bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Daniel 5
Daniel 5
Odia Bible ERV 2004 (ପବିତ୍ର ବାଇବଲ)
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 6 →
1
କାନ୍ଥ ଉପରେ ଲେଖା ରାଜା ବେଲ୍ଶତ୍ସର ନିଜର ସହସ୍ର ଅମାତ୍ୟବର୍ଗଙ୍କ ନିମନ୍ତେ ଏକ ମହା ଭୋଜି ପ୍ରସ୍ତୁତ କଲେ। ଆଉ ସେ ସହସ୍ରଙ୍କ ମଧ୍ୟରେ ରାଜା ଦ୍ରାକ୍ଷାରସ ପାନ କଲେ।
2
ବେଲ୍ଶତ୍ସର ଦ୍ରାକ୍ଷାରସ ପାନ କରୁଥିବା ବେଳେ ତାଙ୍କର ପିତା ନବୂଖଦ୍ନିତ୍ସର। ଯିରୁଶାଲମସ୍ଥ ମନ୍ଦିରରୁ ଅପହରଣ କରି ଆଣିଥିବା ସୁନା ଓ ରୂପାରେ ପାତ୍ରଗୁଡ଼ିକୁ ଆଣିବାକୁ ତାଙ୍କ ଲୋକମାନଙ୍କୁ ଆଦେଶ କଲେ। ସେ ଗ୍ଭହୁଁଥିଲେ ସେଥିରେ ସେ, ତାଙ୍କର ଅମାତ୍ୟଗଣ, ତାଙ୍କର ପତ୍ନୀଗଣ ଓ ଉପପତ୍ନୀଗଣ ଯେପରି ପାନ କରିବେ।
3
ତାଙ୍କର ଲୋକମାନେ ଯିରୁଶାଲମସ୍ଥ ମନ୍ଦିରରୁ ଅର୍ଥାତ୍ ପରମେଶ୍ୱରଙ୍କ ମନ୍ଦିରରୁ ଯେଉଁସବୁ ସୁବର୍ଣ୍ଣ ପାତ୍ର ଅପହୃତ ହୋଇଥିଲା, ତାହା ଲୋକମାନେ ଆଣିଲେ। ପୁଣି ରାଜା ତାଙ୍କର ଅମାତ୍ୟ ଗଣ, ତାଙ୍କର ପତ୍ନୀଗଣ ଓ ଉପପତ୍ନୀଗଣ ସେହି ପାତ୍ରରେ ପାନ କଲେ।
4
ସେମାନେ ଦ୍ରାକ୍ଷାରସ ପାନ କରୁଥିବା ବେଳେ ସୁନା, ରୂପା, ପିତ୍ତଳ, ଲୁହା, କାଠ ଓ ପ୍ରସ୍ତର ନିର୍ମିତ ମୂର୍ତ୍ତିରୂପକ ଦେବଗଣର ପ୍ରଶଂସା କଲେ।
5
ସେହି ସମୟରେ ହଠାତ୍ ମନୁଷ୍ୟର ଏକ ହସ୍ତ ଦଶୃମାନ ହେଲା ଓ ରାଜପ୍ରାସାଦର କାନ୍ଥର ଲେପନ ଉପରେ ଅଙ୍ଗୁଳିରେ ଲେଖିଲା। ସେହି ହସ୍ତ ଦୀପରୁଖା ନିକଟସ୍ଥ ରାଜପ୍ରାସାଦ କାନ୍ଥରେ ଲେଖୁଥିଲା। ଆଉ ରାଜା ଲେଖୁଥିବା ସ୍ୱହସ୍ତର ଅଂଶ ଦେଖୁଥିଲେ।
6
ତହିଁରେ ରାଜା ଭୟଭୀତ ହେଲେ ତାଙ୍କର ମୁଖ ବିବର୍ଣ୍ଣ ହେଲା। ତାଙ୍କର ଆଣ୍ଠୁ ଥରିଲା ଓ ଆଣ୍ଠୁକୁ ଆଣ୍ଠୁ ବାଜିଲା। ତାଙ୍କର ଗୋଡ଼ ଏତେ ଦୁର୍ବଳ ହେଲା ଯେ ସେ ଛିଡ଼ା ହୋଇ ପାରିଲେ ନାହିଁ।
7
