bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Galatians 3
Galatians 3
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 4 →
1
ହେ ନିର୍ବୋଧ ଗାଲାତୀୟମାନେ, କିଏ ତୁମ ଉପରେ ଏହି ମନ୍ତ୍ର ପ୍ରୟୋଗ କରିଛି? କ୍ରୁଶ ଉପରେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁର ବିବରଣୀ ଅତି ସ୍ପଷ୍ଟ ଭାବରେ ତୁମ ନିକଟରେ ପ୍ରକାଶ କରାଯାଇଛି।
2
ଗୋଟିଏ କଥା ମୋତେ କୁହ, ବ୍ୟବସ୍ଥା ପାଳନ କରିବା ଦ୍ୱାରା ତୁମ୍ଭେମାନେ ପବିତ୍ରଆତ୍ମାଙ୍କୁ ପାଇଛ, ନା, ସୁସମାଚାର ଶୁଣି ସେଥିରେ ବିଶ୍ୱାସ କରିବା ଦ୍ୱାରା?
3
ତୁମ୍ଭେମାନେ ଏଡ଼େ ବିଚାରହୀନ ହୋଇ ପାରୁଛ କିପରି? ପରମାତ୍ମାଙ୍କ ଶକ୍ତିରେ ତୁମେ ଯେଉଁ ଜୀବନ ଆରମ୍ଭ କରିଛ, ନିଜ ଶକ୍ତିରେ କ’ଣ ତାହାକୁ ସମ୍ପୂର୍ଣ୍ଣ କରିବାକୁ ଚାହୁଁଛ?
4
ଏଥିପାଇଁ ତୁମ୍ଭମାନଙ୍କର ସମସ୍ତ ଅନୁଭୂତି କଅଣ ନିରର୍ଥକ? ସେଥିରୁ କଅଣ କିଛି ଶିକ୍ଷା କରି ନାହଁ?
5
ତୁମ୍ଭେମାନେ କେବଳ ବ୍ୟବସ୍ଥାରେ ବିଶ୍ୱାସ କରୁଥିବାରୁ କଅଣ ଈଶ୍ୱର ତୁମକୁ ତାଙ୍କର ଆତ୍ମା ପ୍ରଦାନ କରିଛନ୍ତି ଓ ତୁମ ମଧ୍ୟରେ ଅଲୌକିକ କାର୍ଯ୍ୟସବୁ ସାଧନ କରୁଛନ୍ତି, ନା, ତୁମ୍ଭେମାନେ ସୁସମାଚାର ଶୁଣି ସେଥିରେ ବିଶ୍ୱାସ କରୁଛ ବୋଲି?
6
ଅବ୍ରାହାମଙ୍କ କଥା ସ୍ମରଣ କର। ଶାସ୍ତ୍ରରେ ଲେଖାଅଛି, “ସେ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ତାଙ୍କର ବିଶ୍ୱାସ ହେତୁ ଈଶ୍ୱର ତାଙ୍କୁ ଧାର୍ମିକ ରୂପେ ଗ୍ରହଣ କଲେ।”
7
ଯେଉଁମାନେ ବିଶ୍ୱାସ କରିବାକୁ ସମର୍ଥ, କେବଳ ସେହିମାନେ ଅବ୍ରାହାମଙ୍କ ପ୍ରକୃତ ବଂଶଧର - ଏହା ତୁମକୁ ଉପଲବ୍ôଧ କରିବାକୁ ହେବ।
8
ଆଦ୍ୟରୁ ଧର୍ମଶାସ୍ତ୍ରରେ ସୂଚୀତ ହୋଇଛି ଯେ, ବିଶ୍ୱାସ ଦ୍ୱାରା ଈଶ୍ୱର ଅଣଇହୁଦୀମାନଙ୍କୁ ଧାର୍ମିକ ବୋଲି ବିବେଚନା କରିବେ। “ତୁମ ଦ୍ୱାରା ଈଶ୍ୱର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବେ” ଏହି ବାର୍ତ୍ତା ପ୍ରଥମେ ଅବ୍ରହାମଙ୍କ ନିକଟରେ ପ୍ରଚାର କରାଯାଇଥିଲା।
