bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Galatians 6
Galatians 6
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
1
ହେ ଭାଇମାନେ! ଯଦି କେହି କୌଣସି ପ୍ରକାର ଅସତ୍ କାର୍ଯ୍ୟରେ ଧରା ପଡ଼େ, ତୁମ ମଧ୍ୟରୁ ଯେଉଁମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ, ସେମାନେ ତାହାକୁ ସଂଶୋଧନ କରିବା ଉଚିତ, କିନ୍ତୁ ତୁମ୍ଭେମାନେ ଏହି କାର୍ଯ୍ୟ ମୃଦୁ, ନମ୍ର ଭାବରେ କରିବା ଆବଶ୍ୟକ। ପୁଣି ସାବଧାନ, ନିଜେ ଯେପରି ସେହିଭଳି କାର୍ଯ୍ୟ କରିବାକୁ ପ୍ରଲୋଭିତ ନ ହୁଅ।
2
ପରସ୍ପରର ଭାର ବହନ କରିବା ନିମନ୍ତେ ସାହାଯ୍ୟ କର। ଏହା କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଆଜ୍ଞା ପାଳନ କରିବ।
3
ନଗଣ୍ୟ ହୋଇ ଯେ ନିଜକୁ ବିଶିଷ୍ଟ ବୋଲି ଭାବେ, ସେ ନିଜକୁ କେବଳ ପ୍ରତାରଣା କରେ।
4
ପ୍ରତ୍ୟେକେ ନିଜ ନିଜର ଆଚରଣକୁ ବିଚାର କରି ଦେଖିବା ଉଚିତ। ଯଦି ତାହା ଉକ୍ରୃଷ୍ଟ ହୋଇଥାଏ, ସେଥିପାଇଁ ସେ ନିଜକୁ କୃତାର୍ଥ ମନେକରୁ ଏବଂ ଅନ୍ୟର କାର୍ଯ୍ୟକଳାପ ସହିତ ନିଜର କୃତିତ୍ୱକୁ ତୁଳନା କରି ସେ ଗର୍ବ ନ କରୁ।
5
କାରଣ ପ୍ରତ୍ୟେକଙ୍କୁ ନିଜ ନିଜର ଭାର ବହନ କରିବାକୁ ପଡ଼ିବ।
6
ଖ୍ରୀଷ୍ଟୀୟ ସୁସମାଚାର ଶିକ୍ଷା କରିବା ବେଳେ ଶିକ୍ଷାଦାତା ଗୁରୁଙ୍କୁ ନିଜେ ଉପଭୋଗ କରୁଥିବା ସମସ୍ତ ଉତ୍ତମ ବିଷୟର ଅଂଶୀ କରାଇବା ଉଚିତ।
7
ଈଶ୍ୱର ପ୍ରତାରିତ ହୁଅନ୍ତି ନାହିଁ; ତାହା କରିବାକୁ ଯାଇ ନିଜେ ପ୍ରତାରିତ ହୁଅ ନାହିଁ। ଯାହା ବୁଣିବ, ଠିକ୍ ତାହା ହିଁ କାଟିବ।
8
ଯିଏ ପ୍ରାକୃତିକ ଲାଳସା କ୍ଷେତ୍ରରେ ବୀଜ ବୁଣେ, ସେ ମୃତ୍ୟୁରୂପ ଫସଲ ଅମଳ କରିବ। ଯଦି ସେ ପବିତ୍ର ଆତ୍ମାଙ୍କ କ୍ଷେତ୍ରରେ ବୁଣିବ, ତେବେ ଅନନ୍ତ ଜୀବନରୂପ ଫସଲ ଅମଳ କରିବ।
9
ତେଣୁ ସତ୍କର୍ମ କରିବାରେ ଆମେ କ୍ଲାନ୍ତ ହେବା ଅନୁଚିତ। କାରଣ ସେଥିରୁ ବିରତ ନ ହେଲେ, ଯଥା ସମୟରେ ଆମେ ଫସଲ ଅମଳ କରି ପାରିବା।
10
