bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Timothy 5
1 Timothy 5
Odia Bible ERV 2004 (ପବିତ୍ର ବାଇବଲ)
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 6 →
1
ଅନ୍ୟ ଲୋକଙ୍କ ସହିତ ରହିବା ପାଇଁ କେତୋଟି ନିୟମ ତୁମ୍ଭେ ଜଣେ ବୟସ୍କ ଲୋକ ସହିତ ରାଗରେ କଥାବାର୍ତ୍ତା କର ନାହିଁ। ନିଜ ପିତା ବୋଲି ଭାବି ତାହାଙ୍କ ସହିତ କଥା କୁହ। ସାନମାନଙ୍କ ପ୍ରତି ନିଜ ଭାଇ ଭଳି ଆଚରଣ କର।
2
ବୟସ୍କା ସ୍ତ୍ରୀଲୋକମାନଙ୍କୁ ମା ଭଳି ଓ ଯୁବତୀ ସ୍ତ୍ରୀଲୋକମାନଙ୍କୁ ଭଉଣୀ ଭଳି ଆଚରଣ କର। ସର୍ବଦା ସେମାନଙ୍କ ପ୍ରତି ପବିତ୍ରତାର ସହିତ ଆଚରଣ କର।
3
ବିଧବାମାନଙ୍କର ଯତ୍ନ ନେବା ପ୍ରକୃତରେ ଏକୁଟିଆଥିବା ବିଧବାମାନଙ୍କର ଯତ୍ନ ନିଅ।
4
କିନ୍ତୁ ଯଦି ଜଣେ ବିଧବାର ପୁଅଝିଅ ବା ନାତିନାତୁଣୀ ଥାଏ, ସେମାନେ ପ୍ରଥମରେ ନିଜ ପରିବାର ପ୍ରତି ସମ୍ମାନଭାବ ଦେଖାଇବା ଉଚିତ୍। ସେମାନେ ତାଙ୍କର ପିତାମାତାଙ୍କୁ ସାହାଯ୍ୟ କରିବା ଉଚିତ୍। ଏପରି କରିବା ଦ୍ୱାରା ସେମାନେ ନିଜର ପିତାମାତା ଓ ପିତାମହ ଓ ମାତାମହୀଙ୍କୁ ପ୍ରତିଦାନ କରି ଥା’ନ୍ତି। ତାହା ପରମେଶ୍ୱରଙ୍କୁ ପ୍ରସନ୍ନ କରେ।
5
ଯଦି ଜଣେ ବିଧବା ପ୍ରକୃତରେ ଏକୁଟିଆ ଓ ନିରାଶାରେ ରହିଥାଏ, ତା’ହେଲେ ସେ ତା’ ପ୍ରତି ପରମେଶ୍ୱରଙ୍କର ସାହାଯ୍ୟ ଉପରେ ଭରସା କରେ। ସେହି ବିଧବାଟି ରାତିଦିନ ପରମେଶ୍ୱରଙ୍କୁ ପ୍ରାର୍ଥନା କରେ, ତାହାଙ୍କ ସାହାଯ୍ୟ ପାଇଁ ଅନୁରୋଧ କରେ।
6
କିନ୍ତୁ ଏଭଳି ବିଧବା ଯାହାର ଜୀବନର ଲକ୍ଷ୍ୟ କେବଳ ନିଜକୁ ସନ୍ତୁଷ୍ଟ କରିବା, ସେ ବଞ୍ଚି ଥାଉଥାଉ ମଧ୍ୟ ପ୍ରକୃତରେ ମୃତ।
7
ସେଠାରେ ଥିବା ସମସ୍ତ ବିଶ୍ୱାସୀ ଲୋକଙ୍କୁ ଏହି କାମଗୁଡ଼ିକ କରିବା ପାଇଁ କୁହ, ତା’ହେଲେ କେହି କହିବେ ନାହିଁ ଯେ ସେମାନେ ଭୁଲ୍ କରୁଛନ୍ତି।
8
ନିଜର ଆତ୍ମୀୟ ସମସ୍ତଙ୍କର ଯତ୍ନ ନେବା ଜଣେ ଲୋକର କର୍ତ୍ତବ୍ୟ ଅଟେ। ଏପରିକି ଆଉ ମଧ୍ୟ ସେ ନିଜ ପରିବାରର ଯତ୍ନ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ଲୋକ ସେହିପରି କରୁ ନାହିଁ, ତା’ହେଲେ ସେ ଲୋକ ସତ୍ୟ ବିଶ୍ୱାସକୁ ଅନୁସରଣ କରୁ ନାହିଁ। ସେହି ଲୋକ ଜଣେ ଅବିଶ୍ୱାସୀଠାରୁ ମଧ୍ୟ ଖରାପ।
9
