bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Daniel 2
Daniel 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 3 →
1
ନବୂଖଦ୍ନିତ୍ସରଙ୍କ ସ୍ୱପ୍ନ ଅନନ୍ତର ନବୂଖଦ୍ନିତ୍ସର ରାଜତ୍ୱର ଦ୍ୱିତୀୟ ବର୍ଷରେ କେତେକ ସ୍ୱପ୍ନ ଦେଖିଲେ। ଏଥିରେ ତାହାର ଆତ୍ମା ଉଦ୍ବିଗ୍ନ ହେଲା ଓ ସେ ଶୋଇ ପାରିଲେ ନାହିଁ।
2
ତେଣୁ ରାଜା ତାଙ୍କର ସ୍ୱପ୍ନ ଜଣାଇବା ନିମନ୍ତେ ମନ୍ତ୍ରୀଗଣ, ଗଣକ, ମାୟାବୀ ଓ କଲ୍ଦୀୟମାନଙ୍କୁ ଡାକିବା ପାଇଁ ଆଜ୍ଞା ଦେଲେ। ଏଥିରେ ସେମାନେ ଆସି ରାଜାଙ୍କ ସମ୍ମୁଖରେ ଠିଆ ହେଲେ।
3
ରାଜା ସେମାନଙ୍କୁ କହିଲେ, “ମୁଁ ଗୋଟିଏ ସ୍ୱପ୍ନ ଦେଖିଅଛି. ଆଉ ସେହି ସ୍ୱପ୍ନ ବୁଝିବା ପାଇଁ ମୋର ଆତ୍ମା ଉଦ୍ବିଗ୍ନ ହେଉଅଛି।”
4
ତା’ପରେ କଲ୍ଦୀୟମାନେ ଅରାମୀୟ ଭାଷାରେ ରାଜାଙ୍କୁ କହିଲେ, “ହେ ମହାରାଜ, ଚିରଜୀବି ହୁଅନ୍ତୁ, ଆପଣ ଏ ଦାସମାନଙ୍କୁ ସ୍ୱପ୍ନଟି କୁହନ୍ତୁ। ଆମ୍ଭେ ତାହାର ଅର୍ଥ ପ୍ରକାଶ କରିବୁ।”
5
ରାଜା କଲ୍ଦୀୟମାନଙ୍କୁ କହିଲେ, “ମୁଁ ଯାହା ସପ୍ନ ଦେଖିଥିଲି, ସେ ବିଷୟରେ ତୁମ୍ଭେମାନେ ମୋତେ କହିବା ଉଚିତ୍। ଏବଂ ତା’ପରେ ତୁମ୍ଭେମାନେ ମୋତେ ଏହାର ଅର୍ଥ କହିବା ଉଚିତ୍। ଯଦି ତୁମ୍ଭେମାନେ ସ୍ୱପ୍ନ ବିଷୟରେ ବା ଏହାର ଅର୍ଥ ମୋତେ ନ କୁହ, ମୁଁ ତୁମ୍ଭମାନଙ୍କୁ ହତ୍ୟା କରିବାକୁ ଆଦେଶ ଦେବି। ଏବଂ ତୁମ୍ଭର ଗୃହସବୁ ଧୂଳିସାତ କରି ଖତରେ ପରିଣତ କରାଯିବ।
6
ଆଉ ଯେବେ ତୁମ୍ଭେମାନେ ସ୍ୱପ୍ନ ଓ ତାହାର ଅର୍ଥ ପ୍ରକାଶ କର, ତେବେ ତୁମ୍ଭେମାନେ ମୋ’ଠାରୁ ଉପହାର, ପୁରସ୍କାର ଓ ସମ୍ମାନ ପାଇବ। ଏଣୁ ସେହି ସ୍ୱପ୍ନ ଓ ତାହାର ଅର୍ଥ ମୋତେ କୁହ।”
7
ପୁନର୍ବାର ବିଜ୍ଞ ବ୍ୟକ୍ତିମାନେ ରାଜାଙ୍କୁ କହିଲେ, “ମହାରାଜ, ଆପଣ ଦାସମାନଙ୍କୁ ସ୍ୱପ୍ନଟି ଜଣାନ୍ତୁ। ତାହାହେଲେ ଆମ୍ଭେମାନେ ତାହାର ଅର୍ଥ ପ୍ରକାଶ କରିବୁ।”
