bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Daniel 4
Daniel 4
Odia Bible ERV 2004 (ପବିତ୍ର ବାଇବଲ)
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 5 →
1
ନବୂଖଦ୍ନିତ୍ସରଙ୍କ ବୃକ୍ଷ ବିଷୟରେ ସ୍ୱପ୍ନ ସମୁଦାୟ ପୃଥିବୀ ନିବାସୀ ଯାବତୀୟ ଗୋଷ୍ଠୀ, ଦେଶୀୟ ଓ ଭାଷାବାଦୀ ଲୋକମାନଙ୍କ ପ୍ରତି ନବୂଖଦ୍ନିତ୍ସର ରାଜାଙ୍କର ବିଜ୍ଞାପନ, ତୁମ୍ଭମାନଙ୍କର ବାହୁଲ୍ୟରୂପେ ଶାନ୍ତି ହେଉ।
2
ସର୍ବୋପରିସ୍ଥ ପରମେଶ୍ୱର ମୋ’ ପାଇଁ ଯେଉଁ ଆଶ୍ଚର୍ଯ୍ୟ କ୍ରିୟା ସାଧନ କରିଅଛନ୍ତି, ତାହା ସବୁ ପ୍ରଗ୍ଭର କରିବାକୁ ମୁଁ ସୁଖ ବୋଧ କଲି।
3
ପରମେଶ୍ୱରଙ୍କ ଚମତ୍କାରସବୁ ଶକ୍ତିଶାଳୀ, ଅଦ୍ଭୂତ ଅଟେ। ସେ ଅନନ୍ତକାଳ ପାଇଁ ଶାସନ କରିବେ ଓ ତାଙ୍କର ରାଜ୍ୟ କେବେ ସମାପ୍ତ ହେବ ନାହିଁ।
4
ମୁଁ ନବୂଖଦ୍ନିତ୍ସର ମୋର ନିଜ ପ୍ରାସାଦରେ ଶାନ୍ତି ଓ ଶକ୍ତିଶାଳୀ ଥିଲି।
5
ମୁଁ ଗୋଟିଏ ସ୍ୱପ୍ନ ଦେଖିଲି ଓ ତାହା ମୋତେ ଭୟଭୀତ କଲା। ଆଉ ମୁଁ ଶଯ୍ୟା ଉପରେ ଥିବା ବେଳେ ମୋର ଚିନ୍ତା ଓ ମନର ଦର୍ଶନ ମୋତେ ଉଦ୍ବିଗ୍ନ କଲା।
6
ତେଣୁ ସ୍ୱପ୍ନର ଅର୍ଥ ଜଣାଇବା ନିମନ୍ତେ ମୁଁ ବାବିଲର ସମସ୍ତ ବିଦ୍ୱାନ ଲୋକଙ୍କୁ ମୋ’ ନିକଟକୁ ଆଣିବା ପାଇଁ ଆଜ୍ଞା କଲି।
7
ଯେତେବେଳେ ମନ୍ତ୍ରଜ୍ଞଗଣକ କଲ୍ଦୀୟ ଓ ଶୁଭାଶୁଭବାଦୀମାନେ ମୋ’ ନିକଟକୁ ଆସିଲେ, ମୁଁ ସେମାନଙ୍କୁ ସ୍ୱପ୍ନ ବିଷୟରେ ଜଣାଇଲି, ମାତ୍ର ସେମାନେ ତାହାର ଅର୍ଥ ମୋତେ କହି ପାରିଲେ ନାହିଁ।
8
ଅବଶେଷରେ ମୋ’ ଦେବତାର ନାମାନୁସାରେ ବେଲ୍ଟଶତ୍ସର ନାମ ବିଶିଷ୍ଟ ଦାନିୟେଲ ମୋ’ ନିକଟକୁ ଆସିଲେ, ତାହାଙ୍କ ଅନ୍ତରରେ ପବିତ୍ର ପରମେଶ୍ୱରଙ୍କ ଆତ୍ମା ଅଛନ୍ତି, ମୁଁ ତାଙ୍କୁ ସ୍ୱପ୍ନ ବିଷୟରେ ଜଣାଇଲି।
9
“ମୁଁ କହିଲି, ହେ ମନ୍ତ୍ରଜ୍ଞଗଣଙ୍କ ଅଧ୍ୟକ୍ଷ ବେଲ୍ଟଶତ୍ସର, ମୁଁ ଜାଣେ, ପବିତ୍ର ଦେବଗଣର ଆତ୍ମା ତୁମ୍ଭ ଅନ୍ତରରେ ଅଛନ୍ତି ଓ କୌଣସି ନିଗୂଢ଼ ବାକ୍ୟ ବୁଝିବା ତୁମ୍ଭ ପାଇଁ କଷ୍ଟକର ନୁହେଁ, ଏଣୁ ଦୟାକରି ମୋତେ ମୋର ସ୍ୱପ୍ନ କଥା ଓ ତାହାର ଅର୍ଥ କୁହନ୍ତୁ।
10
