bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Timothy 3
1 Timothy 3
Odia Bible ERV 2004 (ପବିତ୍ର ବାଇବଲ)
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 4 →
1
ମଣ୍ଡଳୀର ନେତାଗଣ ମୁଁ ଯାହା କହୁଛି ତାହା ସତ୍ୟ: ଯଦି କେହି ଅଧ୍ୟକ୍ଷ ହେବା ପାଇଁ ଚେଷ୍ଟା କରେ, ତେବେ ସେ ଭଲ କାର୍ଯ୍ୟ ଗ୍ଭହୁଁଛନ୍ତି।
2
ଅଧ୍ୟକ୍ଷ ବ୍ୟକ୍ତି ଜଣକ ଏତେ ଭଲ ହେବା ଦରକାର ଯେ ଲୋକେ ପ୍ରକୃତରେ ତାହାଙ୍କୁ ସମାଲୋଚନା କରିବାକୁ ଅସମର୍ଥ ହେବେ। ତାହାଙ୍କର ନିଶ୍ଚୟ ଗୋଟିଏ ମାତ୍ର ପତ୍ନୀ ଥିବା ଉଚିତ୍। ତାହାଙ୍କର ଆତ୍ମସଂଯମ ଥିବା ଦରକାର ଓ ସେ ବୁଦ୍ଧିମାନ ହେବା ଦରକାର। ସେ ଅନ୍ୟମାନଙ୍କ ଦ୍ୱାରା ସମ୍ମାନ ପାଉଥିବା ଦରକାର। ନିଜ ଘରେ ସ୍ୱାଗତ କରି ଲୋକମାନଙ୍କୁ ସେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥିବା ଦରକାର। ସେ ଜଣେ ଭଲ ଶିକ୍ଷାଦାତା ହୋଇଥିବା ଦରକାର।
3
ସେ ଅତ୍ୟଧିକ ମଦ୍ୟପାନ କରିବା ଉଚିତ୍ ନୁହେଁ। ସେ କଳହ ମନୋବୃତ୍ତିର ଲୋକ ନ ହୋଇଥିବା କଥା। ସେ ନମ୍ର ଓ ଶାନ୍ତ ହେବା ଦରକାର।
4
ସେ ଧନ ଲୋଭୀ ହୋଇ ନ ଥିବେ, ସେ ନିଜ ପରିବାରକୁ ଉପଯୁକ୍ତ ଭାବରେ ନେତୃତ୍ୱ ଦେଇପାରୁଥିବେ। ତା’ର ଅର୍ଥ ଯେ ତାହାଙ୍କର ପିଲାମାନେ ତାହାଙ୍କୁ ପୂର୍ଣ୍ଣ ସମ୍ମାନ ସହିତ ତାହାଙ୍କର ବାଧ୍ୟ ହେଉଥିବେ।
5
ଯଦି ଜଣେ ପରିବାରର ନେତୃତ୍ୱ ଦେଇ ଜାଣି ନାହିଁ, ସେ ପରମେଶ୍ୱରଙ୍କ ମଣ୍ଡଳୀର ଯତ୍ନ ନେଇ ପାରିବ ନାହିଁ।
6
କିନ୍ତୁ ଜଣେ ଅଧ୍ୟକ୍ଷ ନୂତନ ଶିଷ୍ୟ ହୋଇ ନ ଥିବେ। ନୂତନ ବିଶ୍ୱାସୀଙ୍କୁ ଅଧ୍ୟକ୍ଷ କରାଗଲେ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପାରେ। ଏଭଳି ପରିସ୍ଥିତିରେ ତା’ର ଗର୍ବ ଲାଗି ସେ ଶୟତାନ ଭଳି ଦୋଷୀ ହୋଇ ଦଣ୍ଡିତ ହେବ।
7
ଯେଉଁମାନେ ମଣ୍ଡଳୀର ସଦସ୍ୟ ନୁହନ୍ତି, ବାହାରର ସେହି ଲୋକମାନଙ୍କର ମଧ୍ୟ, ଅଧ୍ୟକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ୟକ। ତହିଁରେ ସେ ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେବେ ନାହିଁ କି ଶୟତାନର ଫାନ୍ଦରେ ପଡ଼ିବେ ନାହିଁ।
8
ମଣ୍ଡଳୀର ସେବକଗଣ ସେହିପରି ମଣ୍ଡଳୀରେ ନିଯୁକ୍ତି ପାଇଥିବା ସ୍ୱତନ୍ତ୍ର ସେବକଗଣ ଏଭଳି ଲୋକ ହୋଇଥିବା କଥା, ଯେଉଁମାନଙ୍କୁ ଲୋକେ ସମ୍ମାନ କରୁଥିବେ। ସେମାନେ ଯାହା କହନ୍ତି, ତାହା ବିଶ୍ୱାସ ଯୋଗ୍ୟ ହେବା ଉଚିତ୍। ଅଧିକ ଦ୍ରାକ୍ଷାରସ ପିଇବାରେ ନିଜ ସମୟ କାଟିବା ଉଚିତ୍ ନୁହେଁ। ସବୁବେଳେ ଅନ୍ୟମାନଙ୍କୁ ଠକି ଧନୀ ହେବାକୁ ଚେଷ୍ଟା କରୁଥିବା ଲୋକମାନଙ୍କ ପରି ସେମାନେ ହୋଇ ନ ଥିବେ।