8
ରାଜା ଉତ୍ତର ଦେଇ କହିଲେ, “ମୁଁ ନିଶ୍ଚିତ ଜାଣେ ଯେ, ତୁମ୍ଭେମାନେ ଇଚ୍ଛା କରି କାଳବିଳମ୍ବ କରୁଛ, କାରଣ ତୁମ୍ଭେମାନେ ତାହା ଦେଖ ଯେ, ପୂର୍ବରୁ ଆଦେଶ ହୋଇଯାଇଛି।
9
ମାତ୍ର ତୁମ୍ଭେମାନେ ଯଦି ମୋତେ ସେହି ସ୍ୱପ୍ନ ବିଷୟରେ ନ ଜଣାଅ ତେବେ ତୁମ୍ଭେମାନେ ନିଶ୍ଚିତ ଦଣ୍ତ ପାଇବ। କାରଣ ସମୟ ଗଡ଼ାଇବା ପାଇଁ ତୁମ୍ଭେମାନେ ମୋ’ ସମ୍ମୁଖରେ ମିଥ୍ୟା ଓ ପ୍ରବଞ୍ଚନା ବାକ୍ୟ କହିବା ପାଇଁ ପ୍ରସ୍ତୁତ ହୋଇଅଛ। ଏଣୁ ତୁମ୍ଭେମାନେ ସ୍ୱପ୍ନଟି ମୋତେ କୁହ, ତାହାହେଲେ ତୁମ୍ଭେମାନେ ଯେ ତହିଁର ଅର୍ଥ ମୋ’ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି।”
10
କଲ୍ଦୀୟମାନେ ଉତ୍ତର ଦେଇ କହିଲେ, “ପୃଥିବୀରେ ଏପରି କୌଣସି ମନୁଷ୍ୟ ନାହିଁ ଯେ କି ଆମ୍ଭମାନଙ୍କୁ ମହାରାଜାଙ୍କ ସ୍ୱପ୍ନ ବିଷୟ ପ୍ରକାଶ କରି ପାରିବ? କାରଣ କୌଣସି ରାଜା, ପ୍ରଭୁ କିମ୍ବା ଶାସନକର୍ତ୍ତା କୌଣସି ମନ୍ତ୍ରଜ୍ଞକୁ, ଗଣକକୁ ଅଥବା କଲ୍ଦୀୟକୁ ଏପରି କଥା ପଗ୍ଭରି ନାହାନ୍ତି।
11
ଏବଂ ମହାରାଜ ଏକ ଅସାଧାରଣ ପ୍ରଶ୍ନ କରିଛନ୍ତି। କେବଳ ଦେବତାମାନେ ସେହି ପ୍ରଶ୍ନର ଉତ୍ତର ଦେଇ ପାରିବେ। କିନ୍ତୁ ଦେବତାମାନେ ଲୋକମାନଙ୍କ ସହିତ ବାସ କରନ୍ତି ନାହିଁ।”
12
ଏହି କାରଣରୁ ରାଜା କ୍ରୋଧିତ ଓ କୋପାନ୍ୱିତ ହୋଇ ବାବିଲର ସକଳ ବିଦ୍ୱାନ ଲୋକଙ୍କୁ ବଧ କରିବାକୁ ଆଜ୍ଞା ଦେଲେ।
13
ରାଜାଜ୍ଞା ଘୋଷଣା କରାଗଲା ଯେ, ବିଦ୍ୱାନ ଲୋକମାନେ ହତ ହେବେ। ଆଉ ରାଜାଙ୍କ ଲୋକମାନେ ଦାନିୟେଲ ଓ ତା’ର ସାଥୀମାନଙ୍କୁ ବଧ କରିବାକୁ ଅନ୍ୱେଷଣ କଲେ।
14
ଅରିୟୋକ୍ ନାମକ ଜଣେ ରାଜ ସେନାପତି ରାଜରକ୍ଷୀମାନଙ୍କର ନେତୃତ୍ୱ ନେଲେ। ସେ ଯେତେବେଳେ ବାବିଲୀୟ ବିଦ୍ୱାନମାନଙ୍କୁ ବଧ କରିବାକୁ ବାହାରିଲେ, ସେତେବେଳେ ଦାନିୟେଲ ତାଙ୍କୁ ଜ୍ଞାନରେ ଓ ସୁବିବେଚନାରେ ଉତ୍ତର ଦେଲେ।