ମୁଁ ଶଯ୍ୟାରେ ଶୋଇଥିବା ବେଳେ ମୋ’ ମନର ଦର୍ଶନ ଏହିପରି ଥିଲା। ମୁଁ ଅନାଇଲି ଓ ଦେଖିଲି ଭୂମଣ୍ତଳର ମଧ୍ୟସ୍ଥଳରେ ଏକ ବୃକ୍ଷ ଥିଲା ଓ ତାହା ଅତି ଉଚ୍ଚ ଥିଲା।
11
ସେ ବୃକ୍ଷ ବଢ଼ିଲା ଓ ଦୃଢ଼ ହେଲା। ଉଚ୍ଚତାରେ ତାହା ଆକାଶକୁ ସ୍ପର୍ଶ କଲା। ପୁଣି ପୃଥିବୀର ସବୁ ସ୍ଥାନରେ ତାହା ଦୃଶ୍ୟମାନ ହେଲା।
12
ତହିଁର ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନେକ ଥିଲା, ଆଉ ସେ ଗଛରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। କ୍ଷେତ୍ରସ୍ଥ ପଶୁଗଣ ସେହି ବୃକ୍ଷତଳେ ଛାୟା ପାଇଲେ ଓ ଆକାଶସ୍ଥ ପକ୍ଷୀମାନେ ତାହାର ଶାଖାମାନଙ୍କରେ ବାସ କଲେ। ସମସ୍ତ ପ୍ରାଣୀ ସେଥିରୁ ଖାଦ୍ୟ ପାଇଲେ।
13
“ମୁଁ ଶଯ୍ୟା ଉପରେ ଥିବା ବେଳେ ଦର୍ଶନ ପାଇଲି। ଏକ ପବିତ୍ର ସ୍ୱର୍ଗଦୂତ ସ୍ୱର୍ଗରୁ ଓହ୍ଲାଇ ଆସିଲେ।
14
ସେ ଉଚ୍ଚସ୍ୱରରେ କହିଲେ, ‘ଏହି ବୃକ୍ଷକୁ ଛେଦନ କର। ତହିଁର ଶାଖା ସବୁ କାଟି ପକାଅ, ତହିଁର ପତ୍ରସବୁ ଝାଡ଼ି ଦିଅ ଓ ଫଳଗୁଡ଼ିକୁ ବିଞ୍ଚି ଦିଅ। ତାହାର ତଳେଥିବା ପଶୁମାନେ ଓ ଶାଖାରେ ଥିବା ପକ୍ଷୀମାନେ ପଳାଇ ଯାଆନ୍ତୁ।
15
ତାହାର ମୂଳ ଲୌହ ଓ ପିତ୍ତଳମୟ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ ତୃଣରେ ରଖ ଓ ତାହା ଆକାଶର କାକରରେ ତିନ୍ତୁ। ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣରେ ତାହାର ଅଂଶ ହେଉ।
16
ତାହା ମାନବ ହୃଦୟ ନ ହେଉ ଓ ସେ ପଶୁ ହୃଦୟ ପ୍ରାପ୍ତ ହେଉ। ଆଉ ତାହା ଉପରେ ସାତ ବର୍ଷ ଅତିବାହିତ ହୋଇ ଯାଉ।’
17
“ଜଣେ ପବିତ୍ର ସ୍ୱର୍ଗଦୂତ ଏହି ଦଣ୍ତ ଘୋଷଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ୟମାନଙ୍କ ଉପରେ ସର୍ବୋପରିସ୍ଥ ପରମେଶ୍ୱର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ୱର ନମ୍ର ଲୋକକୁ ରାଜ୍ୟ ଶାସନ ପାଇଁ ନିଯୁକ୍ତ କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।
18
