bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Galatians 2
Galatians 2
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 3 →
1
ଚଉଦ ବର୍ଷ ପରେ ବର୍ଣ୍ଣବାଙ୍କ ସହିତ ମୁଁ ଯିରୂଶାଲମକୁ ଫେରିଲି; ମୋ’ ସଙ୍ଗରେ ତିତସଙ୍କୁ ମଧ୍ୟ ନେଇ ଯାଇଥିଲି।
2
ସେଠାକୁ ଯିବାକୁ ହେବ ବୋଲି ଈଶ୍ୱରଙ୍କଠାରୁ ପ୍ରତ୍ୟାଦେଶ ପାଇ ମୁଁ ଯାଇଥିଲି। ଅଣଇହୁଦୀମାନଙ୍କ ନିକଟରେ ମୁଁ ଯେଉଁ ବାର୍ତ୍ତା ପ୍ରଚାର କରିଥାଏ, ଯିରୂଶାଲମର ନେତାମାନଙ୍କୁ ଗୋଟିଏ ଘରୋଇ ବୈଠକରେ ତାହା ବୁଝାଇ ଦେଇଥିଲି। ମୋର ଅତୀତ ବା ବର୍ତ୍ତମାନ ସମୟର କାର୍ଯ୍ୟ ଯେପରି ବ୍ୟର୍ଥ ନ ହୁଏ, ସେଥିପ୍ରତି ମୁଁ ଦୃଷ୍ଟି ରଖିଥିଲି।
3
ମୋ’ ସଙ୍ଗୀ ତିତସ ଜଣେ ଗ୍ରୀକ୍ ଲୋକ ହୋଇଥିଲେ ହେଁ, ତାଙ୍କୁ ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯାଇ ନ ଥିଲା।
4
ଅବଶ୍ୟ କେତେକ ବ୍ୟକ୍ତି ତାଙ୍କୁ ସୁନ୍ନତ କରାଇବାକୁ ଚାହୁଁଥିଲେ। ସେମାନେ ବିଶ୍ୱାସୀ ଭାଇ ବୋଲି ଛଳନା କରି ଗୁପ୍ତଚର ରୂପେ ଦଳରେ ଯୋଗ ଦେଇଥିଲେ। ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଆମେ ଯେଉଁ ସ୍ୱାଧୀନତା ଲାଭ କରିଛୁ, ତାହାର ସନ୍ଧାନ ନେବା ସେମାନଙ୍କର ଉଦ୍ଦେଶ୍ୟ ଥିଲା। ଆମ୍ଭମାନଙ୍କୁ ପୁନର୍ବାର ବ୍ୟବସ୍ଥାର ଦାସ କରିବାକୁ ସେମାନେ ଚାହୁଁଥିଲେ।
5
କିନ୍ତୁ ତୁମ୍ଭମାନଙ୍କ ପାଇଁ ସୁସମାଚାରର ସତ୍ୟକୁ ବଜାୟ ରଖିବା ପାଇଁ ଆମେ ସେହି ପ୍ରଚାରକମାନଙ୍କୁ କ୍ଷଣେ ହେଲେ ପ୍ରଶ୍ରୟ ଦେଇ ନ ଥିଲୁ।
6
କିନ୍ତୁ ଯେଉଁମାନେ ନେତା ବୋଲି ବିବେଚିତ ହେଉଥିଲେ, ସେମାନେ ଯେ କେହି ହୁଅନ୍ତୁ, ସେଥିରେ ମୋର କିଛି ଯାଏ ଆସେ ନାହିଁ; କାରଣ ବାହ୍ୟିକ ଆଚରଣ ଦେଖି ଈଶ୍ୱର କାହାର ବିଚାର କରନ୍ତି ନାହିଁ - ସେହି ନେତାମାନେ ମୋତେ କୌଣସି ନୂତନ ପ୍ରସ୍ତାବ ଦେଇ ନ ଥିଲେ।
7
ଅପର ପକ୍ଷରେ, ସେମାନେ ଦେଖିଥିଲେ ଯେ, ଈଶ୍ୱର ଯେଉଁପରି ଇହୁଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ଦାୟିତ୍ୱ ପିତରଙ୍କୁ ଦେଇଥିଲେ, ସେହିପରି ଅଣଇହୁଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ଦାୟିତ୍ୱ ମୋତେ ଦେଇଛନ୍ତି,