15
ଦାନିୟେଲ ଅରିୟୋକ୍କୁ କହିଲେ, “ରାଜଦଣ୍ତ ଏତେ କଠୋର କାହିଁକି?” ତେଣୁ ଅରିୟୋକ ରାଜାଙ୍କ ସ୍ୱପ୍ନ ବୃତ୍ତାନ୍ତ ଦାନିୟେଲଙ୍କୁ ବୁଝାଇ ଦେଲେ।
16
ଏଥିରେ ଦାନିୟେଲ ରାଜାଙ୍କ ନିକଟକୁ ଯାଇ ଆଉ କିଛି ଅଧିକ ସମୟ ଦେବାକୁ ନିବେଦନ କଲେ। ତାହାହେଲେ ସେ ରାଜାଙ୍କର ସ୍ୱପ୍ନର ଅର୍ଥ ତାଙ୍କ ନିକଟରେ ପ୍ରକାଶ କରିବେ।
17
ତା’ପରେ ଦାନିୟେଲ ସ୍ୱଗୃହକୁ ଯାଇ ତା’ର ସାଙ୍ଗ ହନାନୀୟ, ମୀଶାୟେଲ ଓ ଆସରିୟଙ୍କୁ ରାଜାଜ୍ଞା ବିଷୟରେ ସକଳ ବୃତ୍ତାନ୍ତ ଜଣାଇଲେ।
18
ଦାନିୟେଲ ତା’ର ସାଙ୍ଗମାନଙ୍କୁ ପରମେଶ୍ୱରଙ୍କ ଅନୁଗ୍ରହ ଲାଭ କରିବା ନିମନ୍ତେ ପ୍ରାର୍ଥନା କରିବାକୁ କହିଲେ। ସ୍ୱର୍ଗସ୍ଥ ପରମେଶ୍ୱର ନିଗୂଢ଼ ତଥ୍ୟ ଜଣାଇଲେ, ସେ ଓ ତା’ର ସାଙ୍ଗମାନେ ମୃତ୍ୟୁମୁଖରୁ ରକ୍ଷା ପାଇବେ।
19
ଏହା ପରେ ପରମେଶ୍ୱର ଦାନିୟେଲକୁ ଦର୍ଶନ ଦେଇ ଗୁପ୍ତ ବିଷୟରେ ଜଣାଇଲେ। ତହୁଁ ଦାନିୟେଲ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ଧନ୍ୟବାଦ କଲେ।
20
ଦାନିୟେଲ ପ୍ରଶଂସା କରି କହିଲେ, “ପରମେଶ୍ୱରଙ୍କର ନାମ ସଦାସର୍ବଦା ଧନ୍ୟ ହେଉ; କାରଣ ସମସ୍ତ ଜ୍ଞାନ ଓ ପରାକ୍ରମ ତାଙ୍କର।
21
ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି। ସେ ରାଜାମାନଙ୍କୁ ପଦଚ୍ୟୁତ କରନ୍ତି ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି। ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତମାନଙ୍କୁ ସୁବିବେଚନା ଦିଅନ୍ତି।
22
ସେ ଗଭୀର ଓ ଗୁପ୍ତ ବିଷୟ ସବୁ ପ୍ରକାଶ କରି ପାରନ୍ତି। ଯେହେତୁ ଜ୍ୟୋତିଃ ତାଙ୍କ ନିକଟରେ ବାସ କରେ। ଅନ୍ଧକାରରେ ଯାହା ଅଛି ସେ ଜାଣନ୍ତି।
23
