bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
James 1
James 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 2 →
1
ସମଗ୍ର ପୃଥିବୀରେ ଛନ୍ନଭିନ୍ନ ହୋଇ ରହିଥିବା ଈଶ୍ୱରଙ୍କ ଲୋକମାନଙ୍କୁ ଈଶ୍ୱରଙ୍କ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦାସ ଯାକୁବ ନମସ୍କାର ଜଣାଇ ଏହି ପିତ୍ର ଲେଖୁଛନ୍ତି।
2
ଭାଇମାନେ, ଜୀବନ ଯାତ୍ରାରେ ନାନଦି ଦୁଃଖକଷ୍ଟ ଆସିଲେ, ତାହା ସୌଭାଗ୍ୟର ବିଷୟ ବୋଲି କନେକର।
3
କାରଣ ତୁମେ ଜାଣ, ଏ ପ୍ରକାର କ୍ଳେଶର ସମ୍ମୁଖୀନ ହେବା ବେଳେ ବିଶ୍ବାସ ଅଟଳ ରହିଲେ, ସହିବା ଶକ୍ତି ବୃଦ୍ଧି ପାଏ।
4
କୁମେ ଶେଷ ପର୍ଯ୍ୟନ୍ତ ସହିଷ୍ଠ ହୋଇ ରହିଲେ, କୌଣସି ବିଷୟରେ ଉଣା ନ ପଡ଼ି ସିଦ୍ଧ ଓଔ ସମ୍ପୁର୍ଣ୍ଣ ହେବ।
5
କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କାହାରି ଯଦି ଜ୍ଞାନର ଅଭାବ ଥାଏ, ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ, ତାହାହେଲେ ଈଶ୍ୱର ତାହାକୁ ଜ୍ଞାନ ଦେବେ, କାରଣ ସେ ଅକୁଣ୍ଠିତ ଜିତ୍ତରେ ଓ ଉଦାରଭାବେ ସମସ୍ତଙ୍କୁ ଦାନ କରନ୍ତି।
6
କିନ୍ତୁ ପ୍ରାର୍ଥନା କରିବା ବେଳେ ଆଦୌ ସନ୍ଦେହ ନ କରି ବିଶ୍ୱାସ ସହକାରେ ପ୍ରାର୍ଥନା କର। ଯେ ସନ୍ଦହ କରେ, ସେ ପବନରେ ଆନ୍ଦାଳିତ ଅସ୍ଥିର ତରଙ୍ଗ ସଦୃଶ।
7
ସେ ପ୍ରକାର ମନୁଷ୍ୟ ସନ୍ଦିଗ୍ଧମନା, ସେ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରେ ନାହିଁ; ପ୍ରଭୁଙ୍କଠାରୁ କିଛି ସେ ପାଇବ ବୋଲି ଆଶା କରିବା ନିରର୍ଥକ।
9
ଦୀନାବସ୍ଥାରେ ଥିବା ଖ୍ରୀଷ୍ଟବିଶ୍ୱାସୀ ଉନ୍ନୀତ ହେଲେ ଆନ୍ଦ କରୁ।
10
ପୁଣି ଖୀଷ୍ଟବିଶ୍ୱାସୀ ଧନୀ ତା’ର ହୀନାବସ୍ଥାରେ ଦର୍ପ କର, କାରଣ ଧନୀ ଘାସ ଫୁଲ ପରି ଝଡ଼ିଯାଏ।
11
ସୁର୍ଯ୍ୟର ପ୍ରଖର ତାପରେ ଘାସ ଶୁଖିଯାଏ, ତା’ର ଫୂଲ ଝଡ଼ି ପଡ଼େ ଓ ସୌଦର୍ଯ୍ୟ ନଷଟ ହୁଏ। ସେହିପରି, ଧନୀ ମଧ୍ୟ ତା’ର ସକଳ କାର୍ଯ୍ୟବ୍ୟସ୍ତତା ଭିତରେ ଦିନେ ଝାଉଁଳି ପଡ଼ିବ।
12
ଯେଉଁ ବ୍ୟକ୍ତି ଦୁଃଖକଷ୍ଟରେ ସହିଷ୍ଣୁ ରହେ, ସେ ଧନ୍ୟ; କାରଣ ଏଭଳି ପରୀକ୍ଷଶରେ ଜୟଯୁକ୍ତ ହେଲେ, ଈଶ୍ୱର ତାଙ୍କ ଭକ୍ତମାନଙ୍କୁ ଯେଉଁ ଜୀବନ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି, ସେ ତାହା ପୁସ୍କାର ସ୍ୱରୂପ ପାଇବ।
13
କେହି ପରୀକ୍ଷା ପ୍ରଲୋଭନର ସମ୍ମୁଖୀନ ହେବା ବେଳେ ତାହା ଈଶ୍ୱରଙ୍କଠାରୁ ଆଗତ ବୋଲି ନ ଭାବୁ। ଈଶ୍ୱର ଅସତ୍ ବିଷୟ ଦ୍ୱାରା ପ୍ରଲୁସ୍ଧ ହୁଅନ୍ତି ନାହିଁ, କିଅବା ସେ କାହାକୁ ପ୍ରଲୋଭନରେ ପତିତ ହୁଏ।
15
