bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
James 3
James 3
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 4 →
1
ହେ ଭାଇମାନେ, ତୁମ୍ଭମାନଙ୍କ ମଧ୍ୟରୁ ଅନେକେ ଧର୍ମଶିକ୍ଷ।। ଗୁରୁ ହେବା ଅନୁଚିତ। କାରଣ ତୁମେ ଜାଣ ଯେ, ଆମ ପରି ଶିକ୍ଷାଗୁରୁମାନଙ୍କ ଅପେକ୍ଷା ଅଧିକ କଠୋର ଭାବରେ ବିଚାରିତ ହେବେ।
2
ଆମେ ସମସ୍ତେ ଅନେକ ଥର ଭୁଲ କରିଥାଉ। ଯଦି କେହି ତା’କଥାବାର୍ତ୍ତାରେ କଦାପି ଭୁଲି କରେ ନାହିଁ, ତେବେ ସେ ସିଦ୍ଧ ଏବଂ ନିଜକୁ ସମ୍ପୁର୍ଣ୍ଣ ସଂଯୁତ କରିପାରିଛି।
3
ଘୋଡ଼ାକୁ ବଶ କରିବା ପାଇଁ ଆମେ ଲଗାମ ଦେଉ ଓ ଆମର ଇଚ୍ଛାନୁସାରେ ତାହାକୁ ଚଳାଛ ପାରୁ।
4
ଗୋଟିଏ ବଡ଼ ଜାହାଜ ବିଷୟ ଚିନ୍ତା କର। ଜାହାଜ ଚାଲିକ ପ୍ରଚଣ୍ଡ ପବନ ବହୁଥିଲେ ସୁଦ୍ଧା, ଅତି ଛୋଟ ମଙ୍ଗ ସାହାଯ୍ୟରେ ତାହାକୁ ଅିୟନ୍ତ୍ରଣ କରି ଇଚ୍ଛାନୁସାରେ ଚଳାଇ ନିଏ।
5
ଏହି ଉଦାହରଣ ଜିହ୍ୱା ପ୍ରତି ପ୍ରଯୁଜ୍ୟ। ତାହା କ୍ଷୁଦ୍ର ହେଲେ ସୁଦ୍ଧା ବଡ଼ ବଡ଼ କଥା କହି ଦର୍ପ କରିପାରେ। ଭାବି ଦେଖ, କିପରି ଅ୍ନିକଣିକା କ୍ଷୁଦ୍ର ହେଲେ ମଧ୍ୟ ବିଶାଳ ଅରଣ୍ୟକୁ ଜାଳି ଦିଏ।
6
ଜିହ୍ୱା ଅଗ୍ନି ତୁଲ୍ୟ; ବହୁ ଅସତ୍ ବିଷୟରେ ପରିପୂର୍ଣ୍ଣ; ପୁଣି ତାହା ଆମ ଶରୀର ମଓ୍ୟରେ ଅବସ୍ଥିତ ଥିବାରୁ ଅସତ୍ ପ୍ରଭାବ ବିସ୍ତାର କରି ଆମର ସମସ୍ତ ବ୍ୟକ୍ତିତ୍ୱକୁ କଳୁଷିତ କରେ। ଜିହ୍ୱାର ନରକାଗ୍ନି ଆମର ସାରା ଜୀବନକୁ ଜଳାଇ ଦିଏ।
7
ମନୁଷ୍ୟ ସମସ୍ତ ବନ୍ୟଜନ୍ତୁ, ପକ୍ଷୀ, ସରୀସୃପ ଓ ଜଳଚର ପ୍ରାଣୀକୁ ବଶ କରି ପାରିଛି।
8
କିନ୍ତୁ କେହି କେବେ ଜିହ୍ୱାକୁ ବଶ କରିପାରି ନାହିଁ। ତାହା ଅସତ୍ ଓ ଅଣାୟତ୍ତ; ମାରାତ୍ମକ ବିଷରେ ପରିପୂର୍ଣ୍ଣ।
9
ଆମେ ଜିହ୍ୱା ଦ୍ୱାରା ପ୍ରଭୁ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦେଉ। ପୁଣି ଏହି ଜିହ୍ୱା ଦ୍ୱାରା ଈଶ୍ୱରଙ୍କ ସାଦୃଶ୍ୟରେ ସୃଷ୍ଟ ମନୁଷ୍ୟକୁ ଅଭିଶାପ ମଓ୍ୟ ଦେଉ।
10
ସେହି ଗୋଟିଏ ମୁଖରୁ ଧନ୍ୟବାଦ ଓ ଅଭିଶାପ ନିସୃତ ହୁଏ। ଭାିମାନେ, ଏପରି ବୋ ଅନୁଚିତ।
11
ଗୋଟିଏ ଝରଣାରୁ ମଧୁର ଓ ତିକ୍ତ ଜଳ ଝରିପାରେ କି?