“ମୁଁ, ରାଜା ନବୂଖଦ୍ନିତ୍ସର, ଏହି ସ୍ୱପ୍ନ ଦେଖିଥିଲି। ବର୍ତ୍ତମାନ ହେ ବେଲ୍ଟଶତ୍ସର, ଏହାର ଅର୍ଥ ବ୍ୟାଖ୍ୟା କର। ମୋ’ ରାଜ୍ୟର ସମସ୍ତ ବିଦ୍ୱାନ ଲୋକମାନେ ଏହାର ଅର୍ଥ ବ୍ୟାଖ୍ୟା କରିବାକୁ ଅକ୍ଷମ ଅଟନ୍ତି। ମାତ୍ର ତୁମ୍ଭେ କେବଳ ଜଣେ, ଯିଏ କି ଏହା କରି ପାରିବ। କାରଣ ତୁମ୍ଭ ଅନ୍ତରରେ ପବିତ୍ର ପରମେଶ୍ୱରଙ୍କର ଆତ୍ମା ବିରାଜିତ ଅଟେ।”
19
ତହିଁରେ ବେଲ୍ଟଶତ୍ସର ନାମକ ଦାନିୟେଲ କିଛିକ୍ଷଣ ଅବାକ୍ ହୋଇ ରହିଲେ। ତାଙ୍କର ଭାବନା ତାଙ୍କୁ ବ୍ୟାକୁଳିତ କଲା। ରାଜା ଉତ୍ତର କରି କହିଲା, “ହେ ବେଲ୍ଟଶତ୍ସର ସେହି ସ୍ୱପ୍ନ କିମ୍ବା ତାହାର ଅର୍ଥ ତୁମ୍ଭକୁ ବ୍ୟାକୁଳିତ ନ କରୁ।” ବେଲ୍ଟଶତ୍ସର ଉତ୍ତର କରି କହିଲେ, “ହେ ମୋର ମହାଶୟ, ଯେଉଁମାନେ ଆପଣଙ୍କୁ ଘୃଣା କରନ୍ତି ସେମାନଙ୍କ ପାଇଁ ଏହି ସ୍ୱପ୍ନ ହେଉ ଓ ଆପଣଙ୍କ ବିପକ୍ଷମାନଙ୍କ ପ୍ରତି ତାହାର ଅର୍ଥ ଘଟୁ।
20
ଆପଣ ଯେଉଁ ବୃକ୍ଷ ଦେଖିଲେ, ତାହା ଶକ୍ତିଶାଳୀ ହୋଇ ବଢ଼ିଲା ଓ ଉଚ୍ଚତାରେ ଗଗନସ୍ପର୍ଶୀ ହେଲା। ତାହା ସମୁଦାୟ ପୃଥିବୀରେ ଦୃଶ୍ୟମାନ ହେଲା। ତାହାର ପତ୍ରସବୁ ସୁନ୍ଦର ହେଲା ଓ ସେଥିରେ ପ୍ରଚୁର ଫଳ ହେଲା। ସେଥିରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। ଆଉ ତାହାର ତଳେ କ୍ଷେତ୍ରସ୍ଥ ପଶୁମାନେ ବାସ କଲେ ଓ ତାହାର ଶାଖା ଗୁଡ଼ିକ ଉପରେ ଆକାଶର ପକ୍ଷୀମାନେ ବସତି କଲେ।
22
ହେ ମହାରାଜ, ସେହି ବୃକ୍ଷ ଆପଣ ଅଟନ୍ତି। ଆପଣ ବୃଦ୍ଧି ପାଇ ବଳବାନ୍ ହୋଇଅଛନ୍ତି। କାରଣ ଆପଣଙ୍କର ମହତ୍ତ୍ୱ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି। ଆଉ ଆପଣଙ୍କର କର୍ତ୍ତୃତ୍ୱ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିଅଛି।
23
“ଏବଂ ଆପଣ ମଧ୍ୟ ଦେଖିଲେ ଯେ, ସ୍ୱର୍ଗରୁ ପବିତ୍ର ସ୍ୱର୍ଗଦୂତ ଓହ୍ଲାଇ ଆସି କହିଲେ, ‘ଏ ବୃକ୍ଷକୁ ବିନଷ୍ଟ କରି ଛେଦନ କର। କିନ୍ତୁ ଏହା ମୂଳକୁ ଲୌହ ଓ ପିତ୍ତଳ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କୋମଳ ତୃଣ ମଧ୍ୟରେ ରଖ। ଆଉ ତାହା ଆକାଶର କାକରରେ ତିନ୍ତୁ ଓ ତାହା ଉପରେ ସାତ ବର୍ଷ ଅତିକ୍ରମ କରିବା ପର୍ଯ୍ୟନ୍ତ କ୍ଷେତ୍ରସ୍ଥ ପଶୁଗଣ ସହିତ ତାହାର ଅଂଶ ହେଉ।’
24
