bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Timothy 6
1 Timothy 6
Odia Bible ERV 2004 (ପବିତ୍ର ବାଇବଲ)
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
1
କ୍ରୀତଦାସମାନଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷାଦାନ କ୍ରୀତଦାସମାନେ ନିଜ ମାଲିକକୁ ପୂର୍ଣ୍ଣ ସମ୍ମାନ ଦେବା ଉଚିତ୍। ସେମାନେ ସେହିପରି କଲେ ପରମେଶ୍ୱରଙ୍କ ନାମ ଏବଂ ଖ୍ରୀଷ୍ଟିୟାନ ଉପଦେଶଗୁଡ଼ିକ ସମାଲୋଚିତ ହେବ ନାହିଁ।
2
କେତେକ କ୍ରୀତଦାସମାନଙ୍କ ମାଲିକମାନେ ବିଶ୍ୱାସୀ ଅଟନ୍ତି। ଅତଏବ ସେହି ଦାସମାନେ ସେହି ମାଲିକମାନଙ୍କୁ ଭାଇ ବୋଲି ଭାବି ସେମାନଙ୍କୁ କମ୍ ସମ୍ମାନ ଦେଖାଇବା ଉଚିତ୍ ନୁହେଁ। ଏପରିକି ସେହି ଦାସମାନେ ନିଜ ମାଲିକମାନଙ୍କର ଅଧିକ ଭଲରେସେବା କରିବା ଉଚିତ୍। କାରଣ ସେହିପରି କରିବା ଦ୍ୱାରା ସେମାନେ ଭଲ ପାଉଥିବା ବିଶ୍ୱାସୀ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି।
3
ଭଣ୍ଡ ଶିକ୍ଷା ଓ ପ୍ରକୃତ ଧନ ତୁମ୍ଭେ ଲୋକମାନଙ୍କୁ ଏହି ବିଷୟ ଗୁଡ଼ିକ କରିବା ପାଇଁ ଶିକ୍ଷା ଦେବା ଓ କହିବା ଉଚିତ୍। କେତେ ଲୋକ ଭଣ୍ଡ ଶିକ୍ଷା ଦେବେ। ସେମାନେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସତ୍ୟ ଶିକ୍ଷା ସହିତ ଏକମତ ହୁଅନ୍ତି ନାହିଁ। ପରମେଶ୍ୱରଙ୍କ ସେବା କରିବାର ସତ୍ମାର୍ଗ ସହିତ ମିଳି ଯାଉଥିବା ଶିକ୍ଷା ସେମାନେ ଗ୍ରହଣ କରନ୍ତି ନାହିଁ;
4
ଯେଉଁ ଲୋକ ଭଣ୍ଡ ଶିକ୍ଷା ଦିଏ, ସେ ଗର୍ବୀ ଓ କିଛି ବୁଝି ନ ଥାଏ। ସେହି ଲୋକ ଶବ୍ଦର ଅର୍ଥକୁ ନେଇ ଯୁକ୍ତିତର୍କ କରିବା ପାଇଁ ଅତ୍ୟଧିକ ଆଗ୍ରହୀ ହୋଇଥାଏ ଓ ସେ ବାଗ୍ଯୁଦ୍ଧ କରେ। ଏଗୁଡ଼ିକ ଦ୍ୱାରା କଳି, ଈର୍ଷା, ଅପମାନ ଓ ସନ୍ଦେହ ଆସିଥାଏ।
5
ତାହା ମନ୍ଦ ମନ ଥିବା ଲୋକମାନଙ୍କ ମାଧ୍ୟମରେ ସୀମାହୀନ ଯୁକ୍ତିତର୍କ ଆରମ୍ଭ କରେ। କୁତର୍କକୁ ମଧ୍ୟ ତାହା ଆମନ୍ତ୍ରିତ କରେ। ସେହି ଲୋକମାନେ ସତ୍ୟକୁ ହରାଇ ବସିଛନ୍ତି। ସେମାନେ ଭାବନ୍ତି ଯେ ପରମେଶ୍ୱରଙ୍କ ସେବା କରିବା ହେଉଛି ଧନୀ ହେବାର ଏକ ଉପାୟ।
6
ଯଦି ଜଣେ ଲୋକ ତା’ ପାଖରେ ଯାହା ଅଛି, ସେତିକିରେ ସନ୍ତୁଷ୍ଟ ରହେ, ତା’ହେଲେ ପ୍ରକୃତରେ ପରମେଶ୍ୱରଙ୍କ ସେବା ଦ୍ୱାରା ସେହି ଲୋକ ବହୁତ ଧନୀ ହୋଇଯାଏ।
7
