦ ଦଳିତ ହୋଇ ରହିବ ।
25
ପୁଣି ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଳେଶ ଘଟିବ, ସମୁଦ୍ର ଓ ତରଙ୍ଗର ତର୍ଜନଗର୍ଜନ ହେତୁ ସେମାନେ ହତବୁଦ୍ଧି ହେବେ,
26
ପୁଣି ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ, କାରଣ ଆକାଶ-ମଣ୍ତଳର ଶକ୍ତିସମୂହ ବିଚଳିତ ହେବେ ।
27
ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହା ପରାକ୍ରମ ଓ ମହା ମହିମା ସହ ମେଘରେ ଆଗମନ କରିବା ଦେଖିବେ ।
28
କିନ୍ତୁ ଏହିସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଊର୍ଦ୍ଧଦୃଷ୍ଟି କର ଓ ମସ୍ତକ ଉତ୍ତୋଳନ କର, ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ ।
29
ଆଉ, ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ କହିଲେ, ଡ଼ିମିରି, ପୁଣି ସମସ୍ତ ବୃକ୍ଷ ପ୍ରତି ଦୃଷ୍ଟିପାତ କର;
30
ଯେତେବେଳେ ସେଗୁଡ଼ିକ ପଲ୍ଳବିତ ହୁଏ, ସେତେବେଳେ ତୁମ୍ଭେମାନେ ତାହା ଦେଖି ଗ୍ରୀଷ୍ମକାଳ ସନ୍ନିକଟ ହେଲାଣି ବୋଲି ନିଜେ ନିଜେ ଜାଣିଥାଅ;
31
ସେହିପରି ତୁମ୍ଭେମାନେ ମଧ୍ୟ ଏହିସମସ୍ତ ଘଟଣା ଦେଖିଲେ ଈଶ୍ଵରଙ୍କ ରାଜ୍ୟ ଯେ ସନ୍ନିକଟ, ଏହା ଜାଣ ।
32
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ ।
33
ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ ।
34
କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ, କାଳେ ତୁମ୍ଭମାନଙ୍କର ହୃଦୟ ମତ୍ତତା ଓ ମଦ୍ୟପାନରେ, ପୁଣି ଜୀବିକା ସମ୍ଵନ୍ଧୀୟ ଚିନ୍ତାରେ ଭାରଗ୍ରସ୍ତ ହୁଏ, ଆଉ ସେହିଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ପଡ଼େ;
35
କାରଣ ତାହା ଫାନ୍ଦ ସ୍ଵରୂପେ ସମଗ୍ର ପୃଥିବୀ-ନିବାସୀ ସମସ୍ତଙ୍କ ଉପରେ ଆସିବ ।
36
କିନ୍ତୁ ତୁମ୍ଭେମାନେ ଯେପରି ଏହିସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ଛାମୁରେ ଉଭା ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗିରୁହ ।
37
ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ପୁଣି ପ୍ରତି ରାତ୍ର ବାହାରିଯାଇ ଜୀତ ପର୍ବତରେ ରହୁଥିଲେ ।
38
ଆଉ, ସମସ୍ତ ଲୋକ ମନ୍ଦିରରେ ତାହାଙ୍କର ଶିକ୍ଷା ଶୁଣିବା ନିମନ୍ତେ ପ୍ରଭାତରେ ତାହାଙ୍କ ନିକଟକୁ ଆସୁଥିଲେ ।
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 22 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24