bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Galatians 4
Galatians 4
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 5 →
1
ପ୍ରସଙ୍ଗ କ୍ରମେ କୁହାଯାଇପାରେ - ପୁତ୍ର ପିତାଙ୍କର ସମସ୍ତ ସମ୍ପତ୍ତିର ଅଧିକାରୀ, କିନ୍ତୁ ସମସ୍ତ ବିଷୟର ଅଧିକାରୀ ହେବା ସତ୍ତେ୍ୱ ଅପ୍ରାପ୍ତବୟସ୍କ ଥିବା ପର୍ଯ୍ୟନ୍ତ ସେ ଦାସ ପରି ରହେ।
2
ନାବାଳକ ଅବସ୍ଥାରେ, ତାହାର ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ଅନ୍ୟମାନେ ଯତ୍ନ ନିଅନ୍ତି ଓ ସମସ୍ତ ବିଷୟର ତତ୍ତ୍ୱାବଧାନ କରନ୍ତି।
3
ଠିକ୍ ସେହିପରି ଆମେ ମଧ୍ୟ ଆଧ୍ୟାତ୍ମିକଭାବେ ପ୍ରାପ୍ତବୟସ୍କ ହେବା ପୂର୍ବରୁ, ବିଶ୍ୱ ଉପରେ କର୍ତ୍ତୃତ୍ୱ କରୁଥିବା ଶକ୍ତିମାନଙ୍କର ଦାସ ଥିଲୁ।
4
ଶେଷରେ ଯେତେବେଳେ ଉପଯୁକ୍ତ ସମୟ ଆସିଲା, ଈଶ୍ୱର ତାଙ୍କ ନିଜ ପୁତ୍ରଙ୍କୁ ପ୍ରେରଣ କଲେ। ଜଣେ ସାଧାରଣ ସ୍ତ୍ରୀ ଗର୍ଭରୁ ସେ ଜାତ ହୋଇ ଇହୁଦୀୟ ବ୍ୟବସ୍ଥାର ଅଧୀନରେ ଜୀବନ ଯାପନ କଲେ।
5
କିନ୍ତୁ ଆବଶ୍ୟକୀୟ ମୂଲ୍ୟ ଦେଇ ସେହି ବ୍ୟବସ୍ଥାର ବନ୍ଧନରୁ ଅନ୍ୟମାନଙ୍କୁ ମୁକ୍ତ କରାଇବା ଓ ସେମାନଙ୍କୁ ଈଶ୍ୱରଙ୍କ ପୁତ୍ର ହେବାର ସୁଯୋଗ ଦେବା ତାଙ୍କ ଜୀବନର ଉଦ୍ଦେଶ୍ୟ ଥିଲା।
6
ତୁମ୍ଭେମାନେ ଯେ ଈଶ୍ୱରଙ୍କ ପୁତ୍ର, ଏହା ପ୍ରମାଣ କରିବା ପାଇଁ, ଈଶ୍ୱର ତାଙ୍କ ପୁତ୍ରଙ୍କର ପବିତ୍ରଆତ୍ମାଙ୍କୁ ଆମ ଅନ୍ତରକୁ ପ୍ରେରଣ କରିଛନ୍ତି। ସେହି ପବିତ୍ର ଆତ୍ମା ଉଚ୍ଚ ସ୍ୱରରେ କହୁଅଛନ୍ତି, “ପିତା! ହେ ମୋର ପିତା!”
