bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
James 5
James 5
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
1
ହେ ଧନୀ ଲୋକେ, ମୋ’ କଥା ଶୁଣ। ତୁମର ଯେଉଁ ଦୁର୍ଦ୍ଦଶା ହେବାକୁ ଯାଉଛି, ସେଥିପାଇଁ କ୍ରନ୍ଦନ ଓ ବିଳାପ କର।
2
ତମ ଧନ ସମ୍ପଦ କ୍ଷୟ ପାଇଲାଣି ଏବଂ ପୋଷାକ ପରିଚ୍ଛଦ କୀଟଦ୍ରଂଷ୍ଟ ହେଲାଣି।
3
ତୁମ ସୁନା ସ ରୂପାରେ କଳଙ୍କ ଲାଗିଲାଣି ଏବଂ କଳଙ୍କ ତୁମ୍ଭମାନଙ୍କ ବିରୁଦ୍ଧରେ ସାକ୍ଷ୍ୟ ଦେବ, ପୁଣି ତୁମ୍ଭମାନଙ୍କ ଶରୀରକୁ ଅଗ୍ନିପରି ଗ୍ରାସ କରିବ। ଏହି ଅନ୍ତିମ କାଳରେ ତୁମ୍ଭେମାନେ ଧନ ସମ୍ପଦ ଠୁଳ କରିଛ।
4
ତୁମ କ୍ଷେତରେ କାମ କରୁଥିବା ମଊଲିଆମାନଙ୍କୁ ମଜୁରି ଦେ ନାହିଁ। ସେମାନଙ୍କ ଅଭିଯୋଗ ଶୁଣ। ଶସ୍ୟ କଟାଳିମାନଙ୍କର ଆର୍ତ୍ତନାଦ ସର୍ମଶକ୍ତିମାନ ପ୍ରଭୁ ଈଶ୍ୱର ଶୁଣିଛନ୍ତି।
5
ଏ ଜଗତରେ ତୁମ ଜୀବନ ଭୋଗ ବିଳାସରେ ପରିପୂର୍ଣ୍ଣ। ହାଣ ଖାଇବାକୁ ଥିବା ପଶୁ ପରି ତୁମେ ହୃଷ୍ଟପୁଷ୍ଟ ହୋଇଛ।
6
ତୁମେ ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରି ହତ୍ୟା କରିଛ; ସେମାନେ ତୁମର ପ୍ରତିରୋଧ କରି ପାରି ନାହାିଁନ୍ତି।
7
ହେ ଭାଇମାନେ, ପ୍ରଭୁଙ୍କର ପୁନରାଗମନ ପଯ୍ୟନ୍ତ ଧୈର୍ଯ୍ୟ ଧର। ଦେଖ, କୃଷକ କିପରି ତା’ କ୍ଷେତରେ ବହୁମୂଲ୍ୟ ଫସଲ ଉତ୍ପନ୍ନ କରିବା ପାଇଁ ଧେର୍ଯ୍ୟ ସହକାରେ ପ୍ରଥମ ଓ ଶେଷ ବର୍ଷାକୁ ଅପେକ୍ଷା କରେ!
8
ସେହିପରି, ତୁମ୍ଭେମାନେ ମଧ୍ୟ ଦେର୍ଯ୍ୟଁ ସହକାରେ ଅପେକ୍ଷା କର। ତୁମ୍ଭମାନଙ୍କ ଆଶା ସୁଦୃଢ଼ ରୁହ, କାରଣ ପ୍ରଭୁଙକ ଆଗମନ ଦିନ ନିକଟବର୍ତ୍ତୀ।
9
ଭାଇମାନେ, ପରସ୍ପରର ଦୋଷ ଧର ନାହିଁ, ତାହାହେଲେ ଈଶ୍ୱର ତୁମର ବିଚାର କରିବେ ନାହିଁ। ଦେଖ! ମହାବିଚାରକର୍ତ୍ତା ଦ୍ୱାରା ନିକଟେ ଉପସ୍ଥିତ।
10
ଭାଇମାନେ, ଯେଉଁ ମଭାବବାଦୀଗଣ ପ୍ରଭୁଙ୍କ ନାମରେ ବାର୍ତ୍ତା ଦେଇଥିଲେ, ସେମାନଙ୍କୁ ସ୍ମରଣ କର। କ୍ଳେଶଭୋଗ ସମୟରେ ଧୈର୍ଯ୍ୟଶାଳୀ ଓ ସହିଷ୍ଣୁ ହେବା ପାଇଁ ସେମାନେ ତୁମର ଆଦର୍ଶ ହୁଅନ୍ତି।
11