9
ଅବ୍ରାହାମ ବିଶ୍ୱାସ କରି ଆଶୀର୍ବାଦ ପାଇଥିଲେ; ତେଣୁ ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ସମସ୍ତେ ତାଙ୍କ ପରି ଆଶୀର୍ବାଦ ପାଇବେ।
10
ଯେଉଁମାନେ ବ୍ୟବସ୍ଥା ପାଳନ ଉପରେ ନିର୍ଭର କରନ୍ତି, ସେମାନେ ଅଭିଶାପର ଆଶଙ୍କା ମଧ୍ୟରେ ଜୀବନ ଯାପନ କରନ୍ତି। କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ମୋଶାଙ୍କ ବ୍ୟବସ୍ଥା ପୁସ୍ତକରେ ଯାହା ସବୁ ଲେଖା ଯାଇଛି, ଯଦି କେହି ସମ୍ପୂର୍ଣ୍ଣଭାବେ ତାହା ପାଳନ ନ କରେ, ସେ ଈଶ୍ୱରଙ୍କ ଅଭିଶାପର ପାତ୍ର ହେବ।”
11
ତେଣୁ ଏଥିରୁ ସ୍ପଷ୍ଟଭାବେ ଜଣାଯାଏ, ବ୍ୟବସ୍ଥା ଦ୍ୱାରା କୌଣସି ବ୍ୟକ୍ତି ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୋଇପାରେ ନାହିଁ, କାରଣ ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, “ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ନିକଟରେ ନିର୍ଦ୍ଦୋଷ ବିବେଚିତ ହେଉଥିବା ବ୍ୟକ୍ତି ହିଁ କେବଳ ବଞ୍ôଚବ।”
12
ମାତ୍ର ବ୍ୟବସ୍ଥା ସହିତ ବିଶ୍ୱାସର କୌଣସି ସମ୍ପର୍କ ନାହିଁ। ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି, “ଯେଉଁ ବ୍ୟକ୍ତି ବ୍ୟବସ୍ଥାର ଦାବୀସଙ୍ଗତ କାର୍ଯ୍ୟ କରେ, ସେ ବଞ୍ଚିବ।”
13
ମାତ୍ର ଖ୍ରୀଷ୍ଟ ଆମ ପାଇଁ ଅଭିଶପ୍ତ ହୋଇ ବ୍ୟବସ୍ଥାରେ ଉଲ୍ଲିଖିତ ଅଭିଶାପରୁ ଆମକୁ ମୁକ୍ତ କରିଛନ୍ତି। ଧର୍ମଶାସ୍ତ୍ରରେ ଲେଖାଅଛି, “ଯେ ବୃକ୍ଷରେ ଟଙ୍ଗାଯାଇ ମୃତ୍ୟୁଦଣ୍ଡ ଭୋଗ କରେ, ସେ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ!”
14
ଈଶ୍ୱର ଅବ୍ରାହାମଙ୍କୁ ଯେଉଁ ଆଶୀର୍ବାଦ ପ୍ରଦାନ କରିବାକୁ ପ୍ରତିଜ୍ଞା କରିଥିଲେ, ଅଣଇହୁଦୀମାନେ ମଧ୍ୟ ଯେପରି ତାହା ଲାଭ କରି ପାରିବେ, ଏଥିପାଇଁ ଖ୍ରୀଷ୍ଟ ଏହି କାର୍ଯ୍ୟ ସାଧନ କରିଛନ୍ତି। ତେଣୁ ବିଶ୍ୱାସ ଦ୍ୱାରା ଆମେ ମଧ୍ୟ ଈଶ୍ୱରଙ୍କ ପ୍ରତିଶ୍ରୁତି ଅନୁସାରେ ପବିତ୍ର ଆତ୍ମା ଲାଭ କରିପାରିବୁ।
15