ପୃଥିବୀକୁ ଆସିଲା ବେଳେ ଆମ୍ଭେ କିଛି ଆଣି ନ ଥିଲୁ ଓ ଯେତେବେଳେ ଆମ୍ଭେ ମରିଯିବା ଏଠାରୁ କିଛି ନେଇ ଯାଇ ପାରିବା ନାହିଁ।
8
ଅତଏବ ଯଦି ଆମ୍ଭର ଖାଇବା ଓ ପିନ୍ଧିବା ଜିନିଷ ଅଛି, ଆମ୍ଭେ ସେଥିରେ ସନ୍ତୁଷ୍ଟ ରହିବା।
9
ଯେଉଁମାନେ ଧନୀ ହେବାକୁ ଗ୍ଭହୁଁଛନ୍ତି, ସେମାନେ ପ୍ରଲୋଭନ ଫାନ୍ଦରେ ପଡ଼ି ଯାଆନ୍ତି। ଅନେକ ମୂର୍ଖତାପୂର୍ଣ୍ଣ ଓ ଦୁଃଖ ଦେଉଥିବା ବିଷୟ ଗୁଡ଼ିକ ପାଇଁ ସେମାନେ ଇଚ୍ଛା ପୋଷଣ କରନ୍ତି। ସେଗୁଡ଼ିକ ଲୋକମାନଙ୍କୁ ନଷ୍ଟ କରି ତଳିତଳାନ୍ତ କରିଦିଏ।
10
ଧନର ଲୋଭ ସମସ୍ତ ପ୍ରକାର ମନ୍ଦର କାରଣ। ଅଧିକରୁ ଅଧିକ ଧନ ପାଇବା ଲୋଭରେ କେତେ ଲୋକ ସତ୍ୟ ବିଶ୍ୱାସକୁ ଛାଡ଼ି ଦେଇଛନ୍ତି। କିନ୍ତୁ ସେହିପରି କରିବା ଦ୍ୱାରା ସେମାନେ ନିଜ ଉପରକୁ ଅନେକ ଦୁଃଖ ଟାଣି ଆଣିଛନ୍ତି।
11
କେତୋଟି ମନେ ରଖିବା କଥା କିନ୍ତୁ ତୁମ୍ଭେ ଜଣେ ପରମେଶ୍ୱରଙ୍କର ଲୋକ। ଅତଏବ ତୁମ୍ଭେ ସେହିସବୁ ବିଷୟଠାରୁ ଦୂରରେ ରହିବା କଥା। ଧାର୍ମିକ ଭାବରେ ରହିବା ପାଇଁ ଚେଷ୍ଟା କର, ପରମେଶ୍ୱରଙ୍କ ଉପାସନା କର। ତୁମ୍ଭ ଜୀବନରେ ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ଭଦ୍ର ଆଚରଣ କରିବା ପାଇଁ ଚେଷ୍ଟା କର।
12
ବିଶ୍ୱାସକୁ ଧରି ରଖିବା ଗୋଟିଏ ଦୌଡ଼ ପ୍ରତିଯୋଗିତା ଭଳି। କୌଣସିମତେ ସେହି ପ୍ରତିଯୋଗିତା ଜିତିବାକୁ ଚେଷ୍ଟା କର। ଅନନ୍ତ ଜୀବନ ଧାରଣ କର। ତୁମ୍ଭକୁ ସେଥିପାଇଁ ଡକା ଯାଇଛି। ଅନେକ ଲୋକଙ୍କ ଆଗରେ ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମହାନ୍ ସତ୍ୟକୁ ସ୍ୱୀକାର କରିଛ।
13
ପରମେଶ୍ୱର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗରେ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ପନ୍ତିୟ ପୀଲାତଙ୍କ ଆଗରେ ଠିଆ ହୋଇଥିବା ବେଳେ ଖ୍ରୀଷ୍ଟ ଯୀଶୁ ସେହି ଏକା ମହାନ୍ ସତ୍ୟଟିକୁ ସ୍ୱୀକାର କରିଥିଲେ। ଏକମାତ୍ର ପରମେଶ୍ୱର ପ୍ରତ୍ୟେକ ବିଷୟକୁ ଜୀବନ ପ୍ରଦାନ କରନ୍ତି।
14
ଏବେ ମୁଁ ତୁମ୍ଭକୁ କହୁଛି: ତୁମ୍ଭକୁ ଦିଆ ଯାଇଥିବା ଆଦେଶଗୁଡ଼ିକ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କର ପୁନରାଗମନ ପର୍ଯ୍ୟନ୍ତ ସେହି କାମଗୁଡ଼ିକ ନିର୍ଭୁଲ ଭାବରେ ଓ ଅନିନ୍ଦନୀୟ ଭାବରେ କର।
15
