bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
/
Luke 2
Luke 2
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 3 →
1
ସେସମୟରେ ସମସ୍ତ ସାମ୍ରାଜ୍ୟବାସୀଙ୍କ ନାମ ଲେଖାଯିବା ନିମନ୍ତେ କାଇସର ଅଗଷ୍ଟଙ୍କଠାରୁ ଆଜ୍ଞା ଘୋଷଣା କରାଗଲା ।
2
ସୁରିଆର ଶାସନକର୍ତ୍ତା କ୍ଵିରୀଣୀୟଙ୍କ ସମୟରେ ପ୍ରଥମ ଥର ଏହି ନାମ ଲେଖା ହୋଇଥିଲା ।
3
ସେଥିନିମନ୍ତେ ସମସ୍ତେ ନାମ ଲେଖାଇବା ପାଇଁ ଆପଣା ଆପଣା ନଗରକୁ ଯାଉଥିଲେ ।
4
ପୁଣି, ଯୋଷେଫ ମଧ୍ୟ ନାମ ଲେଖାଇବା ନିମନ୍ତେ ମରୀୟମଙ୍କ ସହିତ ଗାଲିଲୀର ନାଜରିତ ନଗରରରୁ ଯିହୁଦା ପ୍ରଦେଶର ବେଥଲିହିମ ନାମକ ଦାଉଦଙ୍କ ନଗରକୁ ଗଲେ, କାରଣ ସେ ଦାଉଦଙ୍କ ବଂଶ ଓ ଗୋଷ୍ଠୀର ଲୋକ ଥିଲେ;
5
ତାଙ୍କ ସହିତ ମରୀୟମଙ୍କ ବିବାହ ନିର୍ବନ୍ଧ ହୋଇଥିଲା ଓ ସେ ଗର୍ଭବତୀ ଥିଲେ ।
6
ସେମାନେ ସେହି ସ୍ଥାନରେ ଥିବା ସମୟରେ ତାଙ୍କର ପ୍ରସବକାଳ ଉପସ୍ଥିତ ହେଲା,
7
ପୁଣି ସେ ଆପଣା ପ୍ରଥମଜାତ ପୁତ୍ର ପ୍ରସବ କଲେ ଏବଂ ତାହାଙ୍କୁ ଲୁଗାରେ ଗୁଡ଼ାଇ ଗୁହାଳକୁଣ୍ତରେ ଶୁଆଇଲେ, କାରଣ ବସାଘରେ ସେମାନଙ୍କ ପାଇଁ ସ୍ଥାନ ନ ଥିଲା ।
8
ସେହି ଅଞ୍ଚଳରେ କେତେକ ମେଷପାଳକ ପଦାରେ ରହି ରାତ୍ରିରେ ସେମାନଙ୍କ ପଲ ଜଗୁଥିଲେ ।
9
ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ, ପୁଣି ପ୍ରଭୁଙ୍କର ଗୌରବର ଜ୍ୟୋତିଃ ସେମାନଙ୍କ ଚତୁର୍ଦ୍ଦିଗରେ ପ୍ରକାଶିତ ହେଲା, ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ ।
10
ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ; ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟ; ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି,
11
କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ, ।
12
ଆଉ, ତୁମ୍ଭମାନଙ୍କ ନିମନ୍ତେ ଏହା ଚିହ୍ନସ୍ଵରୂପ ହେବ, ତୁମ୍ଭେମାନେ ଜଣେ ଶିଶୁଙ୍କୁ ଲୁଗାରେ ଗୁଡ଼ା ହୋଇ ଗୁହାଳକୁଣ୍ତରେ ଶୋଇଥିବାର ଦେଖିବ ।
13
ପୁଣି, ଅକସ୍ମାତ୍ ସେହି ଦୂତଙ୍କ ସାଙ୍ଗରେ ସ୍ଵର୍ଗୀୟ ବାହିନୀର ଗୋଟିଏ ବୃହତ୍ ଦଳ ଉପସ୍ଥିତ ହୋଇ ଈଶ୍ଵରଙ୍କ ସ୍ତବଗାନ କରୁ କରୁ କହିଲେ,
14