ଭାଇମାନେ! ମୁଁ ଗୋଟିଏ ସାଧାରଣ ଉଦାହରଣ ଦେଉଛି: ଯେତେବେଳେ ଦୁଇ ଜଣ କୌଣସି ବିଷୟରେ ଗୋଟିଏ ଚୁକ୍ତି ସ୍ୱାକ୍ଷର କରନ୍ତି, କେହି ସେ ଚୁକ୍ତି ଭଙ୍ଗ କରିପାରେ ନାହିଁ ବା ସେଥିରେ କିଛି ଯୋଗ କରିପାରେ ନାହିଁ।
16
ଅବ୍ରାହାମ ଓ ତାଙ୍କର ବଂଶଧର ନିକଟରେ ଈଶ୍ୱର ତାଙ୍କର ପ୍ରତିଜ୍ଞା କରିଥିଲେ। କିନ୍ତୁ ଏ ସମ୍ପର୍କରେ “ତୁମର ବଂଶଧରମାନଙ୍କ ପାଇଁ”, ଅର୍ଥାତ୍ ଅନେକ ଲୋକଙ୍କ ପାଇଁ ବୋଲି ଶାସ୍ତ୍ରରେ ଉଲ୍ଲେଖ ନାହିଁ। କେବଳ “ତୁମ ବଂଶଧର ପାଇଁ” ବୋଲି ଉଲ୍ଲେଖ ଅଛି। ତେଣୁ ସେହି ଶାସ୍ତ୍ରୋକ୍ତି କେବଳ ଜଣେ ବ୍ୟକ୍ତି, ଅର୍ଥାତ୍ ଖ୍ରୀଷ୍ଟଙ୍କ ପ୍ରତି ଉଦ୍ଦିଷ୍ଟ।
17
ମୋର କହିବାର ଅର୍ଥ ହେଉଛି, ଈଶ୍ୱର ଅବ୍ରାହାମଙ୍କ ସହିତ ଗୋଟିଏ ଚୁକ୍ତି ସ୍ଥାପନ କରିଥିଲେ ଓ ତାହା ରକ୍ଷା କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ। ଯେଉଁ ବ୍ୟବସ୍ଥା ଚାରି ଶହ ତିରିଶ ବର୍ଷ ପରେ ପ୍ରଦାନ କରାଗଲା, ତାହା ସେହି ଚୁକ୍ତିକୁ ଭଙ୍ଗ କରି ଈଶ୍ୱରଙ୍କ ପ୍ରତିଜ୍ଞା ରଦ୍ଦ କରିପାରେ ନାହିଁ।
18
ଈଶ୍ୱରଙ୍କ ପ୍ରତିଜ୍ଞାତ ଆଶୀର୍ବାଦପ୍ରାପ୍ତି ଯଦି ବ୍ୟବସ୍ଥା ପାଳନ ଉପରେ ନିର୍ଭର କରେ, ତେବେ ତାହା ତାଙ୍କ ପ୍ରତିଜ୍ଞାର ଫଳ ବୋଲି ଆଉ କୁହାଯାଇ ପାରିବ ନାହିଁ। ତେଣୁ ଈଶ୍ୱର କେବଳ ତାଙ୍କର ପ୍ରତିଜ୍ଞାନୁଯାୟୀ ସେହି ଆଶୀର୍ବାଦ ଅବ୍ରାହାମଙ୍କୁ ପ୍ରଦାନ କଲେ।
19
ତେବେ ବ୍ୟବସ୍ଥା କାହିଁକି ପ୍ରଦତ୍ତ ହେଲା? ମନୁଷ୍ୟର ଅସତ୍ କାର୍ଯ୍ୟ ସବ ଦର୍ଶାଇ ଦେବା ତାହାର ଉଦ୍ଦେଶ୍ୟ ଥିଲା ଏବଂ ଅବ୍ରାହାମଙ୍କର ଯେଉଁ ବଂଶଧରଙ୍କୁ ଲକ୍ଷ୍ୟ କରି ଈଶ୍ୱର ଉକ୍ତ ପ୍ରତିଜ୍ଞା କରିଥିଲେ, ସେହି ବ୍ୟକ୍ତିଙ୍କର ଆଗମନ ପର୍ଯ୍ୟନ୍ତ ବ୍ୟବସ୍ଥାର ଆବଶ୍ୟକତା ଥିଲା। ଜଣେ ମନୁଷ୍ୟର ମଧ୍ୟସ୍ଥତାରେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ବ୍ୟବସ୍ଥା ପ୍ରଦତ୍ତ ହୋଇଥିଲା।
20
କିନ୍ତୁ ପ୍ରତିଜ୍ଞା ଦାନ ସହିତ କେବଳ ଗୋଟିଏ ପକ୍ଷ ସମ୍ପୃକ୍ତ ଥିଲେ। ସେ ହେଉଛନ୍ତି ସ୍ୱୟଂ ଈଶ୍ୱର।
21