ପରମେଶ୍ୱର ଉପଯୁକ୍ତ ସମୟ ଆସିଲେ, ତାହା ସାଧନ କରିବେ। ପରମେଶ୍ୱର ଏକମାତ୍ର ପରମଧନ୍ୟ ସମ୍ରାଟ୍। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।
16
ପରମେଶ୍ୱର ଅମର ଅଟନ୍ତି। ପରମେଶ୍ୱର ଏତେ ଉଜ୍ଜ୍ୱଳ ପ୍ରକାଶ ମଧ୍ୟରେ ବାସ କରନ୍ତି ଯେ ଲୋକେ ତାହା ପାଖକୁ ଯାଇ ପାରନ୍ତି ନାହିଁ। କେହି କେବେ ହେଲେ ପରମେଶ୍ୱରଙ୍କୁ ଦେଖି ନାହିଁ। କେହି କେବେ ହେଲେ ପରମେଶ୍ୱରଙ୍କୁ ଦେଖି ନାହିଁ। କେହି କେବେ ପରମେଶ୍ୱରଙ୍କୁ ମଧ୍ୟ ଦେଖି ପାରିବେ ନାହିଁ। ପରମେଶ୍ୱରଙ୍କ ଗୌରବ ଓ ଶକ୍ତି ଅନନ୍ତକାଳ ପର୍ଯ୍ୟନ୍ତ ପ୍ରକାଶ ପାଉ। ଆମେନ୍।
17
ଏହି ଆଦେଶ ସେହିମାନଙ୍କୁ ଦିଅ, ଯେଉଁମାନେ ଏ ପୃଥିବୀରେ ଧନୀ ଅଟନ୍ତି। ସେମାନଙ୍କୁ ଗର୍ବ ନ କରିବା ପାଇଁ କୁହ। ସେମାନଙ୍କୁ କୁହ ଯେ ସେମାନେ ନିଜ ଧନର ନୁହେଁ, ମାତ୍ର ପରମେଶ୍ୱରଙ୍କର ଆଶ୍ରୟ ନେବା ଉଚିତ୍। ଧନ ଉପରେ ଆସ୍ଥା ରଖ ନାହିଁ। କିନ୍ତୁ ପରମେଶ୍ୱର ପ୍ରତ୍ୟେକ ବସ୍ତୁ ଯଥେଷ୍ଟ ପରିମାଣରେ ଆମ୍ଭକୁ ପ୍ରଦାନ କରନ୍ତି। ସେ ଭୋଗ କରିବା ପାଇଁ ଆମ୍ଭକୁ ପ୍ରତ୍ୟେକ ଜିନିଷ ଦିଅନ୍ତି।
18
ଧନୀ ଲୋକମାନଙ୍କୁ କୁହ ଯେ ସେମାନେ ଭଲ କାମ କରନ୍ତୁ। ସେମାନଙ୍କୁ କୁହ ଯେ, ଭଲ କାମ କରିବାରେ ସେମାନେ ଧନୀ ହୁଅନ୍ତୁ।
19
ସେହିପରି କରି ସେମାନେ ସ୍ୱର୍ଗରେ ନିଜ ପାଇଁ ସମ୍ପତ୍ତି ଜମା ରଖିବେ। ସେହି ସମ୍ପତ୍ତି ହେଉଛି ଦୃଢ଼ ମୂଳଦୁଆ ଯାହା ଉପରେ ସେମାନଙ୍କର ଭବିଷ୍ୟତ୍ ଜୀବନ ଠିଆ ହୋଇପାରିବ। ତା’ହେଲେ ସେମାନେ ପ୍ରକୃତ ଜୀବନର ଅଧିକାରୀ ହୋଇ ପାରିବେ।
20
ତୀମଥି, ପରମେଶ୍ୱର ତୁମ୍ଭ ଉପରେ ଅନେକ ବିଷୟର ଭାର ଦେଇଛନ୍ତି। ସେଗୁଡ଼ିକୁ ସୁରକ୍ଷିତ ରଖିଥାଅ। ପରମେଶ୍ୱରଙ୍କ ନିକଟକୁ ଆସି ନ ଥିବା ଅସାର କଥା କହୁଥିବା ଲୋକମାନଙ୍କଠାରୁ ଦୂରରେ ରୁହ। ସତ୍ୟ ବିରୁଦ୍ଧରେ ଯୁକ୍ତିତର୍କ କରୁଥିବା ଲୋକମାନଙ୍କଠାରୁ ଦୂରରେ ରୁହ। ଏହାକୁ ସେମାନେ ମିଛରେ “ଜ୍ଞାନ” ବୋଲି କହିଥା’ନ୍ତି। କିନ୍ତୁ ଏହା ପ୍ରକୃତ ଜ୍ଞାନ ନୁହେଁ।
21
କେତେ ଲୋକ କୁହନ୍ତି ଯେ ସେମାନଙ୍କର ସେହି “ଜ୍ଞାନ” ଅଛି। ସେମାନେ ସତ୍ୟ ବିଶ୍ୱାସକୁ ତ୍ୟାଗ କରି ସାରିଛନ୍ତି। ପରମେଶ୍ୱରଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହିତ ରହୁ।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
All chapters:
1
2
3
4
5
6