bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Timothy 1
1 Timothy 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 2 →
1
ଖ୍ରୀଷ୍ଟ ଯୀଶୁଙ୍କ ପ୍ରେରିତ, ପାଉଲଙ୍କଠାରୁ ନମସ୍କାର। ଆମ୍ଭର ଉଦ୍ଧାରକର୍ତ୍ତା ପରମେଶ୍ୱରଙ୍କ ଆଦେଶ ଦ୍ୱାରା ପ୍ରେରିତ ଏବଂ ଆମ୍ଭମାନଙ୍କର ଭରସା ଖ୍ରୀଷ୍ଟ ଯୀଶୁ।
2
ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ବିଶ୍ୱାସ କରୁଥିବାରୁ ମୋର ପ୍ରକୃତ ପୁତ୍ର ଅଟ। ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ତୁମ୍ଭକୁ ଅନୁଗ୍ରହ, ଦୟା ଓ ଶାନ୍ତି ମିଳୁ।
3
ଅସତ୍ୟ ଉପଦେଶ ବିରୁଦ୍ଧରେ ସତର୍କତା ମୁଁ ଗ୍ଭହେଁ ଯେ ତୁମ୍ଭେ ଏଫିସଠାରେ ରୁହ। ମାକିଦନିଆ ଯିବା ବେଳେ ମୁଁ ତୁମ୍ଭକୁ ତାହା କରିବା ପାଇଁ ଅନୁରୋଧ କରି କହିଥିଲି। ଏଫିସଠାରେ କେତେ ଲୋକ ଭ୍ରାନ୍ତ ଶିକ୍ଷାଗୁଡ଼ିକ ଦେଉଛନ୍ତି। ଏଫିସଠାରେ ରହି ତୁମ୍ଭେ ସେମାନଙ୍କୁ ଭ୍ରାନ୍ତ ଶିକ୍ଷା ନ ଦେବା ପାଇଁ ଆଦେଶ ଦେଇ ପାରିବ।
4
ସେମାନଙ୍କୁ କୁହ ଯେ, ସେମାନେ ଅସତ୍ୟ କଥାଗୁଡ଼ିକ କହି ଓ ବଂଶାବଳୀର ଲମ୍ବା ନାମସୂଚୀଗୁଡ଼ିକ ଦେଇ ସମୟ ନଷ୍ଟ କରନ୍ତୁ ନାହିଁ। କାରଣ ସେଗୁଡ଼ିକ ଦ୍ୱାରା କେବଳ ତର୍କବିତର୍କ ହୁଏ। ସେଗୁଡ଼ିକ ପରମେଶ୍ୱରଙ୍କ କାମ ପାଇଁ ସାହାଯ୍ୟ କରେ ନାହିଁ। କେବଳ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ କାମ ସାଧନ ହୋଇଥାଏ। ଏହି ଆଦେଶର ଲକ୍ଷ୍ୟ ଯେ, ଲୋକମାନେ ପ୍ରେମ ଗ୍ରହଣ କରନ୍ତୁ।
5
ଏହି ପ୍ରେମ ପାଇବା ଲାଗି ଲୋକଙ୍କର ପବିତ୍ର ହୃଦୟ ଥିବା ଆବଶ୍ୟକ ଓ ସେମାନେ ଯାହା ଠିକ୍ ବୋଲି ଜାଣନ୍ତି ତାହା ନିଶ୍ଚୟ କରିବା ଦରକାର ଏବଂ ସେମାନଙ୍କ ସତ୍ୟ ବିଶ୍ୱାସ ତାହାଙ୍କଠାରେ ଥିବା ଦରକାର।
6
କେତେ ଲୋକ ଏହି ବିଷୟ ଗୁଡ଼ିକ ପ୍ରତି ଧ୍ୟାନ ନ ଦେଇ, ପଥଭ୍ରଷ୍ଟ ହୋଇଛନ୍ତି। ସେମାନେ ଏବେ ମୂଲ୍ୟହୀନ କଥାଗୁଡ଼ିକ କୁହନ୍ତି।
7
