bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Galatians 1
Galatians 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 2 →
1
ମୁଁ ପ୍ରେରିତ ଶିଷ୍ୟ ପାଉଲ ଓ ଏଠାରେ ଥିବା ସମସ୍ତ ଭାଇମାନେ ଗାଲାତୀୟ ମଣ୍ଡଳୀମାନଙ୍କୁ ଅଭିବାଦନ ଜଣାଉଅଛୁ। ପ୍ରେରିତ ଶିଷ୍ୟ ହେବା ପାଇଁ ମୁଁ ମନୁଷ୍ୟଠାରୁ କିମ୍ବା ମନୁଷ୍ୟର ମଧ୍ୟସ୍ଥତାରେ ଆହ୍ୱାନ ପାଇ ନାହିଁ - ଏହି ଆହ୍ୱାନ, ସ୍ୱୟଂ ପିତା ଈଶ୍ୱରଙ୍କଠାରୁ ଓ ସେ ଯାହାଙ୍କୁ ମୃତ୍ୟୁରୁ ଉଠାଇ ଅଛନ୍ତି, ସେହି ଯୀଶୁ ଖ୍ରୀଷ୍ଟଙ୍କଠାରୁ ପାଇଛି।
3
ଆମ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।
4
ବର୍ତ୍ତମାନର ଏହି ଭ୍ରଷ୍ଟ ଜଗତରୁ ଆମକୁ ଉଦ୍ଧାର କରିବା ପାଇଁ, ଆମ ପିତା ଈଶ୍ୱରଙ୍କର ଇଚ୍ଛା ପାଳନ କରି, ଖ୍ରୀଷ୍ଟ ଆମ ପାପ ନିମନ୍ତେ ନିଜକୁ ସମର୍ପଣ କଲେ।
5
ଯୁଗେ ଯୁଗେ ଈଶ୍ୱର ଗୌରବାନ୍ୱିତ ହୁଅନ୍ତୁ। ଆମେନ୍।
6
ଖ୍ରୀଷ୍ଟଙ୍କ ଅନୁଗ୍ରହ ଦ୍ୱାରା ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଥିଲେ, ଏତେ ଶୀଘ୍ର ତୁମେ ତାଙ୍କୁ ପରିତ୍ୟାଗ କରି ଅନ୍ୟ ଏକ ସୁସମାଚାର ପ୍ରତି ଆକୃଷ୍ଟ ହୋଇଅଛ, ଏଥିରେ ମୁଁ ବିସ୍ମିତ ହେଉଅଛି।
7
ପ୍ରକୃତରେ ‘ଅନ୍ୟ କୌଣସି ସୁସମାଚାର’ ନାହିଁ। କିନ୍ତୁ ମୁଁ ଏପରି କହୁଛି, କାରଣ କେତେକ ଖ୍ରୀଷ୍ଟଙ୍କ ସୁସମାଚାରକୁ ଅନ୍ୟ ରୂପ ଦେଇ, ତୁମ୍ଭମାନଙ୍କୁ ବିଚଳିତ କରିବାକୁ ଚେଷ୍ଟା କରୁଛନ୍ତି।
8
କିନ୍ତୁ ଆମେ ତୁମ୍ଭମାନଙ୍କ ନିକଟରେ ଯେଉଁ ସୁସମାଚାର ପ୍ରଚାର କରିଥିଲୁ, ଯଦି ତାହାଠାରୁ ଭିନ୍ନ ଏକ ସୁସମାଚାର ଆମେ ନିଜେ କିମ୍ବା ସ୍ୱର୍ଗଦୂତ ପ୍ରଚାର କରେ, ତେବେ ସେ ନରକରେ ବିକ୍ଷିପ୍ତ ହୋଇ ଶାନ୍ତି ଭୋଗ କରୁ।
9
