bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
James 2
James 2
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 3 →
1
ଭାଇମାନେ, ଆମ୍ଭମାନଙ୍କ ଗୌରବମୟ ପ୍ରଭୁ ଯୀଶୁ ଖୀଷ୍ଟଙ୍କ ବିଶ୍ୱାସୀ ରୂପେ ତୁମ୍ଭେମାନେ ଲୋକମାନଙ୍କର ବାହ୍ୟ ବେଶଭୂଷା ଦେଖି ପକ୍ଷପାତିତା କର ନାହିଁ।
2
ମନେକର, ତୁମ ସଭାକୁ ଜଣେ ସୁନା ମୁଦି ଓ ମୂଲ୍ୟବାନ ବସ୍ତ୍ର ପିଦ୍ଧି ଆସିଛି। ଅନ୍ୟ ଜଣେ ମଳିନ ଓ ଛିନ୍ନ ବସ୍ତ୍ର ପିଦ୍ଧି ଆସିଛି।
3
ଯଦି ତୁମେ ମୂଲ୍ୟବାନ ବସ୍ତ୍ରପରିହିତ ଲୋକକୁ ଅଧିକ ସମ୍ମାନ ଦେଖାଇ କୁହ, “ଏହି ଆସନ ଗ୍ରହଣ କରନ୍ତୁ”, କିନ୍ତୁ ଦରିଦ୍ର ଲୋକଟିକୁ କୁହ, “ସେଠାରେ ଠିଆ ହୁଅ, ବା ତଳେ ମୋ’ ପାଦ ପାଖରେ ବସ”,
4
ତାହାହେଲେ, ନିଜ ନିଜ ମଧ୍ୟରେ ଉଚ୍ଚ ନୀଚ ଭାବ ସୃଷ୍ଟି କରୁଛ ଏବଂ ଅସତ୍ ମନୋଭାବ ରଖି ପ’ପାତ ବିଚାର କରୁଛ।
5
ପ୍ରିୟ ଭାଇମାନେ ଶୁଣ, ଈଶ୍ୱର କ’ଣ ଏ ଜଗତରେ ଦରିଦ୍ର ଲୋକଙ୍କୁ ବିଶ୍ୱାସରୂପ ଧନରେ ଧନୀ ହେବାକୁ ଏବଂ ତାହାଙ୍କର ଭକ୍ତମାନଙ୍କୁ ଯେଉଁ ରାଜ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ତାହାର ଅଧିକାରୀ ହେବାକୁ ମନୋନୀତ କରି ନାହାଁନ୍ତି?
6
ଅଥଚ, ତୁମେ ଦରିଦ୍ରମାନଙ୍କୁ ଅସମ୍ମାନ କରୁଛ! ଯେଉଁମାନେ ତୁମ ପ୍ରତି ଅତ୍ୟାଚାର କରନ୍ତି ଓ ଅଦାଇତକୁ ଟାଣି ନଅନ୍ତି, ସେମାନେ କିଏ? ସେମାନେ ତ ସେହି ଧନିକ ଶ୍ରେଣୀ।
7
ଯେଉଁ ନମ ତୁମ୍ଭମାନଙ୍କୁ ପ୍ରଦତ୍ତ ହୋଇଛି, ସେମାନେ ସେହି ମହତ୍ ନାମର ନିନ୍ଦା କରନ୍ତି।
8
“ପ୍ରତିବେଶୀକୁ ଆତ୍ମତୁଲ୍ୟ ପ୍ରେମ କର” ଶାସ୍ତ୍ର ରେ ଲିଖିତ ଈଶ୍ୱରଙ୍କ ରାଜ୍ୟର ଏହି ବିଧି ଯଦି ପାଳନ କରୁଥାଅ, ତେବେ ତୁମେ ଯଥୋଚିତ କାର୍ଯ୍ୟ କରୁଛ।
9
କିନ୍ତୁ ଯଦି ବାହ୍ୟ ବେଶଭୂଷା ଦେଖି ଲୋକଙ୍କ ପ୍ରତି ପକ୍ଷପାତ ବ୍ୟବହାର କରୁଥାଅ, ତେବେ ତୁମେ ପାପ କରୁଛ ଓ ବ୍ୟବସ୍ଥଇା ଅନୁଯାୟୀ ତୁମେ ଜଣେ ଆଜ୍ଞାଲଘଂନକାରୀ।