ଊର୍ଦ୍ଧ୍ଵଲୋକରେ ଈଶ୍ଵରଙ୍କ ମହିମା, ପୁଣି ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି ।
15
ଦୂତମାନେ ସେମାନଙ୍କଠାରୁ ସ୍ଵର୍ଗକୁ ପ୍ରସ୍ଥାନ କଲା ଉତ୍ତାରେ ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, ଆସ, ଆମ୍ଭେମାନେ ବେଥଲିହିମ ପର୍ଯ୍ୟନ୍ତ ଯାଇ, ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, ତାହା ଦେଖିବା ।
16
ଏଥିରେ ସେମାନେ ଶୀଘ୍ର ଯାଇ ଅନ୍ଵେଷଣ କରି ମରୀୟମ ଓ ଯୋଷେଫଙ୍କୁ, ପୁଣି ଗୁହାଳକୁଣ୍ତରେ ଶିଶୁଙ୍କୁ ଶୋଇଥିବା ଦେଖିଲେ ।
17
ସେମାନେ ଏହା ଦେଖି ସେହି ଶିଶୁଙ୍କ ସମ୍ଵନ୍ଧରେ ସେମାନଙ୍କୁ ଯେଉଁ କଥା କୁହାଯାଇଥିଲା, ତାହା ପ୍ରକାଶ କଲେ,
18
ପୁଣି ଯେତେ ଲୋକ ମେଷପାଳକମାନଙ୍କଠାରୁ ସେହିସବୁ କଥା ଶୁଣିଲେ, ସେମାନେ ସମସ୍ତେ ସେଥିରେ ଚମତ୍କୃତ ହେଲେ ।
19
କିନ୍ତୁ ମରୀୟମ ଏହିସମସ୍ତ କଥା ହୃଦୟରେ ରଖି ଆନ୍ଦୋଳନ କରିବାକୁ ଲାଗିଲେ ।
20
ଆଉ, ମେଷପାଳକମାନଙ୍କୁ ଯେପରି କୁହାଯାଇଥିଲା, ସେହିପରି ସେମାନେ ଯାହା ଯାହା ଶୁଣିଲେ ଓ ଦେଖିଲେ, ସେସମସ୍ତ ସକାଶେ ଈଶ୍ଵରଙ୍କ ଗୌରବ ଓ ପ୍ରଶଂସା କରୁ କରୁ ବାହୁଡ଼ିଗଲେ ।
21
ତାହାଙ୍କୁ ସୁନ୍ନତ କରିବା ସକାଶେ ଅଷ୍ଟମ ଦିନ ଉପସ୍ଥିତ ହୁଅନ୍ତେ, ତାହାଙ୍କର ନାମ ଯୀଶୁ ଦିଆଗଲା; ଏହି ନାମ ତାହାଙ୍କ ଗର୍ଭସ୍ଥ ହେବା ପୂର୍ବରୁ ଦୂତଙ୍କ ଦ୍ଵାରା ଦିଆଯାଇଥିଲା ।
22
ପରେ ଯେତେବେଳେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ସେମାନଙ୍କର ଶୁଚି ହେବା ସମୟ ପୂର୍ଣ୍ଣ ହେଲା,
23
ସେତେବେଳେ ପ୍ରତ୍ୟେକ ପ୍ରଥମଜାତ ପୁଂସନ୍ତାନ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବୋଲି ଗଣିତ ହେବ,
24
ପ୍ରଭୁଙ୍କ ବ୍ୟବସ୍ଥାଶାସ୍ତ୍ରରେ ଲିଖିତ ଏହି ଆଜ୍ଞାନୁସାରେ ସେମାନେ ତାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ଓ ପ୍ରଭୁଙ୍କ ବ୍ୟବସ୍ଥାଶାସ୍ତ୍ରରେ ଉଲ୍ଲିଖିତ ଉକ୍ତି ଅନୁସାରେ ଦୁଇଟି ଘୁଘୁ ବା ଦୁଇଟି କାପ୍ତାଛୁଆ ବଳିଦାନ କରିବା ସକାଶେ ତାହାଙ୍କୁ ଯିରୂଶାଲମକୁ ଘେନିଗଲେ ।
25
ଆଉ ଦେଖ, ଯିରୂଶାଲମରେ ଶିମୀୟୋନ ନାମକ ଜଣେ ଧାର୍ମିକ ଓ ଭକ୍ତ ବ୍ୟକ୍ତି ଥିଲେ; ସେ ଇସ୍ରାଏଲର ସାନ୍ତ୍ଵନା ଅପେକ୍ଷା କରୁଥିଲେ, ପୁଣି ପବିତ୍ର ଆତ୍ମା ତାଙ୍କଠାରେ ଅଧିଷ୍ଠାନ କରିଥିଲେ ।