ଆମେ ପୂବେ ଏହା କହିଥିଲୁ ଏବଂ ବର୍ତ୍ତମାନ ମୁଁ ପୁଣି ଥରେ କହୁଛି, ତୁମ୍ଭେମାନେ ଯେଉଁ ସୁସମାଚାର ଗ୍ରହଣ କରିଛ, ତାହାଠାରୁ ଭିନ୍ନ କୌଣସି ସୁସମାଚାର ଯଦି କେହି ପ୍ରଚାର କରେ, ତେବେ ସେ ନରକରେ ଶାସ୍ତି ଭୋଗ କରୁ।
10
ଏହା ଶୁଣି ତୁମ୍ଭେମାନେ କ’ଣ ମନେ କରୁଛ ଯେ, ମୁଁ ମନୁଷ୍ୟମାନଙ୍କର ସମର୍ଥନ ଲାଭ କରିବା ପାଇଁ ଚେଷ୍ଟା କରୁଛି? ନା, କଦାପି ନୁହେଁ। ମୁଁ ଚାହେଁ କେବଳ ଈଶ୍ୱରଙ୍କ ସମର୍ଥନ। ମୁଁ କ’ଣ ଲୋକପ୍ରିୟ ହେବା ନିମନ୍ତେ ଇଚ୍ଛା କରୁଛି? ମୁଁ ଯଦି ଏ ପର୍ଯ୍ୟନ୍ତ ଲୋକପ୍ରିୟ ହେବାକୁ ଚେଷ୍ଟା କରୁଥାନ୍ତି, ତେବେ ମୁଁ ଆଜି ଖ୍ରୀଷ୍ଟଙ୍କର ସେବକ ହୋଇ ନ ଥାଆନ୍ତି।
11
ହେ ଭାଇମାନେ, ତୁମ୍ଭମାନଙ୍କୁ କହି ରଖୁଛି, ମୁଁ ଯେଉଁ ସୁସମାଚାର ପ୍ରଚାର କରେ, ତାହା ମନୁଷ୍ୟଠାରୁ ଉତ୍ପନ୍ନ ନୁହେଁ।
12
ମୁଁ କୌଣସି ମନୁଷ୍ୟଠାରୁ ତାହା ପ୍ରାପ୍ତ ହୋଇ ନାହିଁ, କିଅବା କେହି ମୋତେ ତାହା ଶିକ୍ଷା ଦେଇ ନାହାନ୍ତି। ସ୍ୱୟଂ ଯୀଶୁ ଖ୍ରୀଷ୍ଟ ତାହା ମୋ’ ନିକଟରେ ପ୍ରକାଶ କରିଛନ୍ତି।
13
ଇହୁଦୀ ଧର୍ମ ପ୍ରତି ଅନୁରକ୍ତ ଥିବା ସମୟରେ ମୁଁ କିପରି ଜୀବନ ଯାପନ କରୁଥିଲି, କିପରି ନିର୍ଦ୍ଦୟ ଭାବରେ ଈଶ୍ୱରଙ୍କ ଉପାସକ ମଣ୍ଡଳୀକୁ ତାଡ଼ନା କରୁଥିଲି ଏବଂ ତାହାକୁ ଧ୍ୱଂସ କରିବା ନିମନ୍ତେ କିପରି ଯଥାସାଧ୍ୟ ଚେଷ୍ଟା କରିଥିଲି, ଏସବୁ ବିଷୟ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଛି।
14
ଇହୁଦୀ ଧର୍ମ ପାଳନରେ ସମସାମୟିକ ଇହୁଦୀମାନଙ୍କ ମଧ୍ୟରେ ମୁଁ ଅଗ୍ରଣୀ ଥିଲି ଏବଂ ଆମ ପୂର୍ବପୁରୁଷମାନଙ୍କ ପରମ୍ପରା ପ୍ରତି ଅଧିକ ଅନୁରକ୍ତ ଥିଲି।
15
ମାତ୍ର ଈଶ୍ୱର ତାଙ୍କ ଅନୁଗ୍ରହରେ ମୋ’ ଜନ୍ମ ପୂର୍ବରୁ ମୋତେ ମନୋନୀତ କରିଥିଲେ ଏବଂ ତାଙ୍କର ସେବା କରିବା ପାଇଁ ମୋତେ ଆହ୍ୱାନ ଦେଇଥିଲେ।
