bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Daniel 6
Daniel 6
Odia Bible ERV 2004 (ପବିତ୍ର ବାଇବଲ)
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 7 →
1
ଦାନିୟେଲ ଓ ସିଂହଗଣ ଦାରିୟାବସ ଚିନ୍ତାକଲେ ସମୁଦାୟ ରାଜ୍ୟରେ ଶାସନ କରିବକୁ 120 କ୍ଷିତିପାଳ ନିଯୁକ୍ତ କଲେ ଭଲ ହେବ।
2
ସେହି ରାଜା ତିନି ଜଣ ତଦାରଖକାରୀଙ୍କୁ ସୁବେଦାର ଉପରେ ନିଯୁକ୍ତ କଲେ, ଯେପରି ସେମାନେ ରାଜାଙ୍କୁ ଠକି ନ ପାରିବେ ଓ କ୍ଷତି ସହି ପାରିବେ। ଏହି ତିନି ଜଣ ନିରୀକ୍ଷକ ମଧ୍ୟରେ ଦାନିୟେଲ ଥିଲେ ଅନ୍ୟତମ।
3
ଦାନିୟେଲଙ୍କ ଅନ୍ତରରେ ଶ୍ରେଷ୍ଠ ଆତ୍ମା ଥିବାରୁ ସେ ଅଧ୍ୟକ୍ଷଗଣ ଓ କ୍ଷିତିପାଳମାନଙ୍କ ମଧ୍ୟରେ ବିଖ୍ୟାତ ହୋଇଥିଲେ। ତେଣୁ ରାଜା ତାଙ୍କୁ ସମୁଦାୟ ରାଜ୍ୟ ଉପରେ ଶାସକ ଭାବରେ ନିଯୁକ୍ତ କରିବାକୁ ମନସ୍ଥ କଲେ।
4
ଏଥିରେ ଅନ୍ୟ ଅଧ୍ୟକ୍ଷ ଓ କ୍ଷିତିପାଳମାନେ ଦାନିୟେଲଙ୍କ ପ୍ରତି ଈର୍ଷାଳୁ ହେଲେ ଓ ଦାନିୟେଲଙ୍କର ରାଜକର୍ମ ବିଷୟ ଦୋଷ ଅନୁସନ୍ଧାନ କଲେ। ମାତ୍ର ସେମାନେ କୌଣସି ଦୋଷ ବା ଅପରାଧ ପାଇ ପାରିଲେ ନାହିଁ। କାରଣ ସେ ବିଶ୍ୱସ୍ତ ଥିଲେ ଓ ତାଙ୍କଠାରେ କୌଣସି ଭ୍ରାନ୍ତି ବା ଅପରାଧ ନ ଥିଲା। ସେ ରାଜାଙ୍କୁ ଠକୁ ନ ଥିଲେ ଓ କଠିନ ପରିଶ୍ରମ କରୁଥିଲେ।
5
ଶେଷରେ ସେହି ଲୋକମାନେ କହିଲେ, “ଆମ୍ଭେମାନେ ଦାନିୟେଲଙ୍କ ବିଷୟରେ କୌଣସି ଦୋଷ ପାଇବା ନାହିଁ। ତେଣୁ ତାଙ୍କ ପରମେଶ୍ୱର ବ୍ୟବସ୍ଥା ସମ୍ବନ୍ଧରେ ଦୋଷ ଦେଖିବା।”
6
ତେଣୁ ଏହି ଲୋକମାନେ ରାଜାଙ୍କ ନିକଟକୁ ଗଲେ ଏବଂ କହିଲେ, “ହେ ରାଜ ଦାରିୟାବସ, ଆପଣ ଚିରଜୀବି ହୁଅନ୍ତୁ।
7
ତଦାରଖକାରୀଗଣ, ରାଜପ୍ରତିନିଧିଗଣ, ସୁବେଦାରଗଣ ଓ ମନ୍ତ୍ରୀଗଣ ସମସ୍ତେ ଅଜଣା ଭାବରେ ରାଜି ହେଲେ ଯେ, ଏକ ରାଜକୀୟ ଘୋଷଣା ପତ୍ର ହେବା ଉଚିତ୍। ଯଦି କେହି ତିରିଶ୍ ଦିନ ପର୍ଯ୍ୟନ୍ତ ମହାରାଜା ବିନା କୌଣସି ଦେବତା ବା ମନୁଷ୍ୟ ନିକଟରେ ପ୍ରାର୍ଥନା କରିବ, ତେବେ ତାକୁ ସିଂହର ଗୁମ୍ଫାକୁ ଫିଙ୍ଗାଯିବ।