ହେ ମୋର ପୂର୍ବପୁରୁଷଗଣର ପରମେଶ୍ୱର, ମୁଁ ତୁମ୍ଭର ଧନ୍ୟବାଦ ଓ ପ୍ରଶଂସା କରୁଅଛି। ତୁମ୍ଭେ ମୋତେ ଜ୍ଞାନ ଓ ସାମର୍ଥ୍ୟ ଦେଇଅଛ। ତୁମ୍ଭକୁ ମୁଁ ଯାହା ନିବେଦନ କରିଅଛି, ତାହା ସମସ୍ତ ବିଷୟରେ ତୁମ୍ଭେ ମୋତେ ଜଣାଇ ଅଛ। ତୁମ୍ଭେ ରାଜାଙ୍କ ବିଷୟରେ ଆମ୍ଭମାନଙ୍କୁ ସବୁକିଛି ଜଣାଇଅଛ।”
24
ଦାନିୟେଲ ସ୍ୱପ୍ନର ଅର୍ଥ ପ୍ରକାଶ କରନ୍ତି ଦାନିୟେଲ ଅରିୟୋକ୍କୁ ଅନୁରୋଧ କଲେ ଯିଏ କି ବାବିଲୀୟ ବିଦ୍ୱାନଗଣଙ୍କୁ ବିନାଶ କରିବା ନିମନ୍ତେ ନିଯୁକ୍ତ ହୋଇଥିଲେ, “ଦୟାକରି ବାବିଲୀୟ ବିଦ୍ୱାନମାନଙ୍କୁ ହତ୍ୟା କର ନାହିଁ। ମୋତେ ରାଜାଙ୍କ ଛାମୁକୁ ନେଇ ଗ୍ଭଲ। ମୁଁ ରାଜାଙ୍କର ସ୍ୱପ୍ନ ବିଷୟରେ କହିବି ଓ ତାହାର ଅର୍ଥ ମଧ୍ୟ ପ୍ରକାଶ କରିବି।”
25
ତେଣୁ ଅରିୟୋକ୍ ଦାନିୟେଲଙ୍କୁ ଶୀଘ୍ର ରାଜା ଛାମୁକୁ ନେଲା ଏବଂ କହିଲା, “ଯିହୁଦାର ନିର୍ବାସିତ ସନ୍ତାନଗଣଙ୍କ ମଧ୍ୟରେ ମୁଁ ଜଣେ ବ୍ୟକ୍ତିଙ୍କୁ ପାଇଅଛି, ସେ ମହାରାଜାଙ୍କୁ ତାଙ୍କର ସ୍ୱପ୍ନର ଅର୍ଥ ଜଣାଇବେ।”
26
ରାଜା ସେହି ଦାନିୟେଲଙ୍କୁ ପ୍ରଶ୍ନ କଲେ, “ମୁଁ ଯେଉଁ ସ୍ୱପ୍ନ ଦେଖିଅଛି, ତୁମ୍ଭେ କ’ଣ ସ୍ୱପ୍ନ ଓ ତାହାର ଅର୍ଥ ମୋତେ ଜଣାଇପାରିବ?”
27
ଦାନିୟେଲ ରାଜାଙ୍କୁ ଉତ୍ତର ଦେଇ କହିଲା, “ମହାରାଜ, ଆପଣ ଯେଉଁ ନିଗୂଢ଼ କଥା ପଗ୍ଭରି ଅଛନ୍ତି, ତାହା ବିଦ୍ୱାନ୍ ଲୋକ କିଅବା ଗଣକ ଅବା ମନ୍ତ୍ରଜ୍ଞ ଅଥବା ଶୁଭାଶୁଭବାଦୀମାନେ ମହାରାଜାଙ୍କ ଛାମୁରେ ପ୍ରକାଶ କରି ପାରନ୍ତି ନାହିଁ।
28
ମାତ୍ର ସ୍ୱର୍ଗସ୍ଥ ପରମେଶ୍ୱର ହିଁ କେବଳ ନିଗୂଢ଼ ବିଷୟମାନ ପ୍ରକାଶ କରି ପାରିବେ। ଆଉ ପରବର୍ତ୍ତୀ ସମୟରେ ଯାହା ଯାହା ଘଟିବ ତାହା ମଧ୍ୟ ପରମେଶ୍ୱର ନବୂଖଦ୍ନିତ୍ସରଙ୍କୁ ଜଣାଇ ଅଛନ୍ତି। ଏହିସବୁ ଆପଣଙ୍କ ସ୍ୱପ୍ନ ଥିଲା ଏବଂ ଏହି ଗୁଡ଼ିକୁ ଆପଣ ବିଛଣାରେ ଶୋଇଥିବା ବେଳେ ଦେଖିଲେ।
29