7
ତେଣୁ ତୁମ୍ଭେମାନେ ଆଉ କ୍ରୀତଦାସ ନୁହଁ, ପୁତ୍ର ଅଟ। ତୁମ୍ଭେମାନେ ତାଙ୍କର ପୁତ୍ର ହୋଇଥିବାରୁ, ଈଶ୍ୱର ତାଙ୍କ ପୁତ୍ରମାନଙ୍କ ପାଇଁ ଯାହା କିଛି ରଖିଅଛନ୍ତି, ସେସବୁ ତୁମ୍ଭମାନଙ୍କୁ ଦାନ କରିବେ।
8
ଅତୀତରେ ତୁମ୍ଭେମାନେ ଈଶ୍ୱରଙ୍କୁ ଜାଣି ନ ଥିଲ, ତେଣୁ ଯେଉଁମାନେ ପ୍ରକୃତରେ ଈଶ୍ୱର ନୁହଁନ୍ତି, ସେହିଭଳି ମିଥ୍ୟା ଦେବଦେବୀମାନଙ୍କର ଦାସ ଥିଲ।
9
କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ଈଶ୍ୱରଙ୍କୁ ଜାଣି ଅଛ, ଅଥବା ମୁଁ କହିବି, ବର୍ତ୍ତମାନ ଈଶ୍ୱର ତୁମ୍ଭମାନଙ୍କୁ ଜାଣିଛନ୍ତି। ତେବେ ଏହା କିପରି ସମ୍ଭବ ଯେ, ତୁମ୍ଭେମାନେ ପୁଣି ଥରେ ସେହି ହୀନବଳ, ଦୟନୀୟ ଦେବଦେବୀମାନଙ୍କ ନିକଟକୁ ଫେରି ଯିବାକୁ ଚାହୁଁଛ? ତୁମ୍ଭେମାନେ କାହିଁକି ପୁନର୍ବାର ସେମାନଙ୍କ ଦାସ ହେବାକୁ ଇଚ୍ଛା କରୁଛ?
10
ଦୁଃଖର କଥା, ତୁମ୍ଭେମାନେ କେତୋଟି ନିର୍ଦ୍ଦିଷ୍ଟ ଦିନ, ମାସ, ଋତୁ ଓ ବର୍ଷ ପ୍ରତି ବିଶେଷ ମନୋଯୋଗୀ ହେଉଛ।
11
ମୁଁ ତୁମ୍ଭମାନଙ୍କ ପାଇଁ ବିଶେଷ ଚିନ୍ତିତ। ତୁମ୍ଭମାନଙ୍କ ପାଇଁ ମୋର ସମସ୍ତ କାର୍ଯ୍ୟ କ’ଣ ବ୍ୟର୍ଥ ହୋଇଅଛି?
12
ଭାଇମାନେ, ତୁମ୍ଭମାନଙ୍କୁ ନିବେଦନ କରୁଛି, ମୋ’ ପରି ହୁଅ। ମୁଁ ତୁମ୍ଭମାନଙ୍କ ପରି ହୋଇଛି ଓ ତୁମ୍ଭେମାନେ ମୋ’ ପ୍ରତି କୌଣସି ମନ୍ଦ ବ୍ୟବହାର କରି ନାହଁ।
13
ମୁଁ ପ୍ରଥମ ଥର କାହିଁକି ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିଲି, ତାହା ସ୍ମରଣ କର। ସେତେବେଳେ ମୁଁ ଅସୁସ୍ଥ ଥିବା ଯୋଗୁଁ ଏହା କରିଥିଲି।
14
କିନ୍ତୁ ମୋର ଶାରୀରିକ ଅବସ୍ଥା ତୁମ୍ଭମାନଙ୍କ ପକ୍ଷରେ ବିରକ୍ତିକର ହୋଇଥିଲେ ହେଁ, ତୁମ୍ଭେମାନେ ମୋତେ ଅବଜ୍ଞା ବା ଅଗ୍ରାହ୍ୟ କରି ନ ଥିଲ, ବରଂ ମୋତେ ଏକ ସ୍ୱର୍ଗଦୂତ ରୂପେ ଗ୍ରହଣ କରିଥିଲ। ଖ୍ରୀଷ୍ଟ ଯୀଶୁଙ୍କୁ ତୁମ୍ଭେମାନେ ଯେପରି ଗ୍ରହଣ କରିଥା’ନ୍ତ, ସେହିପରିଭାବେ ମୋତେ ମଧ୍ୟ ଗ୍ରହଣ କରିଥିଲ।
15
ତୁମ୍ଭେମାନେ କେତେ ଆନନ୍ଦିତ ହୋଇ ନ ଥିଲ! କିନ୍ତୁ ବର୍ତ୍ତମାନ କ’ଣ ହୋଇଛି? ତୁମ୍ଭମାନଙ୍କ ସମ୍ପର୍କରେ ମୁଁ ଏ କଥା ଦୃଢ଼ଭାବେ କହିପାରେ ଯେ, ସମ୍ଭବ ହୋଇଥିଲେ, ତୁମ୍ଭେମାନେ ନିଜ ନିଜର ଚକ୍ଷୁ କାଢ଼ି ଆସି ମୋତେ ଦେଇଥା’ନ୍ତ।
16
କିନ୍ତୁ ବର୍ତ୍ତମାନ ମୁଁ ସତ୍ୟ କହି ଥିବାର କ’ଣ ତୁମ୍ଭମାନଙ୍କର ଶତ୍ରୁ ହୋଇ ଯାଇଛି?