8
ଏବେ ହେ ମହାରାଜା, ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ଏହି ନିଷେଧ ବିଧି ଯେପରି ପରିବର୍ତ୍ତିତ ନ ହୁଏ, ଏଥିପାଇଁ ତାହା ସ୍ଥିର କରନ୍ତୁ ଓ ଏହି ଲେଖାରେ ସ୍ୱାକ୍ଷର କରନ୍ତୁ।”
9
ତେଣୁ ରାଜା ଦାରିୟାବସ ସେହି ଲେଖା ଓ ନିଷେଧ ସ୍ୱାକ୍ଷର କଲା।
10
ଦାନିୟେଲ ସର୍ବଦା ପ୍ରତିଦିନ ତିନିଥର ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ। ଯେତେବେଳେ ନୂତନ ବିଧି ବିଷୟରେ ଲେଖା ସ୍ୱାକ୍ଷାରିତ ହୋଇଅଛି ବୋଲି ଦାନିୟେଲ ଜାଣିଲେ ସେ ଆପଣା ଗୃହକୁ ଆସିଲେ। ତାହାଙ୍କ କୋଠରୀର ଝରକା ଯିରୁଶାଲମ ଆଡ଼େ ମେଲା ଥିଲା। ସେ ପୂର୍ବପରି ଆଣ୍ଠୁମାଡ଼ି ଦିନ ମଧ୍ୟରେ ତିନିଥର ପ୍ରାର୍ଥନା କଲେ ଓ ଆପଣା ପରମେଶ୍ୱରଙ୍କୁ ଧନ୍ୟବାଦ ପ୍ରଦାନ କଲେ।
11
ତା’ପରେ ସେହି ଲୋକମାନେ ଏକତ୍ରିତ ହୋଇ ଦାନିୟେଲ ନିକଟକୁ ଗଲେ ଓ ତାଙ୍କୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ନିବେଦନ କରୁଥିବାର ଦେଖିଲେ।
12
ତେଣୁ ସେମାନେ ରାଜାଙ୍କ ପାଖକୁ ଗଲେ ଓ ରାଜକୀୟ ବିଧି ବିଷୟରେ ତାଙ୍କୁ ମନେ ପକାଇ ଦେଲେ। ସେମାନେ କହିଲେ, “ହେ ମହାରାଜା, ଯେକୌଣସି ଲୋକ ତିରିଶ୍ ଦିନ ମଧ୍ୟରେ ଆପଣଙ୍କ ବିନା କୌଣସି ଦେବତା କି ମନୁଷ୍ୟ ନିକଟରେ ପ୍ରାର୍ଥନା କରିବ, ସେ ସିଂହମାନଙ୍କ ଗର୍ତ୍ତରେ ନିକ୍ଷିପ୍ତ ହେବ। ଏପରି ଏକ ନିଷେଧ ପତ୍ରରେ ଆପଣ ସ୍ୱାକ୍ଷର କରି ନାହାନ୍ତି କି?” ରାଜା କହିଲେ, “ହଁ, ମୁଁ ସେ ନିଷେଧ ପତ୍ରରେ ସ୍ୱାକ୍ଷର କରିଛି।’ ଆଉ ମାଦୀୟ ଓ ପାରସିକମାନଙ୍କର ଅଟଳ ବ୍ୟବସ୍ଥାନୁସାରେ ତାହା ସ୍ଥିର ହୋଇଅଛି।”
13