ହେ ମହାରାଜ, ଶଯ୍ୟା ଉପରେ ଆପଣ ଶୋଇଥିବା ବେଳେ ଭବିଷ୍ୟତରେ କ’ଣ ଘଟିବ ବୋଲି ଚିନ୍ତା କଲେ। ଆଉ ଯେ ନିଗୂଢ଼ ବିଷୟମାନ ପ୍ରକାଶ କରନ୍ତି, ସେହି ପରମେଶ୍ୱର, ଯାହା ଭବିଷ୍ୟତରେ ଘଟିବ ତାହା ଦର୍ଶନରେ ପ୍ରକାଶ କଲେ।
30
ମାତ୍ର କୌଣସି ଜୀବିତ ଲୋକର ଜ୍ଞାନ ଅପେକ୍ଷା ମୋର ଜ୍ଞାନ ଅଧିକ ଅଛି ବୋଲି ଯେ ଏହି ନିଗୂଢ଼ ବିଷୟ ପରମେଶ୍ୱର ମୋ’ ନିକଟରେ ପ୍ରକାଶ କଲେ, ତାହା ନୁହେଁ, ମାତ୍ର ମହାରାଜାଙ୍କୁ ଯେପରି ଅର୍ଥ ଜ୍ଞାତ କରାଯିବ ଓ ଆପଣ ଯେପରି ନିଜ ମନର ଚିନ୍ତା ଜାଣିବେ, ଏଥିପାଇଁ ତାହା ମୋ’ ପ୍ରତି ପ୍ରକାଶିତ ହୋଇଅଛି।
31
“ହେ ମହାରାଜ, ଆପଣ ସ୍ୱପ୍ନରେ ଏକ ପ୍ରକାଣ୍ତ ପ୍ରତିମା ଦେଖିଲେ। ଏହା ଅତି ପରାକ୍ରମଶାଳୀ ଓ ଅତିଶୟ ତେଜୋବନ୍ତ। ସେହି ପ୍ରତିମା ଆପଣଙ୍କ ସମ୍ମୁଖରେ ଠିଆ ହେଲା ଓ ତହିଁର ଦୃଶ୍ୟ ଭୟଙ୍କର ଥିଲା।
32
ସେହି ପ୍ରତିମାର ମସ୍ତକ ଶୁଦ୍ଧ ସୁବର୍ଣ୍ଣମୟ, ତାହାର ବକ୍ଷ ଓ ବାହୁ ରୌପ୍ୟମୟ ଓ ତାହାର ଉଦର ଓ ଜଙ୍ଘ ପିତ୍ତଳମୟ ଥିଲା।
33
ତାହାର ଗୋଡ଼ଗୁଡ଼ିକ ଲୌହରେ ନିର୍ମିତ ହୋଇଥିଲା ଓ ପାଦର କିଛି ଅଂଶ ଲୌହରେ ଓ କିଛି ଅଂଶ ମୃତ୍ତିକାରେ ତିଆରି ହୋଇଥିଲା।
34
ଆପଣ ପ୍ରତିମାଟିକୁ ନିରୀକ୍ଷଣ କରୁଥିବା ସମୟରେ କର୍ତ୍ତିତ ହୋଇ ନ ଥିବା ଏକ ପ୍ରସ୍ତର ଶୂନ୍ୟରେ ଉଡ଼ିଆସି ସେହି ପ୍ରତିମାର ଲୌହ ଓ ମୃତ୍ତିକାମୟ ପାଦକୁ ଆଘାତ କରି ଖଣ୍ତ ବିଖଣ୍ତିତ କଲା।
35
ତା’ପରେ ସଙ୍ଗେ ସଙ୍ଗେ ଲୌହ, ମୃତ୍ତିକା, ପିତ୍ତଳ, ରୂପା ଓ ସୁନା ଖଣ୍ତ ଖଣ୍ତ ହୋଇ ଭାଙ୍ଗି ଗଲା। ଆଉ ସେ ସବୁ ଗ୍ରୀଷ୍ମକାଳୀନ ଖଳାର ତୁଷପରି ହେଲା। ବାୟୁ ସେସବୁକୁ ଉଡ଼ାଇ ନେଇଗଲା ଓ ତା’ର କିଛି ରହିଲା ନାହିଁ। ଆଉ ସେହି ପ୍ରତିମାକୁ ଆଘାତ କରିଥିବା ପ୍ରସ୍ତର ଏକ ପର୍ବତ ପରି ବଢ଼ିଲା ଓ ତାହା ସମୁଦାୟ ପୃଥିବୀକୁ ପରିପୂର୍ଣ୍ଣ କଲା।
36
“ସ୍ୱପ୍ନଟି ଏହି, ବର୍ତ୍ତମାନ ଆମ୍ଭେମାନେ ମହାରାଜାଙ୍କୁ ତା’ର ଅର୍ଥ ଜଣାଇବୁ।