26
ପ୍ରଭୁଙ୍କ ଅଭିଷିକ୍ତଙ୍କର ଦର୍ଶନ ନ ପାଇଲେ ତାଙ୍କର ଯେ ମୃତ୍ୟୁ ହେବ ନାହିଁ, ପବିତ୍ର ଆତ୍ମାଙ୍କ ଦ୍ଵାରା ତାଙ୍କୁ ଏହି ପ୍ରତ୍ୟାଦେଶ ଦିଆଯାଇଥିଲା ।
27
ସେ ଆତ୍ମାଙ୍କ ଦ୍ଵାରା ଚାଳିତ ହୋଇ ମନ୍ଦିରକୁ ଆସିଲେ, ପୁଣି ଶିଶୁ ଯୀଶୁଙ୍କ ପିତାମାତା ଯେତେବେଳେ ତାହାଙ୍କ ବିଷୟରେ ବ୍ୟବସ୍ଥାର ବିଧି ଅନୁଯାୟୀ କ୍ରିୟା କରିବା ନିମନ୍ତେ ତାହାଙ୍କୁ ଭିତରକୁ ଆଣିଲେ,
28
ସେତେବେଳେ ସେ ତାହାଙ୍କୁ କୋଳରେ ଘେନି ଈଶ୍ଵରଙ୍କ ସ୍ତବ କରି କହିଲେ,
29
ହେ ପ୍ରଭୁ, ଏବେ ତୁମ୍ଭେ ଆପଣା ବାକ୍ୟ ଅନୁସାରେ ନିଜ ଦାସକୁ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦେଉଅଛ;
30
କାରଣ ମୋହର ନେତ୍ର ତୁମ୍ଭର ପରିତ୍ରାଣ ଦେଖିଅଛି,
31
ଯାହା ତୁମ୍ଭେ ସମସ୍ତ ଲୋକଙ୍କ ସମ୍ମୁଖରେ ପ୍ରସ୍ତୁତ କରି,
32
ବିଜାତିମାନଙ୍କ ପ୍ରତି ସତ୍ୟ ପ୍ରକାଶକ ଜ୍ୟୋତିଃ, ପୁଣି ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ଵରୂପ କରିଅଛ ।
33
ତାହାଙ୍କ ସମ୍ଵନ୍ଧୀୟ କଥିତ ସମସ୍ତ ବିଷୟରେ ତାହାଙ୍କ ପିତାମାତା ଚମତ୍କୃତ ହେଉଥିଲେ ।
34
ଆଉ, ଶିମୀୟୋନ ସେମାନଙ୍କୁ ଆଶୀର୍ବାଦ କରି ତାହାଙ୍କ ମାତା ମରୀୟମଙ୍କୁ କହିଲେ, ଦେଖ, ଯେପରି ଅନେକଙ୍କ ହୃଦୟର ଭାବ ପ୍ରକାଶିତ ହୁଏ,
35
ସେଥିପାଇଁ ଏହି ଶିଶୁ ଇସ୍ରାଏଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ, ଏପରି ଚିହ୍ନ ହେବା ନିମନ୍ତେ ନିରୂପିତ, ପୁଣି ତୁମ୍ଭ ନିଜ ପ୍ରାଣକୁ ମଧ୍ୟ ଖଡ଼୍ଗ ବିଦ୍ଧ କରିବ ।
36
ଆଉ, ହାନ୍ନା ନାମ୍ନୀ ଜଣେ ଭାବବାଦିନୀ ଥିଲେ; ସେ ଆଶେର୍ ବଂଶଜ ଫିନୂୟେଲଙ୍କ କନ୍ୟା । ତାଙ୍କର ଅନେକ ବୟସ ହୋଇଥିଲା; ସେ କୁମାରୀ ଅବସ୍ଥା ପରେ ସାତ ବର୍ଷ ସ୍ଵାମୀ ସହିତ ବାସ କରିଥିଲେ ଓ ଚଉରାଅଶୀ ବର୍ଷ ପର୍ଯ୍ୟନ୍ତ ବିଧବା ହୋଇ ରହିଥିଲେ ।
37
ସେ ମନ୍ଦିର ପରିତ୍ୟାଗ ନ କରି ଉପବାସ ଓ ନିବେଦନ ସହ ଦିବାରାତ୍ର ଉପାସନା କରୁଥିଲେ ।
38
ସେହି ଦଣ୍ତରେ ସେ ଉପସ୍ଥିତ ହୋଇ ଈଶ୍ଵରଙ୍କର ସ୍ତୁତିବାଦ କରୁ କରୁ ଯିରୂଶାଲମର ମୁକ୍ତି ଅପେକ୍ଷାରେ ଥିବା ସମସ୍ତଙ୍କୁ ତାହାଙ୍କ ବିଷୟ କହିବାକୁ ଲାଗିଲେ ।
39
ପରେ ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କ୍ରିୟା ସମ୍ପନ୍ନ କରି ଗାଲିଲୀକି, ନିଜ ନଗର ନାଜରିତକୁ ବାହୁଡ଼ିଗଲେ ।