17
ସେହି ଅନ୍ୟ ଲୋକମାନେ ତୁମ୍ଭମାନଙ୍କର ମଙ୍ଗଳ ନିମନ୍ତେ ଅତ୍ୟନ୍ତ ଆଗ୍ରହୀ ବୋଲି ଦେଖାଇ ହୁଅନ୍ତି। କିନ୍ତୁ ଏଥିରେ ସେମାନଙ୍କର ସତ୍ ଉଦ୍ଦେଶ୍ୟ ନାହିଁ।। ସେମାନଙ୍କର ଏକମାତ୍ର ଇଚ୍ଛା, ଯେପରି ତୁମ୍ଭେମାନେ ମୋ’ ପ୍ରତି ବିମୁଖ ହୋଇ ସେମାନଙ୍କ ପ୍ରତି ମନୋଯୋଗୀ ହୁଅ।
18
ସତ୍ ଉଦ୍ଦେଶ୍ୟ ନେଇ ଆଗ୍ରହାନ୍ୱିତ ହେବା ବାଞ୍ଛନୀୟ। କେବଳ ମୁଁ ତୁମ୍ଭମାନଙ୍କ ସଙ୍ଗରେ ରହିଥିବା ସମୟରେ ନୁହେଁ, କିନ୍ତୁ ସବୁବେଳେ ତୁମ୍ଭେମାନେ ଏହାର ସତ୍ୟତା ଉପଲବ୍ôଧ କରିବା ଉଚିତ୍।
19
ହେ ମୋର ପ୍ରିୟ ପିଲାମାନେ, ତୁମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ଅନୁରୂପ କରି ଗଢ଼ିବା ପାଇଁ ମୁଁ ପୁନର୍ବାର ପ୍ରସବ ବେଦନାର ଯନ୍ତ୍ରଣା ଅନୁଭବ କରୁଛି।
20
ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ଥାଆନ୍ତି ବୋଲି ମୋର ଇଚ୍ଛା, ତା’ହେଲେ ହୁଏ ତ ତୁମ୍ଭମାନଙ୍କ ସମ୍ପର୍କରେ ମୋର ଅନ୍ୟ ପ୍ରକାର ଧାରଣା ହୋଇ ଥାଆନ୍ତା। ପ୍ରକୃତରେ ତୁମ୍ଭମାନଙ୍କ ନିମନ୍ତେ ମୁଁ ଅତ୍ୟନ୍ତ ଚିନ୍ତିତ।
21
ଯେଉଁମାନେ ବ୍ୟବସ୍ଥାର ବଶବର୍ତ୍ତୀ ହୋଇ ରହିବାକୁ ଚାହାନ୍ତି, ମୁଁ ସେମାନଙ୍କୁ ପଚାରେ, ବ୍ୟବସ୍ଥାରେ କ’ଣ ଉଲ୍ଲେଖ ଅଛି, ତାହା ତୁମ୍ଭେମାନେ ଜାଣି ନାହଁ?