37
ହେ ମହାରାଜ, ଆପଣ ଜଣେ ମହାନ ରାଜା। ସ୍ୱର୍ଗସ୍ଥ ପରମେଶ୍ୱର ଆପଣଙ୍କୁ ରାଜ୍ୟ, ପରାକ୍ରମ, କ୍ଷମତା ଓ ମହିମା ଦେଇଅଛନ୍ତି।
38
ପୃଥିବୀସ୍ଥ ମନୁଷ୍ୟ, ତନ୍ମଧ୍ୟସ୍ଥ ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣ ପରମେଶ୍ୱରଙ୍କ ଶକ୍ତିଦ୍ୱାରା ତୁମ୍ଭର ଶାସନାଧୀନ ଅଟନ୍ତି। ଆଉ ସେମାନଙ୍କ ଉପରେ ଆପଣଙ୍କୁ କର୍ତ୍ତୃତ୍ୱ ଦେଇଅଛନ୍ତି। ଆପଣ ହିଁ ସେହି ପ୍ରତିମାର ସୁବର୍ଣ୍ଣମୟ ମସ୍ତକ ଅଟନ୍ତି।
39
“ପୁଣି ଆପଣଙ୍କ ପରେ ଆପଣଙ୍କଠାରୁ ଏକ ନ୍ୟୁନ ରାଜ୍ୟ ଉଠିବ ଓ ତାହା ହେଉଛି ରୌପ୍ୟମୟ ଅଂଶ ଓ ତାହାପରେ ପିତ୍ତଳମୟ ତୃତୀୟ ଏକ ରାଜ୍ୟ ଉଠିବ, ତାହା ସମଗ୍ର ପୃଥିବୀ ଉପରେ କର୍ତ୍ତୃତ୍ୱ କରିବ।
40
ପୁଣି ତାହାପରେ ଚତୁର୍ଥରାଜ୍ୟ ଲୌହପରି ଶକ୍ତିଶାଳୀ ହେବ। ଲୌହ ଯେପରି ସମସ୍ତ ଦ୍ରବ୍ୟକୁ ଖଣ୍ତ ଖଣ୍ତ କରି ଚୂର୍ଣ୍ଣ କରେ, ସେହିପରି ସେ ରାଜ୍ୟ ଅନ୍ୟ ସମସ୍ତ ରାଜ୍ୟକୁ ଖଣ୍ତ ଖଣ୍ତ କରି ଧୂଳିସାତ୍ କରିବ।
41
“ଆପଣ ଯେପରି ଦେଖିଲେ ସେ ପାଦ ଓ ପାଦର ଅଙ୍ଗୁଳି ଆଂଶିକ ଲୌହମୟ ଓ ଆଂଶିକ ମୃତ୍ତିକାମୟ ଥିଲା। ସେହିପରି ସେ ରାଜ୍ୟ ବିଭକ୍ତ ହେବ। ମାତ୍ର ତହିଁରେ ଲୌହର ଦୃଢ଼ତା ରହିବ କାରଣ କର୍ଦ୍ଦମରେ ଲୌହ ମିଶ୍ରିତ ଥିବାର ଆପଣ ଦେଖିଲେ।
42
ଯେପରି ପାଦର ଅଙ୍ଗୁଳିସବୁକିଛି ଲୌହମୟ ଓ କିଛି ମୃର୍ତ୍ତିକାମୟ ଥିଲା, ସେହିପରି ରାଜ୍ୟର ଏକ ଅଂଶ ସୁଦୃଢ଼ ଓ ଅନ୍ୟ ଅଂଶ ଦୁର୍ବଳ ହେବ।
43
କିନ୍ତୁ ଲୌହ ଯେପରି ମୃତ୍ତିକାରେ ସମ୍ପୂର୍ଣ୍ଣ ଭାବରେ ମିଶ୍ରିତ ହୁଏ ନାହିଁ, ସେହିପରି ରାଜ୍ୟଗୁଡ଼ିକର ଲୋକମାନେ ମିଶି ଯିବେ ମାତ୍ର ଏକତ୍ରିତ ହୋଇ ପାରିବେ ନାହିଁ।
44