12
ଭାଇମାନେ, ଡିମିରି ଫଳେ? ସେହିପରି ଲବଣାକ୍ତ ଝରଣାରୁ ମଧୁର ଜଳ ନିର୍ଗତ ହୁଏ ନାହିଁ।
13
ତୁମ୍ଭମାନଙ୍କ ମଧ୍ୟରେ କେହି କ’ଣ ଜ୍ଞାନୀ ଓ ବିଦ୍ଧିମାନ? ସେ ବିଜ୍ଞାତା ଓ ନିମ୍ରତା ସହିତ ସତ୍କର୍ମ କରି ତା’ ଜୀବନରେ ଏହାର ପ୍ରମାଣ ଦେଉ।
14
କିନ୍ତୁ ଯଦି ତୁମ ହୃଦୟରେ ଈର୍ଷା, ସ୍ୱାର୍ଥପରତା ଓ ତିକ୍ତ ଭାବ ରହିଛି, ନିଜ ବୁଦ୍ଧି ଓ ଜ୍ଞାନ ପାଇଁ ଦର୍ପ କରି ସତ୍ୟର ଅପଳାପ କର ନାହିଁ।
15
ଏହିପରି ଜ୍ଞାନ ଈଶ୍ୱରଙ୍କଠାରୁ ଆସେ ନାହିଁ; ତାହା ଜାଗତିକ, ଶରୀରିକ, ପୈଶାଚିକ।
16
ଯେଉଁମଠାରେ ଈର୍ଷା ଓ ସ୍ୱାର୍ଥପରତା, ସେଠାରେ ବିଶୃଙ୍ଖଳା ଓ ସବୁ ପ୍ରକାର ଦୁଷ୍ଟତା ଥାଏ।
17
କିନ୍ତୁ ଉଦ୍ଧ୍ୱର୍ରୁ ଆଗତ ଜ୍ଞାନ ପ୍ରଥମତଃ, ବିଶୁଦ୍ଧ; ତାହା ମଧ୍ୟ ଶାନ୍ତି ପ୍ରଦାୟକ, ସୁଶାନ୍ତ ଓ ମୈତ୍ରୀ-ଭାବାପନ୍ନ। ତାହା ଅନୁକମ୍ପାରେ ପରିପୂର୍ଣ୍ଣ ଓ ହୁଳଭାବେ ସତ୍କର୍ମରୂପେ ଫଳ ଉତ୍ପାଦସନ କରେ; ତାହା ନିରପେକ୍ଷ ଓ ଛଳନାଶୂନ୍ୟ।
18
ଶାନ୍ତି ସ୍ଥାପନକାରୀମାନଙ୍କ ଦ୍ୱାରା ବୁଣା ଯାଇଥିୀବା ବିହନରୁ ଧାର୍ମିକତାରୂନ ଫସଲ ଉତ୍ପାଦିତ ହୁଏ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 4 →
All chapters:
1
2
3
4
5