bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Timothy 4
1 Timothy 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 5 →
1
ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କବାଣୀ ପବିତ୍ରଆତ୍ମା ସ୍ପଷ୍ଟ ଭାବରେ କୁହନ୍ତି ଯେ ପରବର୍ତ୍ତୀ କାଳରେ କେତେ ଲୋକ ସତ୍ୟ ବିଶ୍ୱାସକୁ ପରିତ୍ୟାଗ କରିବେ। ସେମାନେ ସେମାନଙ୍କୁ ପ୍ରତାରଣା କରୁଥିବା ଦୁଷ୍ଟାତ୍ମାମାନଙ୍କ ଉପଦେଶଗୁଡ଼ିକୁ ମାନିବେ।
2
ପ୍ରବଞ୍ଚକ ଆତ୍ମାମାନଙ୍କର ଶିକ୍ଷାଗୁଡ଼ିକୁ ପାଳନ କରିବେ। ସେହି ଶିକ୍ଷାଗୁଡ଼ିକ ପ୍ରତାରକ ଓ ମିଥ୍ୟାବାଦୀ ଲୋକମାନଙ୍କ ଦ୍ୱାରା ଆସେ। ସେମାନେ କ’ଣ ଭଲ ଓ କ’ଣ ମନ୍ଦ, ତାହା ଜାଣି ପାରନ୍ତି ନାହିଁ। ତାହାଙ୍କର ବୋଧ ଶକ୍ତି ନଷ୍ଟ ହୋଇଯାଇଥାଏ।
3
ସେମାନେ ଲୋକମାନଙ୍କୁ ବିବାହ କରିବା ଅନୁଚିତ୍ ବୋଲି କହନ୍ତି। ସେମାନେ ଲୋକମାନଙ୍କୁ ଏ କଥା ମଧ୍ୟ କୁହନ୍ତି ଯେ କେତେକ ଖାଦ୍ୟ ଅଛି, ଯାହାକୁ ଆଦୌ ଖାଇବା ଉଚିତ୍ ନୁହେଁ। କିନ୍ତୁ ସେ ଖାଦ୍ୟଗୁଡ଼ିକୁ ପରମେଶ୍ୱର ସୃଷ୍ଟି କରିଛନ୍ତି। ଅତଏବ ଯେଉଁମାନେ ବିଶ୍ୱାସୀ ଏବଂ ସତ୍ୟକୁ ଜାଣନ୍ତି, ସେମାନେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇ ସେହି ଖାଦ୍ୟ ଖାଇ ପାରିବେ।
4
ପରମେଶ୍ୱର ଯାହାସବୁ ସୃଷ୍ଟି କରିଛନ୍ତି, ସେ ସବୁ ଉତ୍ତମ ଅଟେ। ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲା ପରେ, ତାହାଙ୍କ ସୃଷ୍ଟ କୌଣସି ବିଷୟ ଗ୍ରହଣ କରିବା ପାଇଁ ମନା କରିବା ଉଚିତ୍ ନୁହେଁ।
5
ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ପ୍ରତ୍ୟେକ ବିଷୟ ପରମେଶ୍ୱର କହିଥିବା କଥା ଦ୍ୱାରା ଓ ପ୍ରାର୍ଥନା ଦ୍ୱାରା ପବିତ୍ର ହୋଇଥାଏ।
6
ଯୀଶୁ ଖ୍ରୀଷ୍ଟଙ୍କର ଭଲ ସେବକ ହୁଅ ସେଠାରେ ଥିବା ଭାଇ ଓ ଭଉଣୀମାନଙ୍କୁ ଏ କଥା କୁହ। ଏପରି କରିବା ଦ୍ୱାରା ତୁମ୍ଭେ ଖ୍ରୀଷ୍ଟ ଯୀଶୁଙ୍କର ଭଲ ସେବକ ବୋଲି ପ୍ରମାଣିତ ହେବ। ତୁମ୍ଭେ ପ୍ରମାଣ କରିବ ଯେ ତୁମ୍ଭେ ଅନୁସରଣ କରିଥିବା ବିଶ୍ୱାସର ଶିକ୍ଷାଗୁଡ଼ିକ ଦ୍ୱାରା ଶକ୍ତିଶାଳୀ ହୋଇଛ।
7
ପରମେଶ୍ୱରଙ୍କ ସତ୍ୟ ସହିତ ମେଳ ନ ଖାଉଥିବା ନିର୍ବୋଧ କାହାଣୀମାନ ଲୋକେ କୁହନ୍ତି। ଏଭଳି କାହାଣୀଗୁଡ଼ିକୁ ପାଳନ କର ନାହିଁ। କିନ୍ତୁ ତୁମ୍ଭେ ପ୍ରକୃତ ଭାବରେ ପରମେଶ୍ୱରଙ୍କୁ ସେବା କରିବା ଲାଗି ନିଜକୁ ଶିକ୍ଷିତ କର।