ଗଣକ, କଲ୍ଦୀୟ ଓ ଶୁଭାଶୁଭବାଦୀମାନଙ୍କୁ ତାଙ୍କ ସମ୍ମୁଖକୁ ରାଜା ଡକାଇଲେ। ସେ ବାବିଲନୀୟ ବିଦ୍ୱାନମାନଙ୍କୁ କହିଲେ, “ଯେକେହି ଏହି ଲେଖା ପଢ଼ିପାରିବ ଓ ତାହାର ଅର୍ଥ ବାହାର କରି ପାରିବ, ତାଙ୍କୁ ମୁଁ ବାଇଗଣିଆ ରଙ୍ଗର ବସ୍ତ୍ର ଉପହାର ଦେବି ଓ ତାଙ୍କ କଣ୍ଠରେ ସୁବର୍ଣ୍ଣର ହାର ପିନ୍ଧାଇ ଦେବି। ଆଉ ସେ ରାଜ୍ୟର ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବ।”
8
ତେଣୁ ରାଜାଙ୍କର ସମସ୍ତ ବିଦ୍ୱାନ ଲୋକ ଭିତରକୁ ଯଦିଓ ଆସିଲେ, ସେମାନେ ଲେଖା ପଢ଼ି ପାରିଲେ ନାହିଁ କି ତାହାର ଅର୍ଥ ବୁଝିଲେ ନାହିଁ।
9
ରାଜା ବେଲ୍ଶତ୍ସରଙ୍କ ଅମାତ୍ୟଗଣ ଦ୍ୱନ୍ଦରେ ପଡ଼ିଲେ। ଆଉ ରାଜା ଅଧିକ ଉଦ୍ବିଗ୍ନ ହେଲେ ଓ ତାଙ୍କର ମୁଖ ବିବର୍ଣ୍ଣ ହେଲା।
10
ତା’ପରେ ରାଣୀ ଭୋଜନଗାରକୁ ଆସିଲେ। ସେ ରାଜା ଓ ତାଙ୍କର ଅଧିକାରୀଗଣଙ୍କ କଥା ଶୁଣିଥିଲେ। ସେ କହିଲେ, “ହେ ରାଜା, ଦୀର୍ଘଜୀବୀ ହୁଅ, ତୁମ୍ଭର ଭାବନା ତୁମ୍ଭକୁ ଉଦ୍ବିଗ୍ନ ନ କରୁ କି ତୁମ୍ଭର ମୁଖମଣ୍ତଳ ବିବର୍ଣ୍ଣ ନ ହେଉ।
11
ତୁମ୍ଭ ରାଜ୍ୟରେ ଜଣେ ଲୋକ ଅଛନ୍ତି, ଯାହାଙ୍କ ଅନ୍ତରରେ ପବିତ୍ର ଦେବଗଣ ଆତ୍ମା ବିରାଜିତ। ପୁଣି ତୁମ୍ଭ ପିତାଙ୍କ ସମୟରେ ଦେବଗଣର ଜ୍ଞାନତୁଲ୍ୟ ବୁଦ୍ଧି ଓ ଜ୍ଞାନଦୀପ୍ତି ତାଙ୍କଠାରେ ପ୍ରକାଶିତ ହୋଇଥିଲା। ଆଉ ତୁମ୍ଭର ପିତା ରାଜା ନବୂଖଦ୍ନିତ୍ସର ତାଙ୍କୁ ମନ୍ତ୍ରଜ୍ଞ, ଗଣକ, କଲ୍ଦୀୟ ଓ ଶୁଭାଶୁଭବାଦୀମାନଙ୍କ ଉପରେ ପ୍ରଧାନ କରି ନିଯୁକ୍ତ କରିଥିଲେ।
12
ମୁଁ ଯେଉଁ ବ୍ୟକ୍ତି ବିଷୟରେ କହୁଛି, ସେ ଦାନିୟେଲ। ରାଜା ତାଙ୍କୁ ବେଲ୍ଟଶତ୍ସର ନାମ ଦେଇଥିଲେ। ସେହି ବେଲ୍ଟଶତ୍ସର ମହାନ ଥିଲେ। ସେ ଜ୍ଞାନୀ, ବୁଦ୍ଧିମାନ ଓ ସ୍ୱପ୍ନଦ୍ରଷ୍ଟା ଅଟନ୍ତି ଓ ସେ ନିଗୂଢ଼ ତଥ୍ୟ ପ୍ରକାଶ କରି ପାରନ୍ତି। ତାଙ୍କୁ ଡକାଅ। ସେ କେବଳ ଏ ଲେଖାର ଅର୍ଥ ବୁଝାଇ ଦେବେ।”
13
ତହୁଁ ଦାନିୟେଲଙ୍କୁ ରାଜାଙ୍କ ଛାମୁକୁ ଅଣାଗଲା। ରାଜା ଦାନିୟେଲଙ୍କୁ କହିଲା, “ମୋର ପିତା ମହାରାଜ ଯିହୁଦା ଦେଶରୁ ଯେଉଁ ନିର୍ବାସିତ ଯିହୁଦୀମାନଙ୍କୁ ଆଣିଥିଲେ ସେମାନଙ୍କ ମଧ୍ୟରେ ତୁମ୍ଭେ ଦାନିୟେଲ ଅନ୍ୟତମ ଅଟକି?