ସେହି ଲୋକମାନେ ବ୍ୟବସ୍ଥାର ଶିକ୍ଷାଦାତା ହେବାକୁ ଗ୍ଭହାନ୍ତି। କିନ୍ତୁ ସେମାନେ କ’ଣ କହୁଛନ୍ତି, ତାହା ଜାଣନ୍ତି ନାହିଁ। ସେମାନେ ଯେଉଁ ବିଷୟ ଗୁଡ଼ିକୁ ନିଶ୍ଚିତ ଭାବେ ଜାଣିବା ଭଳି ଜୋର୍ ଦେଇ କହୁଛନ୍ତି, ସେହି ଶିକ୍ଷାଗୁଡ଼ିକୁ ସେମାନେ ନିଜେ ମଧ୍ୟ ବୁଝି ନ ଥା’ନ୍ତି।
8
ଆମ୍ଭେ ଜାଣୁ ଯେ, ବ୍ୟବସ୍ଥା ଭଲ, ଯଦି ଲୋକେ ଠିକ୍ ଭାବରେ ଏହାକୁ ବ୍ୟବହାର କରନ୍ତି।
9
ଆମ୍ଭେ ଏହା ମଧ୍ୟ ଜାଣିଛୁ ଯେ, ଭଲ ଲୋକଙ୍କ ଲାଗି ବ୍ୟବସ୍ଥାର ଆବଶ୍ୟକତା ନାହିଁ। ଯେଉଁ ଲୋକମାନେ ବ୍ୟବସ୍ଥା ବିରୋଧୀ ଓ ଆଜ୍ଞାଧୀନ ନୁହନ୍ତି, ସେହିମାନଙ୍କ ଲାଗି ବ୍ୟବସ୍ଥା ନିର୍ମିତ ହୋଇଛି। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ ଏବଂ ପାପୀ, ଅପବିତ୍ର, ଧର୍ମବିହୀନ, ପିତାମାତାଙ୍କ ହତ୍ୟାକାରୀ ତଥା ନରହତ୍ୟାକାରୀ,
10
ଯୌନ ପାପାଚରଣ କରୁଥିବା ଲୋକେ, ସମଲିଙ୍ଗୀ ଯୌନ ଅଭିଳାଷୀ, ଦାସମାନଙ୍କ ବିକ୍ରେତା, ମିଥ୍ୟାବାଦୀ, ମିଥ୍ୟା ଶପଥ ନେଉଥିବା ଲୋକେ ଓ ପରମେଶ୍ୱରଙ୍କ ସତ୍ଶିକ୍ଷାର ବିରୋଧାଚରଣ କରୁଥିବା ଯେକୌଣସି ବ୍ୟକ୍ତି ପାଇଁ ବ୍ୟବସ୍ଥା ଆବଶ୍ୟକ।
11
ଏହି ଉପଦେଶ ପରମେଶ୍ୱର ମୋତେ ପ୍ରଗ୍ଭର କରିବାକୁ ଦେଇଥିବା ସୁସମାଗ୍ଭରର ଅଂଶବିଶେଷ। ଏହି ମହିମାମୟ ସୁସମାଗ୍ଭର ପରମଧନ୍ୟ ପରମେଶ୍ୱରଙ୍କଠାରୁ ଆସିଛି।
12
ଅନୁଗ୍ରହ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ମୋ’ ପ୍ରତି ଭରସା ରଖି ଏହି ସେବା କାର୍ଯ୍ୟରେ ନିଯୁକ୍ତ କରିଥିବାରୁ ମୁଁ ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଧନ୍ୟବାଦ ଦିଏ। ସେ ମୋତେ ଶକ୍ତି ପ୍ରଦାନ କରନ୍ତି।
13
ଅତୀତରେ ମୁଁ ଯୀଶୁଙ୍କ ବିରୁଦ୍ଧରେ କହିଛି, ତାହାଙ୍କୁ ତାଡ଼ନା ଦେଇଛି ଓ ତାହାଙ୍କୁ ଆଘାତ ଦେବା ଭଳି କାର୍ଯ୍ୟମାନ କରିଛି। କିନ୍ତୁ ମୁଁ କ’ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ୱର ମୋତେ ଦୟା କଲେ। ଅବିଶ୍ୱାସୀ ଥିଲାବେଳେ ମୁଁ ସେପରି କରିଥିଲି।
14