10
ଯେ ଗୋଟିଏ ଆଜ୍ଞା ଲଘଂନ କର, ସେ ସମସ୍ତ ଆଜ୍ଞ ଲଘଂନ ଅପରାଧରେେ ଦୋଷୀ ହୁଏ।
11
କାରଣ ଯେ ଆଜ୍ଞା କରିଛନ୍ତି, “ବ୍ୟଭିଚାର କର ନାହିଁ”, ସେହି ଈଶ୍ୱର ଆଉ ଗୋଟିଏ ଆଜ୍ଞା ପ୍ରଦାନ କରିଛନ୍ତି; “ନରହତ୍ୟା କର ନାହିଁ।” ଅତଏବ, ତୁମେ ବ୍ୟଭିଚାର ନ କଲେ ସୁଦ୍ଧା, ଯଦି ନରହତ୍ୟା କର, ତେବେ ତୁମେଜଣେ ଆଜ୍ଞାଲଘଂନକାରୀ।
12
ଯେଉଁ ମୁକ୍ତି ସାଧନକାରୀ ବିଧାନ ଦ୍ୱାରା ତୁମେ ବିଚାରିତ ହେବ, ତାହା ତୁମ କଥାବାର୍ତ୍ତା ଓ କମାର୍ଯ୍ୟମଳାପରେ ପ୍ରକାଶ କର।
13
କାରଣ ଯେ ଅନ୍ୟକୁ ଦୟା କରେ ନାହିଁ, ଈଶ୍ୱର ତାକୁ ଦୟା କରିବେ ନାହିଁ। ନ୍ୟାୟ ବିଚାର ଉପରେ ଦୟାର ହିଁ ବିଜୟ ହୁଏ।
14
ଭାଇମାନେ, କେହି ଯଦି କହେ, ତାହାର ବିଶ୍ୱାସ ଅଛି, ଅଥଚ କର୍ମରେ ତାହା ଦେଖାଏ ନାହିଁ, ତେବେ ତା’ କଥାର କି ମୂଲ୍ୟ ଅଛି? ସେହି ପ୍ରକାର ବିଶ୍ୱାସ ତାକୁ ପରିତ୍ରାଣ ଦେଇପାର କି?
15
ମନେକର, କୌଣସି ଭାଇ ବା ଭଉଣୀର ବସ୍ତ୍ର ଓ ଖାଦ୍ୟର ଅଭାବ ଅଛି, ତୁମେ ତାହାର ଅଭାବ ପୂରଣ ନ କରି ଯଦି କୁହ, “ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ; ଖାଇ ପିଇ ଆଗମରେ ରୁହ”, ତୁମ କଥା ନିରର୍ଥକ ହେବ ନାହିଁ କି?
17
ବିଶ୍ୱାସ ଠିକ୍ ସେହିପରି। କର୍ମ ନ ଥିଲେ, କେବଳ ମାତ୍ର ବିଶ୍ୱାସ ମୃତ।
18
କିନ୍ତୁ କେହି ହୁଏତ କହିପାରେ, “ଜଣକର ବିଶ୍ୱାସ ଅଛି, ଅନ୍ୟ ଜଣକର କର୍ମ ଅଛି।” ଏ ବିଷୟରେ ମୁଁ କହିବି, “କର୍ମ ନ ଥାଇ କାହାରି ବିଶ୍ୱାସ ଥାଇପାରେ ବୋଲି ମୋତେ ପ୍ରମାଣ ଦେବି।”
19
ତୁମେ କ’ଣ ବିଶ୍ୱାସ କରୁଛ ଯେ, କେବଳ ଜଣେ ମାତ୍ର ଈଶ୍ୱର ଅଛନ୍ତି? ଉତ୍ତମ! ପ୍ରେତାତ୍ମାମାନେ ମଧ୍ୟ ଏ ଭଳି ବିଶ୍ୱାସ କରନ୍ତି ଏବଂ ଭୟରେ ଥରହର ହୁଅନ୍ତି।
20
ହେ ନିବୋର୍ଧ! କର୍ମ ବିନା ବିଶ୍ୱାସ ଯେ ନିଷ୍ଫଳ, ଏହାର ପ୍ରମାଣ ଦେଖିବାକୁ ତୁମେ କ’ଣ ଇଚ୍ଛା କୁଛୁ?