ବିଧବା ତାଲିକା (ସେବାକାର୍ଯ୍ୟରେ) ଆହୁରି ମଧ୍ୟ ଯୋଗ କରାଯାଇପାରେ ଯେ ସେ ନିଶ୍ଚିତରୂପେ ଷାଠିଏ ବର୍ଷ ବା ତା’ଠାରୁ ଅଧିକ ବୟସର ହୋଇଥିବେ। ସେ କେବଳ ସ୍ୱାମୀର ବିଶ୍ୱସ୍ତ ହୋଇଥିବେ।
10
ସେ ଜୀବନରେ ଭଲ କାମ କରିଥିବେ। ଯେପରି ପିଲାମାନଙ୍କୁ ବୃଦ୍ଧି କରିବା, ଘରେ ଅତିଥିମାନଙ୍କୁ ସତ୍କାର କରିବା, ପରମେଶ୍ୱରଙ୍କ ଲୋକମାନଙ୍କର ଗୋଡ଼ ଧୋଇବ, କଷ୍ଟରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ଓ ନିଜ ଜୀବନରେ ସମସ୍ତ ପ୍ରକାରର ଭଲ କାମ କରିବା।
11
କିନ୍ତୁ ଯୁବତୀ ବିଧବାମାନଙ୍କୁ ସେହି ତାଲିକାଭୁକ୍ତ କର ନାହିଁ। ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ସମର୍ପିତ ହେବା ପରେ ମଧ୍ୟ ନିଜର ପ୍ରବଳ କାମାଭିଳାଷ ଯୋଗୁଁ ତାହାଙ୍କଠାରୁ ଦୂରକୁ ଆକର୍ଷିତ ହୋଇ ପାରନ୍ତି। ତା’ପରେ ସେମାନେ ପୁଣି ଥରେ ବିବାହ କରିବାକୁ ଇଚ୍ଛା କରନ୍ତି।
12
ସେଥିପାଇଁ ସେମାନଙ୍କର ବିଗ୍ଭର ହେବ। ତାହାଙ୍କର ପ୍ରଥମ ପ୍ରତିଜ୍ଞା ଅନୁସାରେ, କାମ ନ କରିବା ଯୋଗୁଁ ସେମାନେ ବଗ୍ଭରିତ ହେବେ।
13
ସେହି ଯୁବତୀ ବିଧବାମାନେ ଘରକୁ ଘର ଅଯଥାରେ ବୁଲାବୁଲି କରି ସମୟ ନଷ୍ଟ କରିବା ଶିଖନ୍ତି। ସେମାନେ ବଚସା କରିବା ଓ ଅନ୍ୟଲୋକଙ୍କ ଜୀବନ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। ଅନୁଚିତ୍ କଥାଗୁଡ଼ିକ କୁହନ୍ତି।
14
ଅତଏବ ଯୁବତୀମାନେ ବିବାହ କରନ୍ତୁ ସେମାନଙ୍କର ପିଲା-ଛୁଆ ହୁଅନ୍ତୁ ଏବଂ ସେମାନେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଗ୍ଭହେଁ। ଯଦି ସେମାନେ ଏପରି କରିବେ, ତା’ହେଲେ ଆମ୍ଭ ଶତ୍ରୁମାନେ ସେମାନଙ୍କୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ।
15
ଏଥିପୂର୍ବରୁ କେତେ ଜଣ ଯୁବତୀ ବିଧବା ଶୟତାନର ପଥରେ ଯାଇଛନ୍ତି।
16
ଯଦି ଜଣେ ବିଶ୍ୱାସୀ ସ୍ତ୍ରୀଲୋକର ପରିବାରରେ ବିଧବାମାନେ ଅଛନ୍ତି, ତା’ହେଲେ ସେମାନଙ୍କର ସେ ନିଜେ ଯତ୍ନ ନେବା ଦରକାର। ମଣ୍ଡଳୀକୁ ଏଥିପାଇଁ ଭାରଗ୍ରସ୍ତ କରିବା ଉଚିତ୍ ନୁହେଁ। ତା’ପରେ ମଣ୍ଡଳୀ କେବଳ ପରିବାର ବିହୀନ ବିଧବାମାନଙ୍କର ଯତ୍ନ ନେବାରେ ସକ୍ଷମ ହେବ।
17