କୁଅଭିଳାଷର ଗର୍ଭରୁ ପାପ ଜାତ ହୁଏ ଏବଂ ସେହି ପାପ ବୃଦ୍ଧି ପାଇ ପୂର୍ଣ୍ଣତା ଲାଭ କଲେ, ମୃତ୍ୟୁ ଘଟାଏ।
16
ପ୍ରିୟ ଭାିମାନେ, ପ୍ରତାରିତ ହୁଅ ନାହିଁ।
17
ସମସ୍ତ ଉତ୍ତମ ଦାନ ଓ ସର୍ବୋତ୍କୃଷ୍ଟ ଉପହାର ସ୍ୱର୍ଗସ୍ଥ ପିତାଙ୍କଠାରୁ ଆସିଥାଏ। ସେ ସମଗ୍ର ଜ୍ୟୋତିର୍ମଣ୍ଡଳର ସ୍ରଷ୍ଟା। ସେ ପରିବର୍ତ୍ତନଶୀଳ ନୁହନ୍ତିଁ; ଛାୟାପାତ କରି କେବେ ଲେଶମାତ୍ର ଅନ୍ଧକାର ସୃଷ୍ଟି କରନ୍ତି ନାହିଁ।
18
ସମଗ୍ର ପ୍ରାଣୀ ଜଗତରେ ଆମେ ଯେପରି ପ୍ରଥମ ସ୍ଥାନ ଅଧିକାର କରିବୁ, ଏଥିପାଇଁ ସେ ସ୍ୱଇଚ୍ଛାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ସୃଷ୍ଟି କଲେ।
19
ପ୍ରିୟ ଭାଇମାନେ, ମନେରଖ। ତୁମ୍ଭେମାନେ ଶୁଣିବାରେ ତତ୍ପର ହେବା ଉଜିତ, କିନ୍ତୁ ଭାବିଚିନ୍ତି କଥା କୁହ।
20
କ୍ରୋଥରେ ସଂଯୁତ ହୁଅ, କାରଣ ମନୁଷ୍ୟର କ୍ରୋଧ ଦ୍ୱାରା ଈଶ୍ୱରଙ୍କ ପବିତ୍ର ସଙ୍କଳ୍ପ ବିପନ୍ନ ହୁଏ।
21
ଅତଏବ ସବୁ ପ୍ରକାର କୁଅଭ୍ୟାସ ଓ ଅସତ୍ ଆଚରଣ ପରିହାର କର। ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କର ଏବଂ ତୁମ ହୃଦୟରେ ସେ ଯେଉଁ ବାକ୍ୟ ରୋପଣ କରିଛନ୍ତି ଏବଂ ଯାହା ତୁମକୁ ରକ୍ଷା କରିବାକୁ ସମର୍ଥ, ତାହା ଗ୍ରହଣ କର।
22
ତୁମ୍ଭେମାନେ ନିଜ ନିଜକୁ ପ୍ରାତାରଣା କର ନାହିଁ। ତାଙ୍କ ବାକ୍ୟ କେବଳ ଶୁଣିଲେ ଯଥେଷ୍ଟ ହୁଏ ନାହିଁ। ତାହାକୁ କାର୍ଯ୍ୟରେ ରୂପାୟିତ କର।
23
ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ବାକ୍ୟ କେବଳ ଶୁଣେ, ଅଥଚ କାର୍ଯ୍ୟରେ ପରିଣତ କରେ ନାହଁ, ସେ ଦର୍ପଣରେ ନିଜ ରୂପ ଦେଖିବା ଲୋକ ପରି।
24
ସେ ଭଲ କରି ନିଜ ରୂପକୁ ନିରୀକ୍ଷଣ କରେ, କିନ୍ତୁ ସେଠାରୁ ଚାଲିଯିବା ମାତ୍ରେ ତା’ର ପ୍ରକୃତ ରୂପ ସେ ଭୁଲିଯାଏ।
25
କିନନ୍ତୁ ମନୁଷ୍ୟର ପରିତ୍ରାଣ ପାଇଁ ଏକ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା ଅଛି। ଯେ ତାହା ଶୁଣି ଭୁଲିଯାଏ ନାହିଁ ଓ ତା’ ପ୍ରତି ସର୍ବାନ୍ତଃକରଣରେ ମନୋଯୋଗୀ ହୋଇ ନିଜ ଜୀବନେ ପାଳନ କରେ, ତା’ର ସକଳ କାର୍ଯ୍ୟକୁ ଈଶ୍ୱର ଆଶୀର୍ବାଦ କରିବେ।
26
କେହି କ’ଣ ନିଜକୁ ଧାର୍ମିକ ମନେ କରୁଛି? ସେ ଯଦି ଆପଣା ଜିହ୍ୱାକୁ ସଂଯୁତ ନ କରେର, ତେବେ ତାହାର ଧର୍ମକର୍ମସବୁ ନିରର୍ଥକ ଓ ସେ କେବଳ ନିଜକୁ ପ୍ରତାରଣା କରୁଛି।
27
ଯେଉଁ ଧର୍ମକର୍ମ ପିତା ଈଶ୍ୱରଙ୍କ ଦୃଷ୍ଟିରେ ବିଶୁଦ୍ଧଓ ଯଥାର୍ଥ, ତାହା ହେଉଛି- ଦୁର୍ଦ୍ଧଶାଗ୍ରସ ଅନାଥ ଓ ବଧମାନଙ୍କର ଯତ୍ନ ନେବା ଏବଂ ଜଗତରେ କଳୁଷରୁ ନିଜକୁ ମୁକ୍ତ ରଖିବା।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 2 →
All chapters:
1
2
3
4
5