16
ପୁଣି ଅଣଇହୁଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ଯେତେବେଳେ ମୋ’ ନିକଟରେ ସେ ତାଙ୍କ ପୁତ୍ରଙ୍କୁ ପ୍ରକାଶ କଲେ, ଏ ବିଷୟରେ ପରାମର୍ଶ କରିବା ନିମନ୍ତେ ମୁଁ ଅନ୍ୟ କାହା ନିକଟକୁ ଯାଇ ନ ଥିଲି।
17
ଏପରି କି ମୋ’ ପୂର୍ବରୁ ଯେଉଁମାନେ ପ୍ରେରିତ ଶିଷ୍ୟ ହୋଇଥିଲେ, ସେମାନଙ୍କ ସଙ୍ଗେ ସୁଦ୍ଧା ସାକ୍ଷାତ କରିବାକୁ ଯିରୁଶାଲମ ଯାଇ ନ ଥିଲି। ବରଂ ମୁଁ ସଙ୍ଗେ ସଙ୍ଗେ ଆରବ ଦେଶକୁ ଯାଇଥିଢ଼ଲି ଏବଂ ତା’ପରେ ଦାମାସସ୍କୁ ଫେରି ଆସିଥିଲି।
18
ଏହାର ତିନି ବର୍ଷ ପରେ ମୁଁ ପିତରଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଯିରୁଶାଲମକୁ ଗଲି ଏବଂ ତାଙ୍କ ସଙ୍ଗେ ଦୁଇ ସପ୍ତାହ ରହିଥିଲି।
19
ପ୍ରଭୁଙ୍କର ଭାଇ ଯାକୁବଙ୍କ ବ୍ୟତୀତ ମୋର ଅନ୍ୟ କୌଣସି ପ୍ରେରିତ ଶିଷ୍ୟ ସଙ୍ଗେ ସାକ୍ଷାତ ହୋଇ ନ ଥିଲା।
20
ମୁଁ ଯାହା ଲେଖୁଛି, ତାହା ସତ୍ୟ; ଈଶ୍ୱର ଜାଣନ୍ତି, ମୁଁ ମିଥ୍ୟା କହୁ ନାହିଁ!
21
ଏହାପରେ ମୁଁ ସିରିଆ ଓ ସିଲିସିଆର ବହୁ ସ୍ଥାନକୁ ଯାଇଥିଲି।
22
ସେହି ସମୟରେ ଯିହୁଦା ପ୍ରଦେଶରେ ଥିବା ଖ୍ରୀଷ୍ଟୀୟ ମଣ୍ଡଳୀର ସଦସ୍ୟମାନେ ମୋତେ ବ୍ୟକ୍ତିଗତଭାବେ ଜାଣି ନ ଥିଲେ।
23
ମୋ’ ସମ୍ପର୍କରେ ଅନ୍ୟମାନେ ଯାହା କହିଥିଲେ, ସେମାନେ କେବଳ ସେତିକି ଜାଣିଥିଲେ। ଅନ୍ୟମାନଙ୍କଠାରୁ ସେମାନେ ଶୁଣିଥିଲେ, “ଯେଉଁ ବ୍ୟକ୍ତି ଆମକୁ ତାଡ଼ନା କରୁଥିଲେ ଓ ଏକଦା ଆମ ଧର୍ମକୁ ଧ୍ୱଂସ କରି ଦେବାକୁ ଚେଷ୍ଟା କରୁଥିଲେ, ବର୍ତ୍ତମାନ ସେ ସେହି ଧର୍ମ ପ୍ରଚାର କରୁଅଛନ୍ତି!”
24
ସେଥିଯୋଗୁଁ ସେମାନେ ମୋ’ ନିମନ୍ତେ ଈଶ୍ୱରଙ୍କ ପ୍ରଶଂସା କରିଥିଲେ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 2 →
All chapters:
1
2
3
4
5
6