22
ସେଥିରେ ବର୍ଣ୍ଣିତ ଅଛି, ଅବ୍ରାହାମଙ୍କର ଦୁଇ ପୁତ୍ର ଥିଲେ, ଜଣେ କ୍ରୀତଦାସୀର ପୁତ୍ର ଓ ଅନ୍ୟ ଜଣେ ତାଙ୍କ ସ୍ତ୍ରୀଙ୍କ ପୁତ୍ର।
23
କ୍ରୀତଦାସୀର ପୁତ୍ର ସ୍ୱାଭାବିକ ଭାବରେ ଜନ୍ମ ଲାଭ କରିଥିଲା। ମାତ୍ର ତାଙ୍କ ବିବାହିତା ସ୍ତ୍ରୀଙ୍କ ପୁତ୍ର ଈଶ୍ୱରଙ୍କ ପ୍ରତିଜ୍ଞା ଅନୁସାରେ ଜନ୍ମ ଲାଭ କରିଥିଲା।
24
ଏହାକୁ ଏକ ଉପମା ରୂପେ ଗ୍ରହଣ କରାଯାଇପାରେ। - ଏହି ଦୁଇ ଜଣ ସ୍ତ୍ରୀ ଦୁଇଟି ନିୟମ ସ୍ୱରୂପ। ଯାହାର ପୁତ୍ର ଦାସତ୍ୱର ବନ୍ଧନରେ ଜନ୍ମ ଗ୍ରହଣ କରିଥିଲା, ସେହି ହାଗାର, ସିନାଇ ପର୍ବତରୁ ଆସିଥିବା ନିୟମର ପ୍ରତୀକ।
25
ଆରବ ଦେଶରେ ଅବସ୍ଥିତ ସିନାଇ ପର୍ବତ ସ୍ୱରୂପ ହାଗାର ବର୍ତ୍ତମାନର ଯିରୂଶାଲମ ନଗର ସଦୃଶ। ହାଗାର ପରି ଯିରୂଶାଲମ ଓ ତା’ର ଅଧିବାସୀମାନେ ବର୍ତ୍ତମାନ ଦାସତ୍ୱ ବନ୍ଧନରେ ଆବଦ୍ଧ।
26
କିନ୍ତୁ ସ୍ୱର୍ଗୀୟ ଯିରୂଶଶଲମ ମୁକ୍ତ ଏବଂ ତାହ ଆମ୍ଭମାନଙ୍କର ଜନନୀ,
27
କାରଣ ଶାସ୍ତ୍ରରେ ଲେଖାଅଛି, “ଆଗୋ ବନ୍ଧ୍ୟା ନାରୀ, ତୁମେ ଆନନ୍ଦ କର; କେବେ ପ୍ରସବ ବେଦନା ଅନୁଭବ କରି ନ ଥିଲେ ହେଁ, ଆନନ୍ଦ ଧ୍ୱନି କର। କାରଣ ସ୍ୱାମୀ ସହିତ ବାସ କରୁଥିବା ନାରୀ ଅପେକ୍ଷା ଜଣେ ପରିତ୍ୟକ୍ତା ନାରୀର ସନ୍ତାନମାନଙ୍କ ସଂଖ୍ୟା ଅଧିକ ହେବ।”
28
ଇସାହାକଙ୍କ ପରି ବର୍ତ୍ତମାନ ତୁମ୍ଭେମାନେ ଈଶ୍ୱରଙ୍କ ପ୍ରତିଜ୍ଞାତ ସନ୍ତାନ।
29
ଦିନେ ସ୍ୱାଭାବିକଭାବେ ଜନ୍ମ ଗ୍ରହଣ କରିଥିବା ପୁତ୍ର ଈଶ୍ୱରଙ୍କ ପବିତ୍ରଆତ୍ମାଙ୍କଠାରୁ ଜନ୍ମ ଗ୍ରହଣ କରିଥିବା ପୁତ୍ରକୁ ଉତ୍ପୀଡ଼ନ କରିଥିଲା।
30
ମାତ୍ର ଏ ସମ୍ପର୍କରେ ଶାସ୍ତ୍ର କ’ଣ କହେ? ସେଥିରେ ଲେଖାଅଛି, “କ୍ରୀତଦାସୀ ଓ ତାହାର ପୁତ୍ରକୁ ବହିଷ୍କାର କର, କାରଣ ବିବାହିତା ସ୍ତ୍ରୀର ପୁତ୍ର ସହିତ କ୍ରୀତଦାସୀର ପୁତ୍ର ପୈତୃକ ସମ୍ପତ୍ତିରେ ଅଂଶୀଦାର ହୋଇପାରିବ ନାହିଁ।”
31
ତେଣୁ ହେ ମୋର ଭାଇମାନେ, ଆମେ କ୍ରୀତଦାସୀର ସନ୍ତାନ ନୋହୁଁ, ବିବାହିତ ସ୍ତ୍ରୀର ସନ୍ତାନ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 5 →
All chapters:
1
2
3
4
5
6