ବୟୋଜ୍ୟେଷ୍ଠ ଏବଂ ଅନ୍ୟ ବିଷୟ ଗୁଡ଼ିକର ଶିକ୍ଷାଦାନ ମଣ୍ଡଳୀକୁ ଉତ୍ତମରୂପେ ଆଗେଇ ନେଇ ଯାଉଥିବା ପ୍ରାଚୀନମାନେ ଅତ୍ୟଧିକ ସମ୍ମାନ ପାଇବା ଉଚିତ୍। ଯେଉଁ ପ୍ରାଚୀନମାନେ ପ୍ରଗ୍ଭର ଓ ଉପଦେଶ ପ୍ରଦାନ କରୁଛନ୍ତି, ସେମାନେ ଅତ୍ୟଧିକ ସମ୍ମାନର ଅଧିକାରୀ ଅଟନ୍ତି।
18
କାରଣ ଶାସ୍ତ୍ର କୁହେ: “ଯେତେବେଳେ ବଳଦ ଅମଳ ପାଇଁ ଘୁରୁଥାଏ, ସେତେବେଳେ ତା’ର ମୁହଁ ବାନ୍ଧ ନାହିଁ ଓ ତାକୁ ଶସ୍ୟ ଖାଇବା ପାଇଁ ଅଟକାଅ ନାହିଁ।” ଶାସ୍ତ୍ର ଏପରି ମଧ୍ୟ କୁହେ: “ଜଣେ କାମ କରୁଥିବା ଲୋକ ତା’ର ଦରମା ପାଇବା ଉଚିତ୍।”
19
ଯେଉଁ ଲୋକ ଜଣେ ପ୍ରାଚୀନ ବିରୁଦ୍ଧରେ ନିନ୍ଦା କରେ, ଓ ତା’ ସହିତ ଯଦି ଅନ୍ୟ ଦୁଇ ବା ତିନି ଜଣ ଲୋକ ମଧ୍ୟ ପ୍ରାଚୀନ ଲୋକ ଭୁଲ୍ କରିଛନ୍ତି ବୋଲି କୁହନ୍ତି, ତା’ହେଲେ ଯାଇ ସେ ଲୋକର କଥା ତୁମ୍ଭେ ଶୁଣିବ।
20
ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ସେମାନଙ୍କର ଭୁଲ୍ ଦେଖାଇଦିଅ। ମଣ୍ଡଳୀର ଲୋକମାନଙ୍କ ସମ୍ମୁଖରେ ଏହା କର। ସେହିପରି କଲେ, ଅନ୍ୟମାନେ ସତର୍କ ହେବେ।
21
ପରମେଶ୍ୱର, ଖ୍ରୀଷ୍ଟ ଯୀଶୁ ଏବଂ ମନୋନୀତ ସ୍ୱର୍ଗଦୂତଙ୍କ ଆଗରେ ଏଗୁଡ଼ିକ କରିବା ପାଇଁ ମୁଁ ତୁମ୍ଭକୁ ଆଦେଶ ଦେଉଛି। ସତ୍ୟ ଜାଣିବା ପୂର୍ବରୁ ଲୋକମାନଙ୍କର ବିଗ୍ଭର କର ନାହିଁ। ସମସ୍ତଙ୍କ ପାଇଁ ସମାନ ଭାବ ଦେଖାଅ।
22
ଜଣେ ଲୋକକୁ ମଣ୍ଡଳୀର ପ୍ରାଚୀନ ଭାବେ ତା’ଉପରେ ହାତ ଥୋଇବା ସମୟରେ ଖୁବ୍ ସତର୍କ ଭାବେ ଚିନ୍ତା କର। ଅନ୍ୟ ଲୋକମାନଙ୍କ ପାପରେ ଅଂଶ ଗ୍ରହଣ କର ନାହିଁ। ନିଜକୁ ସର୍ବଦା ପବିତ୍ର ରଖ।
23
ତୀମଥି, ତୁମ୍ଭେ କେବଳ ପାଣି ପିଉଛ। ତାହା ବନ୍ଦ କରି କିଛି ଦ୍ରାକ୍ଷାରସ ମଧ୍ୟ ପିଅ। ଏହା ତୁମ୍ଭ ପେଟ ପାଇଁ ଦରକାର, ଓ ତୁମ୍ଭେ ବାରମ୍ବାର ବେମାର ପଡ଼ିବ ନାହିଁ।
24
କେତେ ଜଣଙ୍କ ପାପ ସବୁ ସ୍ପଷ୍ଟ ହୋଇ ଦେଖାଯାଏ କାରଣ ସେମାନଙ୍କର ବିଗ୍ଭର ହେବ ବୋଲି ସେମାନଙ୍କର ପାପଗୁଡ଼ିକ ଆଗତୁରା ଦେଖାଯାଏ। କିନ୍ତୁ ଅନ୍ୟ କେତେ ଜଣଙ୍କ ପାପ ପରେ ଜଣାପଡ଼େ।
25
ଲୋକମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ସତ। ଲୋକଙ୍କ ଭଲ କାମ ସହଜରେ ଦେଖାଯାଏ। କିନ୍ତୁ ଯେତେବେଳେ ସେହି ଭଲ କାମଗୁଡ଼ିକ ଦେଖାଯାଏ ନାହିଁ, ସେଗୁଡ଼ିକ ଲୁଚି ରହେ ନାହିଁ।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 6 →
All chapters:
1
2
3
4
5
6