21
ଆମ ପିତୃପୁରୁଷ ଅବ୍ରାହାମ, ଈଶ୍ୱରଙ୍କ ଦୃଷ୍ଟିରେ କିପରି ଧାର୍ମିକ ବିବେଚିତ ହୋଇଥିଲେ? ସେ କର୍ମ ଦ୍ୱାରା ଧାର୍ମିକ ବିବେଚିତ ହେଲେ, ଯେତେବେଳେ ସେ ତାଙ୍କ ପୁତ୍ର ଇସାହାକଙ୍କୁ ବେଦି ଉପରେ ଉତ୍ସର୍ଗ କଲେ।
22
ତୁମେ କ’ଣ ବୁଝିପାରୁ ନାହିଁ? ଅବ୍ରାହାମଙ୍କ ବିଶ୍ୱାସ, କର୍ମରେ ପ୍ରାକାଶ ପାଇଲା; କର୍ମ ଦ୍ୱାରା ତାଙ୍କର ବିଶ୍ୱାସ ସିଦ୍ଧ ହେଲା।
23
ଏହା ଦ୍ୱାରା ଧର୍ମଶାସ୍ତ୍ର ଉକ୍ତି ସଫଳ ହେଲା: “ଅବ୍ରାହାମ ଈଶ୍ୱରଙ୍କୁ ବିଶ୍ୱାସ କଲେ ଏବଂ ତାଙ୍କର ବିଶ୍ୱାସ କଲେ ଏବଂ ତାଙ୍କର ବିଶ୍ୱାସ ହେତୁ ଈଶ୍ୱରଙ୍କ ଦୃଷ୍ଟିରେ ସେ ଧାର୍ମିକ ରୂପେ ଗଣ୍ୟ ହେଲେ।” ପୁଣି ଅବ୍ରାହାମ ଈଶ୍ୱରଙ୍କ ବନ୍ଧୁ ବୋଲି ପରିଚିତ ହେଲେ।
24
ଅତଏବ, ତୁମ୍ଭେମାନେ ବୁଝି ପାରିବ ଯେ, ମନୁଷ୍ୟ କର୍ମ ଦ୍ୱାରା ଧାର୍ମିକ ବିବେଚତ ହୁଏ, କେବଳ ବିଶ୍ୱାସ ଦ୍ୱାରା ନୁହେଁ।
25
ସେହିପରି ବେଶ୍ୟା ରାହାବ ମଧ୍ୟ କର୍ମ ଦ୍ୱାରା ଧାର୍ମିକ ବିବେଚିତ ହୋଇଥିଲେ। ସେ ଇଶ୍ରାଏଲୀୟ ଗୁକ୍ତଚରମାନଙ୍କୁ ଆଶ୍ରୟ ଦେଇଥିଲେ ଏବଂ ଅନ୍ୟ ଏକ ପଥରେ ପଳାୟନ କରିବାକୁ ସାହାଯ୍ୟ କରିଥିଲେ।
26
ତେଣୁ, ଆତ୍ମା ବିନା ଶରୀର ଯେପରି ମୃତ,କର୍ମ ବିନା ବିଶ୍ୱାସ ସେହପରି ମୃତ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 3 →
All chapters:
1
2
3
4
5