“ଚତୁର୍ଥ ରାଜ୍ୟର ରାଜତ୍ୱ ସମୟରେ ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ। ସେହି ରାଜ୍ୟ ଅନନ୍ତକାଳସ୍ଥାୟୀ ହୋଇ ରହିବ। ଆଉ ମଧ୍ୟ ତାହା ଅନ୍ୟ ହାତକୁ ଯିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକୁ ଧ୍ୱଂସ କରି ଦେବ।
45
“ଏବଂ ଆପଣ ସ୍ୱପ୍ନରେ ଦେଖିଲେ କୌଣସି ଲୋକଦ୍ୱାରା ଛେଦିତ ହୋଇ ନ ଥିବା ଏକ ପ୍ରସ୍ତର ପର୍ବତରୁ ଆସିଲା ଓ ସେହି ପ୍ରସ୍ତର ଲୌହ, ପିତ୍ତଳ, ମୃତ୍ତିକା, ରୂପା ଓ ସୁନାକୁ ଚୂର୍ଣ୍ଣ କଲା। ତେଣୁ ଯାହା ଏହା ପରେ ଘଟିବ ତାହା ମହାନ ପରମେଶ୍ୱର ଆପଣଙ୍କୁ ଜଣାଇଲେ। ଆଉ ଏହି ସ୍ୱପ୍ନ ନିଶ୍ଚିତ ଓ ତାହାର ଅର୍ଥ ସତ୍ୟ।”
46
ସେତେବେଳେ ରାଜା ନବୂଖଦ୍ନିତ୍ସର ମୁହଁ ମାଡ଼ି ପଡ଼ି ଦାନିୟେଲଙ୍କୁ ପ୍ରଣାମ କଲା ଓ ଲୋକମାନଙ୍କୁ ଦାନିୟେଲ ଉଦ୍ଦେଶ୍ୟରେ ନୈବେଦ୍ୟ ଓ ସୁଗନ୍ଧି ଧୂପ ଉତ୍ସର୍ଗ କରିବାକୁ ଆଦେଶ କଲା।
47
ତତ୍ପରେ ଦାନିୟେଲଙ୍କୁ ରାଜା କହିଲେ, “ମୁଁ ଜାଣେ ତୁମ୍ଭର ପରମେଶ୍ୱର ସମସ୍ତ ଈଶ୍ୱରଗଣର ପରମେଶ୍ୱର ଓ ରାଜଗଣର ସଦାପ୍ରଭୁ ଓ ଯେ ଗୁପ୍ତ ବିଷୟଗୁଡ଼ିକର ପ୍ରକାଶକୁ ଆଣନ୍ତି। କାରଣ ତୁମ୍ଭେ ମୋତେ ଏହି ନିଗୂଢ଼ କଥା ପ୍ରକାଶ କରିବାକୁ ସମର୍ଥ ଅଟ।”
48
ତା’ପରେ ରାଜା ଦାନିୟେଲଙ୍କୁ ତାଙ୍କ ରାଜ୍ୟରେ ଏକ ମହାନ କାର୍ଯ୍ୟରେ ନିଯୁକ୍ତି କଲେ ଓ ବହୁମୂଲ୍ୟ ଉପହାରମାନ ଦେଲେ। ଆଉ ବାବିଲ ପ୍ରଦେଶ ଉପରେ ତାଙ୍କୁ ସମସ୍ତ କର୍ତ୍ତୃତ୍ୱ ପଦ ଦେଇ ବାବିଲସ୍ଥ ସବୁ ବିଦ୍ୱାନ ଲୋକଙ୍କ ଉପରେ ତାଙ୍କୁ ପ୍ରଧାନ ଅଧିପତି କଲେ।
49
ପୁଣି ଦାନିୟେଲଙ୍କ ଆବେଦନ କ୍ରମେ ରାଜା ଶଦ୍ରକ୍, ମୈଶକ୍ ଓ ଅବେଦ୍ନଗୋଙ୍କୁ ବାବିଲ ପ୍ରଦେଶର କେତେକ ମୁଖ୍ୟ କର୍ମଗ୍ଭରୀରୂପେ ନିଯୁକ୍ତ କଲେ। ମାତ୍ର ଦାନିୟେଲ ଜଣେ ପ୍ରଧାନ ଅଧିପତି ହୋଇ ରାଜ ଦ୍ୱାରରେ ରହିଲେ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 3 →
All chapters:
1
2
3
4
5
6
7
8
9
10
11
12