ଏହାର ଅର୍ଥ କ’ଣ? ବ୍ୟବସ୍ଥା କ’ଣ ଈଶ୍ୱରଙ୍କ ପ୍ରତିଜ୍ଞାର ବିରୋଧ କରେ? ନା, କଦାପି ନୁହେଁ। କାରଣ ମନୁଷ୍ୟକୁ ଜୀବନ ଦେବା ଭଳି ଯଦି ଗୋଟିଏ ବ୍ୟବସ୍ଥା କରାଯାଇ ଥାଆନ୍ତା, ତେବେ ତାହା ପାଳନ କରିବା ଦ୍ୱାରା ହିଁ ମନୁଷ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ବିବେଚିତ ହୋଇପାରି ଥାଆନ୍ତା।
22
କିନ୍ତୁ ଧର୍ମଶାସ୍ତ୍ରରେ ଉଲ୍ଲିଖିତ ଅଛି, ସମଗ୍ର ମାନବ ଜାତି ପାପ ଶକ୍ତିର ଅଧୀନ, ତେଣୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସର ଫଳ ସ୍ୱରୂପ ପ୍ରତିଜ୍ଞାତ ଆଶୀର୍ବାଦ ଖ୍ରୀଷ୍ଟବିଶ୍ୱାସୀମାନେ ପାଇବେ।
23
ବିଶ୍ୱାସର ଯୁଗ ଆସିବା ପୂର୍ବରୁ ଏବଂ ପ୍ରକାଶିତ ହେବା ପର୍ଯ୍ୟନ୍ତ ବ୍ୟବସ୍ଥା ଆମ ସମସ୍ତଙ୍କୁ ବନ୍ଦୀ କରି ରଖିଥିଲା।
24
ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ବ୍ୟବସ୍ଥା ଆମ ତତ୍ତ୍ୱାବଧାରକ ଥିଲା; କିନ୍ତୁ ତା’ପରେ, କେବଳ ବିଶ୍ୱାସ ଦ୍ୱାରା ଆମେ ଈଶ୍ୱରଙ୍କ ସମ୍ମୁଖରେ ନିର୍ଦ୍ଦେଶଷ ବିବେଚିତ ହେବୁ।
25
ବର୍ତ୍ତମାନ ବିଶ୍ୱାସର ଯୁଗ ଉପଗତ, ଆମେ ଆଉ ବ୍ୟବସ୍ଥାର ଅଧୀନ ନାହୁଁ।
26
ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ତୁମେ ସମସ୍ତେ ଈଶ୍ୱରଙ୍କର ସନ୍ତାନ ହୋଇଛ।
27
ଜଳଦୀକ୍ଷା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସଙ୍ଗେ ଏକ ହୋଇଛ ଏବଂ ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟଙ୍କ ଜୀବନଯୂପ ବସ୍ତ୍ର ପରିଧାନ କରିଅଛ।
28
ତେଣୁ ଇହୁଦୀ ଓ ଅଣଇହୁଦୀ, କ୍ରୀତଦାସ ଓ ସ୍ୱାଧୀନ ନାଗରିକ, ପୁରୁଷ କିମ୍ବା ସ୍ତ୍ରୀ ମଧ୍ୟରେ ଆଉ କୌଣସି ପାର୍ଥକ୍ୟ ନାହିଁ। ତୁମେ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଏକ ହୋଇଅଛ।
29
ତୁମ୍ଭେମାନେ ମଧ୍ୟ ଅବ୍ରହାମଙ୍କ ବଂଶଧର ଏବଂ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ଲାଭ କରିବ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 4 →
All chapters:
1
2
3
4
5
6