8
କାରଣ ପିତର ଯେପରି ଇହୁଦୀମାନଙ୍କ ନିମନ୍ତେ ପ୍ରେରିତ ଶିଷ୍ୟ ରୂପେ ନିଯୁକ୍ତ ହୋଇଥିଲେ, ମୁଁ ମଧ୍ୟ ଠିକ୍ ସେହିପରି ଈଶ୍ୱରଙ୍କ ଶକ୍ତି ଦ୍ୱାରା ଅଣଇହୁଦୀମାନଙ୍କ ନିମନ୍ତେ ପ୍ରେରିତ ଶିଷ୍ୟ ରୂପେ ନିଯୁକ୍ତ ହୋଇଛି।
9
ନେତା ରୂପେ ବିବେଚିତ ହେଉଥିବା ଯାକୁବ, ପିତର ଓ ଯୋହନ ସ୍ୱୀକାର କରିଥିଲେ ଯେ, ଈଶ୍ୱର ମୋତେ ଏହି ବିଶେଷ କାର୍ଯ୍ୟର ଦାୟିତ୍ୱ ଦେଇଛନ୍ତି। ତେଣୁ ସେମାନେ ମୋତେ ଓ ବର୍ଣ୍ଣବାଙ୍କୁ ସହଯୋଗୀ ରୂପେ ଆଦରରେ ଗ୍ରହଣ କରିଥିଲେ। ବର୍ଣ୍ଣବା ଓ ମୁଁ ଅଣଇହୁଦୀମାନଙ୍କ ମଧ୍ୟରେ ଓ ସେମାନେ ଇହୁଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରିବେ ବୋଲି ଆମେ ଏକମତ ହୋଇଥିଲୁ।
10
ସେମାନେ କେବଳ ଏତିକି ଅନୁରୋଧ କରିଥିଲେ ଯେ, ଆମେ ସେମାନଙ୍କ ଦଳରେ ଥିବା ଅଭାବଗ୍ରସ୍ତମାନଙ୍କୁ ସ୍ମରଣରେ ରଖିବୁ। ସେ ବିଷୟ ପ୍ରତି ହିଁ ମୋର ଆଗ୍ରହ ଥିଲା।
11
ପିତର ଆଣ୍ଟିୟୋଖକୁ ଆସିଥିବାବେଳେ ମୁଁ ସର୍ବସାଧାରଣରେ ତାଙ୍କର ପ୍ରତିରୋଧ କରିଥିଲି, କାରଣ ସେ ନିଶ୍ଚିତଭାବେ ଭୁଲ୍ କାର୍ଯ୍ୟ କରୁଥିଲେ।
12
ଯାକୁବଙ୍କ ଦ୍ୱାରା ପ୍ରେରିତ କେତେକ ବ୍ୟକ୍ତି ସେଠାକୁ ଆସିବା ପୂର୍ବରୁ, ପିତର ଅଣଇହୁଦୀ ଭାଇମାନଙ୍କ ସହିତ ଭୋଜନ କରୁଥିଲେ। ମାତ୍ର ସେହି ଲୋକମାନେ ଆସିବା ପରେ, ସେ ଏଥିରୁ ବିରତ ହେଲେ। ସେମାନଙ୍କ ସଙ୍ଗରେ ସେ ଆଉ ଭୋଜନ କଲେ ନାହିଁ, କାରଣ ଅଣଇହୁଦୀମାନେ ସୁନ୍ନତ ହେବା ଆବଶ୍ୟକ ବୋଲି ଯେଉଁମାନେ କହୁଥିଲେ, ସେ ସେମାନଙ୍କୁ ଭୟ କରୁଥିଲେ।
13
ଅନ୍ୟ ଇହୁଦୀ ଭାଇମାନେ ପିତରଙ୍କ ସଙ୍ଗେ ଯୋଗ ଦେଇ କାପୁରୁଷ ପରି ଆଚରଣ କରିଥିଲେ, ଏପରି କି ବର୍ଣ୍ଣବା ମଧ୍ୟ ସେମାନଙ୍କ କପଟତାରେ ପଡ଼ଗଲେ।
14
ମୁଁ ଯେତେବେଳେ ଦେଖିଲି ଯେ, ସୁସମାଚାରର ସତ୍ୟ ଅନୁଯାୟୀ ସେମାନେ ସରଳ ଆଚରଣ କରୁ ନାହାନ୍ତି, ମୁଁ ସେମାନଙ୍କ ସମ୍ମୁଖରେ ପିତରଙ୍କୁ କହିଥିଲି, “ଯଦି ତୁମେ ଇହୁଦୀ ହୋଇ ଅଣଇହୁଦୀମାନଙ୍କ ପରି ଜୀବନ ଯାପନ କରୁଛ, ତେବେ ଇହୁଦୀମାନଙ୍କ ପରି ଜୀବନ ଯାପନ କରିବାକୁ ତୁମେ ଅଣଇହୁଦୀମାନଙ୍କୁ କିପରି ବାଧ୍ୟ କରିପାରିବ?”
