bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
James 4
James 4
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 5 →
1
ତୁମ୍ଭମାନଙ୍କ ମଧ୍ୟରେ ସଂଘର୍ଷ ଓ କଳହ କାହିଁକତ ହୁଏ? ତୁମ ଅନ୍ତରରେ ଲାଗି ରହିଥିବା ଭୋଗ ବିଳାସର କାମନା ହିଁ ଏହାର କାରଣ।
2
କାରଣ ତୁମେ ଯାହା ପାଇବାକୁ ଇଚ୍ଛା କରୁଛ, ତାହା ପାଇ ନ ପାରିଲେ, ହତ୍ୟା କରିବାକୁ ଉଦ୍ୟତ ହେଉଛ। ଯାହା ପାଇବାକୁ ତୁମର ପ୍ରବଳ ଅଭିଳାଷ ହୁଏ, ତାହା ନ ପାଇଲେ କଳହ ଓ ସଂଘର୍ଷ ଲାଗେ। ତୁମର ଇପ୍ସିତ ବିଷୟ ନ ପାଇବାର କାରଣ ହେଉଛି, ତୁମେ ଈଶ୍ୱରଙ୍କୁ ମାଗି ନ ଥାଅ।
3
ପୁଣି, ମାଗିଲେ ମଧ୍ୟ ନ ପାଇବାର କାରଣ ହେଉଛି, ତୁମ ଅଭିପ୍ରାୟ ଅସତ୍। ତୁମ୍ଭେମାନେ ନିଜର ସୁଖଭୋଗ ପାଇଁ ମାଗିଥାଅ।
4
ହେ ବିଶ୍ୱାସଘାତକ ଲୋକେ, ତୁମେ କଅଣ ଜାଣି ନାହିଁ, ସଂସାରପ୍ରୀତି ଈଶ୍ୱରଙ୍କ ପ୍ରତିଶତ୍ରୁତାଜରଣ? ଯେ ଇହ ଜଗତ ସହିତ ବନ୍ଧୁତା କରେ, ସେ ଈଶ୍ୱରଙ୍କ ଶତ୍ରୁ।
5
ଶାସ୍ତ୍ରର ଏହି ଉକ୍ତିରେ କ’ଣ ସତ୍ୟତା ନାହିଁ ବୋଲି ମନେ କରୁଛ, “ଈଶ୍ୱର ଆମ୍ଭମାନଙ୍କଠାରେ ଯେଉଁ ଆତ୍ମା ସ୍ଥାପନ କରିଛନ୍ତି, ତାହାକୁ ସମ୍ପୁର୍ଣ୍ଣ ଅଧିକାର କରିବା ପାଇଁ ସେ ଉତ୍କଣ୍ଠିତ?”
6
କିନ୍ତୁ ଈଶ୍ୱର ଯେଉଁ ଅନୁଗ୍ରହ ପ୍ରଦାନ କରନ୍ତି, ତାହା ଅଧିକ ଶକ୍ତିଶାଳୀ। ଶାସ୍ତ୍ରରେ ଲିଖିତ ଅଛି, “ଈଶ୍ୱର ଅହଂକାରୀମାନଙ୍କର ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି।”
7
ଅତଏବ, ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କର। ଶୟତାକୁ ପ୍ରତିରୋଧ କର। ତାହାହେଲେ, ସେ ତୁମ୍ଭମାନଙ୍କ ନିକଟକୁ ପଳାୟନ କରିବ।
8
ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅ ଓ ସେ ତୁମର ନିକଟବର୍ତ୍ତୀ ହେବେ। ହେ ପାପିଷ୍ଠ, ତୁମ ହସ୍ତ ଶୁଚି କର। ହେ ଦ୍ୱିମନା, ହୃଦୟ ନିର୍ମଳ କର, ଅନୁତପ୍ତ ହୁଅ, କଦ୍ରନ ଓ ବିଳାପ କର;
9
ତୁମ୍ଭମାନଭ୍କ ହର୍ଷ ବିଷାଦରେ ପରିଣତ ହେଉ; ତୁମ୍ଭମାନଙ୍କ ଆନନ୍ଦ ନିରାନ୍ଦରେ ପରିଣତ ହେଉ।
10
ପ୍ର୍ରଭୁଙ୍କ ସମ୍ମୁଖରେ ଅବନତ ହୁଅ। ସେ ତୁମକୁ ଉନ୍ନତ କରିବେ।
11
ଭାଇମାନେ, ପରସ୍ପରକୁ ସମାଲୋଚନା କର ନାହିଁ। ବିଶ୍ୱାସୀ ଭାଇର ବିଚାର କର ଯିଏ ତାହାର ଗ୍ଳାନ କରେ, ସେ ବ୍ୟବସ୍ଥା ବିଚାର କର, ତେବେ ତୁମ୍ଭେମାନେ ତାହା ପାଳନ କରୁନାହିଁ, ବରଂ ତାହାର ବଚାରକ ହେଉଛ।
12
ଈଶ୍ୱର ହିଁ ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା। କେବଳ ସେ ରକ୍ଷା କରି ପାରନ୍ତି, କିଅବା ବିନାଶ କରନ୍ତି। ପ୍ରତିବେଶୀର ଦୋଷଗୁଣ ବିଚାର କରିବାକୁ କିଏ?
13
ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଅହଂକାର କରି କହିଥାଅ, “ଆମେ ଆଜି କି କାଲି ଅମୁକ ନିଗରକୁ ଯିବା, ସେଠାରେ ଏକ ବର୍ଷ ରହିବା ସ ବାଣିଜ୍ୟ ବ୍ୟବସାୟ କରି ପ୍ରଚୁର ଅର୍ଥ ଉପାଜର୍ଜ୍ଜନ କରିବା”,
14
କିନ୍ତୁ ଆସନ୍ତା କାଲି ତୁମ ଗୀବନରେ କ’ଣ ଘଟିବ, ତାହା ତ ତୁମେ ଜାଣ ନାହିଁ! ତୁମ ଜୀବନ କୁହୁଡ଼ି ପରି, କ୍ଷଣକେ ଦେଖାଯାଇ ପର ମୁହୂର୍ତ୍ତରେ ଅଦୃଶ୍ୟ ହୁଏ।
15
ତେଣୁ ତୁମର କହିବା ଉଚିତ “ପ୍ରଭୁଙ୍କ ଇଚ୍ଛା ହେଲେ, ଆମେ ବଞ୍ଚିରହି ଏହା କରିବା ବା ତାହା କରିବା।”
16
କିନ୍ତୁ ଏବେ ତୁମ୍ଭେମାନେ ଅହଂକାରୀ ହୋଇ ଆତ୍ମବଡ଼ିମା କରୁଛୁ; ଆତ୍ମାବଡ଼ିମା ସର୍ବଥା ଦୋଷାବହ।
17
ଅତଏବ, ଯେଉଁ ବ୍ୟକ୍ତି କୌଣସି ସତ୍କର୍ମ କରିବା ଉଚିତ ବୋଲି ଜାଣି ସୁଦ୍ଧା ତାହା କରେ ନାହିଁ, ସେ ପାପ କରେ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 5 →
All chapters:
1
2
3
4
5