14
ମୁଁ ତୁମ୍ଭ ବିଷୟରେ ଶୁଣୁଅଛି ଯେ ତୁମ୍ଭ ଅନ୍ତରରେ ଦେବଗଣର ଆତ୍ମା ଅଛନ୍ତି ଓ ଜ୍ଞାନ, ଦୀପ୍ତି, ବୁଦ୍ଧି ଓ ଶ୍ରେଷ୍ଠ ମହିମା ତୁମ୍ଭଠାରେ ଦେଖାଯାଏ।
15
ମୋର ରାଜ୍ୟର ଜ୍ଞାନୀ ଲୋକମାନେ ମୋ’ ପାଖକୁ ଆସିଥିଲେ। କିନ୍ତୁ ସେମାନେ କାନ୍ଥରେ ଲେଖା ହୋଇଥିବା ଅର୍ଥ ପ୍ରକାଶ କରି ପାରିଲେ ନାହିଁ।
16
ମୁଁ ତୁମ୍ଭ ବିଷୟରେ ଶୁଣୁଅଛି ଯେ ତୁମ୍ଭେ ଅର୍ଥ ପ୍ରକାଶ ଓ ସନ୍ଦେହ ଭଞ୍ଜନ କରିପାର। ଏବେ ତୁମ୍ଭେ ଯଦି ଏହି ଲେଖା ପାଠ କରି ତହିଁର ଅର୍ଥ ମୋତେ ଜଣାଇ ପାର, ତେବେ ମୁଁ ତୁମ୍ଭକୁ ବାଇଗଣିଆ ବସ୍ତ୍ର ଉପହାର ଦେବି ଓ ତୁମ୍ଭ କଣ୍ଠରେ ସୁବର୍ଣ୍ଣ ହାର ଲମ୍ବାଇବି। ଆଉ ତୁମ୍ଭେ ମୋ’ ରାଜ୍ୟରେ ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବ।”
17
ତା’ପରେ ଦାନିୟେଲ ରାଜାଙ୍କୁ ଉତ୍ତର କରି କହିଲେ, “ହେ ରାଜା ବେଲ୍ଶତ୍ସର, ଆପଣଙ୍କର ଦାନ ଆପଣଙ୍କ ପାଖରେ ଥାଉ ଓ ଆପଣଙ୍କର ପୁରସ୍କାର ଅନ୍ୟକୁ ଦିଅନ୍ତୁ। ମାତ୍ର ମୁଁ ମହାରାଜାଙ୍କ ଛାମୁରେ ଏହି ଲେଖା ପଢ଼ିବି ଓ ଏହାର ଅର୍ଥ ଆପଣଙ୍କୁ ଜଣାଇବି।
18
“ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ୱର ଆପଣଙ୍କ ପିତା ନବୂଖଦ୍ନିତ୍ସରଙ୍କୁ ରାଜ୍ୟ, ମହିମା, ଗୌରବ ଓ ପ୍ରତାପ ଦେଲେ।
19
ପରମେଶ୍ୱର ତାଙ୍କୁ ଏପରି ମହିମାନ୍ୱିତ କଲେ ଯେ ସକଳ ଗୋଷ୍ଠୀ, ନାନା ଦେଶୀୟ ଓ ଭାଷାବାଦୀ ଲୋକମାନେ ତାଙ୍କ ଛାମୁରେ କମ୍ପିତ ହୋଇ ଭୟ କଲେ। ସେ ଯାହାକୁ ମାରିବାକୁ ଗ୍ଭହିଁଲେ ତାକୁ ବଧ କଲେ। ପୁଣି ଯାହାକୁ ବଞ୍ଚିବାକୁ ଗ୍ଭହିଁଲେ, ସେ ଜୀବିତ ରହିଲା। ତାଙ୍କରି ଇଚ୍ଛାନୁସାରେ ଜଣେ ଉନ୍ନତ ହେଲା ଓ ତାଙ୍କର ଇଚ୍ଛାନୁସାରେ ଜଣେ ଅବନତ ହେଲା।
20
“କିନ୍ତୁ ନବୂଖଦ୍ନିତ୍ସର ଗର୍ବୀ ଏବଂ ଜିଦ୍ଖୋର ହେଲେ। ତେଣୁ ତାଙ୍କର ରାଜ୍ୟ ତାଙ୍କଠାରୁ ନିଆଗଲା। ତା’ପରେ ତାଙ୍କୁ ଲୋକମାନଙ୍କ ଗହଣରୁ ତଡ଼ି ଦିଆଗଲା।
21