15
ବାସ୍ତବିକ୍ ଆମେ ଜନ୍ମରୁ ଇହୁଦୀ; ତଥାକଥିତ “ପାପୀ ଅଣଇହୁଦୀ” ନୋହୁଁ।
16
ତଥାପି ଆମେ ଜାଣୁ, ବ୍ୟବସ୍ଥାର ଦାବୀସବୁ ପୂରଣ କରିବା ଦ୍ୱାରା ନୁହେଁ, କିନ୍ତୁ କେବଳ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଜଣେ ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ପରିଗଣିତ ହୁଏ। ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହେବା ପାଇଁ ଆମେ ଆଉ ବ୍ୟବସ୍ଥା ଉପରେ ନିର୍ଭର ନ କରି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଛୁ, କାରଣ କେବଳ ବ୍ୟବସ୍ଥା ପାଳନ ଦ୍ୱାରା କେହି ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ଗଣିତ ହୋଇ ପାରିବ ନାହିଁ।
17
କିନ୍ତୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହେବା ପାଇଁ ଚେଷ୍ଟା କଲାବେଳେ, ଯଦି ଆମେ ମଧ୍ୟ ଅଣଇହୁଦୀଙ୍କ ପରି “ପାପୀ” ହୋଇ ରହିଛୁ, ଏଥିପାଇଁ କଅଣ ଖ୍ରୀଷ୍ଟ ଦାୟୀ? ନା, ଏହା କଦାପି ନୁହେଁ।
18
ବରଂ ଯେଉଁ ବ୍ୟବସ୍ଥାର ବନ୍ଧନକୁ ମୁଁ ଚ୍ଛିନ୍ନ କରିଛି, ତା’ର ପୁନଃ-ପ୍ରତିଷ୍ଠା କରିବାକୁ ଗଲେ, ମୁଁ ଅପରାଧୀ ହେବି।
19
ବ୍ୟବସ୍ଥା ପ୍ରତି ମୁଁ ସମ୍ପୂର୍ଣ୍ଣ ମୃତ - ସେହି ବ୍ୟବସ୍ଥା ଦ୍ୱାରା ହିଁ ମୁଁ ନିହତ ହୋଇଛି। କିନ୍ତୁ ମୁଁ ଏବେ ଈଶ୍ୱରଙ୍କ ପାଇଁ ସଜୀବ। ଖ୍ରୀଷ୍ଟଙ୍କ ସହିତ ତାଙ୍କ କ୍ରୁଶ ଉପରେ ମୁଁ ମଧ୍ୟ ନିହତ ହୋଇଛି।
20
ତେଣୁ ବର୍ତ୍ତମାନ ପ୍ରକୃତରେ ମୁଁ ଆଉ ଜୀବିତ ନୁହେଁ, ମୋ’ଠାରେ ଖ୍ରୀଷ୍ଟ ହିଁ ଜୀବନ୍ତ। ମୁଁ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଛି, ତାହା କେବଳ ଈଶ୍ୱରଙ୍କ ପୁତ୍ରଙ୍କ ଉପରେ ମୋ’ ବିଶ୍ୱାସ ଦ୍ୱାରା ସମ୍ଭବ ହୋଇଛି - ଯିଏ ମୋତେ ପ୍ରେମ କରି ମୋ’ ପାଇଁ ତାଙ୍କ ପ୍ରାଣଦାନ କରିଛନ୍ତି।
21
ଏଥିପାଇଁ ଈଶ୍ୱରଙ୍କ ଅନୁଗ୍ରହକୁ ମୁଁ କେବେ ଅସ୍ୱୀକାର କରିପାରିବି ନାହିଁ। କାରଣ କେବଳ ବ୍ୟବସ୍ଥା ପାଳନ କରିବା ଦ୍ୱାରା ଯଦି ଜଣେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୋଇପାରେ, ତେବେ ଖ୍ରୀଷ୍ଟଙ୍କ ମୃତ୍ୟୁ ମୂଲ୍ୟହୀନ ବୋଲି କହିବାକୁ ହେବ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 3 →
All chapters:
1
2
3
4
5
6