ତା’ପରେ ସେମାନେ ରାଜାଙ୍କୁ ଉତ୍ତର ଦେଲେ, “ହେ ମହାରାଜ, ନିର୍ବାସିତ ଯିହୁଦୀ ସନ୍ତାନଗଣ ମଧ୍ୟରେ ଜଣେ ବ୍ୟକ୍ତି ଦାନିୟେଲ, ସେ ଆପଣଙ୍କୁ କି ଆପଣଙ୍କ ସ୍ୱାକ୍ଷରିତ ନିଷେଧ ପତ୍ରକୁ ମାନ୍ୟ କରେ ନାହିଁ। ସେ ଏବେ ମଧ୍ୟ ଦିନରେ ତିନିଥର ତା’ର ପରମେଶ୍ୱରକୁ ପ୍ରାର୍ଥନା କରୁଛି।”
14
ତହୁଁ ରାଜା ଦୁଃଖିତ ଓ ବିବ୍ରତ ହୋଇ ପଡ଼ିଲା। ସେ ଦାନିୟେଲକୁ ଉଦ୍ଧାର କରିବା ପାଇଁ ସ୍ଥିର କଲା। ଆଉ ତାହାକୁ ରକ୍ଷା କରିବା ପାଇଁ ସନ୍ଧ୍ୟା ପର୍ଯ୍ୟନ୍ତ ଉପାୟ ଚିନ୍ତା କଲା।
15
ତା’ପରେ ସେହି ଲୋକମାନେ ଏକତ୍ରିତ ହୋଇ ରାଜାଙ୍କୁ କହିଲେ, “ହେ ମହାରାଜା, ଆପଣ ଜାଣନ୍ତୁ, ମାଦୀୟ ଓ ପାରସିକମାନଙ୍କର ଏପରି ଏକ ବ୍ୟବସ୍ଥା ଅଛି, ରାଜା କୌଣସି ନିଷେଧାଜ୍ଞା ବା ବିଧି ସ୍ଥାପନ କଲେ ତାହା କେବେ ପରିବର୍ତ୍ତିତ ହୁଏ ନାହିଁ।”
16
ତହୁଁ ରାଜାଙ୍କ ଆଦେଶରେ ସେମାନେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତରେ ନିକ୍ଷେପ କଲେ। କିନ୍ତୁ ରାଜା ଦାନିୟେଲଙ୍କୁ କହିଲେ, “ତୁମ୍ଭେ ଯେଉଁ ପରମେଶ୍ୱରଙ୍କର ଉପାସନା କରୁଛ, ସେ ତୁମ୍ଭକୁ ଉଦ୍ଧାର କରିବେ।”
17
ପୁଣି ଏକ ବଡ଼ ପଥର ଅଣାଯାଇ ଗର୍ତ୍ତ ମୁଖରେ ରଖାଗଲା। ପୁଣି ରାଜା ନିଜର ମୁଦ୍ରାରେ ଓ ନିଜ ଅମାତ୍ୟଗଣଙ୍କ ମୁଦ୍ରାରେ ତାହା ଅଙ୍କିତ କଲା। ଏହା କରାଗଲା କାରଣ ସେହି ଦାନିୟେଲଙ୍କୁ ଗର୍ତ୍ତରୁ ବାହାର କରିବାକୁ ପଥର ଘୁଞ୍ଚାଇବେ ନାହିଁ।
18
ତା’ପରେ ରାଜା ଆପଣା ପ୍ରାସାଦକୁ ଯାଇ ଉପବାସରେ ରାତ୍ରି ଯାପନ କଲେ। ଆଉ ବାଦ୍ୟଯନ୍ତ୍ର ବଜାଇ ତାଙ୍କ ଆଗକୁ ଆସିବାକୁ କାହାରିକୁ ଅନୁମତି ମିଳିଲା ନାହିଁ। ରାତ୍ରିସାରା ସେ ଉଜାଗର ରହିଲେ।
19
ପରଦିନ ପ୍ରଭାତରେ ରାଜା ସିଂହମାନଙ୍କ ଗୁମ୍ଫା ନିକଟରେ ତରବର ହୋଇ ପହଞ୍ଚିଲେ।
20
ଚିନ୍ତିତ ରାଜା ଦାନିୟେଲଙ୍କୁ ବିଳାପ ସ୍ୱରରେ ଡାକିଲା, “ହେ ଜୀବିତ ପରମେଶ୍ୱରଙ୍କ ସେବକ ଦାନିୟେଲ, ତୁମ୍ଭେ ପ୍ରତିଦିନ ଯେଉଁ ପରମେଶ୍ୱରଙ୍କୁ ସେବା କରୁଅଛ, ସେହି ପରମେଶ୍ୱର ତୁମ୍ଭକୁ ସିଂହମାନଙ୍କଠାରୁ ଉଦ୍ଧାର କରିଛନ୍ତି କି?”