ତାଙ୍କର ମନ ପଶୁତୁଲ୍ୟ ହେଲା ଓ ସେ ବନ୍ୟ ଗର୍ଦ୍ଦଭ ସହିତ ବାସ କଲେ। ଆଉ ସେ ଗୋରୁଗାଈ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର କାକରରେ ଭିଜିଲା। ତା’ପରେ ସେ ହୃଦ୍ବୋଧ କଲେ ଯେ, ସର୍ବୋପରିସ୍ଥ ପରମେଶ୍ୱର ମନୁଷ୍ୟମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି। ଏବଂ ପରମେଶ୍ୱର ଯାହାକୁ ଗ୍ଭହାନ୍ତି ତାକୁ ସେ ରାଜ୍ୟରେ ନିଯୁକ୍ତି କରି ପାରନ୍ତି।
22
“କିନ୍ତୁ ବେଲ୍ଶତ୍ସର, ଆପଣ ତାଙ୍କର ପୁତ୍ର। ଆପଣ ଏସବୁ ଜାଣିଲେ ମଧ୍ୟ ଆପଣଙ୍କ ଅନ୍ତଃକରଣକୁ ନମ୍ର କରି ନାହାନ୍ତି।
23
ଆପଣ ନମ୍ର ହେବା ପରିବର୍ତ୍ତେ ସ୍ୱର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରୌପ୍ୟ ପାତ୍ରରେ ଆପଣ, ଆପଣଙ୍କ ଅମାତ୍ୟଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମାରେ ଦେବଗଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସେମାନଙ୍କର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧୀନ, ଆପଣ ସେହି ପରମେଶ୍ୱରଙ୍କର ଗୌରବ କରି ନାହାନ୍ତି।
24
ତେଣୁ ସେହି କାରଣରୁ ପରମେଶ୍ୱରଙ୍କର ହସ୍ତ ପ୍ରେରିତ ଲିଖିତ ହେଲା ଓ ଏହି ଲେଖା ଲିଖିତ ହେଲା।
25
କାନ୍ଥରେ ଲିଖିତ ହୋଇଥିବା ଶବ୍ଦଗୁଡ଼ିକ ହେଲା ଏହି: ମିନେ, ମିନେ, ତକେଲ୍, ଉପାରସୀନ।
26
“ମିନେର ଅର୍ଥ ହେଉଛି, ପରମେଶ୍ୱର ଆପଣଙ୍କ ରାଜ୍ୟର ଗଣନା କରିଅଛନ୍ତି ଓ ତାହା ଶେଷ କରିଅଛନ୍ତି।
27
ତକେଲର ଅର୍ଥ, ଆପଣ ନିକିତିରେ ତୌଲା ଯାଇ ଅଛନ୍ତି ଓ ଊଣା ଦେଖା ଯାଇଅଛନ୍ତି।
28
ଉପାରସୀନର ଅର୍ଥ, ଆପଣଙ୍କ ରାଜ୍ୟ ବିଭକ୍ତ ହୋଇଅଛି ଆଉ ମାଦୀୟ ଓ ପାରସିକମାନଙ୍କୁ ଦତ୍ତ ହୋଇଅଛି।”
29
ବେଲ୍ଶତ୍ସର ଆଜ୍ଞାରେ ଲୋକମାନେ ଦାନିୟେଲଙ୍କୁ ବାଇଗଣିଆ ବସ୍ତ୍ର ପିନ୍ଧାଇଲେ ଓ ତାଙ୍କ କଣ୍ଠରେ ସୁବର୍ଣ୍ଣର ହାର ଦେଲେ। ଆଉ ସେ ରାଜ୍ୟର ତୃତୀୟ ସର୍ବୋଚ୍ଚ ଶାସନକର୍ତ୍ତା ହେବେ ବୋଲି ଘୋଷଣା କଲେ।
30
ସେହି ରାତ୍ରିରେ କଲ୍ଦୀୟମାନଙ୍କର ରାଜା ବେଲ୍ଶତ୍ସରଙ୍କୁ ବଧ କରାଗଲା।
31
ପୁଣି ମାଦୀୟ ଦାରିୟାବସ ରାଜ୍ୟ ପ୍ରାପ୍ତ ହେଲା। ସେ ସମୟରେ ତାହାର ବୟସ ବାଷଠି ବର୍ଷ ହୋଇଥିଲା।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 6 →
All chapters:
1
2
3
4
5
6
7
8
9
10
11
12