ତେଣୁ ଯେତେ ଥର ସୁଯୋଗ ପାଉଛୁ, ସବୁବେଳେ ସମସ୍ତଙ୍କର, ବିଶେଷରେ ଯେଉଁମାନେ ଆମ ବିଶ୍ୱାସୀ ପରିବାରଭୁକ୍ତ, ସେମାନଙ୍କର ମଙ୍ଗଳ କରିବା ଆମର ଉଚିତ।
11
ଦେଖ, କେଡ଼େ ବଡ଼ ବଡ଼ ଅକ୍ଷରରେ ନିଜ ହାତରେ ମୁଁ ତୁମ୍ଭମାନଙ୍କୁ ଏହା ଲେଖୁଛି।
12
ଯେଉଁମାନେ ବାହ୍ୟିକ ବିଷୟରେ ଦେଖେଇ ହୁଅନ୍ତି ଓ ବଡ଼ାଇ କରନ୍ତି, ସେମାନେ ହିଁ ତୁମ୍ଭମାନଙ୍କୁ ସୁନ୍ନତ ହେବା ନିମନ୍ତେ ବାଧ୍ୟ କରୁଛନ୍ତି। ଖ୍ରୀଷ୍ଟଙ୍କ କ୍ରୁଶ ନିମନ୍ତେ ନିର୍ଯ୍ୟାତନା ଭୋଗ ନ କରିବା ଉଦ୍ଦେଶ୍ୟରେ ସେମାନେ ଏହା କରୁଅଛନ୍ତି।
13
ଯେଉଁମାନେ ସୁନ୍ନତ ବିଧି ପାଳନ କରନ୍ତି, ସେମାନେ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ପାଳନ କରି ନ ଥାନ୍ତି। ତୁମ୍ଭେମାନେ ସୁନ୍ନତ ହୁଅ ବୋଲି ସେମାନେ ଚାହୁଁଛନ୍ତି। ଏହି ଶାରୀରିକ ବିଧି ପାଳନ କରିବା ପାଇଁ ତୁମ୍ଭମାନଙ୍କୁ ପ୍ରବର୍ତ୍ତାଇ ପାରିଲେ, ସେମାନେ ଗର୍ବ କରିବେ।
14
କିନ୍ତୁ ମୁଁ କେବଳ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ବିଷୟରେ ଗର୍ବ କରୁଛି; କାରଣ ତାଙ୍କର କ୍ରୁଶ ଯୋଗୁଁ ଜଗତ ମୋ’ ନିମନ୍ତେ ମୃତ ଏବଂ ମୁଁ ଜଗତ ନିମନ୍ତେ ମୃତ।
15
କିଏ ସୁନ୍ନତ ବା ଅସୁନ୍ନତ, ସେଥିରେ କିଛି ଯାଏ ଆସେ ନା, ନୂତନ ସୃଷ୍ଟି ହିଁ ସାର ବିଷୟ।
16
ଯେଉଁମାନେ ନିଜ ଜୀବନରେ ଏହି ନୀତି ଅନୁସରଣ କରନ୍ତି, ସେମାନେ ସମସ୍ତେ ଓ ଈଶ୍ୱରଙ୍କ ଲୋକମାନେ ସମସ୍ତେ ଜୀବନରେ ଶାନ୍ତି ଓ ଅନୁଗ୍ରହ ଅନୁଭବ କରନ୍ତୁ।
17
ପରିଶେଷରେ, ମୋର ଏତିକି କହିବା କଥା, ମୋତେ କେହି ଆଉ ଦୁଃଖ ନ ଦିଅନ୍ତୁ। କାରଣ ମୋ’ ଶରୀରରେ ଯେଉଁ ସବୁ କ୍ଷତ ଚିହ୍ନ ରହିଛି, ସେଥିରୁ ପ୍ରକାଶିତ ହୁଏ ଯେ, ମୁଁ ଯୀଶୁଙ୍କର କ୍ରୀତଦାସ।
18
ହେ ଭାଇମାନେ! ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ ସମସ୍ତଙ୍କ ନିକଟରେ ରହୁ। ଆମେନ୍!
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
All chapters:
1
2
3
4
5
6