40
ଆଉ, ଶିଶୁ ବୃଦ୍ଧି ପାଇବାକୁ ଲାଗିଲେ ଓ ଜ୍ଞାନରେ ପୂର୍ଣ୍ଣ ହେଉ ହେଉ ଶକ୍ତିମାନ ହେଲେ, ପୁଣି ଈଶ୍ଵରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା ।
41
ତାହାଙ୍କ ପିତାମାତା ପ୍ରତିବର୍ଷ ନିସ୍ତାର ପର୍ବ ସମୟରେ ଯିରୂଶାଲମକୁ ଯାଉଥିଲେ ।
42
ତାହାଙ୍କର ବାର ବର୍ଷ ସମୟରେ ସେମାନେ ପର୍ବର ରୀତି ଅନୁସାରେ ସେଠାକୁ ଯାତ୍ରା କଲେ ।
43
ପର୍ବର ସମୟ ସମାପ୍ତ କରି ଯେତେବେଳେ ସେମାନେ ବାହୁଡ଼ି ଆସୁଥିଲେ, ସେତେବେଳେ ବାଳକ ଯୀଶୁ ଯିରୂଶାଲମରେ ରହିଗଲେ, ଆଉ ତାହାଙ୍କ ପିତାମାତା ତାହା ଜାଣି ନ ଥିଲେ ।
44
କିନ୍ତୁ ସେ ସହଯାତ୍ରୀମାନଙ୍କ ସଙ୍ଗରେ ଅଛନ୍ତି ବୋଲି ମନେ କରି ସେମାନେ ଦିନକର ବାଟ ଚାଲିଗଲେ, ପୁଣି ଆତ୍ମୀୟ ଓ ପରିଚିତ ଲୋକମାନଙ୍କ ମଧ୍ୟରେ ତାହାଙ୍କର ଅନ୍ଵେଷଣ କରିବାକୁ ଲାଗିଲେ,
45
ଆଉ ତାହାଙ୍କୁ ନ ପାଇ ଖୋଜୁ ଖୋଜୁ ଯିରୂଶାଲମକୁ ଲେଉଟିଗଲେ ।
46
ତିନି ଦିନ ପରେ ସେମାନେ ତାହାଙ୍କୁ ମନ୍ଦିରରେ ପାଇଲେ; ସେ ପଣ୍ତିତମାନଙ୍କ ମଧ୍ୟରେ ବସି ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ପଚାରୁଥିଲେ ।
47
ଆଉ ଯେତେ ଲୋକ ତାହାଙ୍କ କଥା ଶୁଣୁଥିଲେ, ସମସ୍ତେ ତାହାଙ୍କ ବୁଦ୍ଧି ଓ ଉତ୍ତରରେ ଆଚମ୍ଵିତ ହେଉଥିଲେ ।
48
ସେମାନେ ତାହାଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ଵିତ ହେଲେ, ଆଉ ତାହାଙ୍କର ମାତା ତାହାଙ୍କୁ କହିଲେ, ପୁଅରେ, ଆମ୍ଭମାନଙ୍କ ପ୍ରତି କାହିଁକି ଏପରି ବ୍ୟବହାର କଲୁ? ଦେଖ୍, ତୋର ବାପା ଓ ମୁଁ ଅତିଶୟ କାତର ହୋଇ ତୋତେ ଖୋଜୁଅଛୁ ।
49
ଏଥିରେ ସେ ସେମାନଙ୍କୁ କହିଲେ, କାହିଁକି ତୁମ୍ଭେମାନେ ମୋତେ ଖୋଜୁଥିଲ? ମୋହର ପିତାଙ୍କ ଗୃହରେ ରହିବା ଯେ ମୋହର କର୍ତ୍ତବ୍ୟ, ଏହା କଅଣ ଜାଣି ନ ଥିଲ?
50
କିନ୍ତୁ ସେ ସେମାନଙ୍କୁ ଯେଉଁ କଥା କହିଲେ, ତାହା ସେମାନେ ବୁଝିଲେ ନାହିଁ ।
51
ପରେ ସେ ସେମାନଙ୍କ ସାଙ୍ଗରେ ବାହୁଡ଼ି ନାଜରିତକୁ ଆସିଲେ ଓ ସେମାନଙ୍କର ବଶୀଭୂତ ହୋଇ ରହିଲେ; ପୁଣି, ତାହାଙ୍କ ମାତା ଏହିସମସ୍ତ କଥା ସାବଧାନ ରୂପେ ଆପଣା ହୃଦୟରେ ରଖିଲେ ।
52
ଆଉ, ଯୀଶୁ ଜ୍ଞାନରେ ଓ ଶରୀରରେ, ପୁଣି ଈଶ୍ଵରଙ୍କ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24