9
ସେମାନେ ପରମେଶ୍ୱରଙ୍କ ଦ୍ୱାରା ଆମ୍ଭକୁ ଜ୍ଞାତ କରାଯାଇଥିବା ସତ୍ୟର ଅନୁସରଣ କରୁଥିବେ ଓ ଯାହା ଠିକ୍ ଭାବନ୍ତି, ତାହା କରୁଥିବେ।
10
ତୁମ୍ଭେମାନେ ପ୍ରଥମେ ସେମାନଙ୍କୁ ପରୀକ୍ଷା କରିବ। ଯଦି ସେମାନଙ୍କ ଭିତରେ କୌଣସି ଦୁର୍ଗୁଣ ନାହିଁ, ତା’ହେଲେ ସେମାନେ ବିଶେଷ ସେବକ ଭାବେ ସେବା କରି ପାରିବେ।
11
ସେହିପରି ବିଶେଷ ସେବିକା ହେବା ପାଇଁ ନିଯୁକ୍ତ ସ୍ତ୍ରୀମାନଙ୍କର ପ୍ରତି ଅନ୍ୟ ଲୋକମାନଙ୍କର ସମ୍ମାନ ଭାବ ଥିବା ଦରକାର। ସେମାନେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା ଆଦୌ କହୁ ନ ଥିବେ। ସେମାନଙ୍କର ଆତ୍ମା ସଂଯମ ଥିବା ପ୍ରୟୋଜନ ଓ ପ୍ରତ୍ୟେକ କଥାରେ ଯେପରି ସେମାନଙ୍କୁ ବିଶ୍ୱାସ କରାଯାଇ ପାରୁଥିବ।
12
ଯେଉଁମାନେ ବିଶେଷ ସେବକ ହେବେ, ସେମାନଙ୍କର କେବଳ ଗୋଟିଏ ପତ୍ନୀ ଥିବ। ସେମାନେ ନିଜ ସନ୍ତାନସନ୍ତତି ଓ ପରିବାରକୁ ଭଲ ନେତୃତ୍ୱ ଦେଇପାରୁଥିବେ।
13
ଯେଉଁ ଲୋକମାନେ ଭଲ ଭାବରେ ସେବା କରନ୍ତି, ସେମାନେ ନିଜ ପାଇଁ ସମ୍ମାନଜନକ ସ୍ଥାନ ଅଧିକାର କରନ୍ତି ଏବଂ ସେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ବିଶ୍ୱାସ ସମ୍ପର୍କରେ ଦୃଢ଼ ନିଶ୍ଚୟତା ବୋଧ ପାଆନ୍ତି।
14
ଆମ୍ଭ ଜୀବନର ରହସ୍ୟ ମୁଁ ତୁମ୍ଭ ପାଖକୁ ଶୀଘ୍ର ଯିବି ବୋଲି ଆଶା କରେ।
15
କିନ୍ତୁ ମୁଁ ଏବେ ଏହି କଥାଗୁଡ଼ିକ ତୁମ୍ଭକୁ ଲେଖୁଛି। ଯଦି ମୁଁ ଶୀଘ୍ର ନ ଯାଏ, ତେବେ ମଧ୍ୟ ତୁମ୍ଭେମାନେ ଜାଣି ପାରିବ ଯେ ପରମେଶ୍ୱରଙ୍କ ପରିବାରରେ ଲୋକମାନେ କ’ଣ କ’ଣ କରିବା ଅବଶ୍ୟକ। ସେହି ପରିବାର ଜୀବିତ ପରମେଶ୍ୱରଙ୍କର ମଣ୍ଡଳୀ ଅଟେ। ପରମେଶ୍ୱରଙ୍କ ମଣ୍ଡଳୀ ସତ୍ୟର ଅବଲମ୍ବନ କରେ ଓ ମୂଳଦୁଆ ଅଟେ।
16
ଏଥିରେ ସନ୍ଦେହ ନାହିଁ ଯେ ଆମ୍ଭ ଧର୍ମର ମହାନ ଗୁପ୍ତ ସତ୍ୟ ଏହା ଯେ, ଖ୍ରୀଷ୍ଟ ମଣିଷ ଶରୀରରେ ଆମ୍ଭକୁ ଦେଖା ଦେଲେ; ପବିତ୍ରଆତ୍ମା ତାହାଙ୍କୁ ଧାର୍ମିକ ବୋଲି ପ୍ରମାଣିତ କଲେ ସ୍ୱର୍ଗଦୂତମାନଙ୍କ ଦ୍ୱାରା ସେ ଦେଖାଗଲେ; ତାହାଙ୍କ ବିଷୟରେ ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପ୍ରଗ୍ଭରିତ ହେଲା; ସଂସାରରେ ଲୋକେ ତାହାଙ୍କୁ ବିଶ୍ୱାସ କଲେ; ସେ ସ୍ୱର୍ଗକୁ ମହିମାମୟ ହୋଇ ନିଆଗଲେ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 4 →
All chapters:
1
2
3
4
5
6