“ହେ ମହାରାଜ, ଏଥିର ଅର୍ଥ ଏହି। ଆଉ ସର୍ବୋପରିସ୍ଥ ମୋର ସଦାପ୍ରଭୁ ମହାରାଜାଙ୍କ ପ୍ରତି ଏହା ଘଟିବ ବୋଲି ନିରୂପଣ କରିଛନ୍ତି।
25
ତୁମ୍ଭେ ମନୁଷ୍ୟମାନଙ୍କ ସଙ୍ଗ ମଧ୍ୟରୁ ବିତାଡ଼ିତ ହେବ ଓ କ୍ଷେତ୍ରସ୍ଥ ପଶୁମାନଙ୍କ ସହିତ ବାସ କରିବ ଏବଂ ଆଉ ତୁମ୍ଭେ ଗୋରୁମାନଙ୍କ ପରି ତୃଣ ଭୋଜନ କରି ବଞ୍ଚିବ ଓ ଆକାଶର କାକରରେ ତିନ୍ତିବ। ଏହିରୂପେ ତୁମ୍ଭ ଉପରେ ସାତ ବର୍ଷ ଅତିକ୍ରମ କରିବ। ଶେଷରେ ତୁମ୍ଭେ ଅନୁଭବ କରିବ ଯେ, ସେ ସର୍ବୋପରିସ୍ଥ ପରମେଶ୍ୱର ଯାହାକୁ ଇଚ୍ଛା କରନ୍ତି, ତାକୁ ରାଜ୍ୟ ଦାନ କରନ୍ତି।
26
“ଆଉ ବୃକ୍ଷର ମୂଳ, ଗଣ୍ତି ଛାଡ଼ିବାକୁ ଆଜ୍ଞା ଦିଆଯିବାର ଅର୍ଥ ଏହି ଯେ, ତୁମ୍ଭେ ପୁଣି ତୁମ୍ଭର ରାଜ୍ୟ ଫେରି ପାଇବ, କିନ୍ତୁ ତୁମ୍ଭେ ନିଶ୍ଚିତ ଅନୁଭବ କରିବା ଉଚିତ୍ ଯେ, ସର୍ବୋପରିସ୍ଥ ପରମେଶ୍ୱର ରାଜ୍ୟରେ ଶାସନ କରନ୍ତି।
27
ତେଣୁ ହେ ମହାରାଜ, ଆପଣ ମୋର ଉପଦେଶ ଗ୍ରହଣ କରନ୍ତୁ। ଆପଣ ଧାର୍ମିକତା ବଳରେ ପାପରାଶି ଦୂର କରନ୍ତୁ ଓ ଦରିଦ୍ରମାନଙ୍କୁ ଦୟା ଦେଖାଇ ଆପଣା ଅଧର୍ମ ସକଳ ଦୂର କରନ୍ତୁ। ତାହାହେଲେ ଆପଣଙ୍କର ସଫଳତା ଓ ଶାନ୍ତିର କାଳ ବୃଦ୍ଧି ପାଇବ।”
28
ରାଜା ନବୂଖଦ୍ନିତ୍ସରଙ୍କ ପ୍ରତି ଏ ସମସ୍ତ ଘଟିଲା।
29
ସ୍ୱପ୍ନର ବର୍ଷକ ପରେ ରାଜା ନବୂଖଦ୍ନିତ୍ସର ବାବିଲର ନିଜ ପ୍ରାସାଦ ଉପରେ ବୁଲୁଥିବା ବେଳେ, ରାଜା କହିଲା, “ଏହି ବାବିଲକୁ ଦେଖ! ମୁଁ ମୋର ପ୍ରତାପରେ ଏହି ମହାନ ନଗର ନିର୍ମାଣ କରିଛି ଓ ମୋର ବଳର ପ୍ରଭାବରେ ରାଜଧାନୀ ପ୍ରାସାଦ ନିର୍ମାଣ କରିଛି। ମୁଁ କେଡ଼େ ମହାନ।”
31
ରାଜାଙ୍କ ମୁଖରୁ କଥା ଶେଷ ନ ହେଉଣୁ, ଏହି ସ୍ୱର୍ଗୀୟବାଣୀ ହେଲା, “ହେ ରାଜା ନବୂଖଦ୍ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି ଯେ ତୁମ୍ଭଠାରୁ ରାଜ୍ୟ କାଢ଼ି ନିଆଗଲା।
32
ଏବଂ ତୁମ୍ଭେ ମନୁଷ୍ୟମାନଙ୍କ ମଧ୍ୟରୁ ବିତାଡ଼ିତ ହେବ। କ୍ଷେତ୍ରସ୍ଥ ପଶୁମାନଙ୍କ ମଧ୍ୟରେ ତୁମ୍ଭେ ବାସ କରିବ ଓ ଗୋରୁ ପରି ତୃଣ ଭୋଜନ କରିବ। ଏହିରୂପେ ତୁମ୍ଭ ଉପରେ ସାତ ବର୍ଷ ଅତିକ୍ରମ କରିଯିବ। ଶେଷରେ ଯେ ସର୍ବୋପରିସ୍ଥ ପରମେଶ୍ୱର ସମଗ୍ର ମନୁଷ୍ୟ ଉପରେ ପ୍ରଭୁତ୍ୱ କରନ୍ତି ଓ ଯାହାକୁ ଯାହା ଇଚ୍ଛା ତାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ।”