ସେମାନଙ୍କ ସହିଷ୍ଣୁତା ଯୋଗୁଁ ଆମେ ସେମାନଙ୍କ ଧନ୍ୟ ବୋଲି କହିଥାଉଁ। ତୁମେ ଆୟୁବଙ୍କ ଧୈର୍ଯ୍ୟ ବିଷୟ ଶୁଣିଛ ଏବଂ ପରିଶେଷରେ ପ୍ରଭୁ କିପରି ତାଙ୍କୁ ଆର୍ଶୀବାଦ କରିଥିଲେ, ତାହା ଜାଣିଛ। କାରଣ ପ୍ରଭୁ ଦୟା ଓ ଅନୁକମ୍ପାରେ ପୂର୍ଣ୍ଣ।
12
ହେ ଭାଇମାନେ, ପ୍ରତିଜ୍ଞା କଲାବେଳେ ଗଣ ନିୟମ ପାକାଅ ନାହିଁ। ସ୍ୱର୍ଗ କି ମର୍ତ୍ତ୍ୟ କି ଅନ୍ୟ କୌଣସି ବିଷୟ ଦେଇ ଗଣ ପକାଅ ନାହିଁ। ତୁମ “ହିଁ”ର ଅର୍ଥ “ହଁ” ହେଉ, “ନାହିଁ”ର ଅର୍ଥ “ନାହିଁ” ହେଉ। ତାହାହେଲେ, ତୁମେ ଈଶ୍ୱରଙ୍କ ବିଚାରରେ ଦଣ୍ଡନୀୟ ହେବ ନାହିଁ।
13
ତୁମ୍ଭମାନଙ୍କ ମଧ୍ୟରୁ କେହି କ’ଣ ଦୁର୍ଦ୍ଦଶାଗ୍ରସ୍ତ? ସେ ପ୍ରାର୍ଥନା କରୁ। କେହି କ’ଣ ଉଲ୍ଲସିତ? ସେ ସ୍ତୁତିପ୍ରଶଂସା ଗାନ କରୁ।
14
କେହି କ’ଣ ପୀଡ଼ି? ସେ ମଣ୍ଡଳୀର ନେତାମାନଙ୍କୁ ଡକାଉ; ସେମାନେ ପ୍ରଭୁଙ୍କ ନାମରେ ତୈଳ ମଖାଇ ତା’ ନିମନ୍ତେ ପ୍ରାର୍ଥନା କରନ୍ତୁ।
15
ଏଭଳି ବିଶ୍ୱାସପୂର୍ଣ୍ଣ ପ୍ରାର୍ଥନା ପୀଡ଼ିତକୁ ସୁସ୍ଥ କରିବ। ପଭୁ ତାକୁ ଆରୋଗ୍ୟ କରିବେ ଓ ଯଦି ସେ ପାପ କରିଥାଏ, ତାକୁ କ୍ଷମା କରିବେ।
16
ପରସ୍ପର ନିକଟରେ ନିଜ ନିଜ ପାପ ସ୍ୱୀକାର କର ଏବଂ ପରସ୍ପର ନିମନ୍ତେ ପ୍ରାର୍ଥନା କର। ତାହାହେଲେ, ତୁମେ ଆରୋଗ୍ୟ ଲାଭ କରିବ। ଧାର୍ମିକର ପ୍ରାର୍ଥନା, ଶକ୍ତିଶାଳୀ ଓ ଫଳପ୍ରଦ।
17
ଏଲିୟ ଆମ ପରି ମନୁଷ୍ୟ ଥିଲେ। ବର୍ଷା ନ ହେଉ ବୋଲି ସେ ଏକଗ୍ରା ଚିତ୍ତରେ ପ୍ରାର୍ଥନା କରିଥିଲେ, ସାଢ଼େ ତିନି ବର୍ଷ ଯାଏ ବର୍ଷା ହେଲା ନାହିଁ।
18
ସେ ପୁନର୍ବାର ପ୍ରାର୍ଥନା କଲେ ଏବଂ ଧାରା ବୃଷ୍ଟି ହେଲା ଓ ପୃିଥବୀ ପୁନର୍ବାର ଶସ୍ୟ ଉତ୍ପନ୍ନ କଲା।
19
ଭାଇମାନେ ମଧ୍ୟରୁ କେହି ଯଦି ପଥଭ୍ରଷ୍ଟ ହୁଏ ଏବଂ ଅନ୍ୟ ଜଣେ ତାହାକୁ ସତ୍ପଥକୁ ଫେରାଇ ଆଣେ, ତେବେ ମନେରଖ, ଯେ ବିପଥରୁ ପାପୀକୁ ଫେରାଇ ଆମେ, ସେ ସେହି ପାପୀର ଆତ୍ମାକୁ ମୃତ୍ୟୁର ରକ୍ଷା କରିବ ଓ ତା’ ନିଜର ବହୁ ପାପ କ୍ଷମା ହେବ।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
All chapters:
1
2
3
4
5