8
ନିଜ ଶରୀର ସାଧନା ଅନେକାଂଶରେ ତୁମ୍ଭକୁ ସାହାଯ୍ୟ କରେ। କିନ୍ତୁ ପରମେଶ୍ୱରଙ୍କ ଉପାସନା କରିବା ଦ୍ୱାରା ତାହା ସମସ୍ତ ବିଷୟରେ ତୁମ୍ଭକୁ ସାହାଯ୍ୟ କରେ। ଏହା ବର୍ତ୍ତମାନର ଜୀବନରେ ଓ ଭବିଷ୍ୟତରେ ଜୀବନରେ ମଧ୍ୟ ତୁମ୍ଭ ପାଇଁ ଆଶୀର୍ବାଦ ଆଣେ।
9
ମୁଁ ଯାହା କହୁଛି ତାହା ସତ୍ୟ, ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ୍।
10
ଏଥିପାଇଁ ଆମ୍ଭେ କାମ ଓ ସଂଘର୍ଷ କରୁଛୁ; ଆମ୍ଭେ ଜୀବିତ ପରମେଶ୍ୱରଙ୍କଠାରେ ଭରସା ରଖିଥାଉ। ସେ ସମସ୍ତ ଲୋକଙ୍କର ଏବଂ ବିଶେଷ ଭାବରେ, ଯେଉଁ ଲୋକମାନେ ତାହାଙ୍କୁ ବିଶ୍ୱାସ କରନ୍ତି ସେମାନଙ୍କର ତ୍ରାଣକର୍ତ୍ତା।
11
ଏହି କଥାଗୁଡ଼ିକ ଶିକ୍ଷା ଦିଅ।
12
ତୁମ୍ଭେ ଯୁବକ, କିନ୍ତୁ କେହି ତୁମ୍ଭକୁ ଯେପରି ତୁଚ୍ଛ ବୋଲି ଭାବି ତୁମ୍ଭ ସହିତ କୁବ୍ୟବହାର ନ କରେ। ବିଶ୍ୱାସୀମାନଙ୍କ ପାଇଁ, ସେମାନେ କିପରି ରହିବା କଥା ତାହା ଦେଖାଇବାକୁ ତୁମ୍ଭେ ଆଦର୍ଶବାନ ହୁଅ। ତୁମ୍ଭର କଥା ଓ ଜୀବନ ପ୍ରଣାଳୀ ପ୍ରେମ, ବିଶ୍ୱାସ, ପବିତ୍ର ଜୀବନ ଦ୍ୱାରା ତୁମ୍ଭେ ସେମାନଙ୍କୁ ତାହା ଦେଖାଇ ଦିଅ।
13
ଲୋକମାନଙ୍କ ନିକଟରେ ଶାସ୍ତ୍ର ପଢ଼ି ଶୁଣାଇବା ଜାରି ରଖ। ବଳ (ଆତ୍ମିକ) ଓ ବୃଦ୍ଧି ପାଇବାକୁ ସେମାନଙ୍କୁ ସାହାଯ୍ୟ କର। ସେମାନଙ୍କୁ ଉପଦେଶ ଦେବା କାର୍ଯ୍ୟ ଜାରି ରଖ ଏବଂ ମୁଁ ଆସିବା ପର୍ଯ୍ୟନ୍ତ ଏପରି କରୁଥାଅ।
14
ତୁମ୍ଭ ଭିତରେ ଯେଉଁ ଅନୁଗ୍ରହ ଦାନଟି ଅଛି, ତାହାକୁ ବ୍ୟବହାର କରିବାରେ ଅବହେଳା କର ନାହିଁ। ଭବିଷ୍ୟଦ୍ବାଣୀ ମାଧ୍ୟମରେ ଯେତେବେଳେ ପ୍ରାଚୀନମାନଙ୍କର ଦଳ ତୁମ୍ଭ ଉପରେ ହାତ ରଖିଲେ, ସେତେବେଳେ ସେହି ଅନୁଗ୍ରହ ଦାନ ତୁମ୍ଭକୁ ଦିଆ ଯାଇଥିଲା।
15
ସେଗୁଡ଼ିକ କରୁଥାଅ। ଉକ୍ତ କାମଗୁଡ଼ିକୁ କରିବା ପାଇଁ ଜୀବନକୁ ଉତ୍ସର୍ଗ କର। ତହିଁରେ ସବୁ ଲୋକେ ଦେଖିବେ ଯେ, ତୁମ୍ଭ କାମରେ ଉନ୍ନତି ହେଉଛି ଓ ଗ୍ଭଲିଛି।
16
ତୁମ୍ଭ ନିଜ ଜୀବନ ସମ୍ବନ୍ଧରେ ଓ ତୁମ୍ଭ ବିଷୟରେ ସତର୍କ ରୁହ। ଉତ୍ତମ ଜୀବନଯାପନ ଓ ଶିକ୍ଷା ପ୍ରଦାନ କର। ତା’ହେଲେ ତୁମ୍ଭେ ତୁମ୍ଭର ଶିକ୍ଷା ଶୁଣୁଥିବା ଲୋକଙ୍କୁ ଓ ନିଜକୁ ରକ୍ଷା କରି ପାରିବ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 5 →
All chapters:
1
2
3
4
5
6