21
ଦାନିୟେଲ ଉତ୍ତର କଲେ, “ହେ ରାଜା ଚିରଜୀବୀ ହୁଅନ୍ତୁ।
22
ମୋର ପରମେଶ୍ୱର ଆପଣା ଦୂତ ପଠାଇ ସିଂହମାନଙ୍କର ମୁଖ ବନ୍ଦ କରିଅଛନ୍ତି ଓ ସେମାନେ ମୋର କ୍ଷତି କରି ନାହାନ୍ତି। କାରଣ ମୋର ପ୍ରଭୁ ଜାଣନ୍ତି ମୁଁ ନିର୍ଦ୍ଦୋଷ। ଆଉ ମୁଁ ମହାରାଜାଙ୍କର କୌଣସି କ୍ଷତି କରି ନାହିଁ।”
23
ରାଜା ଦାରିୟାବସ ଅତ୍ୟନ୍ତ ଆନନ୍ଦିତ ହୋଇ ଦାନିୟେଲଙ୍କୁ ଗର୍ତ୍ତରୁ ଉଠାଇ ଆଣିବାକୁ ଆଦେଶ ଦେଲା। ଆଉ ଦାନିୟେଲ ସେହି ଗର୍ତ୍ତରୁ ଆସିଲେ, ତାଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନ ଥିଲା। କାରଣ ସେ ଆପଣା ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଥିଲେ।
24
ତା’ପରେ ରାଜା ଦାନିୟେଲଙ୍କ ବିରୁଦ୍ଧରେ ଅଭିଯୋଗକାରୀଙ୍କୁ ଆଣିବାକୁ ଆଜ୍ଞା କଲା। ତେଣୁ ସେମାନଙ୍କର ସ୍ତ୍ରୀମାନଙ୍କୁ ଓ ପିଲାମାନଙ୍କ ସହିତ ସମସ୍ତଙ୍କୁ ଆଣି ସିଂହମାନଙ୍କ ଗୁମ୍ଫାରେ ନିକ୍ଷେପ କଲେ। ତଳେ ନ ପଡ଼ୁଣୁ ସିଂହମାନେ ସେମାନଙ୍କୁ ଭକ୍ଷ୍ୟଣ କରି ସେମାନଙ୍କର ଅସ୍ଥିଗୁଡ଼ିକୁ ଚର୍ବଣ କଲେ।
25
ସେତେବେଳେ ଦାରିୟାବସ ସମଗ୍ର ପୃଥିବୀବାସୀ, ସମସ୍ତ ଗୋଷ୍ଠୀ, ଦେଶବାସୀ ଓ ଭାଷାବାଦୀମାନଙ୍କୁ ପତ୍ର ଲେଖିଲା। ତୁମ୍ଭମାନଙ୍କ ପ୍ରତି ବାହୁଲ୍ୟରୂପରେ ଶାନ୍ତି ହେଉ।
26
“ମୁଁ ଆଦେଶ ଦେଲି ଯେ, ମୋର ରାଜ୍ୟସ୍ଥ ସମୁଦାୟ ପ୍ରଦେଶର ସମସ୍ତ ଲୋକମାନେ ଦାନିୟେଲଙ୍କ ପରମେଶ୍ୱରଙ୍କୁ ଭୟ ଓ ଭକ୍ତି କରିବା ଉଚିତ୍। ସେ ଜୀବିତ ପରମେଶ୍ୱର ଓ ନିତ୍ୟସ୍ଥାୟୀ ଅଟନ୍ତି। ତାଙ୍କର ରାଜ୍ୟ ଅବିନାଶୀ ଓ ତାଙ୍କର ପ୍ରଭୁତ୍ୱର ଅନ୍ତ ନାହିଁ।
27
ସେ ଲୋକମାନଙ୍କୁ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି। ସେ ସ୍ୱର୍ଗରେ ଓ ପୃଥିବୀରେ ଅଦ୍ଭୂତ ଓ ଅଲୌକିକ କାର୍ଯ୍ୟ ସମ୍ପାଦନ କରନ୍ତି। ସେ ଦାନିୟେଲଙ୍କୁ ସିଂହମାନଙ୍କଠାରୁ ଉଦ୍ଧାର କରିଅଛନ୍ତି।”
28
ଏହିରୂପେ ଦାନିୟେଲ ଦାରିୟାବସର ରାଜତ୍ୱ କାଳରେ ଓ ପାରସିକ କୋରସର ରାଜତ୍ୱକାଳରେ ସଫଳକାମୀ ହେଲେ।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 7 →
All chapters:
1
2
3
4
5
6
7
8
9
10
11
12