କିନ୍ତୁ ପ୍ରଭୁଙ୍କର ଅନୁଗ୍ରହ ମୋତେ ସମ୍ପୂର୍ଣ୍ଣ ଭାବେ ମିଳିଲା। ସେହି ଅନୁଗ୍ରହ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ବିଶ୍ୱାସ ଓ ପ୍ରେମ ମଧ୍ୟ ମୋତେ ମିଳିଲା।
15
ମୁଁ ଯାହା କହୁଛି ତାହା ସତ୍ୟ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ୍ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସେମାନଙ୍କ ମଧ୍ୟରେ ସବୁଠାରୁ ଜଘନ୍ୟ ପାପୀ।
16
କିନ୍ତୁ ମୋତେ ଅନୁଗ୍ରହ ମିଳିଲା। ମୋତେ ଅନୁଗ୍ରହ ଦିଆଗଲା, ଯାହାଦ୍ୱାରା ଖ୍ରୀଷ୍ଟ ଯୀଶୁ ପ୍ରମାଣିତ କଲେ ଯେ ସେ ମୋ’ ପ୍ରତି ଅସୀମ ଧୈର୍ଯ୍ୟ ଦେଖାଇଛନ୍ତି। ମୋ’ ଭଳି ବଡ଼ ପାପୀ ପ୍ରତି ସେ ଧୈର୍ଯ୍ୟଶୀଳତା ଦେଖାଇଲେ। ଯେଉଁମାନେ ତାହାଙ୍କୁ ବିଶ୍ୱାସ କରିବେ, ଅନନ୍ତ ଜୀବନ ଲାଭ କରିବେ। ସେମାନଙ୍କ ପାଇଁ ମୁଁ ଯେପରି ଆଦର୍ଶ ସ୍ୱରୂପ ହୁଏ, ସେଥିପାଇଁ ଖ୍ରୀଷ୍ଟ ଯୀଶୁ ଗ୍ଭହିଁଲେ।
17
ସେହି ଅନନ୍ତକାଳୀନ ରାଜାଙ୍କର ଗୌରବ ଓ ସମ୍ଭ୍ରମ ହେଉ। ସେ ଅଦୃଶ୍ୟ ଓ ଅକ୍ଷୟ। ଗୌରବ ଓ ସମ୍ଭ୍ରମ ଯୁଗେ ଯୁଗେ କେବଳ ପରମେଶ୍ୱରଙ୍କର। ଆମେନ୍।
18
ତୀମଥି! ତୁମ୍ଭେ ମୋ’ ପୁତ୍ର ଭଳି। ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ଅତୀତରେ ତୁମ୍ଭ ବିଷୟରେ ଯାହାସବୁ ଭବିଷ୍ୟଦ୍ବାଣୀ କୁହା ଯାଇଥିଲା, ତା’ସହିତ ଏହି ଆଦେଶଟି ଏକମତ ଅଟେ। ମୁଁ ତୁମ୍ଭକୁ ଏଗୁଡ଼ିକ କହୁଛି, ଯେପରି ତୁମ୍ଭେ ସେହି ଭବିଷ୍ୟଦ୍ବାଣୀର ଅନୁସରଣ କରିବ ଓ ବିଶ୍ୱାସର ଉତ୍ତମ ଲଢ଼େଇ ଲଢ଼ି ପାରିବ।
19
ବିଶ୍ୱାସ ଜାରି ରଖ। ଯାହା ଠିକ୍ ବୋଲି ଭାବୁଛ, ତାହା କର। କେତେ ଲୋକ ଏହା କରି ନାହାନ୍ତି। ତେଣୁ ସେମାନଙ୍କର ବିଶ୍ୱାସ ନଷ୍ଟ ହୋଇଛି।
20
ହୁମନାୟ ଓ ଆଲେକ୍ଜାଣ୍ଡାର ସେମାନଙ୍କ ମଧ୍ୟରୁ କେତେକ ଅଟନ୍ତି। ମୁଁ ସେମାନଙ୍କୁ ଶୟତାନ ହାତରେ ଦେଇଛି, ଯାହା ଫଳରେ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଆଉ ନ କହିବାକୁ ଶିକ୍ଷା ଲାଭ କରିବେ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 2 →
All chapters:
1
2
3
4
5
6