33
ସେହିସବୁ ଦଣ୍ତ ତତ୍କ୍ଷଣାତ୍ ନବୂଖଦ୍ନିତ୍ସରଙ୍କ ପ୍ରତି ଘଟିଲା। ସେ ମନୁଷ୍ୟମାନଙ୍କ ମଧ୍ୟରୁ ବିତାଡ଼ିତ ହୋଇ ଗୋରୁପରି ତୃଣ ଭକ୍ଷ୍ୟଣ କଲେ। ଆଉ ସେ ଆକାଶର କାକରରେ ତିନ୍ତିଲେ। ଶେଷରେ ତାହାର କେଶ ଉତ୍କ୍ରୋଶପକ୍ଷୀର ପର ତୁଲ୍ୟ ଓ ତାହାର ନଖ ପକ୍ଷୀର ନଖ ତୁଲ୍ୟ ବଢ଼ିଲା।
34
ଅନନ୍ତର ସେହି ସମୟର ଶେଷରେ ମୁଁ ନବୂଖଦ୍ନିତ୍ସର, ସ୍ୱର୍ଗଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କଲି। ସେତେବେଳେ ମୋର ମନ ଠିକ୍ ବାଟକୁ ଆସିଗଲା। ତା’ପରେ ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କର ପ୍ରଶଂସା କଲି। ସେହି ଅନନ୍ତ ଜୀବିଙ୍କୁ ଧନ୍ୟବାଦ ଜଣାଇ ସମାଦର କଲି। କାରଣ ତାଙ୍କର କର୍ତ୍ତୃତ୍ୱ ଅନନ୍ତକାଳୀନ ଓ ତାଙ୍କର ରାଜ୍ୟ ପୁରୁଷାନୁକ୍ରମେ ଥାଏ।
35
ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ୱର୍ଗୀୟ ଶକ୍ତି ବଳରେ ପରମେଶ୍ୱର ନିଜ ଇଚ୍ଛାନୁସାରେ ପୃଥିବୀ ନିବାସୀମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି। କେହି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନ ପାରେ ଓ କେହି ତାଙ୍କୁ କିଛି ପ୍ରଶ୍ନ କରି ନ ପାରେ।
36
ଆଉ ସେହି ସମୟରେ ପରମେଶ୍ୱର ମୋର ଉତ୍ତମ ବୁଦ୍ଧି ମୋତେ ଫେରାଇ ଦେଲେ। ମୋ’ ରାଜ୍ୟର ଗୌରବ ନିମନ୍ତେ ମୋର ତେଜ ଓ ପ୍ରତାପ ମୋ’ ପାଖକୁ ଫେରି ଆସିଲା। ମୋର ମନ୍ତ୍ରୀ ଓ ଅମାତ୍ୟମାନେ ପୁନର୍ବାର ମୋର ପରାମର୍ଶ ଲୋଡ଼ିଲେ। ମୁଁ ପୁନର୍ବାର ରାଜା ହେଲି ଓ ମୋର ମହିମା ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଇଲା।
37
ଏଣୁ ମୁଁ ନବୂଖଦ୍ନିତ୍ସର ସେହି ସ୍ୱର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିୟା ସତ୍ୟ ଓ ତାଙ୍କର ପଥ ସବୁ ନ୍ୟାର୍ଯ୍ୟ। ଆଉ ସେ ଗର୍ବୀମାନଙ୍କୁ ନମ୍ର କରନ୍ତି।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 5 →
All chapters:
1
2
3
4
5
6
7
8
9
10
11
12